ସଚେତନତା ବାର୍ତ୍ତା ନେଇ ପୋଲିସ୍‌ ଏଏସ୍‌ଆଇଙ୍କ ସାଇକେଲ ଯାତ୍ରା

ଜଳେଶ୍ୱର, ୩୧।୧୨(ସ୍ବ.ପ୍ର.)-ନାରୀମାନଙ୍କ ସୁରକ୍ଷା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ସମୟରେ ନୂଆ ନୂଆ ଯୋଜନା ଘୋଷଣା କରୁଛନ୍ତି। ଜଣେ ସରକାରୀ କର୍ମଚାରୀ ଛୁଟି ନେଇ ‘ବେଟି ବଚାଓ ଓ ବେଟି ପଢାଓ’ ସ୍ଲୋଗାନ ନେଇ ସାଇକେଲରେ ଦେଶସାରା ଭ୍ରମଣ କରି ସଚେତନତା ସୃଷ୍ଟି କରୁଛନ୍ତି ା ଦେଶରେ ବାଳିକାମାନଙ୍କ ସ୍ବାକ୍ଷରତା ଓ ଜନ୍ମହାର କମୁଥିବାରୁ ଏଥିପାଇଁ ଜନସଚେତନତା ସୃଷ୍ଟି କରିବା ପାଇଁ ମହାରାଷ୍ଟ୍ରର ପୁନେ ଜିଲା ବାରାମତି ଥାନାର ଜଣେ ପୋଲିସ୍‌ ଏଏସ୍‌ଆଇ ଏକ୍‌ନାଥ ଜନାର୍ଦ୍ଦନ ଦେଶମଣୀ (୪୮) ଗତ ନଭେମ୍ବର ୧୪ ତାରିଖରୁ ନିଜ ଗ୍ରାମରୁ ବାହାରିଛନ୍ତି। ସେ ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଓଡ଼ିଶା ସହିତ ବିଭିନ୍ନ ରାଜ୍ୟ ସମେତ ସମଗ୍ର ଦେଶ ଭ୍ରମଣ କରିବା ପରେ ପଡ଼ୋଶୀ ଦେଶ ନେପାଳ ଭ୍ରମଣ କରିବେ ବୋଲି ସୂଚନା ଦେଇଛନ୍ତି।
ସୋମବାର ମଧ୍ୟାହ୍ନରେ ସେ ଜଳେଶ୍ୱର ଥାନାରେ ପହଞ୍ଚତ୍ବା ପରେ ତାଙ୍କୁ ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଆଇଆଇସି ଧନେଶ୍ୱର ସାହୁ ଓ ପୂର୍ବତନ ଆଇଆଇସି ପ୍ରଦୀପ କୁମାର ମାଝି ସ୍ବାଗତ କରିଥିଲେ। ସେ ନିଜର ଯାତ୍ରା ସମ୍ପର୍କରେ ଉପସ୍ଥିତ ଖବରଦାତାମାନଙ୍କୁ ସୂଚନା ଦେବା ସହିତ ତାଙ୍କ ଯାତ୍ରାର ଉଦ୍ଦେଶ୍ୟ ଜଳ ସଂରକ୍ଷଣ, ବିଦ୍ୟୁତ୍‌ ସଂରକ୍ଷଣ, ପ୍ଲାଷ୍ଟିକ୍‌ ବ୍ୟବହାର ନିଷେଧ ଆଦି ସଚେତନତା ସୃଷ୍ଟି କରି ଆସନ୍ତା ଫେବୃୟାରୀ ୪ତାରିଖରେ ନିଜ ସହରକୁ ପ୍ରତ୍ୟାବର୍ତ୍ତନ କରିବେ ବୋଲି କହିଥିଲେ। ପରେ ସେ ଏଠାରୁ ସାଇକେଲ ଯୋଗେ ପଶ୍ଚିମବଙ୍ଗର ଖଡ଼ଗପୁର ଦେଇ ଉତ୍ତରପୂର୍ବ ରାଜ୍ୟ ଯଥା ଆସାମ, ଅରୁଣାଚଳପ୍ରଦେଶ, ମିଜୋରାମ, ମେଘାଳୟ ହୋଇ ନେପାଳ ଯିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

କାଳବୈଶାଖୀର ତାଣ୍ଡବ: ବର୍ଷା ପବନରେ ଉଡିଗଲା ରାବଣର ମୁଣ୍ଡ

ନୟାଗଡ,୬।୪(ଲୋକନାଥ ମିଶ୍ର): ଭାରତ ପ୍ରସିଦ୍ଧ ଲଙ୍କାପୋଡି ଯାତ୍ରାର ଲଙ୍କାପୋଡି ପୂର୍ବରୁ ୩୫ ଫୁଟ କାଠର ରାବଣର ମୁଣ୍ଡ ଉଡି ଯାଇ କିଛି ଦୂରରେ ପଡିଛି। ଅପରାହ୍ନରେ ଦଶପଲ୍ଲାରେ…

ଥୁଆମୂଳ ରାମପୁରରେ ‘ଆଦିବାସୀ ସଂସ୍କୃତି ଭବନ’ ପାଇଁ ପ୍ରକ୍ରିୟା ଆରମ୍ଭ, ଅଧାପନ୍ତରିଆ ସଂଗ୍ରହାଳୟର ଭବିଷ୍ୟତ କ’ଣ?

ଥୁଆମୂଳ ରାମପୁର,୬।୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁରରେ ଆଦିବାସୀ ସଂସ୍କୃତିର ସଂରକ୍ଷଣ ପାଇଁ ସରକାର ନୂତନ ‘ଆଦିବାସୀ ସଂସ୍କୃତି ଭବନ’ ନିର୍ମାଣ ନିମନ୍ତେ ପ୍ରକ୍ରିୟା ଆରମ୍ଭ…

କୋରାପୁଟ ବିଧାୟକଙ୍କୁ ନୂଆ ଦାୟିତ୍ବ,ଜିଲାପାଳଙ୍କ ଉପସ୍ଥିତିରେ….

କୋରାପୁଟ,୬।୪(ଅମିତାଭ ବେହେରା ): କୋରାପୁଟ ଜିଲା ଯୋଜନା କମିଟି ଅଧ୍ୟକ୍ଷ ଭାବେ କୋରାପୁଟ ବିଧାୟକ ରଘୁରାମ ମାଛ ସୋମବାର ଦାୟିତ୍ବ ଗ୍ରହଣ କରିଛନ୍ତି । ସୋମବାର କୋରାପୁଟ…

ଭାଜପାର ପ୍ରତିଷ୍ଠା ଦିବସ, ଖଲ୍ଲିକୋଟ ବିଧାୟକ…

ପୁରୁଷୋତ୍ତମପୁର,୬ା୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଜଳେଶ୍ବରଖଣ୍ଡି ଠାରେ ଆଛୁଲି ମଣ୍ଡଳ ପକ୍ଷରୁ ଭାଜପାର ୪୭ତମ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି । ରାଜ୍ଯକାର୍ଯ୍ଯକାରିଣୀ…

ଭଗବାନ ମୁଦୁଲିଙ୍କୁ ଗୁରୁଦାୟିତ୍ୱ: ଉନ୍ନୟନ ପରିଷଦ ଅଧ୍ୟକ୍ଷ ମନୋନୀତ

ନନ୍ଦପୁର,୬।୪(ତୁଷାର କାନ୍ତ ମହାନ୍ତି): ରାଜ୍ୟ ସରକାର ରାଜ୍ୟର ୨୩ ଆଦିବାସୀ ବହୁଳ ଜିଲା ନିମନ୍ତେ ସ୍ବତନ୍ତ୍ର ଉନ୍ନୟନ ପରିଷଦର ନବ କଳେବର କରି ଅଧକ୍ଷ ଓ ଉପାଧ୍ୟକ୍ଷଙ୍କ…

କୂଅରେ ପଡି ଚାଲିଗଲା ଶିକ୍ଷକଙ୍କ ଜୀବନ, ପକ୍ଷାଘାତ ରୋଗ….

ଗୁଣପୁର,୬।୪(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ପୌର ପରିଷଦ ଅନ୍ତର୍ଗତ ଶିବ ଶକ୍ତି ନଗରରେ ଅଭାବନୀୟ ଘଟଣା । କୂଅରେ ପଡି ଶିକ୍ଷକଙ୍କ ମୃତ୍ୟୁ । ମୃତ…

ରନ୍ଧନ ଗ୍ୟାସ୍‌ ବିକ୍ରି କଟକଣା: ଛାତ୍ରୀଛାତ୍ର, କର୍ମଜୀବୀ, ଶ୍ରମିକ ଚିନ୍ତାରେ

ଖୋଲା ବଜାରରେ ଖୁଚୁରାରେ ବିକ୍ରି ହେଉଥିବା ରନ୍ଧନ ଗ୍ୟାସ୍‌ ଆଉ ମିଳିବ ନାହିଁ। ହିତାଧିକାରୀ ଠିକ୍‌ ସମୟରେ ଗ୍ୟାସ୍‌ ପାଉ ନ ଥିବାବେଳେ ବେଆଇନ କାରବାର ବୃଦ୍ଧି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri