ସଂଶୋଧିତ ଏନ୍‌ପିଏ ସର୍କୁଲାର ଜାରି

ମୁମ୍ବାଇ,୮-୬: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଶୁକ୍ରବାର ସଂଶୋଧିତ ଏନ୍‌ପିଏ ସର୍କୁଲାର ଜାରି କରିଛି। ୨୦୦୦ କୋଟି ଅଥବା ଏହାଠାରୁ ଊର୍ଦ୍ଧ୍ୱ ଟଙ୍କାର ବକେୟା ଋଣ ଫେରସ୍ତ ଦେବାରେ ଋଣଗ୍ରହିତା ବିଫଳ(ଡିଫଲ୍ଟ)ହେବାର ୩୦ ଦିନ ଭିତରେ ସମ୍ପୃକ୍ତ ବ୍ୟାଙ୍କ ତାଙ୍କ ଆକାଉଣ୍ଟର ସମୀକ୍ଷା କରିପାରିବେ ଏବଂ ରିଜଲ୍ୟୁଶନ ପ୍ଲାନ୍‌ ଆରମ୍ଭ କରିପାରିବେ ବୋଲି ଏଥିରେ କ୍ଷମତା ଦିଆଯାଇଛି। ବ୍ୟାଙ୍କ ନିଜ ବୋର୍ଡ ଦ୍ୱାରା ସ୍ବୀକୃତ ନୀତିକୁ ପାଳନ କରିବାକୁ ହେବ ବୋଲି ଆର୍‌ବିଆଇ କହିଛି। ପୁରୁଣା ସର୍କୁଲାରରେ ଡିଫଲ୍ଟ ହେବାର ଦିନକ ପରେ ହିଁ ବ୍ୟାଙ୍କ ସମୀକ୍ଷା କରିବା ଆରମ୍ଭ କରିଦେଉଥିଲା। ନୂଆ ସର୍କୁଲାର ଅନୁଯାୟୀ, ସମୀକ୍ଷା ଅବଧି ଭିତରେ ଋଣପ୍ରଦାନକାରୀ ବ୍ୟାଙ୍କ ବା ଆର୍ଥିକ ସଂସ୍ଥା ରିଜଲ୍ୟୁଶନ ପ୍ଲାନ ବା ସମାଧାନ ଯୋଜନା ରଣନୀତି ନିର୍ଦ୍ଧାରଣ କରିପାରିବେ। ଯୋଜନା ଲାଗୁ ହେବା ପରେ ସମସ୍ତ ଋଣପ୍ରଦାନକାରୀଙ୍କୁ ଇଣ୍ଟର କ୍ରେଡିଟର ଏଗ୍ରିମେଣ୍ଟ(ଆଇସିଏ)ରେ ସ୍ବାକ୍ଷର କରିବାକୁ ହେବ।
ତଦନୁଯାୟୀ ନିୟମ ଧାର୍ଯ୍ୟ କରାଯାଇପାରିବ। ଋଣପ୍ରଦାନକାରୀ ବ୍ୟାଙ୍କ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ। ନୂଆ ସର୍କୁଲାର ତୁରନ୍ତ କାର୍ଯ୍ୟକାରୀ ହେବ। ନୂଆ ସର୍କୁଲାର ଅନୁସାରେ, ଏବେ ରିଜଲ୍ୟୁଶନ ପ୍ରକ୍ରିୟା ଆରମ୍ଭ କରିବା ଲାଗି ୭୫% ଋଣପ୍ରଦାନକାରୀଙ୍କ ଅନୁମତି ନେବା ଜରୁରୀ ହେବ। ପୂର୍ବରୁ ସମସ୍ତ ବା ୧୦୦ ପ୍ରତିଶତ ଋଣପ୍ରଦାନକାରୀଙ୍କ ଅନୁମତି ନେବାକୁ ପଡ଼ୁଥିଲା। ଏଥିସହିତ ରିଜଲ୍ୟୁଶନ ପ୍ଲାନ୍‌ କିପରି ହେବ, କିଭଳି ଏହାକୁ ଲାଗୁ କରାଯିବ, ଏହା ନିର୍ଦ୍ଧାରଣ କରିବାର ଅଧିକାର ସମ୍ପୃକ୍ତ ଋଣପ୍ରଦାନକାରୀ(ବ୍ୟାଙ୍କ, ଅଣ ବ୍ୟାଙ୍କିଙ୍ଗ ଆର୍ଥିକ ସଂସ୍ଥା)ଙ୍କୁ ଦିଆଯାଇଛି। ସମୀକ୍ଷା ଅବଧିର ୧୮୦ ଦିନ ଭିତରେ ରିଜଲ୍ୟୁଶନ ପ୍ଲାନ୍‌ ଲାଗୁ ନ ହେଲେ ଆର୍‌ବିଆଇ ବ୍ୟାଙ୍କଠାରୁ ୨୦% ଅତିରିକ୍ତ ପ୍ରୋଭିଜନିଂ କରିବାକୁ କହିବ। ୩୬୫ ଦିନରେ ରିଜଲ୍ୟୁଶନ ପ୍ଲାନ୍‌ ଲାଗୁ ନ ହେଲେ ୩୫% ଦେବାକୁ ହେବ।
ଆର୍‌ବିଆଇ ତାଙ୍କ ସର୍କୁଲାରରେ କହିଛନ୍ତି ଯେ, ଋଣପ୍ରଦାନକାରୀଙ୍କୁ ଋଣ ଫଶିଯିବାର ଆଶଙ୍କା ତୁରନ୍ତ ଚିହ୍ନଟ କରିବା ଉଚିତ୍‌। ଏହା ଜଣାପଡିବା ମାତ୍ରେ ସଙ୍ଗେ ସଙ୍ଗେ ଏହାକୁ ସୂଚିତ କରିବା ଆବଶ୍ୟକ। ଏଥିସହିତ ୫ କୋଟି ଟଙ୍କା ଅଥବା ଏହାଠାରୁ ଅଧିକର ଡିଫଲ୍ଟ ହେବା ମାତ୍ରେ ସାପ୍ତାହିକ ଭିତ୍ତିରେ ବ୍ୟାଙ୍କଗୁଡ଼ିକ ପ୍ରତି ଶୁକ୍ରବାର ଏ ସମ୍ପର୍କରେ ସୂଚନା ପ୍ରଦାନ କରିବେ। ଏହି ଦିନ ଛୁଟି ପଡ଼ିଲେ ଏହାର ଦିନକ ପୂର୍ବରୁ ସୂଚନା ଦେବାକୁ ହେବ। ସୂଚନାଯୋଗ୍ୟ ଯେ, ଆର୍‌ବିଆଇର ୨୦୧୮ ଫେବୃୟାରୀ ୧୨ ସର୍କୁଲାର ଅନୁଯାୟୀ ୨୦୦୦ କୋଟି ଅଥବା ତଦୂର୍ଦ୍ଧ୍ୱ ଟଙ୍କାର ଋଣ ଗୋଟିଏ ଦିନ ଡିଫଲ୍ଟ ହେଲେ ଏହାକୁ ଏନ୍‌ପିଏ ଘୋଷଣା କରାଯାଇ ତଦନୁଯାୟୀ ରିଜଲ୍ୟୁଶନ ପ୍ରକ୍ରିୟା ଆରମ୍ଭ କରିବାକୁ ବାଧ୍ୟତାମୂଳକ କରାଯାଇଥିଲା। ଏଭଳି ଋଣର ସମାଧାନ ୧୮୦ ଦିନ ଭିତରେ ନ ହେଲେ ଏହାକୁ ଦେବାଳିଆ ପ୍ରକ୍ରିୟା ଲାଗି ପଠାଇବାକୁ ପଡୁଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…

ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…

କୃଷି ଜମି ବିକ୍ରୟ କଲେ ଦେବାକୁ ପଡିବ କି ଟ୍ୟାକ୍ସ? ଜାଣନ୍ତୁ କଣ ରହିଛି ନିୟମ

ନୂଆଦିଲ୍ଲୀ,୧୦।୪: ଲୋକମାନେ ପ୍ରାୟତଃ ବିବାହ ପାଇଁ ପାଣ୍ଠି ଯୋଗାଡିବା, ଘର ନିର୍ମାଣ କରିବା କିମ୍ବା ଜରୁରୀକାଳୀନ ପରିସ୍ଥିତିର ସମାଧାନ କରିବା ପାଇଁ ନିଜର କୃଷି ଜମି ବିକ୍ରି…

ଅନନ୍ତ ଅମ୍ବାନୀଙ୍କ ଜନ୍ମଦିନରେ ବଡ଼ ଘୋଷଣା: କିସ୍‌ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ପାଇଁ ରିଲାଏନ୍ସର ଚାକିରି ସୁଯୋଗ

ଭୁବନେଶ୍ୱର,୧୦।୪(ଅନୁରାଧା ମହାରଣା): ଅନନ୍ତ ଅମ୍ବାନୀଙ୍କ ଜନ୍ମଦିନ ଅବସରରେ ଭୁବନେଶ୍ୱରସ୍ଥିତ କିସ୍‌ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ପାଇଁ ରିଲାଏନ୍ସର ଚାକିରି ସୁଯୋଗ, ଚଳିତ ଶିକ୍ଷାବର୍ଷରେ କିସ୍‌ ଛାତ୍ରୀଛାତ୍ରଙ୍କ ପାଇଁ ଛାତ୍ରବୃତ୍ତି,…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ନେଇପାରିବେ ଲୋନ୍‌, ଜାଣନ୍ତୁ ପୂରା ବିବରଣୀ

ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍‌ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ…

ଉତ୍ପାଦର ଗୁଣବତ୍ତା ସହ ବୁଝାମଣା କରନ୍ତୁ ନାହିଁ: ଇଂ. ସମ୍ୱିତ ରଞ୍ଜନ ସାହୁ

ପ୍ର- ଅର୍ଗାନିକ୍‌ ମା’ ପ୍ରତିଷ୍ଠା ଚିନ୍ତାଧାରା କିପରି ମନକୁ ଆସିଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା କିପରି ରହିଛି? ଉ- ବ୍ୟକ୍ତି ଜୀବନର କିଛି ଘଟଣାକୁ ନେଇ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri