ସମସିଆ ଘେରରେ ଭୋଇପାଲିବାସୀ: ନଲ୍‌ଚୁଆଁରୁ ବାହାରୁଛେ ଦୂଷିତ୍‌ ପାଏନ୍‌

ସମ୍ବଲପୁର,୬ା୬(ବ୍ୟୁରୋ)- ସମ୍ବଲପୁର ମହାନଗର ନିଗମରେ ସାମିଲ ହେଇଥିବାର ୧୨ଟା ପଁଚେତ୍‌ବାସୀ ଅନେକ ସମସିଆରେ ବୁଡ଼ି ରହିଛନ୍‌। ବଡ଼ଭାରି ହିସାବେ ମହାନଗର ନିଗମର ସୀମାନାରେ ଥିବାର ଗାଁବାସୀମାନେ ସରକାରୀ ସୁବିଧା ସୁଯୋଗରୁ ବଁଚିତ୍‌ ହେଉଛନ୍‌। ରାସ୍‌ତାଘାଟ, ଆବାସ ଯୋଜନା, ପେନସନ ଯୋଜନା, ପିଇଲା ପାଏନ୍‌ ସମସିଆ ଲେଖେଁ ଅନେକ ସମସିଆ ସଂଗେ ଯୁଝୁଛନ୍‌। ମହାନଗର ନିଗମର ୪୦ ନଂ. ଓ୍ବାର୍ଡର ଭୋଇପାଲି ଇ ଭିତରୁ ଗୁଟେ ଆଏ। ଏହେଦେ ଇ ଗାଁରେ ପିଇଲା ପାଏନ୍‌ଟା ମୁଖିଆ ସମସିଆ ହେଇଛେ। ଗାଁରେ ଥିବାର ନଲ୍‌ଚୁଆଁ ରୁ ପୋକ୍‌ ଆର ଲୁହାଗୁଁଡ଼ ମିଶା ଦୂଷିତ ପାଏନ୍‌ ବାହାରୁଛେ। ପାଏନ୍‌ ବେଭାର କଲା ଲେଖେଁ ଅବସ୍‌ତାରେ ନାଁଇଁନ। ହେଲେ ଗାଁବାସୀ ଉପେ ଶୂଇନ୍‌ ହେଇ ଇ ପାଏନ୍‌କେ ଖାଏବା ପିଇବା, ରଁଧାବଢ଼ାରେ ବେଭାର କରୁଥିବାର ଗାଁର ମହିଲାମାନେ କହିଛନ୍‌। ସେମାନେ ଆହୁରି କହିଛନ୍‌ ଯେ, ଇ ନଲ୍‌ଚୁଆଁ ସମସିଆ ବାବ୍‌ଦେ ଜନସ୍ବାସ୍ଥ୍ୟ ବିଭାଗ ଅଫିସକେ ଯାଇ ଦୁଇଥର ଅଭିଯୋଗ ପତର ଦେଇଛୁଁ। ମରାମତି କାମ୍‌ ହେଇଯିବା ବଲି ସେମାନେ କଥା ଦେଇଥିଲେ। ହେଲେ ଆଏଜ୍‌କେ ମାସେରୁ ଅଧ୍‌କା ହେଲା କାହାରି ଦେଖାଦରଶନ୍‌ ନାଇଁ ମିଲବାର ବଲି ସେମାନେ ଅଭିଯୋଗ କରିଛନ୍‌। ଆମେ ପାଏନ୍‌ ଲାଗି ବଡ଼ା ଗୁଲଗୁଲା ହେଉଛୁଁ, ଆଘ କେନାଲ ଆର ବଁଧର ପାଏନ୍‌ ଉପରେ ଭରସା କରୁଥିଲୁଁ। ହେଲେ ଏହେଦେ ସେ ସବୁ ଶୁଖା ପଡ଼ିଛେ। ଯେତେ ଜଲଦି ହେବା ପରଶାସନ ସମସିଆର ସମାଧାନ ଦିଗେ ପଦକ୍ଷେପ ନେଉ, ନାଇଁ ହେଲେ ଆଏବାର ଦିନେ ଉଲଗୁଲାନର ଡାକ୍‌ରା ଦିଆଯିବା ବଲି ଗାଁବାସୀ ଚେତାବନୀ ଦେଇଛନ୍‌। ଇତାର ବାହାରେ ଗାଁର ବଁଧ୍‌ର ପୁନରୁଧାର କରି ଥାୟୀଭାବେ ପାଏନ୍‌ ସମସିଆର ସମାଧାନ କରାଯାଉ, ରାସ୍‌ତାଘାଟ ମରାମତି କରାଯାଉ, ସର୍ଭେ କରି ହକ୍‌ଦାର ହିତାଧିକାରୀମାନକୁ ପେନସନ ଦେବାର ବେବସ୍‌ତା କରାଯାଉ ବଲି ଥାନୀୟ ମହିଳା ସଂଗଠନର ସଦସ୍ୟ ପୂର୍ଣ୍ଣିମା ମୁଣ୍ଡା ଦାବି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ରୋଷେଇ ପାଇଁ ଗ୍ୟାସ ଲଗାଉଥିଲେ ମହିଳା, ଲାଇଟର ମାରୁମାରୁ ବଡ଼ ଅଘଟଣ

ଭଞ୍ଜନଗର,୧୧।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଗ୍‌ଦେବୀ ରୋଡରେ ଶନିବାର ମଧ୍ୟାହ୍ନରେ ରନ୍ଧନ ଗ୍ୟାସ ଲିକ୍‌ ହୋଇ ନିଆଁ ଲାଗି ଜଣେ ମହିଳା ଗୁରୁତର ହୋଇଛନ୍ତି। ସେହେଲେ…

ଜଙ୍ଗଲକୁ ଶିକାର ପାଇଁ ଯାଇ ହଟହଟା: ଏଆଇ କ୍ୟାମେରାରେ…

ଉଦଳା,୧୧।୪(ସନ୍ତୋଷ କୁମାର ବାଛିନୀ): ଜଙ୍ଗଲକୁ ଯାଇଥିଲେ ଶିକାର ପାଇଁ। ଜଙ୍ଗଲ ଭିତରେ ଲାଗିଥିବା ଏଆଇ କ୍ୟାମେରାରେ କଏଦ ହେଲେ ଶିକାରୀ। ପୋଡାଡିହା ରେଞ୍ଜ ଶିମିଳିପାଳ ଆଭ୍ୟନ୍ତରୀଣ ଅଞ୍ଚଳରେ…

ଘରେ କେହି ନ ଥିବାବେଳେ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କଲେ ଯୁବତୀ, ପଡ଼ୋଶୀ ଆସିବାବେଳକୁ…

ପାରଳାଖେମୁଣ୍ଡି,୧୧ା୪(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡିର ଖଞ୍ଜା ସାହିରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଖଞ୍ଜା ସାହିରେ ଶୁଭ୍ର ସାମଲ ନାମକ ଜଣେ…

ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ଅନ୍‌ଲାଇନ୍‌-ଅଫ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର

ବାଲିଗୁଡ଼ା,୧୧ା୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ାସ୍ଥିତ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ +୨ ବିଜ୍ଞାନ, ବାଣିଜ୍ୟ ବିଭାଗର ଅନ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର ହୋଇଥିବାବେଳେ ଗତ…

ବିଜେଡି ନଗର ସଭାପତିଙ୍କ ପିତୃ ବିୟୋଗ: ଝୁରୁଛି ଗାଁ ମାଟି

ଗଞ୍ଜାମ,୧୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନ୍‌ଏସି ବିଜେଡି ନଗର ସଭାପତି ତଥା ଯୁବ ସ୍ବେଚ୍ଛାସେବୀ ସୁଧୀର କୁମାର ପାଢ଼ୀଙ୍କ ବାପା କାଶୀନାଥ ପାଢ଼ୀଙ୍କ ୭୮ ବର୍ଷ ବୟସରେ…

କେନ୍ଦୁଝରରେ ଖରିଫ ଧାନ ସଂଗ୍ରହରେ ଐତିହାସିକ ସଫଳତା : ଚାଷୀ ସଂଖ୍ୟା , ଉତ୍ପାଦନରେ ନୂଆ ମାଇଲଷ୍ଟୋନ

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଚଳିତ ବର୍ଷ ଖରିଫ ଧାନ ସଂଗ୍ରହରେ ଐତିହାସିକ ରେକର୍ଡ ସୃଷ୍ଟି ହୋଇଛି। ଭାଜପା ରାଜ୍ୟ ସ୍ବତନ୍ତ୍ର ନିମନ୍ତ୍ରିତ କାର୍ଯ୍ୟକାରିଣୀ ସଦସ୍ୟ…

ଭୁବନେଶ୍ୱରରେ ପାକିସ୍ତାନ ଆତଙ୍କୀ ଲିଙ୍କ: ପୁଅକୁ ଦିଲ୍ଲୀ ପୋଲିସ ନେବା ପରେ ଏମିତି କହିଲେ ବାପା

ଭୁବନେଶ୍ୱର,୧୧।୪: ମୋ ପୁଅ ନିର୍ଦ୍ଦୋଷ କହିଲେ ଇମ୍ରାନଙ୍କ ବାପା। ପୁଅକୁ ଦିଲ୍ଲୀ ପୋଲିସ ଉଠାଇ ନେବା ପରେ ଏମିତି କହିଲେ ବାପା। ମୋ ପୁଅ ନିର୍ଦ୍ଦୋଷ, ସେ…

‘ନିଜ ମାତୃଭାଷା ଯେତେ ଆଗକୁ ଯିବ ସେ ଅଞ୍ଚଳ ସେତେ ଆଗକୁ ବଢ଼ିବ’

ଭଞ୍ଜନଗର,୧୧ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଓଡ଼ିଆ ପକ୍ଷ ଅବସରରେ ଶନିବାର ଭଞ୍ଜ ସାହିତ୍ୟ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri