ସଚିନ ତେନ୍ଦୁଲକର ହୋଇପାରନ୍ତି ଓଡ଼ିଶା ଟୁରିଜମ୍‌ ବ୍ରାଣ୍ଡ୍‌ ଆମ୍ବାସାଡର

ଭୁବନେଶ୍ୱର,୧୬ା୯(ବ୍ୟୁରୋ) : ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଓଡ଼ିଶା ପର୍ଯ୍ୟଟନର ପ୍ରଚାର ପ୍ରସାର ପାଇଁ ଜଣେ ପରିଚିତ ଚେହେରା ହୋଇପାରନ୍ତି ଟୁରିଜମ୍‌ ବ୍ରାଣ୍ଡ୍‌ ଆମ୍ବାସାଡର। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ମୁତାବକ କ୍ରିକେଟ୍‌ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ହୋଇପାରନ୍ତି ଓଡ଼ିଶା ପର୍ଯ୍ୟଟନର ସେଲିବ୍ରିଟି ବ୍ରାଣ୍ଡ୍‌ ଆମ୍ବାସାଡର। ଏନେଇ ବର୍ତ୍ତମାନ ସୁଦ୍ଧା କୌଣସି ନିଷ୍ପତ୍ତି ହୋଇ ନ ଥିଲେ ମଧ୍ୟ ଆଲୋଚନା ଜୋର୍‌ ଧରିଛି। ଯଦି ସବୁକିଛି ଠିକ୍‌ଠାକ୍‌ ଚାଲେ ତା’ହେଲେ ଖୁବ୍‌ଶୀଘ୍ର ତେନ୍ଦୁଲକର ଓଡ଼ିଶାର ଉତ୍କୃଷ୍ଟ ପର୍ଯ୍ୟଟନ ସମ୍ବଳକୁ ଜାତୀୟ ଓ ଅନ୍ତର୍ଜାତୀୟସ୍ତରୀୟ ପ୍ଲାଟଫର୍ମରେ ପ୍ରମୋଟ କରୁଥିବାର ଦେଖିବାକୁ ମିଳିବ।
ବିଦେଶୀ ଏବଂ ଦେଶୀୟ ପର୍ଯ୍ୟଟକଙ୍କୁ ଓଡ଼ିଶା ପ୍ରତି ଆକୃଷ୍ଟ କରିବାକୁ ଜଣେ ଖ୍ୟାତନାମା ସେଲିବ୍ରିଟିଙ୍କୁ ଓଡ଼ିଶା ଟୁରିଜମ୍‌ ‘ବ୍ରାଣ୍ଡ୍‌ ଆମ୍ବାସାଡର’ କରିବାକୁ ଦୀର୍ଘଦିନ ହେଲା ଦାବି ହୋଇଆସୁଛି। ଗୁଜରାଟ, ପଶ୍ଚିମବଙ୍ଗ, ଆସାମ ଓ ଆନ୍ଧ୍ରପ୍ରଦେଶ ପରି ରାଜ୍ୟ ଅମିତାଭ ବଚ୍ଚନ, ଶାହରୁଖ୍‌ ଖାନ, ପ୍ରିୟଙ୍କା ଚୋପ୍ରା ଓ ଅଜୟ ଦେବଗନ ଭଳି ବଲିଉଡ୍‌ ସେଲିବ୍ରିଟିଙ୍କୁ ସେମାନଙ୍କ ପର୍ଯ୍ୟଟନର ବ୍ରାଣ୍ଡ୍‌ ଆମ୍ବାସାଡର କରିଥିବାବେଳେ ଓଡ଼ିଶା ଏ କ୍ଷେତ୍ରରେ ବହୁପଛରେ ପଡ଼ିଯାଇଛି। ସେଲିବ୍ରିଟି ଆମ୍ବାସାଡର ନ ଥିବାରୁ ବିଭିନ୍ନ କାର୍ଯ୍ୟକ୍ରମ ହେବା ସତ୍ତ୍ୱେ ରାଜ୍ୟ ପର୍ଯ୍ୟଟନ ସେଭଳି ଲୋକଲୋଚନକୁ ଆସିପାରୁନାହିଁ। ଏନେଇ ବିଭିନ୍ନ ସମୟରେ ହୋଟେଲିୟର ଏବଂ ଟୁର୍‌ ଅପରେଟରମାନେ ଅଭିଯୋଗ କରିଛନ୍ତି। ଓଡ଼ିଶା ପର୍ଯ୍ୟଟନ ବିଭାଗ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କୁ ବ୍ରାଣ୍ଡ୍‌ ଆମ୍ବାସାଡର କରିଥିବାବେଳେ ଟିଭି ଚ୍ୟାନେଲ ବିଜ୍ଞାପନରେ ଓଡ଼ିଆ ଅଭିନେତ୍ରୀ, ଅଭିନେତାଙ୍କୁ ପ୍ରାୟତଃ ଦେଖିବାକୁ ମିଳୁଛି। ମାତ୍ର ଦେଶ କିମ୍ବା ଦେଶ ବାହାରେ ଏହି ଅଭିନେତ୍ରୀ, ଅଭିନେତାମାନେ ପରିଚିତ ନ ଥିବାରୁ ବିଦେଶୀ ପର୍ଯ୍ୟଟକଙ୍କୁ ଓଡ଼ିଶା ଆକୃଷ୍ଟ କରିବାରେ ବିଫଳ ହେଉଥିବା କୁହାଯାଉଛି। ଏହାକୁ ଦୃଷ୍ଟିରେ ରଖି ପୂର୍ବତନ ଷ୍ଟାର୍‌ କ୍ରିକେଟର୍‌ ତଥା କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ ରାଜ୍ୟ ପର୍ଯ୍ୟଟନର ଆମ୍ବାସାଡର କରିବାକୁ ବିଭାଗ ଚିନ୍ତା କରିଛି। ଏନେଇ ତେନ୍ଦୁଲକରଙ୍କ ସହ କଥାବର୍ତ୍ତା ଚାଲିଥିବାବେଳେ ଖୁବ୍‌ଶୀଘ୍ର ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି। ତେଣୁ ସଚିନଙ୍କ ବ୍ରାଣ୍ଡ୍‌ ଭାଲ୍ୟୁ ବଲିଉଡ୍‌ କଳାକାରଙ୍କଠାରୁ ମଧ୍ୟ ବିଶେଷ ଅଧିକ। ଏଭଳିସ୍ଥଳେ ଯଦି ସେ ଓଡ଼ିଶା ପର୍ଯ୍ୟଟନର ଜାତୀୟ ଓ ଅନ୍ତର୍ଜାତୀୟସ୍ତରୀୟ ବିଜ୍ଞାପନରେ ନଜର ଆସନ୍ତି ତା’ହେଲେ ରାଜ୍ୟ ପର୍ଯ୍ୟଟନ ବିଶ୍ୱସ୍ତରରେ ବିଶେଷଭାବେ ପରିଚିତ ହୋଇପାରିବ। ଓଡ଼ିଶାର ବ୍ରାଣ୍ଡିଂ କ୍ୟାମ୍ପେନକୁ ଏକ ନୂଆ ଦିଗ ମିଳିବ ଏବଂ ଆସାମ, ଗୁଜରାଟ ଓ ମଧ୍ୟପ୍ରଦେଶ ଭଳି ଓଡ଼ିଶା ଟୁରିଜମ୍‌ ଏକ ନୂତନ ସ୍ତରକୁ ଯାଇପାରିବ ବୋଲି ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହତ୍ୟା ଅଭିଯୋଗ କଲେ ବାପଘର ଲୋକ

ରିଷିଡା, ୫।୬ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ପୌରକେଲା ଗ୍ରାମରେ ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ସେ ହେଲେ ସୁବାସ ରଣାଙ୍କ ସ୍ତ୍ରୀ…

ମୃତ ଛାତ୍ରଙ୍କ ପରିବାରକୁ ଭେଟିଲେ ବିଧାୟକ, ସମବେଦନା ସହ ଆର୍ଥିକ ସହାୟତା ପ୍ରଦାନ

ହାଟଡିହୀ/ଛେନାପଦୀ, ୫।୬ (ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅନ୍ତର୍ଗତ ଆଇତିପୁର ପଞ୍ଚାୟତର ଅମୃତପୁର ଗ୍ରାମର ଜଣେ ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ ଛାତ୍ର ଗତ…

ମହିଳା ଆଇନଜୀବିଙ୍କୁ ତହସିଲଦାରଙ୍କ ଆସୌଜନ୍ୟ ବ୍ୟବହାର ଅଭିଯୋଗ: ଧାରଣାରେ  ଆଇନଜୀବୀ

ଦିଗପହଣ୍ଡି,୫|୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି  ତହସିଲଦାର ରାମଚନ୍ଦ୍ର ପଟ୍ଟନାୟକ ତାଙ୍କ ପ୍ରକୋଷ୍ଠରେ ମହିଳା ଆଇନଜୀବି ଏମ. ପ୍ରତିଭା କୁମାରୀ ରେଡ୍ଡୀଙ୍କୁ ଅସୌଜନ୍ୟ ବ୍ୟବହାର ପ୍ରଦର୍ଶନ…

ପ୍ରକାଶ ପାଇଲା ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ପରୀକ୍ଷା ଫଳ: ସ୍ନାତକୋତ୍ତରରେ ୮୪.୮ ପ୍ରତିଶତ…

ବଲାଙ୍ଗୀର,୫।୬(ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ସ୍ନାତକ, ସ୍ନାତକୋତ୍ତର ଓ ଇଣ୍ଟ୍ରିଗେଟେଡ ବିଏଡ-ଏମଏଡ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି। ସ୍ନାତକୋତ୍ତରରେ ୮୪.୮ ପ୍ରତିଶତ, ସ୍ନାତକ…

ପାକିସ୍ତାନକୁ ହରାଇ ଫାଇନାଲରେ ପହଞ୍ଚିଲା ଭାରତ

କାକାମିଗାହାରା,୫ା୬: ଭାରତ ୧୮ ବର୍ଷରୁ କମ୍‌ ଏସିଆକପ୍‌ ହକିର ଏକ ହାଇ ଭୋଲ୍‌ଟେଜ୍‌ ସେମିଫାଇନାଲରେ ୫-୩ ଗୋଲ୍‌ରେ ପାକିସ୍ତାନକୁ ହରାଇ ଦେଇଛି। ଏଥିରେ ଆଶିଷ ପୂର୍ତ୍ତି ବ୍ୟକ୍ତିଗତ…

ଗୋଟିଏ ପଟେ ପ୍ରଶାସନିକ ଦାୟିତ୍ୱ: ଅନ୍ୟପଟେ ପରିବେଶ ପ୍ରତି ଅନୁରାଗ, ’ପ୍ରକୃତି ମିତ୍ର’ ସମ୍ମାନରେ ସମ୍ମାନିତ ହେଲେ ଦୁର୍ଗପତିସାରଦା ପ୍ରସାଦ ଦାସ

ଗଞ୍ଜାମ,୫।୬(ଅନାଥ ତରାଇ/ବିଦ୍ୟାଧର ସାହୁ ): ବିଶ୍ୱ ପରିବେଶ ଦିବସ ଅବସରରେ ଗଞ୍ଜାମ ଅଷ୍ଟମ ବାଟାଲିୟନର ଦୁର୍ଗପତି ସାରଦା ପ୍ରସାଦ ଦାସଙ୍କୁ ଜିଲାସ୍ତରୀୟ ସମ୍ମାନଜନକ ପ୍ରକୃତି ମିତ୍ର ପୁରସ୍କାର…

ନୀରଜଙ୍କୁ ଅତିକ୍ରମ କରି ସୁପର ଷ୍ଟାର ଭାବେ ଉଭା ହେଲେ ଏହି ଖେଳାଳି, ଜାଣନ୍ତୁ…

ରୋମ୍‌,୫ା୬: ଶ୍ରୀଲଙ୍କାର ରୁମେଶ ଥରାଙ୍ଗା ପାଥିରେଜ ଏସିଆର ପରବର୍ତ୍ତୀ ଜାଭେଲିନ ସୁପର ଷ୍ଟାର ଭାବେ ଉଭା ହୋଇଛନ୍ତି। ଏଥିପାଇଁ ନୀରଜ ଚୋପ୍ରା ଓ ଅର୍ଶାଦ ନଦିମଙ୍କୁ ଚଳିତ…

ଅଚାନକ ଡାକ୍ତରଖାନାରେ ପହଞ୍ଚିଲେ ସିଡିଏମ୍‌ଓ

ବଡ଼ଗାଁ,୫ା୬(ଅଶୋକ ଷଡଙ୍ଗୀ):ସୁନ୍ଦରଗଡ଼ ଜିଲା ବଡ଼ଗାଁ ସ୍ଥିତ ସରକାରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର(ସିଏଚସି )ରେ ଲାଗି ରହିଥିବା ବିଭିନ୍ନ ସମସ୍ୟାକୁ ନେଇ ବୁଧବାର ଗ୍ରାମବାସୀମାନେ ସିଏଚସି ଅଧିକାରୀଙ୍କୁ ସାକ୍ଷାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri