ସଙ୍କୁଚିତ ହେଉଛି ତାଳଦଣ୍ଡା କେନାଲ : କମିଲାଣି ଜଳଧାରଣ କ୍ଷମତା

ପାରାଦୀପ,୪ା୮(ସ୍ବ.ପ୍ର.): ପାରାଦୀପର ଜୀବନ ରେଖା ତାଳଦଣ୍ଡା କେନାଲ ଏବେ ସଙ୍କୁଚିତ ହେବା ସହ ପୋତିହେବାରେ ଲାଗିଛି। ଫଳରେ ଏହାର ଜଳଧାରଣ କ୍ଷମତା ହ୍ରାସ ପାଇଲାଣି। କଟକରୁ ପାରାଦୀପ ପର୍ଯ୍ୟନ୍ତ ୮୦ କିମିର ଏହି କେନାଲରେ ୧୭ଟି ଛୋଟ ଶାଖା କେନାଲ ଓ ୨ଟି ମୁଖ୍ୟ ସଂଯୋଗ କେନାଲ ରହିଛି। ବନ୍ଦର ନଗରୀ ପାରାଦୀପ ପାଇଁ ଏହି କେନାଲରେ ଦୈନିକ ୧୧ କ୍ୟୁସେକ ଜଳ ପ୍ରବାହିତ ହେବା ଆବଶ୍ୟକ। କିନ୍ତୁ ବର୍ତ୍ତମାନ ମହାନଦୀରେ ଜଳାଭାବ ଯୋଗ ସବୁଦିନ ୧୧ କ୍ୟୁସେକ ପାଣି ଯୋଗାଇବା ଜଳସମ୍ପଦ ବିଭାଗ ପକ୍ଷରେ ସମ୍ଭବ ହେଉନାହିଁ। ତେଣୁ କେଉଁଦିନ ୩ କ୍ୟୁସେକ ତ କେଉଁଦିନ ୭ କ୍ୟୁସେକ ପାଣି ଛଡ଼ାଯାଉଛି। କେନାଲ ସଙ୍କୁଚିତ ହେବା ଓ କେତେକ ସ୍ଥାନରେ ଅବରୋଧ ଯୋଗୁ ତଳମୁଣ୍ଡ ପାରାଦୀପରେ ସେତିକି ପରିମାଣର ପାଣି ମଧ୍ୟ ପହଞ୍ଚୁନାହିଁ। ଏହାର ପ୍ରଭାବ ଗତ ଅଗଷ୍ଟ ମାସରେ ଅନୁଭୂତ ହୋଇଛି। ଏବେ ପାରାଦୀପ ବନ୍ଦର ସହରାଞ୍ଚଳରେ ଥିବା ଲୋକଙ୍କୁ ଦୈନିକ ମାତ୍ର ଥରେ ପାଣି ଯୋଗାଯାଉଛି। ଏପରି ଜଳାଭାବ ଗତ ୫ବର୍ଷ ହେଲା ଲାଗିରହିଛି। ତାଳଦଣ୍ଡା କେନାଲରେ ଯେତିକି ପାଣି ଆସୁଛି, ସେଥିରୁ ଅଧିକାଂଶ ସ୍ଥାନରେ କେତେକ ବ୍ୟବସାୟୀ, ମାଛଚାଷୀ, ଗୃହ ମାଲିକ, ହୋଟେଲ ଆଦି ଚୋରାରେ ନେଉଥିବା ଜଣାଯାଇଛି। କଟକରୁ ପାରାଦୀପ ପର୍ଯ୍ୟନ୍ତ ଏତେ ମାତ୍ରାରେ ପାଣି ଚୋରି ହେଉଛି, ଯାହାକି ଯାଞ୍ଚ କରିବାକୁ ମାନବ ସମ୍ବଳ ନାହିଁ ବୋଲି ବିଭାଗ ପକ୍ଷରୁ କୁହାଯାଉଛି। କେନାଲକୁ ନିୟମିତ ସଫା କରାଯାଉନାହିଁ। ଦଳ ଭର୍ତ୍ତି ହୋଇ ପଚି ଦୁର୍ଗନ୍ଧ ହେଉଛି। କେନାଲର ଦୁଇ ପାର୍ଶ୍ୱରେ ଜବରଦଖଲ ଯୋଗୁ ତାହା ସଙ୍କୁଚିତ ହେବାରେ ଲାଗିଛି। ଭାରିଯାନ ଚଳାଚଳ ଯୋଗୁ ଧୂଳି ଉଡି ପାଣିରେ ଜମି ରହୁଛି। କେତେକ ସ୍ଥାନରେ ନିର୍ମାଣ କାମ ପାଇଁ ଠିକାଦାର କେନାଲ ପୋତି ଦେଇଛନ୍ତି। କେବଳ ଜଳ ପ୍ରବାହ ପାଇଁ ସିମେଣ୍ଟ ପାଇପ ବସାଇଛନ୍ତି। ନିର୍ମାଣ କାମ ଶେଷ ହେବା ପରେ ଠିକାଦାର ସେହି ଅସ୍ଥାୟୀ
ଅବରୋଧ ହଟାଉନାହାନ୍ତି। ଫଳରେ ସେହି ମାଟି, ବାଲି କେନାଲରେ ମିଶି ପୋତି ହେବାରେ ଲାଗିଛି। ଏମିତି ଅନେକ କାରଣ ପାଇଁ କେନାଲର ଜଳଧାରଣ କ୍ଷମତା ଏବେ ୧୦ କ୍ୟୁସେକ ମିଟରଠାରୁ କମ ହୋଇଗଲାଣି ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ୧୯୨୨ରେ ଇଂରେଜ ଶାସକମାନେ ଏହି କେନାଲ ପାରାଦୀପର ଚଉମୁହଁାଣଠାରୁ କଟକ ଯୋବ୍ରା ପର୍ଯ୍ୟନ୍ତ ଖୋଳିଥିଲେ। ୧୯୬୦ ଦଶକରେ ପାରାଦୀପ ବନ୍ଦର ହେବା ପରେ ସେହି କେନାଲକୁ ସିଙ୍ଗଟାଳିଠାରୁ ଅଠରବାଙ୍କି ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇଥିଲା। ସେତେବେଳେ କେନାଲ ଯୋଗେ ପରିବହନ ଓ ଜଳସେଚନ ହୋଇପାରୁଥିଲା। ଏହି କେନାଲର ବିରିଡିଠାରୁ ମାଛଗଁା କେନାଲ ଓ ତାଳଦଣ୍ଡାଠାରେ ତାଳଦଣ୍ଡା କେନାଲ ବାହାରିଛି। ଏଥିସହ ୧୭ଟି ଶାଖା କେନାଲ ରହିଛି, ଯାହାକୁ ୧ରୁ ୧୭ ପର୍ଯ୍ୟନ୍ତ ନମ୍ବର ଅନୁସାରେ ନାମିତ କରାଯାଇଛି। କେତେକ ସ୍ଥାନର ନାମ ସେହି ନମ୍ବର ସହ ଜଡ଼ିତ ଅଛି, ଯେମିତିକି କୁଜଙ୍ଗର ମଙ୍ଗରାଜପୁରଠାରେ ରାସ୍ତାର ନାମ ୧୫ନମ୍ବର। ଏହା ମଧ୍ୟରେ ଶହେ ବର୍ଷ ପୁରିବାକୁ ବସିଥିବାବେଳେ ଉକ୍ତ କେନାଲର ସ୍ଥାୟୀ ପୁନରୁଦ୍ଧାର କିମ୍ବା ନୂଆ ଜଳସେଚନ ବ୍ୟବସ୍ଥା କରାଯାଇନାହିଁ। ପ୍ରତିବର୍ଷ କେନାଲ ସଫା ଓ ଖୋଳା ପାଇଁ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହେଉଛି। କିନ୍ତୁ ସ୍ଥିତି ସୁଧୁରୁନି। ଏ ସମ୍ପର୍କରେ ଚଉମୁହାଣି ସ୍ଥିତ ଜଳ ସମ୍ପଦ ବିଭାଗ କାର୍ଯ୍ୟାଳୟର କନିଷ୍ଠ ଯନ୍ତ୍ରୀ ଦେବାଶିଷ ମହାନ୍ତିଙ୍କୁ ପଚାରିବାରେ ସେ କହିଲେ ଯେ, କେନାଲକୁ ଗତ ୩ ଦିନ ହେଲା ବରିଷ୍ଠ ଯନ୍ତ୍ରୀମାନେ କଟକଠାରୁ ପାରାଦୀପ ପର୍ଯ୍ୟନ୍ତ ଯାଞ୍ଚ କରୁଛନ୍ତି। ଏଥିରେ ବର୍ଷତମାମ ପାଣି ଯୋଗାଇବାକୁ ପଡୁଥିବାରୁ ସ୍ଥାୟୀ ଭାବେ ଖନନ କରିବା ସହଜ ହେଉନି। ପାଣି ଚୋରି ରୋକିବାକୁ ଆମ ପାଖରେ କର୍ମଚାରୀ ଅଭାବ ରହିଛି। ସେଥିପାଇଁ ଜଳ ପରିଚାଳନାରେ କିଛିଟା ଅସୁବିଧା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ୍‌ ଆଘାତରେ ନାବାଳିକାଙ୍କ ଜୀବନ ଗଲା, କ୍ଷତିପୂରଣ ଦାବିରେ…

କାଲିମେଳା,୧୪ା୮(ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ କୁର୍ମାନୁର ପଞ୍ଚାୟତର ଗୁରାଲୁର ଗ୍ରାମରେ ବିଦ୍ୟୁତ୍‌ ଆଘାତରେ ଜଣେ ୧୩ ବର୍ଷୀୟା ନାବାଳିକାଙ୍କ ମୃତ୍ୟୁ ଘଟିଛି।…

ଅଭିଜିତ ଦୀପକେଙ୍କ ବଡ଼ ବୟାନ: ‘ସୌରଭଙ୍କ ଗୋଟିଏ ଭିଡିଓ ଯୋଗୁଁ…’

ନୂଆଦିଲ୍ଲୀ,୧୪।୮: ‘କକ୍ରୋଚ ଜନତା ପାର୍ଟି’ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଶୁକ୍ରବାର (୧୪ ଅଗଷ୍ଟ) କହିଛନ୍ତି ଯେ ସୌରଭ ଦାସ ଯେଉଁ କାମ କରୁଛନ୍ତି ତାହା ଦେଶର ହିତ…

କାହିଁକି ଅପରେଶନ ସିନ୍ଦୂର କଥା ମନେ ପକାଇ ଦେଲେ ଅଜିତ ଡୋଭାଲ? ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ,୧୪।୮: ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ କହିଛନ୍ତି ଯେ ଭାରତର ଉଦାରତା ଏବଂ ସହନଶୀଳତାକୁ ଦୁର୍ବଳତା ଭାବିବା ଏକ ଗୁରୁତର ଭୁଲ ହେବ। ସେ ଦୃଢ଼ୋକ୍ତି…

ଗୁଣପୁରରେ ଅଖଣ୍ଡ ଭାରତ ଦିବସ: ତ୍ରିରଙ୍ଗା ଯାତ୍ରାରେ ବାହାରି ମହାପୁରୁଷଙ୍କ ବଳିଦାନକୁ ନେଇ…

ଗୁଣପୁର,୧୪ା୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ପୁରୁଣା ବସ୍‌ଷ୍ଟାଣ୍ଡଠାରେ ଶୁକ୍ରବାର ଅଖଣ୍ଡ ଭାରତ ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ଭାଜପା ଜିଲା ସଭାପତି ଗୋପୀ ଆନନ୍ଦ…

Video: କିଏ କହିଲା ‘କମେଡିଆନ’ କିଏ କହିଲା ‘ମହିଳା ବିରୋଧୀ’ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କଲେ ଭାଜପା ନେତା

ନୂଆଦିଲ୍ଲୀ,୧୪।୮: କଂଗ୍ରେସ ନେତା ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଏକ ବୟାନ ପୁଣି ଥରେ ବିବାଦ ସୃଷ୍ଟି କରିଛି। ଗୁରୁବାର ନୂଆଦିଲ୍ଲୀରେ…

ଶୁକ୍ର ପୁଷ୍କରାଂଶ ଯୋଗରେ ମିଥୁନରୁ ତୁଳା ସମେତ ଏହି ୪ ରାଶିଙ୍କ ଲାଭ; ଇନକମ୍‌ ହେଇଯିବ ଡବଲ୍‌, ସୁଧୁରିବ ଭାଙ୍ଗିଯାଇଥିବା ସମ୍ପର୍କ…

ଜନ୍ମକୁଣ୍ଡଳୀରେ ଯେକୌଣସି ଗ୍ରହର ‘ପୁଷ୍କରାଂଶ’ ସ୍ଥିତିକୁ ଅତ୍ୟନ୍ତ ଶୁଭ ବୋଲି ମନେକରାଯାଏ, କାରଣ ଏହାର ପ୍ରଭାବ ସଦାସର୍ବଦା ସକାରାତ୍ମକ ଏବଂ ଫଳଦାୟୀ ହୋଇଥାଏ। ବିଶେଷକରି ଶୁକ୍ରଙ୍କର ପୁଷ୍କରାଂଶ…

ଭାରତ ଗସ୍ତରେ ଆସିବେ ଇରାନୀ ରାଷ୍ଟ୍ରପତି; ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ସାକ୍ଷାତ ଉପରେ ସମସ୍ତଙ୍କ ନଜର? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ/ତେହରାନ,୧୪।୮: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ଆସନ୍ତା ମାସରେ ଭାରତ ଗସ୍ତରେ ଆସୁଛନ୍ତି। ସେ ସେପ୍ଟେମ୍ବର 12-13 ରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା BRICS ସମ୍ମିଳନୀରେ…

ପାନୀୟ ଜଳ ପାଇଁ ଯିବାକୁ ପଡୁଛି ୨ କିମି, ଏସ୍‌ଡିପିଓ କହିଲେ ଯୁଦ୍ଧକାଳୀନ ଭିତ୍ତିରେ ଆଜି…

କେସିଙ୍ଗା,୧୪ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ମଖାପଳା ଗ୍ରାମରେ ଦୀର୍ଘଦିନରୁ ପାନୀୟଜଳ ସମସ୍ୟା ରହିଛି। ଏହି ଅଞ୍ଚଳରେ ନଳକୂପ ଖୋଳିଲେ ମଧ୍ୟ ପାଣି ବାହାରୁନାହିଁ। ଗ୍ରାମରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri