‘ସମସ୍ତଙ୍କୁ ନେଇ ବିକାଶମୂଳକ କାର୍ଯ୍ୟ କରିବି’

ଅନୁଗୋଳ ଅଫିସ, ୨୨।୨ – ଦୀର୍ଘ ଦିନ ହେବ ଖାଲି ପଡିଥିବା ଅନୁଗୋଳ ଜିଲା ସଭାପତି ପଦ ପାଇଁ ବରିଷ୍ଠ ଓକିଲ ତଥା ଅନୁଗୋଳ ପୌରପାଳିକା ସଭାପତି ମହେନ୍ଦ୍ର ବସ୍ତିଆଙ୍କ ନାମରେ ମୋହର ବାଜିଛି। ରାଜ୍ୟ ବିଜେଡି ରିଟର୍ନିଂ ଅଫିସର ଏହି ଘୋଷଣା କରିଛନ୍ତି। ଏହି ଦାୟିତ୍ୱ ମିଳିବା ପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି। ଦଳର ସମସ୍ତ କର୍ମକର୍ତ୍ତାଙ୍କୁ ନେଇ ବିକାଶ ପାଇଁ କାର୍ଯ୍ୟ କରିବେ ବୋଲି ବିଜେଡିର ନୂତନ ଜିଲା ସଭାପତି ପ୍ରକାଶ କରିଛନ୍ତି।
ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ସହ ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା ଓ ଆଠମଲ୍ଲିକ ବିଧାୟକ ରମେଶ ସାଏଙ୍କ ନାମ ଜିଲା ସଭାପତି ପଦ ପାଇଁ ଚର୍ଚ୍ଚାକୁ ଆସିଥିଲା। ଏପରି କି ଜିଲାର କିଛି ବରିଷ୍ଠ ସଦସ୍ୟଙ୍କ ନାମ ମଧ୍ୟ ଏହି ଚର୍ଚ୍ଚାରେ ସାମିଲ ହୋଇଥିଲା। ହେଲେ ଦଳ ସୁପ୍ରିମୋଙ୍କ ଅନୁମୋଦନ କ୍ରମେ ବସ୍ତିଆଙ୍କୁ ସଭାପତି ଭାବେ ଘୋଷଣା କରାଯାଇଛି। ପ୍ରଥମେ ଅନୁଗୋଳ ସଭାପତି ଭାବେ ସ୍ବର୍ଗତ ଅଦ୍ୱୈତ ପ୍ରସାଦ ସିଂ ଥିବାବେଳେ ତାଙ୍କ ଅନ୍ତେ ଅନୁଗୋଳର ବିଧାୟକ ରଜନୀକାନ୍ତ ସିଂ ଏହି ପଦବୀରେ ଥିଲେ। କିନ୍ତୁ ଗତ ନିର୍ବାଚନ ପରେ ସେ ବିଧାନସଭା ଉପବାଚସ୍ପତି ପଦ ପାଇଥିବାରୁ ଏହି ପଦରୁ ଇସ୍ତଫା ଦେଇଥିଲେ। ଏହାପରଠାରୁ ଜିଲା ସଭାପତି ପଦ ଖାଲି ପଡ଼ିଥିଲା। ଗୁରୁବାର ବିଧାୟକଙ୍କ ପୁଅ ଅରୁନାଭ ସିଂ ନୂତନ ସଭାପତିଙ୍କୁ ଫୁଲତୋଡ଼ା ଦେଇ ଶୁଭେଚ୍ଛା ଦେବା ଫଟୋ ସାମାଜିକ ଗଣମାଧ୍ୟମରେ ଛାଡ଼ିବା ପରେ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଥିଲା।
ମହେନ୍ଦ୍ର ଛାତ୍ର ଜୀବନରୁ ଜନତା ଦଳ ସହ ରାଜନୀତି ଆରମ୍ଭ କରିଥିଲେ। ୧୯୭୯ରୁ ୧୯୮୪ ପର୍ଯ୍ୟନ୍ତ ଛାତ୍ର ସଭାପତି ଭାବେ ଅବିଭକ୍ତ ଢେଙ୍କାନାଳ ଜିଲାରେ ଅନୁଗୋଳ ୟୁନିଟ୍‌ ଦାୟିତ୍ୱରେ ଥିଲେ। ପରେ ୧୯୮୪ରୁ ୧୯୮୮ ପର୍ଯ୍ୟନ୍ତ ଢେଙ୍କାନାଳ ଜିଲା ଜନତା ଦଳର ଯୁବ ଉପସଭାପତି ଦାୟିତ୍ୱ ନେଇଥିଲେ। ୧୯୮୮ରୁ ୧୯୯୦ ପର୍ଯ୍ୟନ୍ତ ସେ ସାଧାରଣ ସମ୍ପାଦକ ଦାୟିତ୍ୱ ମଧ୍ୟ ତୁଲାଇଥିଲେ। ପରେ ଢେଙ୍କାନାଳ ଜିଲା ଯୁବ ଜନତା ଦଳ ସଭାପତି ଭାବେ ୧୯୯୦ରୁ ୧୯୯୩ ପର୍ଯ୍ୟନ୍ତ ରହିଥିଲେ। ଅନୁଗୋଳ ଜିଲା ହେବା ପରେ ୨୦୧୦ ପର୍ଯ୍ୟନ୍ତ ଅନୁଗୋଳ ଜିଲାର ଯୁବ ଜନତା ଦଳର ସଭାପତି ଭାବେ କାର୍ଯ୍ୟଭାର ସମ୍ଭାଳି ଥିଲେ। ୨୦୧୦ରୁ ବର୍ତ୍ତମାନ ସୁଦ୍ଧା ଅନୁଗୋଳ ପୌରପାଳିକା ସଭାପତି ଭାବେ ସେ କାର୍ଯ୍ୟ କରୁଥିବାବେଳେ ତାଳଚେର ପୌରପାଳିକାର ପର୍ଯ୍ୟବେକ୍ଷକ ଦାୟିତ୍ୱରେ ମଧ୍ୟ ରହିଛନ୍ତି।
ଅନୁଗୋଳ ବିଜୁ ଜନତା ଦଳ କାର୍ଯ୍ୟାଳୟଠାରେ ନଗର ବିଜେଡି ପକ୍ଷରୁ ନୂତନ ଜିଲା ସଭାପତି ମହେନ୍ଦ୍ର କୁମାର ବସ୍ତିଆଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। ନଗର ବିଜେଡି ଉପସଭାପତି ସତ୍ୟାନନ୍ଦ ସାହୁଙ୍କ ସଭାପତିତ୍ୱରେ ଏକ ସଭା ଆୟୋଜିତ ହୋଇଥିଲା। ସଭାରେ ବିଧାୟକଙ୍କ ପୁଅ ଅନୁରଭ ସିଂ, ଅଜିତ ବିଶୋଇ, ସୁନୀଲ କୁମାର ସାହୁ, ବୃନ୍ଦାବନ ସ୍ବାଇଁ, ବାଉରୀବନ୍ଧୁ ମହାପାତ୍ର, ସୌରଭ କୈଳାସ ଅଗ୍ରୱାଲା, ଅଜିତ ଦ୍ୱିବେଦୀ, ରାଜୀବ ଲୋଚନ ଦାସ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ବରିଷ୍ଠ ସଦସ୍ୟ ପରମାନନ୍ଦ ଧନ୍ୟବାଦ ଦେଇଥିଲେ। ସତ୍ୟାନନ୍ଦ ଦଳବେହେରା ସଭା କାର୍ଯ୍ୟ ଶେଷ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାତି ଅଧରେ ବୁଦାମୂଳରୁ ଶୁଭିଲା ନବଜାତର କାନ୍ଦ, ତାପରେ….

ପାଳଲହଡ଼ା,୩।୨(ଦିବ୍ୟଜ୍ୟୋତି ଦାଶ): ଚଷାଗୁରୁଜାଙ୍ଗ ଖେଳପଡ଼ିଆ ବୁଦାମୂଳରୁ ନବଜାତ ପୁତ୍ରଙ୍କୁ ଉଦ୍ଧାର କରାଯାଇଛି । ସୋମବାର ରାତି ପ୍ରାୟ ୯ଟା ସମୟରେ ପାଲଲହଡା ଥାନା ଅନ୍ତର୍ଗତ ଚଷାଗୁରୁଜାଙ୍ଗ ଗ୍ରାମ…

ମାଛ ଜାଲରେ ଛନ୍ଦି ହୋଇ ଫସିଲା ହାତୀ ଛୁଆ, ୧୨ଘଣ୍ଟା ପରେ…

ପାଲଲହଡ଼ା,୨୩।୧(ଦିବ୍ୟଜ୍ୟୋତି ଦାଶ): ଅନୁଗୁଳ ଜିଲା ପାଲଲହଡା ବନାଞ୍ଚଳ ଦେବଗଡ଼ ବନ ଖଣ୍ଡ ଅନ୍ତର୍ଗତ ହରିପୁର ଗ୍ରାମ ନିକଟରେ ଥିବା ରେଙ୍ଗାଳି ନଦୀନ୍ଧ ରେ ବିଛା ଯାଇଥିବା ମାଛ…

ଘରକୁ ଫେରୁଥିବା ବେଳେ ବାଇକ୍‌କୁ ପଛ ପଟୁ ଧକ୍କା ଦେଲା ଟ୍ରକ୍, ପୁଅ ଆଗରେ ଚାଲିଗଲା ବାପାର ଜୀବନ

ପାଲଲହଡ଼ା,୨୧ା୧(ଦିବ୍ୟଜ୍ୟୋତି ଦାଶ): ଆଜି ଅପରାହ୍ନରେ ଜାତୀୟ ରାଜପଥ ୪୯ କଲେଜ ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ବାପା ଏବଂ ପୁଅ ଏକ ସ୍କୁଟିରେ ଯାଉଥିବାବେଳେ…

ଶିକାର ପାଇଁ ଖଞ୍ଜିଥିବା ବୋମା ଚୋବାଇ ହାତୀର ମୃତ୍ୟୁ, ବନ ବିଭାଗର ଅବହେଳା ଅଭିଯୋଗ

ଅନୁଗୋଳ ୧୮/୦୧(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ବନ୍ତଳା ରେଞ୍ଜ ବାଳୁଅକଟା ଗାଁ ପଥରଗଡ଼ ସାହି ନିକଟରୁ ବୁଧବାର ବିଳମ୍ବିତ ରାତିରେ ଏକ ଅସୁସ୍ଥ ଅଣ୍ଡିରା ହାତୀର ମୃତଦେହ…

ଶିକାର ପାଇଁ ଖଞ୍ଜାଯାଇଥିବା ବୋମା ଖାଇ ହାତୀ ଗୁରୁତର! ବନ୍ୟପ୍ରାଣୀଙ୍କ ସୁରକ୍ଷାକୁ ନେଇ ପ୍ରାଣୀ ପ୍ରେମୀ ଚ଼ିନ୍ତାରେ…

ଅନୁଗୋଳ,୧୫।୧ (ମାନସ ବିଶ୍ୱାଳ ): ଅନୁଗୋଳ ବନଖଣ୍ଡ ବନ୍ତଳା ରେଞ୍ଜ ବାଳୁଅକଟା ଗାଁ ପଥରଗଡ଼ ସାହି ନିକଟରୁ ବୁଧବାର ବିଳମ୍ବିତ ରାତିରେ ଏକ ଅସୁସ୍ଥ ଅଣ୍ଡିରା ହାତୀ…

ଗଞ୍ଜେଇ ଗାଡି ସନ୍ଦେହରେ ଗୋଡାଉଥିଲା ପୋଲିସ, ଫେରାର୍‌ ମାରିବାବେଳେ ୨ ଜଣଙ୍କୁ ପିଟିଦେଲା କାର୍‌

ମାଧପୁର,୧୪।୧( ମନୋଜ କୁମାର ପ୍ରଧାନ): ଗଞ୍ଜେଇ ଗାଡି ସନ୍ଦେହରେ ପୋଲିସ ଗୋଡାଉଥିବା ଗାଡି ଦୁର୍ଘଟଣାରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଆଠମଲ୍ଲିକ କିଆକଟା ଥାନା ନାଏକପଡା…

ଶୌଚ ପାଇଁ ଯାଇଥିଲେ ମହିଳା: ଦଳିଦେଲା ହାତୀ

ଅନୁଗୋଳ,୧୨।୧(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ଶଙ୍ଖପୁର ପଞ୍ଚାୟତ ଢିପପଦା ସାହିରେ ଜଣେ ମହିଳାଙ୍କୁ ଦଳଦେଇଛି ହାତୀ। ଢିପସାହିର ଇଚ୍ଛା ଦେହୁରୀ (୭୫) ଆଜି ଭୋର ସମୟରେ ଶୌଚପାଇଁ…

ଗୋରୁ ବୋଝେଇ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ: ଜଣଙ୍କ ଜୀବନ ଗଲା,ଅନେକ ଗୋରୁ…

ମାଧପୁର,୧୦।୧(ମନୋଜ କୁମାର ପ୍ରଧାନ): ଅନୁଗୋଳ ଜିଲା କିଆକଟା ଥାନା ଅନ୍ତର୍ଗତ ପନ୍ଥେଇ ନିକଟରେ ଏକ ଗୋରୁ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି। ଏହି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri