ସବୁଠି ମରୁଡ଼ି ଆଶଙ୍କା

ଭୁବନେଶ୍ୱର, ୨୨ା୭(ବ୍ୟୁରୋ): ଆରମ୍ଭ ହେଲାଣି ଶ୍ରାବଣ। କିନ୍ତୁ ବର୍ଷାର ଦେଖାନାହିଁ। ରାଜ୍ୟର ଯେଉଁ କିଛି ଅଞ୍ଚଳରେ କାଁ ଭାଁ ବର୍ଷା ହେଉଛି, ତାହାକୁ ବି ଖରାତାତି ଶୋଷି ନେଉଛି। ଏବେ ତାପମାତ୍ରା ଅଧିକ ରହୁଥିବାରୁ ଅଧିକାଂଶ ଜିଲାରେ ଖରାଦିନ ଭଳି ଅନୁଭବ ହେଉଛି। ବର୍ଷା ଅଭାବରୁ ଚାଷ କାମ ଆଗେଇପାରୁ ନ ଥିବାବେଳେ ଚାଷୀର ଚିନ୍ତା ବଢ଼ିଯାଇଛି। ଯଦି ଆଉକିଛି ଦିନ ଭିତରେ ଆବଶ୍ୟକ ବର୍ଷା ନ ହୁଏ ତେବେ ଏଥର ସବୁ ଜିଲାରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହେବ ବୋଲି ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି।
ଏଥର ବିଳମ୍ବରେ ମୌସୁମୀ ଓଡ଼ିଶା ଛୁଇଁଥିଲା। ଆଶା କରାଯାଉଥିଲା ଭଲ ବର୍ଷା ହେବ। ହେଲେ ହଠାତ୍‌ ବର୍ଷା ଉଭାନ ହୋଇଯିବାରୁ ରାଜ୍ୟସାରା ଚାଷକାର୍ଯ୍ୟ ଗୁରୁତର ପ୍ରଭାବିତ ହୋଇଛି। ଧାନ ବିଲ ଏବେ ପଡ଼ିଆ ହୋଇ ପଡ଼ିଛି। ଅଧିକାଂଶ ଜିଲାରେ ବିଲ ଫାଟି ଆଁ କରିଛି। ଏହି ସମୟରେ ଚାଷୀ ବିଲରେ ଧାନ ରୁଆ କାମ ଆରମ୍ଭ କରିବା କଥା। କିନ୍ତୁ ଚଳିତ ବର୍ଷ ତଳିପକା ଆରମ୍ଭ ହୋଇପାରିନାହିଁ। ବର୍ଷା ଭରସାରେ ଚାଷୀ ପକାଇଥିବା ଧାନ ତଳି ଏବେ ଶୁଖିବାକୁ ବସିଲାଣି। ରାଜ୍ୟର ଅନେକ ସ୍ଥାନରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ବିଲରେ କେବେ ପାଣି ହେବ ଓ ଚାଷ କାମ ଆରମ୍ଭ ହେବ, ସେହି ସମୟକୁ ଚାହିଁ ବସିଛନ୍ତି ଚାଷୀକୁଳ।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନାନୁଯାୟୀ, ରବିବାର କୋରାପୁଟରେ ୧୫ ମିଲିମିଟର ଓ ଫୁଲବାଣୀରେ ୬ ମିମି ବର୍ଷା ହୋଇଛି। ସୋମବାର ଆଭ୍ୟନ୍ତରୀଣ ଓଡ଼ିଶା ଓ ଉପକୂଳ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି। ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, କନ୍ଧମାଳ, କଳାହାଣ୍ଡି, ବୌଦ୍ଧ, ନୟାଗଡ଼ ଓ ଖୋର୍ଦ୍ଧା ଆଦି ୧୧ ଜିଲାରେ ଝଡ଼ ତୋଫାନ ଓ ବଜ୍ରପାତର ଆଶଙ୍କା ରହିଥିବାରୁ ସତର୍କ କରାଯାଇଛି। ତେବେ ୨୪ ତାରିଖରେ କୋରାପୁଟ, ଗଜପତି, ରାୟଗଡ଼ା, ନବରଙ୍ଗପୁର ଓ ସୁନ୍ଦରଗଡ଼ ଏବଂ ୨୫ ତାରିଖରେ କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ବୌଦ୍ଧ, ଅନୁଗୋଳ, ଢେଙ୍କାନାଳ, ସମ୍ବଲପୁର, ଦେବଗଡ଼, କେନ୍ଦୁଝର ଆଦି ଜିଲାରେ ବର୍ଷା ହେବ ବୋଲି କେନ୍ଦ୍ର ପୂର୍ବାନୁମାନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନାକୁ ଜୋରଦାର ଝଟ୍‌କା ଦେଲା ଭାରତ: ବିଶ୍ୱରେ ଖେଳିଗଲା…

ନୂଆଦିଲ୍ଲୀ,୧୯।୧୨: ଭାରତ ଚାଇନା ବିରୋଧରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଚାଇନାରୁ ଆମଦାନୀ ହେଉଥିବା କିଛି ଇସ୍ପାତ ଉତ୍ପାଦ ଉପରେ ପାଞ୍ଚ ବର୍ଷର ଆଣ୍ଟି-ଡମ୍ପିଂ ଶୁଳ୍କ...

ଦୁଇଦିନ ପରେ ଜି.ଉଦୟଗିରିରେ ପୁଣି ତଳମୁହାଁ ପାରଦ, ଜାଡ଼ରେ ଥରୁଛି ସମଗ୍ର ଅଞ୍ଚଳ

ଜି.ଉଦୟଗିରି,୧୯/୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲାର ଜି.ଉଦୟଗିରିରେ ରାଜ୍ୟର ସବୁଠାରୁ ଅଧିକ ଶୀତ ଅନୁଭୂତ ହେଉଛି । ଦୀର୍ଘ ଏକ ମାସରୁ ଉର୍ଦ୍ଧ ହେବ...

ଗଞ୍ଜେଇ ଚାଷ ପାଇଁ କଠୋର ହେଲା ପୋଲିସ: ଚାଷୀଙ୍କୁ ଦେଲା ଚେତାବନୀ

ଦାରିଙ୍ଗବାଡି,୧୯।୧୨(ଅରୁଣ ସାହୁ):ଏଥର ଆଉ ଗଞ୍ଜେଇ ନୁହେଁ, ପନିପରିବା, ଷ୍ଟ୍ରବେରୀ, ମକା, ଜୈବିକ ହଳଦୀ, କ୍ଷୁଦ୍ରଦାନା ଚାଷକୁ ଅଧିକା ଗୁରୁତ୍ୱ ଦିଅ। ଗଞ୍ଜେଇ ଚାଷ କଲେ ପୋଲିସ...

ଖଇରାରେ ଆତଙ୍କ ଖେଳାଇଛି ଦନ୍ତା ହାତୀ, ଆକ୍ରମଣରେ ବୃଦ୍ଧ ମୃତ

ଖଇରା,୧୯/୧୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ସୋର ରେଞ୍ଜ ଅଧିନ ଖଇରା ଅଞ୍ଚଳରେ ଏକ ଦନ୍ତାହାତୀ ଗୁରୁବାର ରାତିସାରା ଆତଙ୍କ ଖେଳାଇଛି । କୁପାରୀ ଓ ଔପଦା...

ଅଗ୍ନିକାଣ୍ଡରେ ଜଳିଗଲା ୪ ବଖରା, ସାହାଯ୍ୟ କଲେ କାମାକ୍ଷାନଗର ବିଧାୟକ

ଭୁବନ ୧୯/୧୨( ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ବ୍ଲକ ଭୁଷଳ ପଞ୍ଚାୟତ କିର୍ତ୍ତନ ପୁର ଗ୍ରାମର ଗଙ୍ଗା ମଳିକ ସାହିରେ ଅଗ୍ନିକାଣ୍ଡ ଘଟିଛି...

IND vs SA 5th T20: ଆଜି ନିର୍ଣ୍ଣାୟକ ଲଢ଼େଇ, କେଉଁଠି କେମିତି ଦେଖିବେ ମ୍ୟାଚ ଜାଣନ୍ତୁ

ନୂଆଦିଲ୍ଲୀ,୧୯ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ଅନ୍ତର୍ଜାତୀୟ ସିରିଜ୍ ସବୁଠାରୁ ରୋମାଞ୍ଚକର ପର୍ଯ୍ୟାୟରେ ପହଞ୍ଚିଛି। ଆଜି ସିରିଜର...

ପାଟଣା ହାଇକୋର୍ଟ ମୁଖ୍ୟବିଚାରପତି ହେବେ ଓଡ଼ିଶାର ସଙ୍ଗମ କୁମାର ସାହୁ

କଟକ,୧୯ା୧୨: ସୁପ୍ରିମକୋର୍ଟ କଲେଜିୟମ୍ ଓଡିଶା ହାଇକୋର୍ଟ ବିଚାରପତି ସଙ୍ଗମ କୁମାର ସାହୁଙ୍କୁ ପାଟଣା ହାଇକୋର୍ଟ ମୁଖ୍ୟବିଚାରପତି ନିଯୁକ୍ତ ଦେବା ପାଇଁ ଗୁରୁବାର ସୁପାରିଶ କରିଛି। ମୁଖ୍ୟ...

ମହିଳାଙ୍କୁ ଯୌନ ଉତ୍ପୀଡନରୁ ରକ୍ଷା କରିବା ସମସ୍ତଙ୍କ ଦାୟିତ୍ୱ

ଦିଗପହଣ୍ଡି, ୧୯।୧୨(ଅଶେଷ ନାଥ ମିଶ୍ର): ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି-ବ୍ରହ୍ମପୁର ମୂଖ୍ୟ ରାସ୍ତାକଡ଼ରେ ଥିବା ପଦ୍ମନାଭପୁର ସରସ୍ବତୀ ଉଚ୍ଚ ମାଧ୍ୟମିକ ବିଦ୍ୟାମନ୍ଦିର ପରିସରରେଠାରେ ଆଇନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri