Posted inଖେଳ

ସଚିନ, କୋହଲିଙ୍କୁ କ୍ଲାର୍କଙ୍କ ପ୍ରଶଂସା

ମେଲବୋର୍ନ,୧୦।୪ (ପି.ଟି.): ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପ୍ରଶଂସାରେ ଶତମୂଖ ହୋଇଛନ୍ତି ମାଇକେଲ କ୍ଲାର୍କ। ସେହିପରି ଭାରତୀୟ ଅଧିନାୟକ ବିରାଟ କୋହଲି ମଧ୍ୟ ସଚିନ୍‌ଙ୍କ ଭଳି ଜଣେ ମହାନ ବ୍ୟାଟ୍ସମ୍ୟାନ ବୋଲି କ୍ଲାର୍କ କହିଛନ୍ତି। ଏହି ଦୁଇ ଖେଳାଳିଙ୍କ ଟେକ୍‌ନିକ୍‌ ଅସାଧାରଣ। ତେଣୁ ଏହି ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ଆଉଟ କରିବ ବେଶ କଷ୍ଟକର ବୋଲି ସେ ସ୍ବୀକାର କରିଛନ୍ତି। ତେନ୍ଦୁଲକରଙ୍କ ଭଳି ଜଣେ ସୟଂସମ୍ପୂର୍ଣ୍ଣ ବ୍ୟାଟ୍ସମ୍ୟାନ ବିଶ୍ୱରେ ବିରଳ। ମୋ ସମୟରେ ସେ ନିର୍ବିବାଦରେ ଶ୍ରେଷ୍ଠ ବୋଲି କ୍ଲାର୍କ କହିଛନ୍ତି।
ବୈଷୟିକ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ତେନ୍ଦୁଲକରଙ୍କ କୌଣସି ତ୍ରୁଟି ଥିବା ପରି ମନେ ହୁଏନାହିଁ ବୋଲି ‘ବିଗ୍‌ ସ୍ପୋଟର୍‌ସ ବ୍ରେକ୍‌ଫାଷ୍ଟ’ ନାମକ ଏକ ରେଡିଓ ଶୋ’କୁ ସାକ୍ଷାତକାର ଦେଇ କ୍ଲାର୍କ ଏହି କଥା କହିଛନ୍ତି। ତେବେ ବର୍ତ୍ତମାନ ପିଢିକୁ ବିଚାର କଲେ କୋହଳି ସବୁ ଫର୍ମାଟରେ ଶ୍ରେଷ୍ଠ ବୋଲି ସେ କହିଛନ୍ତି। ଦିନିକିଆ ଓ ଟି୨୦ ଫର୍ମାଟରେ କୋହଲି ହାସଲ କରିଥିବା ରେକର୍ଡ ଦୃଷ୍ଟାନ୍ତମୂଳକ। ଟେଷ୍ଟ କ୍ରିକେଟରେ ମଧ୍ୟ ସେ ବେଶ୍‌ ପ୍ରଭାବୀ ସାବ୍ୟସ୍ତ ହୋଇଛନ୍ତି। ବଡ଼ ବଡ଼ ଶତକ ହାସଲ କରିବାରେ କୋହଲି ଓ ସଚିନଙ୍କ ମଧ୍ୟରେ ସାମଞ୍ଜସ୍ୟ ରହିଛି। ବିଶ୍ୱର ଏକମାତ୍ର ବ୍ୟାଟ୍ସମ୍ୟାନ ଭାବେ ତେନ୍ଦୁଲକର ୨୦୦ ଟେଷ୍ଟ ମ୍ୟାଚ୍‌ ଖେଳିଛନ୍ତି ଓ ମୋଟ ଉପରେ ୧୦୦ ଅନ୍ତର୍ଜାତୀୟ ଶତକ ହାସଲ କରିଛନ୍ତି। ଟେଷ୍ଟରେ ସେ ୫୧ଟି ଶତକ ଓ ଦିନିକିଆରେ ୪୯ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ଟେଷ୍ଟରେ ସେ ସର୍ବାଧିକ ମୋଟ ୧୫,୯୨୧ ଓ ଦିନିକିଆରେ ସେ ୪୬୩ଟି ମ୍ୟାଚ୍‌ ଖେଳି ସର୍ବାଧିକ ୧୮, ୪୨୬ ରନ ସଂଗ୍ରହ କରିଛନ୍ତି। ଘରୋଇ ଗ୍ରାଣ୍ଡରେ ୨୦୧୩ରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ବିଦାୟୀ ଟେଷ୍ଟ ମ୍ୟାଚ ଖେଳି ସେ ଅବସର ଘୋଷଣା କରିଥିଲେ। କ୍ଲାର୍କ ମଧ୍ୟ ୧୧୫ଟି ଟେଷ୍ଟ ଖେଳି ୮, ୬୪୩ ରନ ସଂଗ୍ରହ କରିଛନ୍ତି ଓ ସେ ୨୮ଟି ଶତକ ହାସଲ କରିଛନ୍ତି। ସେହିପରି ୨୪୫ଟି ଦିନିକିଆ ମ୍ୟାଚ୍‌ ଖେଳି କ୍ଲାର୍କ ୭୯୮୧ ରନ ସଂଗ୍ରହ କରିଛନ୍ତି। ୩୯ ବର୍ଷୀୟ କ୍ଲାର୍କଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ୨୦୧୫ ବିଶ୍ୱକପ୍‌ ଟାଇଟଲ ହାସଲ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ପାକିସ୍ତାନ ପାଇଁ BCCI ସହିବ କ୍ଷତି! ଭାରତରୁ ଛଡ଼ାଇ ନିଆଯାଇପାରେ ବଡ଼ ଟୁର୍ଣ୍ଣାମେଣ୍ଟ

ନୂଆଦିଲ୍ଲୀ,୧୭।୨: କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ଚିନ୍ତାଜନକ ଖବର। ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ସୀମା ବିବାଦର ପ୍ରଭାବ ଏବେ କ୍ରିକେଟ୍ ମୈଦାନ ଉପରେ…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri