ସତ୍ୟବାଦୀ ଥାନା ପରିଦର୍ଶନ କଲେ ଗୃହରାଷ୍ଟ୍ର ମନ୍ତ୍ରୀ: ପୋଲିସ ସାଧାରଣ ଲୋକଙ୍କ ଆସ୍ଥା ଭାଜନ ହେବାକୁ ପରାମର୍ଶ

ସାକ୍ଷୀଗୋପାଳ,୧୭।୧୧(ଡି.ଏନ୍‌.ଏ): ରାଜ୍ୟ ସରକାରଙ୍କ ୫-ଟି କାର୍ଯ୍ୟକ୍ରମ ଆଧାରରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଶନିବାର ସାରେ ଅଚାନକ ପୁରୀ ଜିଲା ସତ୍ୟବାଦୀ ଥାନା ପରିଦର୍ଶନ କରିଛନ୍ତି । ବିଭିନ୍ନ ସମସ୍ୟାରେ ପଡ଼ି ଥାନାକୁ ଆସୁଥିବା ଲୋକଙ୍କୁ ସହଯୋଗ କରିବା ଲକ୍ଷ୍ୟରେ ପୋଲିସ ସେମାନଙ୍କର ଆସ୍ଥା ଭାଜନ ହେବା ପାଇଁ ମନ୍ତ୍ରୀ ପୋଲିସ କର୍ମଚାରୀମାନଙ୍କୁ ପରାମର୍ଶ ଦେଇଥିଲେ । ମହିଳା ଓ ଶିଶୁ ଡେସ୍କରେ କିଭଳି ବ୍ୟବହାର ପ୍ରଦର୍ଶନ କରାଯାଉଛି, ଥାନାକୁ ଅଭିଯୋଗ ନେଇ ଆସୁଥିବା ମହିଳାମାନଙ୍କର ଅଭିଯୋଗ ମହିଳା ପୋଲିସ ଶୁଣୁଛନ୍ତି କି ନାହିଁ, ପୂର୍ବପେକ୍ଷା ଅପରାଧ ହାର କମିବା, ପାଟ୍ରୋଲିଂ ନିମନ୍ତେ ପୋଲିସ ଭ୍ୟାନ୍‌ ସଜାଗ ରହିବା, ଷ୍ଟାଫ କ୍ୱାର୍ଟର୍ସ, ଆଦି ସମ୍ପର୍କରେ ଥାନା ଆଇଆଇସି ଶକୁନ୍ତଳା ପତି ଓ ଅନ୍ୟ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ମୁଖ୍ୟତଃ ମୋ’ ସରକାର କାର୍ଯ୍ୟକ୍ରମରେ ଲୋକେ କିଭଳି ସୁବିଧା ପାଉଛନ୍ତି ଏହାର ସମୀକ୍ଷା କରିଥିଲେ। ତାଙ୍କ ସହିତ ପୂର୍ବତନ ବିଧାୟକ ଅଭିନେତା ଆକାଶ ଦାସ ନାୟକ ଓ ପୁରୀ ଏମ୍‌ପିଙ୍କ ପ୍ରତିନିଧି ବିଜନ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନୂତନ ସରପଞ୍ଚ ଭାବେ ଦାୟିତ୍ୱ ନେଲେ ବନିତା ଶବର, ପଞ୍ଚାୟତର ଉନ୍ନତି ନିମନ୍ତେ…..

ଗୁଡାରି,୧୮।୨(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡାରି ବ୍ଲକର ଏମକେରାଇ ଗ୍ରାମପଞ୍ଚାୟତର ନୂତନ ସରପଞ୍ଚ ଭାବେ ବୁଧବାର ଦାୟିତ୍ୱ ଗ୍ରହଣ କଲେ ବନିତା ଶବର । ଗ୍ରାମପଞ୍ଚାୟତର…

ଭେଣ୍ଟିଲେଟରରେ ସଲମାନଙ୍କ ବାପା: ସ୍ବାସ୍ଥ୍ୟାବସ୍ଥାକୁ ନେଇ ଆସିଲା ବଡ଼ ଅପଡେଟ୍‌

ବଲିଉଡର ବରିଷ୍ଠ ସ୍କ୍ରିନ୍‌ରାଇଟର୍‌ ସଲିମ ଖାନ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ହେବା ପରେ ତାଙ୍କୁ ଫେବୃଆରୀ ୧୭ ସକାଳେ ହସ୍ପିଟାଲକୁ ଅଣାଯାଇଥିଲା।…

ବାସନ ଧୋଇଲେ ପାକିସ୍ତାନ ଖେଳାଳି: ହୋଟେଲରେ ହେଲେ ହଟହଟା

ଇସଲାମାବାଦ୍‌,୧୮।୨: ପାକିସ୍ତାନ ଜାତୀୟ ହକି ଦଳର ସାମ୍ପ୍ରତିକ ଅଷ୍ଟ୍ରେଲିଆ ଗସ୍ତ ପୁଣି ଥରେ ଦେଶର କ୍ରୀଡ଼ା ପ୍ରଶାସନ ପୋଲ ଖୋଲିଛି। FIH ପ୍ରୋ ଲିଗର ଦ୍ୱିତୀୟ ପର୍ଯ୍ୟାୟକୁ…

ସ୍କୁଲ ଯାଉଥିବା ବେଳେ ମହୁମାଛି ଆକ୍ରମଣ: ୩ ଛାତ୍ରୀ ଗୁରୁତର

ଭଦ୍ରକ,୧୮।୨: ଭଦ୍ରକ ଜିଲା ଭଣ୍ଡାରୀପୋଖରୀ ଥାନା ହାଟଡିହ ନିକଟରେ ବୁଧବାର ମହୁମାଛି ଆତଙ୍କ ଦେଖାଦେଇଛି। ମହୁମାଛି ଆକ୍ରମଣରେ ୩ଜଣ ଛାତ୍ରୀ ଗୁରୁତର ହୋଇଛନ୍ତି। ଛାତ୍ରୀମାନେ ସ୍କୁଲ ଯାଉଥିବା…

ଭବାନୀପାଟଣା ସହରରେ ଫୁଟିଲା ଗୁଳି, ଠିକାଦାରଙ୍କୁ ମାରିବାକୁ ଉଦ୍ୟମ

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଜଣେ ଠିକାଦାରଙ୍କୁ ଟଙ୍କା ମାଗିବା ସହ ଜୀବନରେ ମାରିଦେବା…

ରାତି ଅଧରେ ଭାଜପା ନେତାଙ୍କୁ ଟେକିନେଲା ପୋଲିସ, ପ୍ରତିବାଦରେ ରାସ୍ତାରୋକୋ

ଚାନ୍ଦବାଲି, ୧୮ା୨( କିଷାନ ପାତ୍ର/ଅଶୋକ ପଣ୍ଡା): ଭାଜପା ନେତାଙ୍କୁ ରାତି ଅଧିଆ ଗିରଫ ପ୍ରତିବାଦରେ ଚାନ୍ଦବାଲି-ଭଦ୍ରକ ମୁଖ୍ୟ ରାସ୍ତାର ଖେରଙ୍ଗ ବଜାରରେ ଉତ୍ତେଜନା ଦେଖାଦେଇଛି । ପୋଲିସର…

ରାଜ୍ୟ ସଭା ନିର୍ବାଚନ ତାରିଖ ଘୋଷଣା ପରେ ବଦ୍ରିଙ୍କ ପ୍ରତିକ୍ରିୟା, କହିଲେ ନବୀନ କି ନିଷ୍ପତ୍ତି ନେବେ…

ଭୁବନେଶ୍ୱର,୧୮ା୨: ରାଜ୍ୟ ସଭା ନିର୍ବାଚନ ତାରିଖ ଘୋଷଣା ପରେ ବଦ୍ରି ନାରାୟଣ ପାତ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ ବରିଷ୍ଠମାନଙ୍କୁ ଗୁରୁତ୍ୱ ଦେଇ କହିଛନ୍ତି, ଦଳ ପାଇଁ କାମ…

ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିନାହିଁ ଖାରିକୁଟି ପ୍ରକଳ୍ପ, ପୁନରୁଦ୍ଧାର ଅପେକ୍ଷାରେ…

ଗୁଡ଼ାରି,୧୮।୨ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍‌ର ଚାଷୀଙ୍କୁ ଜଳସେଚନ ସୁବିଧା ଯୋଗାଇଦେବାକୁ ଶିରିଗୁଡ଼ା ଗ୍ରାମପଞ୍ଚାୟତରେ ଗତ ୨୦ ବର୍ଷ ପୂର୍ବେ ଖାରିକୁଟି କ୍ଷୁଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri