Posted inଜାତୀୟ

ସଙ୍କଟରେ ଟେଲିକମ୍‌ ବଜାର

ନୂଆଦିଲ୍ଲୀ,୨୬ା୧୨: ସମୟ ଥିଲା ଦିନେ ଭାରତ ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଟେଲିକମ୍‌ ବଜାର ଭାବେ ପରିଗଣିତ ହେଉଥିଲା। ଏବେ ଦେଶର ଟେଲିକମ୍‌ ଶିଳ୍ପ ସଙ୍କଟଜନକ ସ୍ଥିତି ଦେଇ ଗତି କରୁଥିବା ଜଣାପଡିଛି। ସାରା ବିଶ୍ୱରେ ସବୁଠାରୁ ଶସ୍ତାରେ ଟେଲିକମ୍‌ ସେବା ଯୋଗାଉଥିବା ଏହି ବଜାରର ସ୍ଥିତି ସମ୍ପ୍ରତି ସଙ୍କଟାପନ୍ନ ରହିଛି। ସରକାର ଯଦି ଟେଲିକମ ସେବା ଯୋଗାଣକାରୀଙ୍କୁ ସହାୟତା ନ କରନ୍ତି, ତେବେ କମ୍ପାନୀରେ ତାଲା ଝୁଲିବାକୁ ବେଶି ସମୟ ଲାଗିବନି ବୋଲି କିଛି କମ୍ପାନୀ ସଫାସଫା କହିଛନ୍ତି। କାରଣ କମ୍ପାନୀଗୁଡିକ ଏବେ ବିପୁଳ ପରିମାଣର ଋଣ ଭାରରେ ବୁଡି ରହିଛନ୍ତି।
ଜିଓ ଭଳି କମ୍ପାନୀର ବଜାର ପ୍ରବେଶ ଫଳରେ ପ୍ରାଇସ୍‌ ଓ୍ବାର ଘଟି କମ୍ପାନୀଗୁଡିକର ସ୍ଥିତି ସାଂଘାତିକ ହୋଇଯାଇଛି। ଟେଲିକମ କମ୍ପାନୀ ଲଗାତର ଭାବେ କ୍ଷତି ସହିବା ଯୋଗୁ ଏହାକୁ ସାମ୍ନା କରି ନ ପାରି ଅନେକେ ଉକ୍ତ ସେକ୍ଟରରୁ ବାହାରକୁ ଚାଲିଯାଇଛନ୍ତି। ଏଭଳି ସ୍ଥିତିରେ ଟେଲିକମ୍‌ କମ୍ପାନୀଗୁଡିକ ଉପରେ ରହିଥିବା ପୁରୁଣା ଆଡଜଷ୍ଟେଡ୍‌ ଗ୍ରସ୍‌ ରେଭେନ୍ୟୁ (ଏଜିଆର) ଅର୍ଥ ପ୍ରଦାନ କରିବା ଲାଗି ସୁପ୍ରିମକୋର୍ଟ ନିକଟରେ ନିର୍ଦ୍ଦେଶ ଦେଇଛନ୍ତି। ଫଳରେ କମ୍ପାନୀଗୁଡ଼ିକ ପାଇଁ ସମସ୍ୟା ଉପୁଜିଛି। ଏପଟେ ଟେଲିକମ୍‌ ଟାରିଫ୍‌ ବୃଦ୍ଧି ଏବଂ ସର୍ବନିମ୍ନ ଟେଲିକମ ସେବା ଦେୟ ବା ଫ୍ଲୋର ପ୍ରାଇସ୍‌ ଲାଗୁ କରାଇବା ନେଇ ସରକାରଙ୍କ ପ୍ରସ୍ତାବକୁ ଟେଲିକମ କମ୍ପାନୀଗୁଡିକ ସମର୍ଥନ ଜଣାଇଛନ୍ତି। ସେଲ୍ୟୁଲାର ଅପରେଟର୍ସ ଆସୋସିଏଶନ ଅଫ୍‌ ଇଣ୍ଡିଆ(ସିଓଏଆଇ) ମହାନିର୍ଦ୍ଦେଶକ ରାଜନ ମାଥ୍ୟୁସ କହିଛନ୍ତି ଯେ, ଭଏସ୍‌ ନେଟଓ୍ବର୍କକୁ ଡାଟା ନେଟଓ୍ବର୍କରେ ଶୀଘ୍ର ପରିବର୍ତ୍ତନ କରାଯିବ। ଟେଲିକମ କମ୍ପାନୀ ସେମାନଙ୍କ ଅସ୍ତିତ୍ୱ ବଞ୍ଚାଇବା ଲାଗି ତ୍ୱରିତ ଭାବେ ଫ୍ଲୋର ପ୍ରାଇସ୍‌ କାର୍ଯ୍ୟକାରୀ କରାଯିବା ଜରୁରୀ ବୋଲି ବୋଲି ସେ ମତ ଦେଇଛନ୍ତି।
ସୂଚନାଥାଉ କି, ୨୦୧୯ରେ ଆମେରିକାରେ ୧ ଜିବି ଟେଲିକମ ଡାଟାର ମୂଲ୍ୟ ୧୨.୩୭ ଡଲାର ରହିଛି। ଏହି ସମୟରେ ଭାରତରେ ଏହା ୦.୨୬ ଡଲାରରେ ଉପଲବ୍ଧ ହେଉଛି। ଏହାକୁ ଦେଖିଲେ ଭାରତ ବିଶ୍ୱର ସବୁଠାରୁ ଶସ୍ତାରେ ଡାଟା ଉପଲବ୍ଧ କରାଉଥିବା ବଜାର ହୋଇପାରିଛି। ସେହିଭଳି ସବୁଠାରୁ ଦ୍ରୁତଗତିରେ ଆଗକୁ ବଢୁଥିବା ଟେଲିକମ ବଜାର ଭାବେ ଏହା ନାମିତ ହେଉଥିବା ଜଣାପଡିଛି। ହେଲେ ୨୦୧୬ଠାରୁ ପ୍ରାଇସ୍‌ ଓ୍ବାର ଯୋଗୁ ଟେଲିକମ୍‌ ଶିଳ୍ପ ଗୁରୁତର ପ୍ରଭାବିତ ହୋଇଛି। ଏବେ ଟେଲିକମ୍‌ ଶିଳ୍ପ ଉପରେ ୧.୪୭ ଲକ୍ଷ କୋଟି ଟଙ୍କାର ବକେୟା ରହିଛି। କମ୍ପାନୀଗୁଡିକ ଶୀଘ୍ର ଋଣ ଶୁଝିବାକୁ ସକ୍ଷମ ହେଉ ନ ଥିବାବେଳେ ସୁପ୍ରିମକୋର୍ଟଙ୍କ ଏଜିଆର ବକେୟା ପ୍ରଦାନ ନିର୍ଦ୍ଦେଶ ସେମାନଙ୍କ ଲାଗି ଚିନ୍ତାର କାରଣ ହୋଇଛି।
ଏକଦା ଦେଶର ଟେଲିକମ ଶିଳ୍ପରେ ୭ରୁ ୮ କମ୍ପାନୀ ସେବା ଯୋଗାଇ ଦେଉଥିଲେ। ଏହା ୩କୁ ହ୍ରାସ ଘଟିଛି। ଶିଳ୍ପରେ ଗୋଟିଏ ମାତ୍ର ରାଷ୍ଟ୍ରାୟତ୍ତ କମ୍ପାନୀ ରହିଛିି। ପ୍ରାଇସ୍‌ ଓ୍ବାର ଯୋଗୁ କମ୍ପାନୀଗୁଡିକର କ୍ଷତି ରେକର୍ଡ ସ୍ତରରେ ରହିଛି। ଏହାକୁ ଧ୍ୟାନରେ ରଖି ଶୀଘ୍ର ଫ୍ଲୋର ପ୍ରାଇସ୍‌ ଲାଗୁ କରାଇବା ଆବଶ୍ୟକ ବୋଲି ଟେଲିକମ୍‌ ଶିଳ୍ପ ସଂଘ ସିଓଏଆଇ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri