Posted inଫୁରସତ

ସଙ୍ଗୀତ ମାୟାରେ ଆରୋହୀ-ସ୍ବପ୍ନାରାଣୀ

ପ୍ରଗାଢ଼ ନିଷ୍ଠା ବଳରେ ଜଣେ ମହିଳା କିପରି ନିଜର ଲକ୍ଷ୍ୟ ହାସଲ କରିପାରେ ତାହାର ଅନେକ ନଜିର ରହିଛି। ତେବେ ଏହି ତାଲିକାରେ ନିଜ ନାମକୁ ସାମିଲ କରିଛନ୍ତି ଦୁଇ ଭଉଣୀ। କେବଳ ସେତିକି ନୁହେଁ, ନିଜର ଉଦ୍ୟମ ବଳରେ ସଙ୍ଗୀତ କ୍ଷେତ୍ରରେ ଅନ୍ୟମାନଙ୍କ ପାଇଁ ଏହି ଦୁଇ ଜଣ ସାଜିଛନ୍ତି ପ୍ରେରଣାର ଉତ୍ସ। ଆଜି ଯେଉଁ ସ୍ଥାନରେ ପହଞ୍ଚତ୍ପାରିଛନ୍ତି ସେଥିପାଇଁ ନିଜ ପରିଶ୍ରମ ଏବଂ ପରିବାର ଲୋକଙ୍କ ପ୍ରେରଣା ଓ ଉତ୍ସାହକୁ ସର୍ବାଗ୍ରେ ସ୍ମରଣ କରନ୍ତି ମ୍ୟୁଜିକ୍‌ କମ୍ପୋଜର ଆଣ୍ଡ ଡାଇରେକ୍ଟର ଆରୋହୀ ଅଜିତା ସାହୁ ଏବଂ ସାନ ଭଉଣୀ ତଥା ଗୀତିକାର ସ୍ବପ୍ନାରାଣୀ ସାହୁ। ବିଶେଷକରି ଆରୋହୀ ସ୍ବର ସଂଯୋଜନାରେ ଅଧିକ ଗୁରୁତ୍ୱ ଦିଅନ୍ତି। ବେଳେବେଳେ ସେ ଶ୍ରୋତାଙ୍କୁ ପ୍ରଭାବିତ କରିବା ଭଳି କେତେକ ଗୀତ ପାଇଁ କଣ୍ଠଦାନ କରିଥାଆନ୍ତି। ୨୦୧୬ ଜୁଲାଇରେ ସଙ୍ଗୀତ ଜଗତକୁ ପ୍ରବେଶ କରନ୍ତି ଆରୋହୀ। ସଙ୍ଗୀତ ପ୍ରତି କାହିଁକି ଆକର୍ଷିତ ହେଲେ ପ୍ରଶ୍ନର ଉତ୍ତରରେ ସେ କହନ୍ତି, ”ପିଲାବେଳୁ ଏହି ଦିଗକୁ ଆସିବାକୁ ଇଚ୍ଛା ଥିଲା। ମୋର ଗୀତ ପ୍ରତି ଆଗ୍ରହ ଦେଖି ପରିବାର ଲୋକେ ପ୍ରାୟ ୫ ବର୍ଷ ବୟସରୁ ହିଁ ଗୁରୁଙ୍କଠାରୁ ଗୀତ ଶିଖିବାର ବ୍ୟବସ୍ଥା କରାଇଥିଲେ। ଏବେ ବି କୋଲକାତାରେ ଗୁରୁ ଉଜ୍ଜ୍ୱଳ ଦତ୍ତଙ୍କ ଠାରୁ ଗୀତ ଶିଖୁଛି। ମୋ ବାପା ରମେଶ ଚନ୍ଦ୍ର ସାହୁ ଜଣେ ବିଜ୍‌ନେସ୍‌ମ୍ୟାନ୍‌ ଓ ମାଆ ଯଶୋଦାରାଣୀ ଗୃହିଣୀ। ଯୁକ୍ତ ୨ ପରେ ପାଠ ପଢ଼ାରେ ପୂର୍ଣ୍ଣଚ୍ଛେଦ ପକାଇ ମ୍ୟୁଜିକ୍‌କୁ ହିଁ କ୍ୟାରିୟର କରିବାର ନିଷ୍ପତ୍ତି ନେଇଥିଲି। କେବଳ ଓଡ଼ିଆ ନୁହେଁ, ହିନ୍ଦୀ ଏବଂ ବଙ୍ଗଳା ଭାଷାରେ ମ୍ୟୁଜିକ କମ୍ପୋଜିଂରେ ମୁଁ ନିଜକୁ ଏବେ ବ୍ୟସ୍ତ ରଖିଛି। ଯେହେତୁ ମୁଁ ଜଣେ ଓଡ଼ିଆ, ଓଡ଼ିଆ ଶ୍ରୋତାଙ୍କ ପ୍ରତି ମୋର ଅଧିକ ଦୁର୍ବଳତା ରହିବା ସ୍ବାଭାବିକ। ହଁ, ଓଡ଼ିଆ ସଙ୍ଗୀତର ଉନ୍ନତି ସେତେବେଳେ ହେବ ଯେତେବେଳେ ଓଡ଼ିଆ ଭାଷାକୁ ଅଧିକ ପ୍ରୋତ୍ସାହନ ମିଳିବ। ମୋ ମତରେ କାହାକୁ କପି ନ କରି ସବୁବେଳେ ନିଜର କମ୍ପୋଜିଂ କିପରି ଅନ୍ୟମାନଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ ଏବଂ ୟୁନିକ୍‌ ହେବ ସେ ନେଇ ସଚେତନ ରହିଲେ କିଛି ପରିବର୍ତ୍ତନ ଆସିପାରିବ।“ ଦୁଇଟି ଆଲ୍‌ବମ୍‌ ରିଲିଜ୍‌ ହେବା ପରେ ତାଙ୍କର ଜଣେ ସମ୍ପର୍କୀୟ ଭାଇ ଏ ଲାଇନ୍‌ରେ କ୍ୟାରିଅର କରିବା ପାଇଁ ତାଙ୍କୁ କହିଥିଲେ। ମ୍ୟୁଜିକ ଆଲ୍‌ବମ୍‌ ‘ଷ୍ଟୁପିଡ୍‌ ଲଭ୍‌’ ଏବଂ ‘ଏତେ ଭଲ ପାଆନି ମୋତେ ମୁଁ ମରିଯିବି’ ଗୀତଟି ତାଙ୍କ କ୍ୟାରିୟର ପାଇଁ ଟର୍ନିଂ ପଏଣ୍ଟ ସାବ୍ୟସ୍ତ ହୋଇଥିଲା। ଓଡିଆ ଆଲ୍‌ବମ୍‌ ମ୍ୟୁଜିକ୍‌ ‘ଚୁପ୍‌ ଚୁପ୍‌’ର ଡିରେକ୍ସନ ଦେଇଛନ୍ତି ସେ। ବଲିଉଡ୍‌ ଆଲ୍‌ବମ୍‌ ମ୍ୟୁଜିକ୍‌ ‘ହମ୍‌ ରହେ ୟା ନ ରହେ’ର ଡିରେକ୍ସନ ଦେବା ସହ ନିଜେ ଗୀତ ଗାଇଛନ୍ତି ଆରୋହୀ। ଅବସର ସମୟରେ ଆରୋହୀ ଭଲ ଜାଗା ବୁଲି ଯିବାକୁ ପସନ୍ଦ କରିଥାଆନ୍ତି। ବିଶେଷଭାବରେ ନିରୋଳା ସ୍ଥାନରେ ବସି ମ୍ୟୁଜିକ କମ୍ପୋଜ କରିବାକୁ ପସନ୍ଦ କରିଥାନ୍ତି ସେ। ଅପରପକ୍ଷରେ ସ୍ବପ୍ନାରାଣୀ ଜଣେ ଗୀତିକାର ଭାବରେ ନିଜ କ୍ୟାରିୟରକୁ ଆଗେଇ ନେଉଛନ୍ତି। ପେସାରେ ସେ ଜଣେ ଶିକ୍ଷୟିତ୍ରୀ। ଏ ସମ୍ପର୍କରେ ସେ କହନ୍ତି, ”ମୋର ଗୀତ ଲେଖିବା ଦେଖି ମୋ ବଡ଼ ଭଉଣୀ ଆରୋହୀ ମୋତେ ଏହାକୁ କ୍ୟାରିୟର କରିବାକୁ ଉତ୍ସାହିତ କରିଥିଲେ। ମୋର ପ୍ରଥମ ଗୀତ ଥିଲା ‘ଯାଆନି ଯାଆନି ରେ’। ଆଉ ଏହି ଗୀତକୁ ଆରୋହୀ ହିଁ ଗାଇଥିଲେ। ଏହାକୁ ମେଲ୍‌ ଭର୍ସନରେ ଗାଇଥିଲେ ବିଷ୍ଣୁମୋହନ କବି।“ ପରେ ସହରକୁ ଆସି ଗାଁକୁ ଭୁଲିଯାଇଥିବା ଲୋକଙ୍କୁ ନେଇ ଏହି ଦୁଇ ଭଉଣୀ ମିଶି ଲେଖିଥିଲେ ‘ମୋ ଗାଁ’ ଗୀତଟି। ଓଡ଼ିଶାର ସଂସ୍କୃତିକୁ ଆଧାରକରି ଲେଖାଯାଇଥିବା ଏହି ଗୀତଟି ଶ୍ରୋତାମାନଙ୍କ ମନକୁ ବେଶ୍‌ ଛୁଇଁପାରିଥିଲା। ସ୍ବପ୍ନାରାଣୀଙ୍କର ‘ହାଏଲୋ ଛୋରି’ ଆଉ ‘ଅତୀତର ସେହି ସ୍ମୃତି’ ଗୀତ ବେଶ୍‌ ଲୋକପ୍ରିୟତା ହାସଲ କରିପାରିଥିଲା। ସ୍କୁଲରୁ ଫେରିଲା ପରେ ରାତିରେ ଲାଗିପଡ଼ନ୍ତି ଗୀତ ଲେଖିବାରେ ସେ। ରାତି ୯ଟା ପରେ ଦୁଇ ଭଉଣୀ ମିଶି ଗୀତ କମ୍ପୋଜ ଆଉ ଡିରେକ୍ସନ ବିଷୟରେ ଆଲୋଚନା କରିଥାଆନ୍ତି। ଭବିଷ୍ୟତରେ ଆରୋହୀ ମ୍ୟୁଜିକ୍‌କୁ ହିଁ ନିଜର କ୍ୟାରିୟର କରିବେ ବୋଲି ନିଷ୍ପତ୍ତି ନେଇଥିବାବେଳେ ସ୍ବପ୍ନାରାଣୀ ଶିକ୍ଷକତା ସହ ଗୀତ ରଚନାକୁ ସମାନ ଗୁରୁତ୍ୱ ଦେବାକୁ ଯୋଜନା କରିଛନ୍ତି।
– ଦେବସ୍ମିତା ମହାନ୍ତି


Enter your email to get our daily news in your inbox.

All Right Reserved By Dharitri.Com

୧୭ ଜଣଙ୍କୁ ପଛରେ ପକାଇ ଉପରକୁ ଉଠିଲେ ଇଶାନ କିଷାନ

ନୂଆଦିଲ୍ଲୀ,୧୮।୨: ICC ଟି-୨୦ ରାଙ୍କିଙ୍ଗ ପ୍ରକାଶ ପାଇଛି। ଏଥିରେ ପ୍ରଭାବଶାଳୀ ପ୍ରଦର୍ଶନ କରିଥିବା ଇଶାନ କିଷାନଙ୍କ ତାଙ୍କୁ ଶ୍ରେଷ୍ଠ ୧୦ରେ ସ୍ଥାନ ମିଳିଛି। ସେ ୧୭ ବ୍ୟାଟସମ୍ୟାନଙ୍କୁ…

ଭେଣ୍ଟିଲେଟରରେ ସଲମାନଙ୍କ ବାପା: ସ୍ବାସ୍ଥ୍ୟାବସ୍ଥାକୁ ନେଇ ଆସିଲା ବଡ଼ ଅପଡେଟ୍‌

ବଲିଉଡର ବରିଷ୍ଠ ସ୍କ୍ରିନ୍‌ରାଇଟର୍‌ ସଲିମ ଖାନ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ହେବା ପରେ ତାଙ୍କୁ ଫେବୃଆରୀ ୧୭ ସକାଳେ ହସ୍ପିଟାଲକୁ ଅଣାଯାଇଥିଲା।…

ବାସନ ଧୋଇଲେ ପାକିସ୍ତାନ ଖେଳାଳି: ହୋଟେଲରେ ହେଲେ ହଟହଟା

ଇସଲାମାବାଦ୍‌,୧୮।୨: ପାକିସ୍ତାନ ଜାତୀୟ ହକି ଦଳର ସାମ୍ପ୍ରତିକ ଅଷ୍ଟ୍ରେଲିଆ ଗସ୍ତ ପୁଣି ଥରେ ଦେଶର କ୍ରୀଡ଼ା ପ୍ରଶାସନ ପୋଲ ଖୋଲିଛି। FIH ପ୍ରୋ ଲିଗର ଦ୍ୱିତୀୟ ପର୍ଯ୍ୟାୟକୁ…

ସ୍କୁଲ ଯାଉଥିବା ବେଳେ ମହୁମାଛି ଆକ୍ରମଣ: ୩ ଛାତ୍ରୀ ଗୁରୁତର

ଭଦ୍ରକ,୧୮।୨: ଭଦ୍ରକ ଜିଲା ଭଣ୍ଡାରୀପୋଖରୀ ଥାନା ହାଟଡିହ ନିକଟରେ ବୁଧବାର ମହୁମାଛି ଆତଙ୍କ ଦେଖାଦେଇଛି। ମହୁମାଛି ଆକ୍ରମଣରେ ୩ଜଣ ଛାତ୍ରୀ ଗୁରୁତର ହୋଇଛନ୍ତି। ଛାତ୍ରୀମାନେ ସ୍କୁଲ ଯାଉଥିବା…

ଭବାନୀପାଟଣା ସହରରେ ଫୁଟିଲା ଗୁଳି, ଠିକାଦାରଙ୍କୁ ମାରିବାକୁ ଉଦ୍ୟମ

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଜଣେ ଠିକାଦାରଙ୍କୁ ଟଙ୍କା ମାଗିବା ସହ ଜୀବନରେ ମାରିଦେବା…

ରାତି ଅଧରେ ଭାଜପା ନେତାଙ୍କୁ ଟେକିନେଲା ପୋଲିସ, ପ୍ରତିବାଦରେ ରାସ୍ତାରୋକୋ

ଚାନ୍ଦବାଲି, ୧୮ା୨( କିଷାନ ପାତ୍ର/ଅଶୋକ ପଣ୍ଡା): ଭାଜପା ନେତାଙ୍କୁ ରାତି ଅଧିଆ ଗିରଫ ପ୍ରତିବାଦରେ ଚାନ୍ଦବାଲି-ଭଦ୍ରକ ମୁଖ୍ୟ ରାସ୍ତାର ଖେରଙ୍ଗ ବଜାରରେ ଉତ୍ତେଜନା ଦେଖାଦେଇଛି । ପୋଲିସର…

ରାଜ୍ୟ ସଭା ନିର୍ବାଚନ ତାରିଖ ଘୋଷଣା ପରେ ବଦ୍ରିଙ୍କ ପ୍ରତିକ୍ରିୟା, କହିଲେ ନବୀନ କି ନିଷ୍ପତ୍ତି ନେବେ…

ଭୁବନେଶ୍ୱର,୧୮ା୨: ରାଜ୍ୟ ସଭା ନିର୍ବାଚନ ତାରିଖ ଘୋଷଣା ପରେ ବଦ୍ରି ନାରାୟଣ ପାତ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ ବରିଷ୍ଠମାନଙ୍କୁ ଗୁରୁତ୍ୱ ଦେଇ କହିଛନ୍ତି, ଦଳ ପାଇଁ କାମ…

ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିନାହିଁ ଖାରିକୁଟି ପ୍ରକଳ୍ପ, ପୁନରୁଦ୍ଧାର ଅପେକ୍ଷାରେ…

ଗୁଡ଼ାରି,୧୮।୨ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍‌ର ଚାଷୀଙ୍କୁ ଜଳସେଚନ ସୁବିଧା ଯୋଗାଇଦେବାକୁ ଶିରିଗୁଡ଼ା ଗ୍ରାମପଞ୍ଚାୟତରେ ଗତ ୨୦ ବର୍ଷ ପୂର୍ବେ ଖାରିକୁଟି କ୍ଷୁଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri