ସମସ୍ତ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟର ହୋଇଛି କମ୍ପ୍ୟୁଟରୀକରଣ: ମନ୍ତ୍ରୀ

ଭୁବନେଶ୍ୱର, ୨୪।୧୧(ବ୍ୟୁରୋ): ରାଜ୍ୟର ସମସ୍ତ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟଗୁଡିକର କମ୍ପ୍ୟୁଟରୀକରଣ କରାଯାଇଛି। ୨୦୧୩-୧୪ ଆର୍ଥିକ ବର୍ଷରେ ସୂଚନା ଓ ପ୍ରଯୁକ୍ତି ବିଭାଗରେ ଇ-ଡିଷ୍ଟ୍ରିକ୍ଟ ଆପ୍ଲିକେଶନ ବ୍ୟବସ୍ଥା କରାଯାଇଛି। ଏହାଦ୍ୱାରା ବିବିଧ ଓ ଜାତି ପ୍ରମାଣପତ୍ର ଯାଞ୍ଚ ପାଇଁ ଲାପ୍‌ଟପ୍‌ , ସ୍କାନର ଏବଂ ପ୍ରିଣ୍ଟର ଆଦି ଉପକରଣ ଯୋଗାଇ ଦିଆଯାଇଛି। ବିଜେଡି ବିଧାୟକ ବ୍ୟୋମକେଶ ରାୟଙ୍କ ଦ୍ୱାରା ନଭେମ୍ବର ୨୨ରେ ପଚରା ଯାଇଥିବା ଏକ ଅଣତାରକା ପ୍ରଶ୍ନ ନଂ-୧୩୫୭ର ଉତ୍ତର ଦେଇ ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଡି ଏହା କହିଛନ୍ତି। ସେହିପରି ତହସିଲ, ଉପଜିଲାପାଳ, ଜିଲାପାଳ, ରାଜସ୍ବ ଆୟୁକ୍ତ ଏବଂ ରାଜସ୍ବ ପର୍ଷଦ କାର୍ଯ୍ୟାଳୟଗୁଡ଼ିକର କମ୍ପ୍ୟୁଟରୀକରଣ କରାଯାଇଛି। ସେହିଭଳି ରାଜ୍ୟରେ ୫୯୫ଟି ରାଜସ୍ବ ନିରୀକ୍ଷକ ପଦବୀ ଖାଲିପଡ଼ିଛି। ବଲାଙ୍ଗୀରରେ ୭୬, କଟକ ୫୮, ଗଞ୍ଜାମ ୩୮, ଜଗତ୍‌ସିଂହପୁର ଓ ସୁନ୍ଦରଗଡ଼ରେ ୩୨ ଲେଖାଏ ଏବଂ କେନ୍ଦ୍ରାପଡ଼ା ଓ ପୁରୀରେ ୨୯ଟି ଲେଖାଏ ପଦବୀ ଖାଲିପଡ଼ିଛି। ଅପରପକ୍ଷରେ ରାଜ୍ୟରେ ୨୨୭୯ ସଂଖ୍ୟକ ଆର୍‌ଆଇ ସର୍କଲ ରହିଛି। ଗତ ଆର୍ଥିକ ବର୍ଷରେ ଆର୍‌ଆଇ ସର୍କଲ ଖୋଲିଥିଲା। ପ୍ରତି ୩ଟି ଗ୍ରାମ ପଞ୍ଚାୟତରେ ଗୋଟିଏ ଆର୍‌ଆଇ ସର୍କଲ ପ୍ରତିଷ୍ଠା କରିବା ସମ୍ପର୍କିତ ନିଷ୍ପତ୍ତି ସରକାରଙ୍କ ବିଚାରାଧୀନ ରହିଛି। ଏ ସମ୍ବନ୍ଧୀୟ କୌଣସି ନିର୍ଦ୍ଦେଶାବଳୀ/ଚିଠି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅଧୀନସ୍ଥ ଆଇଏସ୍‌ବି ଏବଂ ଡିଆର୍‌ ସେଲ୍‌ ପକ୍ଷରୁ ପ୍ରେରଣ କରାଯାଇନାହିଁ। ଅପରପକ୍ଷରେ ପ୍ରତି ଗ୍ରାମ ପଞ୍ଚାୟତକୁ ଏକକ ଧରି ଆର୍‌ଆଇ ସର୍କଲ ପ୍ରତିଷ୍ଠା ନେଇ ସରକାରୀ ନିଷ୍ପତ୍ତି ନିଆଯାଇନାହିଁ। ସୂଚନାଧିକାର କର୍ମୀ ବି. ଶଙ୍କର ରାଓଙ୍କ ଦ୍ୱାରା ପଚରା ଯାଇଥିବା ପ୍ରଶ୍ନର ଉତ୍ତରରେ ରାଜସ୍ବ ବିଭାଗ ପକ୍ଷରୁ ଏହା କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ସାର ସଙ୍କଟ ନାହିଁ: ମନ୍ତ୍ରୀ

ଭୁବନେଶ୍ୱର,୨୨।୫: ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଶୁକ୍ରବାର ଏକ ବଡ଼ ସୂଚନା ଦେଇଛନ୍ତି। ରାଜ୍ୟରେ ଖୁବ ଶୀଘ୍ର ସାର ଉତ୍ପାଦନ ସ୍ବାଭାବିକ ହେବା ନେଇ ମନ୍ତ୍ରୀ…

ବିଦ୍ୟୁତ୍‌ କାଟ୍‌କୁ ନେଇ ମୁହଁ ଖୋଳିଲେ ମନ୍ତ୍ରୀ, କହିଲେ…

ଭୁବନେଶ୍ୱର,୨୨।୫: ବିଦ୍ୟୁତ୍‌ କାଟ୍‌କୁ ନେଇ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଶୁକ୍ରବାର ମୁହଁ ଖୋଲିଛନ୍ତି। ମନ୍ତ୍ରୀ ପ୍ରତିକ୍ରିୟାରେ କହିଛନ୍ତି ଯେ, ରାଜ୍ୟରେ ଯେଉଁପରି ହିଟଓଭେ ଚାଲିଛି,…

ଆଉ ୧୦ଦିନ ପରେ ଓଡ଼ିଶାରେ ପ୍ରଳୟ! ଏବେଠୁ ପ୍ରଭାବ ପଡିବା ଆରମ୍ଭ?

ଭୁବନେଶ୍ବର,୨୨ା୫: ଦେଶର ଅଧିକାଂଶ ଭାଗରେ ପାରଦ ଏବେ ୪୫ ରୁ ୪୮ ଡିଗ୍ରୀ ସେଲସିୟସ ପାର୍‌ କରିସାରିଲାଣି। ଦିଲ୍ଲୀ-ଏନସିଆର, ଉତ୍ତର ଭାରତ ଏବଂ ଓ ସମେତ ବିଭିନ୍ନ…

ସିଂହାସନୀ ପୀଠକୁ ଯାଉଥିବାବେଳେ ବାଟରେ ଘଟିଲା ଅଘଟଣ: ବସ୍‌-ଅଟୋ ମୁହାଁମୁହିଁ ଧକ୍କା, ଚାଲିଗଲା ୬ ଜଣଙ୍କ ଜୀବନ

ପୁରୁଷୋତ୍ତମପୁର,୨୨।୫(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଭୂତସରସିଙ୍ଗି -ଶିକୁଳା ରାସ୍ତାର ଲଡକାପଲ୍ଲୀଠାରେ ଶୁକ୍ରବାର ଏକ ବସ୍‌ ଓ ଅଟୋ ମଧ୍ୟରେ ଧକ୍କା ହୋଇଛି ।…

ୟୁଟ୍ୟୁବର ସବ୍ୟସାଚୀ ଅମିତାଭଙ୍କ ଗିରଫକୁ ନେଇ ଚର୍ଚ୍ଚା: ଜୋର୍‌ ଧରିଛି ରାଜନୀତି

କେନ୍ଦୁଝର,୨୨ା୫(ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ଜିଲା ମୁଖ୍ୟାଳୟ ସର୍କିଟ ହାଉସ୍‌ରେ କାର୍‌ ଧକ୍କାରେ ସେଠାକାର କର୍ମଚାରୀଙ୍କ ବାଇକ୍‌ ଭାଙ୍ଗିବା ଏବଂ ଜଗୁଆଳିଙ୍କୁ ଜାତିଆଣ ଆକ୍ଷେପ କରିବା ଅଭିଯୋଗରେ ୟୁଟ୍ୟୁବର…

ଆସୁଛି ଲଘୁଚାପ, ଏହି ଦିନଠୁ ପ୍ରବଳ ବର୍ଷିବ

ଭୁବନେଶ୍ବର,୨୨ା୫: ଓଡ଼ିଶା ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ…

ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ: ସାର କାରଖାନା ଇଫ୍‌କୋରେ ଉତ୍ପାଦନ ବନ୍ଦ

ପାରାଦୀପ,୨୨।୫(ଶରତ ରାଉତ):ଏସିଆ ମହାଦେଶର ସର୍ବବୃହତ୍‌ ସାର କାରଖାନା ପାରାଦୀପ ଇଫ୍‌କୋରେ ବୁଧବାରଠାରୁ ଉତ୍ପାଦନ ବନ୍ଦ ରହିଛି। କାରଣ ଉକ୍ତ କାରଖାନାରେ ଆବଶ୍ୟକ କଞ୍ଚାମାଲ ଅଭାବ ଦେଖାଦେଇଛି। ଏହାର…

ଅବକାରୀ ବିଭାଗର ଚଢ଼ାଉ; ବିପୁଳ ପରିମାଣର ଦେଶୀ ମଦ-ବିଅର ଜବତ, ୧୦ ଗିରଫ

ବାଲେଶ୍ୱର,୨୨ା୫( ବାଞ୍ଛାନିଧି ଦେ): ବାଲେଶ୍ୱର ଅବକାରୀ ଅଧିକ୍ଷକ ମନୋଜ କୁମାର ସେଠୀଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇଛି । ଭ୍ରାମ୍ୟମାଣ ସ୍କ୍ୱାର୍ଡ ନିରୀକ୍ଷକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri