ସଡ଼କ ଦୁର୍ଘଟଣା ରୋକିବାକୁ ନୂଆ ବ୍ୟବସ୍ଥା: ପ୍ରଥମ ୪୮ଘଣ୍ଟା ପାଇଁ ମିଳିବ ମାଗଣା ଚିକିତ୍ସା

ଭୁବନେଶ୍ୱର, ୨୭ା୧୦(ବ୍ୟୁରୋ): ଓଡ଼ିଶାରେ ସଡ଼କ ଦୁର୍ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି। ସୁପ୍ରିମକୋର୍ଟଙ୍କ ତାଗିଦ୍‌ ସତ୍ତ୍ୱେ ସଡ଼କ ସୁରକ୍ଷା କ୍ଷେତ୍ରରେ ସେତେଟା ଉନ୍ନତି ଆଣିବାରେ ପରିବହନ ବିଭାଗ ବାରମ୍ବାର ଫେଲ୍‌ ମାରିଛି। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ୨୦୧୬ରେ ରାଜ୍ୟରେ ୧୦,୫୩୨ ଦୁର୍ଘଟଣା ଘଟିଥିବା ବେଳେ ୪,୪୬୩ଜଣଙ୍କ ମୃତ୍ୟୁ ଘଟିଥିଲା। ୨୦୧୭ରେ ୧୦,୮୫୫ ଦୁର୍ଘଟଣାରେ ୪,୭୯୦ଜଣ ମୃତ୍ୟୁବରଣ କରିଛନ୍ତି। ସେହିପରି ୨୦୧୮ରେ ମୋଟ ୧୧,୨୬୨ଟି ଦୁର୍ଘଟଣା ଘଟିଥିବା ବେଳେ ୫,୩୧୫ଜଣ ମୃତ୍ୟୁବରଣ କରିଛନ୍ତି। ୨୦୧୯ ଜୁନ୍‌ ସୁଦ୍ଧା ୫,୮୦୨ଟି ଦୁର୍ଘଟଣାରେ ୩୦୧୩ଜଣଙ୍କ ମୃତ୍ୟୁ ହୋଇଛି। ଏହି ସଂଖ୍ୟା ଦେଖିଲେ ସ୍ପଷ୍ଟ ପ୍ରମାଣିତ ହେଉଛି ପ୍ରତ୍ୟେକ ବର୍ଷ ସଡ଼କ ଦୁର୍ଘଟଣା ସଂଖ୍ୟା ବଢିବା ସାଙ୍ଗକୁ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଶତଚେଷ୍ଟା ସତ୍ତ୍ୱେ ଏହାକୁ ରୋକିବାରେ ରାଜ୍ୟ ସରକାର ବିଫଳ ହେଉଛନ୍ତି। ତେବେ ସଡକ ଦୁର୍ଘଟଣା ପରେ ମୃତ୍ୟୁ ସଂଖ୍ୟାକୁ କିପରି କମାଯାଇପାରିବ ସେନେଇ ପରିବହନ ବିଭାଗ ଏବେ ନୂଆ ବ୍ୟବସ୍ଥା ଆରମ୍ଭ କରିଛି। ଆଉ ଏଥିପାଇଁ ଏକ ସଫ୍ଟଓ୍ବେର ତିଆରି କରିବା ପାଇଁ ନ୍ୟାଶନାଲ ଇନଫରମେଟିଭ ସେଣ୍ଟର(ଏନ୍‌ଆଇସି)କୁ ଦାୟିତ୍ୱ ଦିଆଯାଇଛି। ଏହି ସଫ୍ଟଓ୍ବେର କାର୍ଯ୍ୟକାରୀ ହେଲେ ଦୁର୍ଘଟଣାଗସ୍ତ ଲୋକଙ୍କୁ ଖୁବଶୀଘ୍ର ନିକଟସ୍ଥ ଡାକ୍ତରଖାନାରେ ପହଞ୍ଚାଯାଇପାରିବ। ଏହାସହ ଦୁର୍ଘଟଣାର କାରଣ ଏବଂ ନିରାକରଣ ସହଜରେ କରାଯାଇପାରିବ। ଏହି ବ୍ୟବସ୍ଥା ଅନୁଯାୟୀ ଏକ ଟୋଲ୍‌ ଫି ସେଣ୍ଟର କାର୍ଯ୍ୟକାରୀ ହେବ। ଦୁର୍ଘଟଣା ସମ୍ବନ୍ଧୀୟ ତଥ୍ୟ ମିଳିବା ମାତ୍ରେ କଲ୍‌ ସେଣ୍ଟରରେ ଥିବା କର୍ମଚାରୀମାନେ ପ୍ରଥମେ ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ପହଞ୍ଚାଇବାର ବ୍ୟବସ୍ଥା କରିବେ। ଏହାପରେ ପୂର୍ତ୍ତ ବିଭାଗକୁ ଫୋନ୍‌ କରି ଘଟଣାସ୍ଥଳକୁ ଯିବା ପାଇଁ କହିବେ। ପୂର୍ତ୍ତ ବିଭାଗର ଭୁଲ୍‌ ପାଇଁ ଯଦି ଦୁର୍ଘଟଣା ହୋଇଥିବ ତେବେ ସଙ୍ଗେସଙ୍ଗେ ତ୍ରୁଟି ସୁଧରାଯିବ। ଏହାପରେ ପୋଲିସ ଏବଂ ପରିବହନ ବିଭାଗକୁ ମଧ୍ୟ ନିର୍ଦ୍ଦେଶ ଦିଆଯିବ। ପ୍ରତ୍ୟେକ ଦୁର୍ଘଟଣାର କାରଣକୁ ଭଲରେ ଅନୁଧ୍ୟାନ କରି ରିପୋର୍ଟ ପ୍ରସ୍ତୁତ ହେବ ବୋଲି ଜଣେ ଅଧିକାରୀ ପ୍ରକାଶ କରିଛନ୍ତି।

ଏହାସହ ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ତୁରନ୍ତ ଡାକ୍ତରଖାନାରେ ପହଞ୍ଚାଇବା ପାଇଁ ସମସ୍ତ ଘରୋଇ ଆମ୍ବୁଲାନ୍ସଗୁଡିକୁ ଏବେଠାରୁ ୧୦୮ ଆମ୍ବୁଲାନ୍ସ ପରିସରଭୁକ୍ତ କରିବା ପାଇଁ ସ୍ବାସ୍ଥ୍ୟ ବିଭାଗକୁ ପରିବହନ ବିଭାଗ ଅନୁରୋଧ କରିଛି। ଖୁବ୍‌ଶୀଘ୍ର ସ୍ବାସ୍ଥ୍ୟ ବିଭାଗ ଏନେଇ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଅର(ଏସ୍‌ଓପି) ବାହାର କରିବା ଲାଗି କାମ ଆରମ୍ଭ କରିଛନ୍ତି। ଏସ୍‌ଓପି ପ୍ରସ୍ତୁତି ପାଇଁ ବମ୍ବେର ଏକ ଏନ୍‌ଜିଓ(ରାଢି ଫାଉଣ୍ଡେଶନ) ସହ ସ୍ବାସ୍ଥ୍ୟ ବିଭାଗ ଚୁକ୍ତି ସ୍ବାକ୍ଷର କରିଥିବା ଜଣାପଡିଛି। ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ସରକାରୀ ଡାକ୍ତରଖାନାରେ ମାଗଣାରେ ଚିକିତ୍ସା ଯୋଗାଇ ଦିଆଯାଉଥିବା ବେଳେ ବର୍ତ୍ତମାନ ଏହି ସୁବିଧା ଘରୋଇ ହସ୍ପିଟାଲରେ ଦେବା ପାଇଁ ମଧ୍ୟ ନିଷ୍ପତ୍ତି ସରିଛି। ହଠାତ୍‌ ଜଣେ ଦୁର୍ଘଟଣାରେ ଶିକାର ହେଲେ ପ୍ରଥମ ୪୮ଘଣ୍ଟା ପାଇଁ ସେମାନଙ୍କୁ ଘରୋଇ ଡାକ୍ତରଖାନାରେ ମାଗଣାରେ ସେବା ଯୋଗାଇ ଦିଆଯିବ। ଏହାକୁ ଗୋଲ୍‌ଡେନ୍‌ ଆଓ୍ବାର ଟ୍ରିଟ୍‌ମେଣ୍ଟ ବୋଲି ନାମକରଣ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଏହି ସୁବିଧା ଭୁବନେଶ୍ୱର ଓ କଟକରେ ଏହା ଲାଗୁ କରାଯିବ। ଏଥିପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୩ଟି ଘରୋଇ ଡାକ୍ତରଖାନା ଆପୋଲୋ, ଆମ୍ରି ଏବଂ କଟକର ଅଶ୍ୱିନୀ ହସ୍ପିଟାଲ ସହ ଚୁକ୍ତି ସରିଥିବା ଜଣାପଡିଛି। ଆଗକୁ ଏହା ଅନ୍ୟ ସହରଗୁଡିକରେ ମଧ୍ୟ ଲାଗୁ କରିବା ପାଇଁ ଅନ୍ୟ ଘରୋଇ ଡାକ୍ତରଖାନା ସହ ଚୁକ୍ତି ହେବ। ପ୍ରାଥମିକସ୍ତରରେ ଏହି ବାବଦ ଖର୍ଚ୍ଚ ଲାଗି ସ୍ବାସ୍ଥ୍ୟ ବିଭାଗକୁ ପରିବହନ ବିଭାଗ ପକ୍ଷରୁ ୪କୋଟି ଟଙ୍କା ପ୍ରଦାନ କରାଯାଇଥିବା ମଧ୍ୟ ଜଣାପଡିଛି। ଏଥିରୁ ବର୍ତ୍ତମାନ ସୁଦ୍ଧା ସ୍ବାସ୍ଥ୍ୟ ବିଭାଗ ପାଖପାଖି ୨୮ଲକ୍ଷ ଖର୍ଚ୍ଚ କରାଯାଇଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମାନ ବୟସ, ସମାନ ହସ୍ପିଟାଲ, ଭାଇରାଲ ହେଉଛି ଲତା ଦିଦିଙ୍କ ସହ ଆଶାଙ୍କ ପିଲା ଦିନର ଫଟୋ, ପ୍ରଶଂସକ ହେଉଛନ୍ତି ଇମୋଶନାଲ

ମୁମ୍ବାଇ,୧୨।୪: ଗାୟିକା ଆଶା ଭୋଁସଲେଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ ଖରାପ ହେବା ପରେ ତାଙ୍କୁ ଶନିବାର ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ରବିବାର ୯୨…

ପାକିସ୍ତାନର ମଧ୍ୟସ୍ଥତା ଫେଲ ମାରିବା ପରେ ରାଗରେ ଇରାନ ଉପରେ ଖପ୍ପା ହେଲେଣି ଟ୍ରମ୍ପ!

ଓ୍ବାଶିଂଟନ,୧୨।୪: ଇସଲାମାବାଦରେ ଆମେରିକା-ଇରାନ ଆଲୋଚନା ବିଫଳ ହେବା ପରେ, ପୁଣି ଥରେ ଯୁଦ୍ଧ ଆରମ୍ଭ ହେବାକୁ ଯାଉଛି କି ନାହିଁ ସେ ବିଷୟରେ ପ୍ରଶ୍ନ ଉଠାଯାଉଛି। ଏହା…

କେନ୍ଦ୍ରାପଡ଼ା ଜିଲାର ଏହି ବ୍ଲକରେ ବିଜେଡିରୁ ସମସ୍ତେ ଦେଇଦେଲେ ଇସ୍ତଫା

ପାଟକୁରା,୧୨ା୪(ରବୀନ୍ଦ୍ର ନାଥ ବାରିକ): କେନ୍ଦ୍ରାପଡା ଜିଲା ପାଟକୁରା ନିର୍ବାଚନ ମଣ୍ଡଳୀ ଗରଦପୁର ବ୍ଲକ ବିଜେଡି ସମର୍ଥିତ ତଥା ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ଅନୁଗତମାନେ ବିଜେଡିରୁ ସମୂହ ଇସ୍ତଫା…

ସଙ୍ଗୀତ ଜଗତରେ ଶୋକର ଛାୟା: ନିରବି ଗଲେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର ଅନନ୍ୟ ପ୍ରତିଭା ତଥା ପ୍ରଖ୍ୟାତ ଗାୟିକା ଆଶା ଭୋସଲେଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା।…

ଫେଲ ମାରିଲା ପାକିସ୍ତାନର ମଧ୍ୟସ୍ଥତା, ହର୍ମୁଜ ବନ୍ଦ! ୟୁ-ଟର୍ନ ନେଲା ୨ ତେଲ ଟ୍ୟାଙ୍କର, ପାକିସ୍ତାନ ଜାହାଜ ବି ସାମିଲ

ତେହରାନ,୧୨।୪: ଇସଲାମାବାଦରେ ଆମେରିକା ଏବଂ ପାକିସ୍ତାନ ମଧ୍ୟରେ ହୋଇଥିବା ଆଲୋଚନା ବିଫଳ ହୋଇଛି। ୧୪ ଦିନିଆ ଅସ୍ତ୍ରବିରତି ଉପରେ ସହମତି ପରେ ଉଭୟ ଦେଶ ଆଲୋଚନାରେ ସାମିଲ…

ଜିଲାପାଳଙ୍କ ତଦାରଖ ପରେ ଫେରିଘାଟ ବନ୍ଦ ନିର୍ଦ୍ଦେଶ, ଡଙ୍ଗା ଇଞ୍ଜିନ ଚାବି ଜବତ କରି…

ମହାକାଳପଡ଼ା,୧୨ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ପଞ୍ଚାୟତ ବାହାକୁଦ-ମୂଷଡିଆ ମହାନଦୀ ଫେରିଘାଟରେ ଲାଇଫ ଜ୍ୟାକେଟ, ସିସିଟିଭି ଆଦି ବ୍ୟବାହର ହେଉ ନ ଥିବା…

PF ଆକାଉଣ୍ଟରୁ ଟଙ୍କା ଉଠାଇବାକୁ ଚାହୁଁଛନ୍ତି କି? ଜାଣନ୍ତୁ ଅନ୍‌ଲାଇନ୍‌ ଏବଂ ଅଫଲାଇନ୍‌ ଉଠାଣର ଷ୍ଟେପ୍‌ ବାଇ ଷ୍ଟେପ୍‌ ପ୍ରକ୍ରିୟା…

ନୂଆଦିଲ୍ଲୀ,୧୨।୪: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ନିଜର କୋଟି କୋଟି ଅଂଶଧାରକଙ୍କ ପାଇଁ ପିଏଫ (PF) ଟଙ୍କା ଉଠାଣ ପ୍ରକ୍ରିୟାକୁ ପୂର୍ବ ଅପେକ୍ଷା ଅଧିକ ସହଜ…

ମହିଳା ସଂରକ୍ଷଣ ବିଲ୍‌କୁ ନେଇ ପ୍ରଭାତୀ ପରିଡ଼ାଙ୍କ ବଡ଼ ଅପଡେଟ୍‌, କହିଲେ ଦେଶକୁ ଏକ ନୂଆ…

ଭୁବନେଶ୍ୱର,୧୨ା୪: ମହିଳା ସଂରକ୍ଷଣ ବିଲ୍‌ ପ୍ରସଙ୍ଗରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ରବିବାର ଏକ ବଡ଼ ସୂଚନା ଦେଇଛନ୍ତି। ସେ ଏକ ପ୍ରେସ୍‌ମିଟ୍‌ରେ କହିଛନ୍ତି, ୩୩% ମହିଳା ସଂରକ୍ଷଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri