ସତ୍ୟ ଖବରକୁ ମିଥ୍ୟା ଦର୍ଶାଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଜଣାଇଲା ଜିଲା ପ୍ରଶାସନ: ଗ୍ରାମବାସୀ କହିଲେ ତଦନ୍ତ ପାଇଁ ଆମ ଗ୍ରାମକୁ କେହି ଆସିନାହାନ୍ତି

ଚିତ୍ରକୋଣ୍ଡା/ମାଲକାନଗିରି,୬ା୯ (ଡି.ଏନ୍‌.ଏ.)- ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଦୋରାଗୁଡା ପଞ୍ଚାୟତ ଅନ୍ତର୍ଗତ ଥାଟମାନଗୁଡା ପ୍ରାଥମିକ ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ଗଛମୂଳେ ପଢୁଛନ୍ତି ପିଲା। ଏ ଖବର ଧରିତ୍ରୀରେ ଗତ ୩୧ରେ ପ୍ରକାଶ ପାଇଥିଲା। ଉକ୍ତ ଖବରରେ ଗତ ୩ବର୍ଷ ହେଲା ଶ୍ରେଣୀ ଗୃହ ଛାତରେ ଫାଟ ସୃଷ୍ଟି ହୋଇ ବର୍ଷାପାଣି ଗଳୁଥିବା, ୨ବର୍ଷ ହେଲା ଘରର କାନ୍ଥ ଫାଟି ଭାଙ୍ଗିଥିବାରୁ ଚଳିତ ବର୍ଷ ଛାତ୍ରୀଛାତ୍ରମାନେ ଗଛତଳେ ପାଠ ପଢୁଥିବା ଉଲ୍ଲେଖ ଥିଲା। ଏହି ଖବର ପ୍ରକାଶ ପରେ ବରଗଡ ଜିଲାର ଦିବାସ ସାହୁ ନାମକ ଜଣେ ସାମାଜିକ କର୍ମୀ ଧରିତ୍ରୀରେ ପ୍ରକାଶିତ ଖବରର ପେପର କଟିଂକୁ ମୁଖ୍ୟମନ୍ତ୍ରୀ ଓ ମାଲକାନଗିରି ଜିଲାପାଳଙ୍କୁ ଟ୍ବିଟ୍‌ କରି ସମସ୍ୟାର ସମାଧାନ କରିବାକୁ ଅନୁରୋଧ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମାଲକାନଗିରି ଜିଲାପାଳଙ୍କୁ ପ୍ରକାଶିତ ଖବର ସମ୍ପର୍କରେ ତୁରନ୍ତ ପଦକ୍ଷେପ ନେବାକୁ କୁହାଯାଇଥିଲା। ଜିଲାପାଳ ଡିଇଓଙ୍କୁ ଏ ନେଇ ଜଣାଇ ଥିଲେ। ଏହାପରେ ଡିଇଓ କୋରୁକୋଣ୍ଡା ବ୍ଲକ ଶିକ୍ଷାଧିକାରୀଙ୍କୁ ଘଟଣା ସ୍ଥଳକୁ ଯାଇ ପ୍ରକୃତ ତଥ୍ୟ ସଂଗ୍ରହ ସହ ଏହାର ପ୍ରତିକାର କରିବା ପାଇଁ ଜଣାଇଥିଲେ। ମାତ୍ର କୋରୁକୋଣ୍ଡା ବ୍ଲକ ଶିକ୍ଷାଧିକାରୀ ଘଟଣା ସ୍ଥଳକୁ ନ ଯାଇ ଫୋନ ଦ୍ୱାରା ସମ୍ପୃକ୍ତ ବିଦ୍ୟାଳୟ ପ୍ରଧାନଶିକ୍ଷକଙ୍କୁ ଜଣାଇ ଏକ ରିପୋର୍ଟ ଦେବାପାଇଁ କହିଥିଲେ। ସମ୍ପୃକ୍ତ ପ୍ରଧାନଶିକ୍ଷକ ବିଦ୍ୟାଳୟର ଶ୍ରେଣୀ ଗୃହରେ ପାଣି ଗଳୁଥିବା କଥା ସତ୍ୟ, ମାତ୍ର ପିଲାମାନେ ଗଛ ମୂଳେ ପାଠ ପଢିବା ଖବର ମିଥ୍ୟା ଦର୍ଶାଇ ବ୍ଲକ ଶିକ୍ଷାଧିକାରୀଙ୍କୁ ରିପୋର୍ଟ ଦେଇଥିଲେ। ପ୍ରଧାନଶିକ୍ଷକଙ୍କ ରିପୋର୍ଟ ଆଧାରରେ ଉକ୍ତ ଖବରଟି ସମ୍ପର୍ଣ୍ଣ ମିଥ୍ୟା ବୋଲି ଜିଲା ଶିକ୍ଷାଧିକାରୀଙ୍କୁ ଜଣାଇବା ସହ ପାଣି ଗଳୁଥିବା ଶ୍ରେଣୀଗୃହ ତୁରନ୍ତ ମରାମତି କରିବା ପାଇଁ ଚିତ୍ରକୋଣ୍ଡା ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାଇଥିଲେ। ଜିଲା ଶିକ୍ଷାଧିକାରୀ ବ୍ଲକ ଶିକ୍ଷାଧିକାରୀଙ୍କ ଚିଠିକୁ ଆଧାର କରି ଜିଲାପାଳଙ୍କୁ ଜଣାଇ ଥିଲେ। ଏହାପରେ ଜିଲାପାଳ ମୁଖ୍ୟମନ୍ତ୍ରୀଙ୍କୁ ଏବଂ ସାମାଜିକ କର୍ମୀ ଦିବାସ ସାହୁଙ୍କୁ ଟ୍ବିଟ୍‌ କରି ଗଛମୂଳେ ପାଠ ପଢୁଥିବା ପିଲାଏ ଖବରଟି ମିଥ୍ୟା ବୋଲି ଜଣାଇଛନ୍ତି। ଏଥିସହ ସହ ଭଙ୍ଗା ଶ୍ରେଣୀଗୃହକୁ ମରାମତି କରାଯିିବ ବୋଲି କହିଛନ୍ତି। ତେବେ ପିଲାମାନେ ଗଛମୂଳେ ପାଠ ପଢଥିବା ଏବଂ ଜଣେ ଶିକ୍ଷକ ଚେୟାରରେ ବସି ପାଠ ପଢାଉଥିବା ଘଟଣା ସତ୍ୟ ା ଗତ ତିନିବର୍ଷ ହେଲା ଏ ସମ୍ପର୍କରେ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଜଣାଇ ଆସୁଛନ୍ତି ବୋଲି ଗ୍ରାମବାସୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ଚଳିତ ବର୍ଷ ବିଦ୍ୟାଳୟ ଛାତରୁ ପାଣି ଗଳିବା, କାନ୍ଥ ଫାଟିଯିବା ଯୋଗୁ ଏହା ବିପଦସଙ୍କୁଳ ଅବସ୍ଥାରେ ରହିଛି। ପାଗ ଭଲଥିଲେ ପିଲାମାନେ ବିଦ୍ୟାଳୟ ନିକଟ ଗଛମୂଳେ ପାଠ ପଢନ୍ତି। ବର୍ଷା ହେଲେ ପାଖରେ ଥିବା ଗ୍ରାମବାସୀଙ୍କ ଘର ପିଣ୍ଡାରେ ପାଠ ପଢନ୍ତି ବୋଲି କହିଛନ୍ତି। ଖବର ପ୍ରକାଶ ପାଇଲା ପରେ ଆମ ଗ୍ରାମକୁ ବ୍ଲକ ଶିକ୍ଷାଧିକାରୀ କିମ୍ବା କୌଣସି ଶିକ୍ଷା ବିଭାଗ ଅଧିକାରୀ ଆସିନାହାନ୍ତି। ଆମ ସହିତ ପ୍ରକୃତ ଘଟଣା ନେଇ କେହି ବୁଝିନାହାନ୍ତି ବୋଲି ଗ୍ରାମବାସୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣାରେ ବରଗଡ଼ ଏମ୍‌ପିଙ୍କ ବଡ଼ ବୟାନ, କହିଲେ…

ବରଗଡ଼,୨୮।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରାର ସ୍ଥାୟୀ ସ୍ବାଗତ ତୋରଣ ଭାଙ୍ଗିବା ଘଟଣାକୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉ ନାହିଁ । ବିଜେଡିରୁ ବରଗଡ଼ ପୌରାଧ୍ୟକ୍ଷା କଳ୍ପନା…

ଟପ୍ପର ହୋଇ ଗୌରବ ଆଣିଲେ ଚନ୍ଦନ

ଥୁଆମୂଳ ରାମପୁର, ୨୮ା୫ (ଦୁର୍ଗା କୀର୍ତ୍ତି): ଭବାନୀପାଟଣାଠାରେ ପ୍ରତିଷ୍ଠିତ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ସ୍ନାତକୋତ୍ତର ପରୀକ୍ଷା ଫଳର ମେଧା ତାଲିକା ଗୁରୁବାର ପରୀକ୍ଷା ନିୟନ୍ତ୍ରକଙ୍କ ସ୍ବାକ୍ଷରରେ…

ଓସିଏସ୍‌ ପରୀକ୍ଷାରେ ଭବେଶଙ୍କୁ ୯୩ ର଼୍ୟାଙ୍କ

କର୍ଲାମୁଣ୍ଡା,୨୮ା୫(ପ୍ରଦୀପ କୁମାର ସାହୁ): ଓଡ଼ିଶା ଲୋକସେବା ଆୟୋଗ ଦ୍ବାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ (ଓସିଏସ୍‌) ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ କର୍ଲାମୁଣ୍ଡା ବ୍ଲକ ଗଜବାହାଲ…

ହଷ୍ଟେଲରେ ନ ଥିଲା ଲାଇନ୍‌: ନାଳକୁ ଗାଧୋଇବାକୁ ଯାଇ ବୁଡ଼ିଗଲେ ଛାତ୍ର

ଦେବଗଡ଼,୨୮ା୫(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ଥାନା ଅଧୀନ ଗୋପପୁର ଗ୍ରାମର ଏକ ନାଳରେ ବୁଡି ଗୁରୁବାର ଜଣେ ନବମ ଶ୍ରେଣୀ ଛାତ୍ରଙ୍କର ମୃତ୍ୟୁ ଘଟିଛି।…

ଝଡବତାସରେ ଭାଙ୍ଗିଲା ଗଛ, ବିଦ୍ୟୁତ୍‌ ସେବା ବନ୍ଦ

ବରଗଡ଼,୨୮।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ବିଭିନ୍ନ ଅଞ୍ଚଳରେ ଗୁରୁବାର କାଳବୈଶାଖୀ ପ୍ରଭାବରେ ଝଡ଼ବତାସ ଓ ବର୍ଷା ହୋଇଛି। ବର୍ଷା ଯୋଗୁ କ୍ଷେତ, ଖଳାରେ ରହିଥିବା ଅମଳ ଧାନ…

ଶାନ୍ତି ଚୁକ୍ତିର ଦ୍ୱାର ଦେଶରେ ଇରାନ-ଆମେରିକା, ଖୋଲିବ କି ହର୍ମୁଜ? ଜାଣନ୍ତୁ ଅପଡେଟ ଖବର

ତେହରାନ,୨୮।୫: ଆମେରିକା ଏବଂ ଇରାନ ଉଭୟ ଏକ ଶାନ୍ତି ଚୁକ୍ତିନାମାରେ ପହଞ୍ଚିବା ନିକଟରେ ପହଞ୍ଚିଛନ୍ତି। ଆକ୍ସିଓସର ଏକ ରିପୋର୍ଟରେ ଦାବି କରାଯାଇଛି ଯେ ଆମେରିକା ଏବଂ ଇରାନ…

ଗାଁରେ ପଶି ଲୋକଙ୍କୁ କାମୁଡ଼ିଲା ପାଗଳା କୁକୁର

ଗୁଡ଼ାରି,୨୮।୫(ପ୍ରମୋଦ କୁମାର ପତି ): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍‌ର ଅସଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ସିଲିମି ଗ୍ରାମରେ ଗୁରୁବାର ପାଗଳା କୁକୁର ଆତଙ୍କ ଦେଖିବାକୁ ମିଳିଥିଲା। କୁକୁର…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା, ଓଡ଼ିଶା ଆସୁଛନ୍ତି ମୋଦି

ଭୁବନେଶ୍ୱର,୨୮।୫: ଓଡ଼ିଶାରେ ଭାଜପା ସରକାରକୁ ପୂରଣ ହୋଇଛି ୨ ବର୍ଷ। ଏହି ଅବସରରେ ଏକ ବଡ଼ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ABVP ଜାତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri