ସନି@୬୩: ଆଜି ବି ଦର୍ଶକଙ୍କ ପାଇଁ ଅଭୁଲା ତାଙ୍କ ଡାଏଲଗ୍‌

ନିଜର ଆକ୍ସନ୍‌ ଅନ୍ଦାଜ, ଡାଏଲଗ୍‌ ପାଇଁ ଲକ୍ଷ ଲକ୍ଷ ପ୍ରଶଂସକଙ୍କ ହୃଦୟ ଜିଣି ପାରିଥିବା ଅନ୍ୟତମ ବଲିଉଡ୍‌ ଅଭିନେତା ହେଉଛନ୍ତି ସନି ଦେଓଲ। ଅକ୍ଟୋବର ୧୯ରେ ଜନ୍ମଗ୍ରହଣ କରିଥିବା ଏହି ଅଭିନେତାଙ୍କର ଆଜି ହେଉଛି ୬୩ତମ ଜନ୍ମଦିନ। ଆକ୍ସନ୍‌ ଏବଂ ରୋମାଣ୍ଟିକ୍‌ ଚରିତ୍ର ପାଇଁ ବେଶ୍‌ ପରିଚିତ ସନିଙ୍କ ଅନ୍ଦାଜ୍‌ କିନ୍ତୁ ସବୁଠାରୁ ଭିନ୍ନ। ‘ଜବ୍‌ ୟେ ଢାଇ କିଲୋ କା ହାତ୍‌ ଉଠ୍‌ତା ହୈ ତୋ ଫିର୍‌ କୋଇ ଔର ଉଠ୍‌ତା ନହିଁ, ଉଠ୍‌ଜାତା ହୈ’। ଫିଲ୍ମ ‘ଦାମିନୀ’ରେ ସନିଙ୍କ ଏହି ଲୋକପ୍ରିୟ ଡାଏଲଗକୁ ଲୋକେ ଆଜି ବି ମନେ ରଖିଛନ୍ତି।
ବହୁଲୋକ ଜାଣିଥିବେ ସନିଙ୍କ ପ୍ରକୃତ ନାମ ଅଜୟ ସିଂହ ଦେଓଲ। ମାତ୍ର ପରିବାର ଲୋକେ ତାଙ୍କୁ ସ୍ନେହରେ ସନି ଡାକିଥାନ୍ତି। ପରେ ସେ ସିନେମାରେ ସନି ନାମରେ ପରିଚିତ ହୋଇଥିଲେ। ୧୯୯୫ରେ ‘ଅଜୟ’ ନାମକ ଏକ ସିନେମାରେ ମଧ୍ୟ କାମ କରିଛନ୍ତି। ଇଂଲଣ୍ଡର ବର୍ମିଂହାମସ୍ଥିତ ‘ଦି ଓଲ୍ଡ ଓ୍ବାଲର୍‌ଡ ଥିଏଟର’ରୁ ଅଭିନୟ ଶିକ୍ଷା ଗ୍ରହଣ କରିଥିଲେ। ଫିଲ୍ମ ବ୍ୟତିରେକ ସନି ଜଣେ ସଫଳ ବ୍ୟବସାୟୀ ମଧ୍ୟ। ଅଭିନେତ୍ରୀ ଡିମ୍ପଲ କାପାଡିଆଙ୍କ ସହ ପ୍ରେମସମ୍ପର୍କକୁ ନେଇ ଏକଦା ଚର୍ଚ୍ଚାରେ ଥିବା ସନି ସବୁବେଳେ ନିଜ ପରିବାର ଏବଂ ବ୍ୟକ୍ତିଗତ ଜୀବନକୁ ମିଡିଆଠାରୁ ଦୂରେଇ ରଖିଥାନ୍ତି। ସ୍ତ୍ରୀ ପୂଜା କେବେହେଲେ ମିଡିଆ ସମ୍ମୁଖକୁ ଆସି ନ ଥାନ୍ତି। ସନିଙ୍କ ଫିଲ୍ମ ବିଶେଷକରି ପଞ୍ଜାବରେ ଭଲ ଚାଲିଥାଏ।
ସନି ଦୁଇଥର ଜାତୀୟ ପୁରସ୍କାର ପାଇଛନ୍ତି। ୧୯୯୦ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ଘାୟଲ’ ପାଇଁ ସର୍ବଶ୍ରେଷ୍ଠ ଅଭିନେତା ଏବଂ ୧୯୯୩ରେ ‘ଦାମିନୀ’ ପାଇଁ ସର୍ବଶ୍ରେଷ୍ଠ ସହ ଅଭିନେତା ରୂପେ ସମ୍ମାନିତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଲୀନ ହେବା ପୂର୍ବରୁ ବଞ୍ଚାଅ: ଦୀର୍ଘକାଳୀନ ପଦକ୍ଷେପ ଦାବି

ଛତ୍ରପୁର, ୧୩।୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲାର ଛତ୍ରପୁର ନିକଟସ୍ଥ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ସମୁଦ୍ର କ୍ରମଶଃ କୂଳ ଲଙ୍ଘି ଗାଁ ଆଡକୁ ମାଡ଼ି ଆସୁଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ…

ତ୍ରିରଙ୍ଗା ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ: ଯୋଗଦେଲେ ଫୁଲବାଣୀ ବିଧାୟକ

ଜି.ଉଦୟଗିରି,୧୩।୮(ଚିନ୍ମୟ କୁମାର ସେଠୀ): ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ସମସ୍ତ ସ୍କୁଲ,କଲେଜ ଛାତ୍ରୀଛାତ୍ରମାନଙ୍କୁ ନେଇ ଘର ଘର ତ୍ରିରଙ୍ଗା ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ…

ପୂର୍ବାଫାଲ୍ଗୁନୀ ନକ୍ଷତ୍ରରେ ସୂର୍ଯ୍ୟଙ୍କ ଗୋଚର ଦେବ ବଡ଼ ଫାଇଦା, ମେଷ-ମିଥୁନ ସମେତ ୫ ରାଶିଙ୍କ ପାଇଁ ବଲ୍ଲେ-ବଲ୍ଲେ

ବୈଦିକ ଜ୍ୟୋତିଷରେ ପୂର୍ବା ଫାଲ୍ଗୁନୀ ୨୭ଟି ନକ୍ଷତ୍ର ମଧ୍ୟରୁ ୧୧ତମ ନକ୍ଷତ୍ର, ଯାହାର ସ୍ବାମୀ ଶୁକ୍ର। ଏହି ନକ୍ଷତ୍ରର ସମ୍ପର୍କ କଳା, ସଙ୍ଗୀତ, ସୌନ୍ଦର୍ଯ୍ୟ ଏବଂ ସାଜସଜ୍ଜା…

କୋଚିଙ୍ଗ ସେଣ୍ଟର୍‌ ଝରକା ଗ୍ରିଲ କାଟି ୪ ଦଶମ ଶ୍ରେଣୀ ଛାତ୍ର ଫେରାର

ପାଟଣା,୧୩।୮(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ କେନ୍ଦେଇ ପୋଷିସ୍ଥିତ ଏକ ଘରୋଇ ରେସି ଡେଣ୍ଟାଲ କୋଚିଂ ସେଣ୍ଟରରୁ ବୁଧବାର ବିଳମ୍ବିତ ରାତିରେ କୋଚିଂ ସେଣ୍ଟରର ଝରକା…

ଶୋଇଥିବାବେଳେ ବିଳମ୍ବିତ ରାତିରେ ସୁରେନ୍ଦ୍ରଙ୍କ ଘରେ ଲାଗିଲା ନିଆଁ, ଚାହୁଁ ଚାହୁଁ ଚାରିଆଡେ ବ୍ୟାପିଗଲା…

ଦିଗପହଣ୍ଡି,୧୩।୮(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମ ପାଣ୍ଡା ଛକ ନିକଟ ଉଲୁକପଲ୍ଲୀ ସାହିର ସୁରେନ୍ଦ୍ର ସାହୁଙ୍କ ଘରେ ବୁଧବାର ବିଳମ୍ବିତ…

ଭାରତରେ ପେଟ୍ରୋଲ-ଡିଜେଲ ଦର କମିବା ଆଶା! ୫ ଦିନର ଦ୍ରୁତ ବୃଦ୍ଧି ପରେ ଖସିଲା…

ନୂଆଦିଲ୍ଲୀ,୧୩।୮: ଅନ୍ତର୍ଜାତୀୟ ବଜାରରେ କଚା ତେଲ (Crude Oil) ଦରରେ ଗତ ୫ ଦିନ ଧରି ଚାଲିଆସୁଥିବା ବୃଦ୍ଧିରେ ଶେଷରେ ବ୍ରେକ ଲାଗିଛି। ୧୩ ଅଗଷ୍ଟ ୨୦୨୬ରେ…

କେସିଙ୍ଗା ଶିକ୍ଷା ବ୍ୟବସ୍ଥାକୁ ନେଇ ଅପପ୍ରଚାର: ଦୃଢ଼ କାର୍ଯ୍ୟାନୁଷ୍ଠାନ ଚେତାବନୀ

କେସିଙ୍ଗା, ୧୩।୮( ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର କେତେକ ବିଦ୍ୟାଳୟରେ ଶିକ୍ଷକ ଅଭାବ ଥିବାବେଳେ, ଅନ୍ୟ କେତେକ ସ୍କୁଲରେ ଅଧିକ ଶିକ୍ଷକ ରହିଛନ୍ତି। ଏହି…

ଗାଁ ମୁହାଁ ୪ ଟିକିଆ ହାତୀ: ଭୟରେ କୋତାଗୁଡା ଗ୍ରାମବାସୀ

ଗୁଣପୁର,୧୩।୮(ସୁଜାତା ପାଢ଼ୀ):ରାୟଗଡା ଗୁଣପୁର ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତର କୋତାଗୁଡା ଗାଁ ନିକଟରେ ଗୁରୁବାର ସକାଳେ ୪ ଟିକିଆ ହାତୀଙ୍କୁ ଦେଖିବାକୁ ମିଳିଛି l କାଦୁଆ ରାସ୍ତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri