ସଙ୍କଟରେ ବଜ୍ରକାପ୍ତା

ମନୁଷ୍ୟ ଯୋଗୁ ହିଁ ଆଜି ବିଶ୍ୱର ବନ୍ୟପ୍ରାଣୀ ସଙ୍କଟରେ। କିନ୍ତୁ ଆମେ ମନେରଖିବା ଉଚିତ ଯେ, ବନ୍ୟପ୍ରାଣୀଙ୍କ ଅନୁପସ୍ଥିତି ପୃଥିବୀର ପରିବେଶ ସମ୍ବନ୍ଧୀୟ ସନ୍ତୁଳନକୁ ବିଗାଡ଼ିଦେବ। ବିଶ୍ୱର ଜୈବ ବିବିଧତାରେ ବନ୍ୟପ୍ରାଣୀଙ୍କ ଉଲ୍ଲେଖନୀୟ ଭୂମିକା ରହିଛି। ତେଣୁ ସେମାନଙ୍କ ସୁରକ୍ଷା ନିହାତି ଜରୁରୀ। ଏହାକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ମାର୍ଚ୍ଚ ୩ରେ ପାଳନ କରାଯାଉଛି ବିଶ୍ୱ ବନ୍ୟପ୍ରାଣୀ ଦିବସ। ଚଳିତବର୍ଷ ଏହି ଦିବସ ପାଳନର ଥିମ ରହିଛି ‘ସଷ୍ଟେନିଂ ଅଲ୍‌ ଲାଇଫ ଅନ୍‌ ଆର୍ଥ’ ଅର୍ଥାତ୍‌ ‘ପୃଥିବୀର ସମସ୍ତ ଜୀବନକୁ ବଞ୍ଚାଇ ରଖିବା’। ଏହି ଥିମରେ ପୃଥିବୀପୃଷ୍ଠରେ ସମସ୍ତ ଜୀବନକୁ ସନ୍ତୁଳିତ କରି ସମସ୍ତଙ୍କ ମଙ୍ଗଳ ଉପଲକ୍ଷେ କାର୍ଯ୍ୟ କରିବା ପାଇଁ ସମସ୍ତେ ଚେଷ୍ଟା କରିବାକୁ ସାଇଟିସ (CITES- କନଭେନଶନ ଅନ୍‌ ଇଣ୍ଟରନ୍ୟାଶନାଲ ଟ୍ରେଡ୍‌ ଇନ୍‌ ଏନ୍‌ଡେନଜଡ୍‌ ସ୍ପେସିସ୍‌) ତରଫରୁ ଆହ୍ବାନ ଦିଆଯାଇଛି।

ଭୁବନେଶ୍ୱର, ୩ା୩ (ବ୍ୟୁରୋ)ମନୁଷ୍ୟର ଅତ୍ୟଧିକ ଲୋଭ ପାଇଁ ବନ୍ୟପ୍ରାଣୀଙ୍କ ଶିକାର ବଢ଼ିବାରେ ଲାଗିଛି। ଫଳରେ ବନ୍ୟପ୍ରାଣୀଙ୍କ ସଂଖ୍ୟା ଦ୍ରୁତଗତିରେ କମିବାରେ ଲାଗିଛି। ସ୍ଥଳଭାଗରେ ଦାନ୍ତ ପାଇଁ ହାତୀ, ଛାଲ ପାଇଁ ବାଘ, ଶିଙ୍ଗ ପାଇଁ ଗଣ୍ଡା ଇତ୍ୟାଦି ଅଧିକ ଶିକାର କରାଯାଉଛି। ତେବେ ସାରା ବିଶ୍ୱରେ ସର୍ବାଧିକ ଶିକାର ହେଉଥିବା ପ୍ରାଣୀଟି ହେଲା ବଜ୍ରକାପ୍ତା।
ଓଡ଼ିଶାରେ ମଧ୍ୟ ବଜ୍ରକାପ୍ତା ଚୋରା କାରବାର ବହୁତ ହେଉଛି। ବନ୍ୟପ୍ରାଣୀ ଚୋରା କାରବାର ପାଇଁ ଇଣ୍ଟରନେଟ୍‌ ଏକ ମାଧ୍ୟମ ସାଜିଛି। ଦଲାଲମାନେ ପ୍ରାରମ୍ଭିକ ପର୍ଯ୍ୟାୟରେ ଜଙ୍ଗଲ ଓ ଏହାର ଆଖପାଖ ଅଞ୍ଚଳରେ ରହୁଥିବା ନିରୀହ ଲୋକଙ୍କୁ ଟାର୍ଗେଟ୍‌ କରିଥାନ୍ତି। ଏମାନେ ଜଙ୍ଗଲରୁ ବଜ୍ରକାପ୍ତା ଖୋଜନ୍ତି, ଧରନ୍ତି ଓ ଦଲାଲଙ୍କୁ ମାତ୍ର ଅଳ୍ପ ଟଙ୍କାରେ ଦେଇଥାନ୍ତି। ଏହାପରେ ଦଲାଲମାନେ ଅନ୍ୟ ରାଜ୍ୟରେ ଥିବା ର଼୍ୟାକେଟ୍‌ର ସଦସ୍ୟଙ୍କୁ ହସ୍ତାନ୍ତର କରିଥାନ୍ତି। ବଜ୍ରକାପ୍ତାର କାତି, ମାଂସ ପାଇଁ ଏହାର ଚାଲାଣ ହୋଇଥାଏ। ବିଶେଷକରି ଏହାର କାତିକୁ ଚାଇନା, ଭିଏତନାମା, ମ୍ୟାନମାର୍‌ ଭଳି ଦେଶକୁ ଅଧିକ ଚାଲାଣ କରାଯାଉଛି। କାରଣ ବଜ୍ରକାପ୍ତା କାତିରୁ ପାରମ୍ପରିକ ଔଷଧ ପ୍ରସ୍ତୁତ ହୋଇଥାଏ। ଏହାଛଡ଼ା ବିଭିନ୍ନ ଅଳଙ୍କାର ମଧ୍ୟ ପ୍ରସ୍ତୁତ ହୋଇଥାଏ।
ଅଭୟାରଣ୍ୟରେ ଅବାଧ ଚଳପ୍ରଚଳ ବନ୍ଦ କରିବାକୁ ପଡ଼ିବ
ବନ୍ୟପ୍ରାଣୀ ବିଶେଷଜ୍ଞ ଲାଲା ଏ.କେ. ସିଂ କୁହନ୍ତି, ଓଡ଼ିଶାରେ କେତେ ବଜ୍ରକାପ୍ତା ଅଛନ୍ତି ତାହା ଜଣାପଡ଼ି ନାହିଁ। କାରଣ ଏମାନେ ଗାତ ଭିତରେ ରୁହନ୍ତି। ସନ୍ଧ୍ୟା ହେଲେ ବାହାରକୁ ବାହାରନ୍ତି। ତେବେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ଜବତ ହୋଇଥିବା ଘଟଣାକୁ ଦେଖିଲେ ସେମାନଙ୍କ ଉପସ୍ଥିତି ଅଧିକ ବୋଲି ଜଣାପଡ଼ୁଛି। ବଜ୍ରକାପ୍ତା ଚୋରା କାରବାର କରୁଥିବା ର଼୍ୟାକେଟ୍‌ ବହୁତ ଲମ୍ବା। ଏହାକୁ ରୋକିବାକୁ ହେଲେ ପ୍ରଥମେ ଅଭୟାରଣ୍ୟକୁ ଅବାଧ ଚଳପ୍ରଚଳ ବନ୍ଦ କରିବାକୁ ପଡ଼ିବ। ଯେଉଁମାନଙ୍କୁ ଏହି ଚାଲାଣରେ ଗିରଫ କରାଯାଉଛି, ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବା ଉଚିତ।
ବନବିଭାଗ ଏ ଦିଗରେ ଦୃଷ୍ଟିଦେବା ଉଚିତ
ନିକଟରେ ଓ୍ବାଇଲ୍ଡଲାଇଫ୍‌ କ୍ରାଇମ୍‌ କଣ୍ଟ୍ରୋଲ ବ୍ୟୁରୋ (ଡବ୍ଲ୍ୟୁସିସିବି)ର ଏଡିଜି ତିଳୋତ୍ତମା ବର୍ମା ଭୁବନେଶ୍ୱରକୁ ଆସିଥିଲେ। ଏହି ସମୟରେ ସେ କହିଥିଲେ ଯେ, ବଜ୍ରକାପ୍ତା ଏକ ଅତି ବିଲୁପ୍ତ ପ୍ରାଣୀ। ପ୍ରଥମେ ଏହାର କାତି ଚୋରା କାରବାର ହେଉଥିଲା। ବର୍ତ୍ତମାନ ଏହା ଜୀବନ୍ତ ଚୋରାଚାଲାଣ ହେଉଛି। ଓଡ଼ିଶାର ବନ ବିଭାଗକୁ ଏ ଦିଗରେ ଦୃଷ୍ଟି ଦେବାକୁ ପଡ଼ିବ। ଏହି ଅତି ବିଲୁପ୍ତ ପ୍ରାଣୀକୁ କିପରି ସୁରକ୍ଷା ଦିଆଯାଇପାରିବ ଓ ସଂରକ୍ଷଣ କରାଯାଇପାରିବ ସେଥିପାଇଁ ପଦକ୍ଷେପ ନେବା ଜରୁରୀ।

ଓଡ଼ିଶା ଉପରେ ଦଲାଲଙ୍କ ନଜର
ବିଶ୍ୱରେ ଚୋରା ଚାଲାଣ ହେଉଥିବା ବନ୍ୟପ୍ରାଣୀଙ୍କ ମଧ୍ୟରେ ବଜ୍ରକାପ୍ତା ଅନ୍ୟତମ। ଭାରତରେ ତିନି ପ୍ରକାର ବଜ୍ରକାପ୍ତା ଦେଖାଯାଆନ୍ତି। ଓଡ଼ିଶାରେ ଯେଉଁ ବଜ୍ରକାପ୍ତା ଦେଖାଯାଆନ୍ତି, ତାହା ଆକାରରେ ବଡ଼ ଥାଏ; ଯାହାଫଳରେ ଏଥିରୁ ଅଧିକ ଟଙ୍କା ମିଳିଥାଏ। ଏହାଛଡ଼ା ଏଠାରେ ସୁରକ୍ଷା ଦିଗରେ ଅଧିକ ଦୃଷ୍ଟି ଦିଆଯାଉ ନ ଥିବାରୁ ଦଲାଲଙ୍କ ନଜର ଓଡ଼ିଶା ଉପରେ ପଡ଼ୁଛି।

ଚାଇନାକୁ ହେଉଛି ଚାଲାଣ
ଓଡ଼ିଶାର ଆଠଗଡ଼ଠାରୁ ଆରମ୍ଭ କରି ଢେଙ୍କାନାଳ, ଅନୁଗୋଳ, ମୟୂରଭଞ୍ଜ, ମାଲକାନଗିରି ଆଦି ଜିଲାରୁ ଜବତ ହୋଇଛି ବଜ୍ରକାପ୍ତା। କେବଳ ଉପକୂଳ ଓଡ଼ିଶାକୁ ଛାଡ଼ିଦେଲେ ରାଜ୍ୟର ଅନ୍ୟ ସବୁ ଅଞ୍ଚଳରେ ବଜ୍ରକାପ୍ତାର ଉପସ୍ଥିତି ରହିଛି। ଏମାନେ ବହୁତ ଶାନ୍ତ ସ୍ବଭାବର ପ୍ରାଣୀ ହୋଇଥିବାରୁ ଏହା ଚାଲାଣ କରିବାକୁ ସହଜ ହୋଇଥାଏ। ଓଡ଼ିଶାରୁ ପଶ୍ଚିମବଙ୍ଗ ଯିବାପରେ ସେଠାରୁ ଚାଇନାକୁ ଯାଉଛି।

କୋଡ୍‌ ଓ୍ବାର୍ଡରେ ହୋଇଥାଏ ଡିଲ୍‌

ଗତ ଡିସେମ୍ବର ୧ରେ ଆଠଗଡ଼ ଡିଭିଜନ୍‌ରୁ ବଜ୍ରକାପ୍ତା ଚୋରାଚାଲାଣ କରୁଥିବା ଏକ ବଡ଼ ର଼୍ୟାକେଟ୍‌କୁ ବନବିଭାଗ ଧରିଥିଲା। ଏଥିରେ ଗିରଫ ହୋଇଥିବା ବ୍ୟକ୍ତିଙ୍କଠାରୁ ବଜ୍ରକାପ୍ତାକୁ କିପରି ଚାଲାଣ କରାଯାଏ, ତା’ର ତଥ୍ୟ ଜାଣିବାକୁ ପାଇଥିଲା ବନ ବିଭାଗ। କୋଡ୍‌ ଓ୍ବାର୍ଡରେ ଦଲାଲଙ୍କ ସହିତ ଡିଲ ହୋଇଥାଏ ବୋଲି ଜଣାପଡ଼ିଥିଲା। ଯେଉଁମାନେ ବଜ୍ରକାପ୍ତାକୁ ସଂଗ୍ରହ କରନ୍ତି, ସେମାନେ ଭିଡିଓ ପ୍ରସ୍ତୁତ କରି ଦଲାଲଙ୍କ ପାଖଙ୍କୁ ପଠାନ୍ତି। ଉକ୍ତ ଭିଡିଓରେ ସେମାନେ ବଜ୍ରକାପ୍ତା ଉପରେ ଟଙ୍କା ରଖି ତା’ର ଓଜନର ସୂଚନା ଦେଇଥାନ୍ତି। ଯଦି ୧୦ଟଙ୍କା ରଖିଥିବେ ତେବେ ତାହା ୧୦କେଜି ବୋଲି ସୂଚନା ଯାଇଥାଏ। ସ୍କେଲ୍‌ ରଖାଯାଇ କାତିର ମାପ ମଧ୍ୟ ଦେଖାଇଥାନ୍ତି। ଏସବୁ ଦେଖିଲା ପରେ ଦଲାଲ ଏକ ଟଙ୍କା ଉକ୍ତ ଲୋକଙ୍କ ପାଖକୁ ପଠାନ୍ତି। ସେହି ଟଙ୍କାର ନମ୍ବର ଦଲାଲ ରଖିଥାନ୍ତି। ଟଙ୍କା ପାଇବା ପରେ ତାହାକୁ ବଜ୍ରକାପ୍ତା ଉପରେ ରଖି ପୁଣି ଭିଡିଓ ଦେଇଥାନ୍ତି। ସେଥିରୁ ଦଲାଲ ଜାଣେ ଯେ ତା’ ପାଖରେ ବଜ୍ରକାପ୍ତା ରହିଛି।

ଅସମାପିକା ସାହୁ


Enter your email to get our daily news in your inbox.

All Right Reserved By Dharitri.Com

ଭାରସାମ୍ୟ ହରାଇ ଓଲଟିଲା ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ, ଦଶରୁ ଉର୍ଦ୍ଧ୍ଵ…

ନୟାଗଡ଼/ଭାପୁର,୧୦।୪ (ଲୋକନାଥ ମିଶ୍ର/ପ୍ରଭାତ ବରାଡ): ଭାରସାମ୍ୟ ହରାଇ ଓଲଟିଲା ଅଟୋ । ଫତେଗଡ ଥାନା ବଡସହରା ପଞ୍ଚାୟତର ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ ଗାଡି ଓଲଟି ପଡିବାରୁ ଦଶରୁ…

କ୍ୟାବିନେଟରେ ବୈଠକରେ ବଡ଼ ନିଷ୍ପତ୍ତି: ୧୧ ପ୍ରସ୍ତାବରେ ବାଜିଲା ମୋହର, ଜାଣନ୍ତୁ କ’ଣ…

ଭୁବନେଶ୍ୱର,୧୦।୪: କ୍ୟାବିନେଟରେ ବୈଠକରେ ବଡ଼ ନିଷ୍ପତ୍ତି। ୧୧ ପ୍ରସ୍ତାବରେ ବାଜିଲା କ୍ୟାବିନେଟ୍‌ ମୋହର। ଏନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୂଚନା ଦେଇଛନ୍ତି। ବୈଠକରେ ୫ଟି…

ଭାଜପାର ରାଜ୍ୟ କାର୍ଯ୍ୟକାରିଣୀ ତାଲିକା ଘୋଷଣା: ମହେଶ୍ୱର ସାହୁଙ୍କୁ ମିଳିଲା ଗୁୁରୁଦାୟିତ୍ୱ

ବଞ୍ଚୋ,୧୦।୪(ପ୍ରଦୋଷ ବିଶ୍ୱାଳ ): ଭାରତୀୟ ଜନତା ପାର୍ଟି (ଭାଜପା) ଓଡ଼ିଶା ରାଜ୍ୟ ସଭାପତି ମନମୋହନ ସାମଲ ଶୁକ୍ରବାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଓ…

ଟିଲୋ ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣଜୟନ୍ତୀ: ଯୋଗଦେଲେ ବାଚସ୍ପତି

ବନ୍ତ,୧୦।୪(କିଶୋର କୁମାର ସେଠୀ):ଭଦ୍ରକ ଜିଲା ବନ୍ତ ବ୍ଲକ ଟିଲୋ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠାର ୫୦ ବର୍ଷ ପୂର୍ତ୍ତି ଅବସରରେ‘ସୁବର୍ଣ୍ଣ ଜୟନ୍ତୀ’ ମହାସମାରୋହରେ ଶୁକ୍ରବାର ପାଳିତ ହୋଇଯାଇଛି।…

ବହୁ ପ୍ରତୀକ୍ଷାର ଅନ୍ତ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଖୋଲିଲା ଶାଳପଡ଼ା ଓଭରବ୍ରିଜ୍‌

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଦୀର୍ଘଦିନର ପ୍ରତୀକ୍ଷା ପରେ ଶେଷରେ ଶାଳପଡ଼ା ଓଭରବ୍ରିଜ ଶୁକ୍ରବାର ସାଧାରଣ ଲୋକଙ୍କ ପାଇଁ ଖୋଲାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଆସନ୍ତା ୧୨ ତାରିଖର ଗସ୍ତକୁ ଦୃଷ୍ଟିରେ…

ମୋନାଲିସା ନାବାଳିକା: ଜେଲ୍‌ ଯିବେ ସ୍ବାମୀ ଫରମାନ! ହେଲା ବଡ଼ ଖୁଲାସା

ନୂଆଦିଲ୍ଲୀ,୧୦।୪: ମଧ୍ୟପ୍ରଦେଶ ଏବଂ କେରଳ ରାଜ୍ୟ ସହିତ ଜଡିତ ଏକ ହାଇ-ପ୍ରୋଫାଇଲ ମାମଲାରେ ‘ଭାଇରାଲ ଗର୍ଲ’ ଭାବରେ ପରିଚିତ ମୋନାଲିସା ଭୋଁସଲେଙ୍କ ବିଷୟରେ ଏକ ବଡ଼ ଖୁଲାସା…

ହନୁମାନ ଜୟନ୍ତୀ ପାଇଁ ସମ୍ବଲପୁରରେ ସୁରକ୍ଷା କଡ଼ାକଡ଼ି: ଡଗ ସ୍କ୍ବାଡ ସହ ବୁଲୁଛି ପୋଲିସ

ସମ୍ବଲପୁର,୧୦।୪(ପ୍ରମୋଦ ବହିଦାର): ସମ୍ବଲପୁରରେ ଅନୁଷ୍ଠିତ ହେବାକୁ ଥିବା ହନୁମାନ ଜୟନ୍ତୀ ସହ ବାଇକ ରାଲି ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସହରର ଶାନ୍ତିଶୃଙ୍ଖଳା…

ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର: ଆସନ ସଂରକ୍ଷଣ ପାଇଁ ଚିଠି ଲେଖିଲା…

ଭୁବନେଶ୍ୱର,୧୦।୪: ୨୦୨୭ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି। ଆସନ ସଂରକ୍ଷଣ ପାଇଁ ଜିଲାପାଳଙ୍କୁ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଚିଠି କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri