ସଚିବଙ୍କ ସଚିବ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ
ଭାରତ ସରକାରଙ୍କ ଊର୍ଦ୍ଧ୍ୱତମ ଅଧିକାରୀଙ୍କ କଥା ଉଠିଲେ କ୍ୟାବିନେଟ ସଚିବଙ୍କ ପଦବୀ ଆଖି ଆଗକୁ ଆସିଥାଏ। ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌)ରୁ ଆସିଥିବା ଏହି ଅଫିସର ପ୍ରଧାନମନ୍ତ୍ରୀଙ୍କ ସହ ସିଧାସଳଖ ଯୋଗାଯୋଗରେ ଥିବାରୁ ତାଙ୍କ କ୍ଷମତାକୁ ନେଇ ଚର୍ଚ୍ଚା ହୋଇଥାଏ। ସିଭିଲ ସର୍ଭିସ ବୋର୍ଡ ଓ କମିଟି ଅଫ୍‌ ସେକ୍ରେଟାରିଜ୍‌ ଅନ୍‌ ଆଡ୍‌ମିନିଷ୍ଟ୍ରେଶନର ଅଧ୍ୟକ୍ଷଠାରୁ ଆରମ୍ଭ କରି ରାଜ୍ୟଗୁଡ଼ିକର ମୁଖ୍ୟ ଶାସନ ସଚିବଙ୍କ ସମ୍ମିଳନୀରେ କ୍ୟାବିନେଟ ସଚିବ ଭାବେ ସେ ପୌରୋହିତ୍ୟ କରିଥାଆନ୍ତି। ପ୍ରଧାନମନ୍ତ୍ରୀଙ୍କ ବରିଷ୍ଠ ଉପଦେଷ୍ଟା ରହିବା ସହ କ୍ୟାବିନେଟ ବୈଠକ ବେଳେ କାର୍ଯ୍ୟସୂଚୀ ପ୍ରସ୍ତୁତ କରିବା ଦାୟିତ୍ୱ ତାଙ୍କ ଉପରେ ନ୍ୟସ୍ତ ଥିବାରୁ ଏହି ପଦବୀ ସର୍ବାଧିକ ଗୁରୁତ୍ୱ ରଖିଥାଏ। ସିଭିଲ ସର୍ଭିସ ପାଇଁ ପ୍ରସ୍ତୁତ ହେଉଥିବା ଆଶାୟୀଙ୍କ ସକାଶେ କ୍ୟାବିନେଟ ସଚିବ ପଦ ସର୍ବଦା ଏକ ପ୍ରେରଣା ଭାବେ ରହିଆସିଥିବାରୁ ଏଥିରେ ଅବସ୍ଥାପିତ ବ୍ୟକ୍ତି ବିଶେଷଙ୍କ ବିଷୟରେ ଜାଣିବା ପାଇଁ ସେମାନଙ୍କ ଆଗ୍ରହ ରହିଥାଏ। ସ୍ବରାଷ୍ଟ୍ର ସଚିବ ଥିବା ରାଜୀବ ଗୌବା ୩୦ ଅଗଷ୍ଟରେ କ୍ୟାବିନେଟ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରି ଦୁଇ ବର୍ଷ ଲାଗି ଏହି ପଦବୀରେ ରହିବେ। ନିକଟରେ ନିଯୁକ୍ତି ସଂକ୍ରାନ୍ତ କ୍ୟାବିନେଟ କମିଟି (ଏସିସି) ତାଙ୍କ ନାମ ଅନୁମୋଦନ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଏବେ ପି.କେ. ସିହ୍ନା କ୍ୟାବିନେଟ ସଚିବ ଅଛନ୍ତି।
ରାଜୀବ ୧୫ ଅଗଷ୍ଟ ୧୯୫୯ରେ ପଞ୍ଜାବରେ ଜନ୍ମଗ୍ରହଣ କରିଥିଲେ। ସେ ପାଟନା ବିଶ୍ୱବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରେ ସ୍ନାତକ ଡିଗ୍ରୀ ଅର୍ଜନ କରିଥିଲେ। ପଦାର୍ଥ ବିଜ୍ଞାନରେ ସ୍ବର୍ଣ୍ଣ ପଦକ ହାସଲ କରିଥିବା ରାଜୀବ ସିଭିଲ ସର୍ଭିସ ପ୍ରତି ମନ ବଳାଇଥିଲେ। ୧୯୮୨ ବ୍ୟାଚର ବିହାର (ଏବେ ଝାଡ଼ଖଣ୍ଡ) କ୍ୟାଡରର ଏହି ସର୍ବଭାରତୀୟ ଅଧିକାରୀ ଏବେ ସ୍ବରାଷ୍ଟ୍ର ସଚିବ ଅଛନ୍ତି। ଲୋକ ସେବା କ୍ଷେତ୍ରରେ ନିୟୋଜିତ ରାଜୀବଙ୍କ କ୍ୟାରିୟର ଦେଖିଲେ ସେ ଉଭୟ ଝାଡ଼ଖଣ୍ଡ ଓ କେନ୍ଦ୍ର ସରକାରଙ୍କ ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଆସିଛନ୍ତି। ବିହାର ବିଭାଜନ ହେବ ପୂର୍ବରୁ ସେ ଗୟା, ନାଳନ୍ଦା ଓ ମୁଜାଫରପୁର ଜିଲାର ମାଜିଷ୍ଟ୍ରେଟ ରହିଥିଲେ। ୨୦ ଜାନୁୟାରୀ ୨୦୧୫ରେ ରାଜୀବ ଝାଡ଼ଖଣ୍ଡର ମୁଖ୍ୟ ଶାସନ ସଚିବ ହୋଇଥିଲେ। ସେଠାରେ କାର୍ଯ୍ୟ କଲା ବେଳେ ଶ୍ରମ ସଂସ୍କାର ଏବଂ ବାମପନ୍ଥୀ ଉଗ୍ରବାଦ କମାଇବାରେ ତାଙ୍କ ଭୂମିକା ଅତ୍ୟନ୍ତ ପ୍ରଶଂସନୀୟ ରହିଥିଲା। କେନ୍ଦ୍ର ସରକାରଙ୍କ ସଚିବ ଭାବେ ନିଯୁକ୍ତି ମିଳିବା ପରେ ତାଙ୍କ କାର୍ଯ୍ୟ ଦକ୍ଷତା ବରିଷ୍ଠଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ପ୍ରତିରକ୍ଷା ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ, ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ଅତିରିକ୍ତ ସଚିବ, ସ୍ବରାଷ୍ଟ୍ର ବ୍ୟାପାର ଅତିରିକ୍ତ ସଚିବ, ସହରାଞ୍ଚଳ ବିକାଶ ସଚିବ ରହିବା ପରେ ୨୨ ଜୁନ୍‌ ୨୦୧୭ରୁ ରାଜୀବ ସ୍ବରାଷ୍ଟ୍ର ସଚିବ ଭାବେ କାର୍ଯ୍ୟ କରିଆସୁଛନ୍ତି। ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌)ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କ ଉପଦେଷ୍ଟା ଭାବେ ମଧ୍ୟ ସେ କାର୍ଯ୍ୟ କରିଛନ୍ତି।
ସମ୍ବିଧାନରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ହେବା ଦିଗରେ ସ୍ବରାଷ୍ଟ୍ର ସଚିବ ଭାବେ ରାଜୀବ ଅନେକ ପଦକ୍ଷେପ ନେଇଛନ୍ତି। ୩୦ ଅଗଷ୍ଟରେ କ୍ୟାବିନେଟ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ତାଙ୍କୁ ସରକାରଙ୍କ ସହ ଉତ୍ତମ ସମନ୍ବୟ ଆଣି କାର୍ଯ୍ୟ କରିବାକୁ ପଡ଼ିବ। ସଚିବଙ୍କ ସଚିବ କୁହାଯାଉଥିବା ଏହି ପଦବୀରେ ଥାଇ ସେ ଆଗକୁ ଅଭିନବ ପଦକ୍ଷେପ ନେବେ ବୋଲି ଆଶା ରହିବା ସ୍ବାଭାବିକ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

ଜୀବନର ଧାଁ ଦଉଡ଼

ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...

ଟଙ୍କାଖିଆ ମଣିଷ

ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...

ଦୁଇ ଦେଶ ଲୁଟୁଛନ୍ତି

ସମ୍ଭବତଃ ୨୦୨୫ ବର୍ଷଟି ସମସ୍ତଙ୍କର ମନେ ରହିବ, କାରଣ ଆମେରିକାର ରାଷ୍ଟ୍ରପତି ଏହି ବର୍ଷ ବୈଶ୍ୱିକ ବାଣିଜ୍ୟ ବ୍ୟବସ୍ଥାକୁ ଶେଷ କରିଦେଇଛନ୍ତି। କନ୍ତୁ ସତ କଥା...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri