ବାରିପଦା ଅଫିସ,୫।୬- ମୟୂରଭଞ୍ଜ ଜିଲା ଶୁଳିଆପଦା ଥାନା ଅଧୀନ ବାରିପଦା- ବାଘଡା ରାସ୍ତା ହାତୀମରା ସ୍ଥିତ ପାକଟିଆ ଜଙ୍ଗଲଠାରେ ମଙ୍ଗଳବାର ପୂର୍ବାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁଘର୍ଟଣା ଘଟିଛି। ଏକ କୁକୁଡା ବୋଝେଇ ପିକଅପ ଭ୍ୟାନ (ଓଡ଼ି୧୧କ୍ୟୁ ୮୧୯୫) ଗୋଟିଏ ବାଇକ (ଡବ୍ଲ୍ୟୁବି ୩୪ଏ୦୨୬୫୮) କୁ ଧକ୍କା ଦେବାରୁ ଘଟଣାସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଅଢ଼େଇ ବର୍ଷର ଶିଶୁଙ୍କ ସମେତ ୩ ଜଣ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକମାନଙ୍କଠାରୁ ଖବରପାଇ ଶୁଳିଆପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ମୃତଦେହ ଜବତ କରିବା ସହ ଆହତମାନଙ୍କୁ କୋଷ୍ଠା ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଇଥିଲେ। ପରେ ଆହତମାନଙ୍କୁ ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଏନେଇ ପୋଲିସ ଏକ ମାମଲା (ନଂ.୨୪/୧୯) ରୁଜୁ କରି ଦୁର୍ଘଟଣା ଘଟାଇଥିବା ପିକଅପ ସହ ବାଇକକୁ ଜବତ କରିଛି। ମୃତ ବ୍ୟକ୍ତି ଜଣକ ପଶ୍ଚିମମେଦିନାପୁର ଥାନା ଅନ୍ତର୍ଗତ ଦାନ୍ତୁନ ଅଞ୍ଚଳର ରାଜୀବ ପାତ୍ର (୩୨) ବୋଲି ଜଣାପଡଛିି। ଆହତମାନେ ହେଲେ ଜରିପଦା ଅଞ୍ଚଳର ପୂର୍ଣ୍ଣିମା ନାଏକ (୨୫) ଓ ତାଙ୍କର ଅଢ଼େଇ ବର୍ଷର ଶିଶୁ କନ୍ୟା ପାଏଲ ନାଏକ ଏବଂ ତାଙ୍କ ଭାଇ ଅବିନାଶ ଧଳ (୩୨)। ଦାନ୍ତୁନ ଅନ୍ତର୍ଗତ ବଡ଼ବାଘଡାର ସମର ଦାସ ଥାନାରେ କରିଥିବା ଅଭିଯୋଗ ଅନୁସାରେ,ତାଙ୍କ ମାମଁୁ ପୁଅ ଭାଇ ମୃତ ରାଜୀବ ଏବଂ ତାଙ୍କ ସାଙ୍ଗ ଅବିନାଶ ଶୁଳିଆପଦା ଥାନା ଅନ୍ତର୍ଗତ ବଡ଼ତୁଙ୍ଗାଧୁଆ ଅଞ୍ଚଳକୁ ଆସିଥିଲେ। ମଙ୍ଗଳବାର ବାଇକ ଯୋଗେ ବଡ଼ବାଘଡାକୁ ରାଜୀବ, ଅବିନାଶ,ପୂର୍ଣ୍ଣିମା ଏବଂ ତାଙ୍କର ଝିଅ ଫେରୁଥିବା ବେଳେ ହାତୀମରା ସ୍ଥିତ ପାକଟିଆ ଜଙ୍ଗଲ ନିକଟରେ କୁକୁଡା ବୋଝେଇ ପିକଅପ ଭ୍ୟାନ ସେମାନଙ୍କୁ ଧକ୍କା ଦେଇଥିଲା।
କାମ ଚାଲୁଥିଲା ହଠାତ୍ ଶ୍ରମିଙ୍କ ଉପରେ ପଡିଲା କାନ୍ଥ, ଆଖିବୁଜିଲେ…
ବାଲେଶ୍ୱର,୨୯।୧୨(ବାଞ୍ଛାନିଧି ଦେ): କାମ ଚାଲିଥିଲା ହଠାତ୍ ଶ୍ରମିକଙ୍କ ଉପରେ ପଡ଼ିଲା କାନ୍ଥ। ଏଭଳି ଅଭନୀୟ ଘଟଣା ଘଟିଛି ବାଲେଶ୍ୱର ଟାଉନ ଥାନା ମୋତିଗଞ୍ଜ ବଜାରରେ। ସୋମବାର...
ଭିଜିଲାନ୍ସ ଜାଲରେ ସିଭିଲ ସପ୍ଲାଏର ଜୁନିୟର ଆକାଉଣ୍ଟାଣ୍ଟ, ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ
ସୁନ୍ଦରଗଡ଼, ବାଲେଶ୍ବର ୨୨/୧୨(ଜୟ ନାରାୟଣ ମେଣ୍ଡୁଳି/ବାଞ୍ଛାନିଧି ଦେ): ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆଜି ପୁଣି ସକାଳୁ ସକାଳୁ ଭିଜିଲାନ୍ସ ରେଡ୍ କରିଛି...
ପୁଣି ଅରୁଣଙ୍କ ଘରେ ବିଜେଡି ନେତାଙ୍କ ମେଳି…
ବାଲେଶ୍ୱର,୨୦।୧୨(ବାଞ୍ଛାନିଧି ଦେ): ଅରୁଣ ସାହୁଙ୍କ ଘରେ ମେଳି ବାନ୍ଧିଲେଣି ବାଲେଶ୍ୱର ବିଜେଡି ନେତା। ଜ୍ୟୋତି ପାଣିଗ୍ରାହୀ, ସୁକାନ୍ତ ନାୟକ, ସ୍ବରୂପ ଦାସ ମଧ୍ୟ ଉପସ୍ଥିତ ଅଛନ୍ତି।...
୧୧ କେଭି ବିଦ୍ୟୁତ ତାର ଛିଡ଼ି ଜଳିଗଲା ଧାନଗଦା, ୩ ଲଷରୁ ଅଧିକ ଟଙ୍କାର କ୍ଷତି
ବାହାନଗା, ୨୦। ୧୨(ଅରୂପ କୁମାର ଦାସ): ରେମୁଣା ବ୍ଲକ ଗୋପାଳପୁର ଥାନା ଅଧିନସ୍ଥ ତାଳପଦା ଗ୍ରାମ ବିଲରେ ଯାଇଥିବା ଇଲେଭେନ କେଭି ବିଦ୍ୟୁତ ତାର ଛିଡି...
ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍ପେଣ୍ଡ ହେଲେ ୨ ଏଏନଏମ
ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...
ଖଇରାରେ ଦନ୍ତା ହାତୀର ଉପଦ୍ରବ, ୨ ପଞ୍ଚାୟତର ସମସ୍ତ ସ୍କୁଲ ଛୁଟି ଘୋଷଣା
ଖଇରା, ୧୯ା୧୨(ଉତ୍କଳ ବନ୍ଧୁ ପଣ୍ଡା ): ଗୁରୁବାର ରାତିରୁ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀ ଆତଙ୍କ ଖେଳାଇଛି । ଏକ...
ଖଇରାରେ ଆତଙ୍କ ଖେଳାଇଛି ଦନ୍ତା ହାତୀ, ଆକ୍ରମଣରେ ବୃଦ୍ଧ ମୃତ
ଖଇରା,୧୯/୧୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ସୋର ରେଞ୍ଜ ଅଧିନ ଖଇରା ଅଞ୍ଚଳରେ ଏକ ଦନ୍ତାହାତୀ ଗୁରୁବାର ରାତିସାରା ଆତଙ୍କ ଖେଳାଇଛି । କୁପାରୀ ଓ ଔପଦା...
ସୋର ଆହାର କେନ୍ଦ୍ରରୁ ବନ୍ଧୁକ ଜବତ, ପାଚେରି ଡେଇଁ ଯୁବକ ଚମ୍ପଟ୍
ବାଲେଶ୍ୱର,୧୮ା୧୨ ( ବାଞ୍ଛାନିଧି ଦେ): ସୋରରେ ଅଭାବନୀୟ ଘଟଣା । ଆହାର କେନ୍ଦ୍ରରୁ ଜବତ ହେଲା ବନ୍ଧୁକ ଜବତ । ତେବେ ଧରାପଡିବା ପରେ ଯୁବକ...
Archives


