ଷ୍ଟୋରି-ସସ୍‌ପେନ୍ସ-ଏଣ୍ଟରଟେନ୍‌ମେଣ୍ଟରେ ଭରପୂର ‘ଭିତିରି କଥା’

ପ୍ରତ୍ୟେକ ଯୁବତୀଯୁବକଙ୍କ ପାଇଁ ବାସର ରାତି ଏକ ନିଆରା ଅନୁଭୂତି ନେଇ ଆସିଥାଏ। ଆଦୌ ଚିହ୍ନା ନ ଥିବା, ଜଣା ନ ଥିବା ଦୁଇଟି ଝିଅପୁଅଙ୍କ ମଧ୍ୟରେ ଏହି ରାତିରେ ଅବଶିଷ୍ଟ ଜୀବନ ପାଇଁ ଏକ ସ୍ଥାୟୀ ସମ୍ପର୍କ ସ୍ଥାପିତ ହୋଇଯାଏ। ସେମାନେ ପରସ୍ପରର ସୁଖଦୁଃଖରେ ସବୁଦିନ ଲାଗି ବାନ୍ଧି ହୋଇଯାଆନ୍ତି। ମାତ୍ର ଯଦି ବାସର ରାତିରେ ତାକୁ ଅପେକ୍ଷା କରିଥିବା ଝିଅଟିର ଓଢ଼ଣା ଟେକିଦେଇ ପୁଅଟି ହଠାତ୍‌ ହାଉଳି ଖାଇଯାଏ – ଆଉ ଝିଅଟି ମଧ୍ୟ ପୁଅଟିକୁ ଦେଖି ଆଶ୍ଚର୍ଯ୍ୟରେ ଆଖି କାଢ଼ି ପକାଏ ତା’ହେଲେ?

ପୁଅଟି ଚିରଦିନ ଅବହେଳିତ। ମା’ ନାହିଁ। ସାବତ ମା’ର ଘୃଣା, ଛି ଛି କାରକୁ ନେଇ ଜୀବନ ବଞ୍ଚତ୍ଛି। ସେତିକିରେ ସନ୍ତୁଷ୍ଟ ହୋଇନାହିଁ ସାବତ ମା’। ନିଜର ଜନ୍ମକଲା ପୁଅ ସହ ମିଶି ସେ ତାକୁ ହତ୍ୟା କରିବାର ଷଡ଼ଯନ୍ତ୍ର ମଧ୍ୟ ରଚିଛି। ଲହୁଲୁହାଣ ହୋଇ ଡାକ୍ତରଖାନା ଯାଇଛି। ସେଠାରୁ ମଧ୍ୟ ଭଲ ହୋଇ ଫେରିଛି। ଶେଷରେ ବାପ ବି ନିଷ୍ପତ୍ତି ନେଇଛି ପୁଅର ବାହାଘର କରିଦେଇ ତାଙ୍କ ଦାୟିତ୍ୱ ଶେଷ କରିଦେବେ। କାଳେ ତା’ ଜୀବନକୁ ଝିଅଟିଏ ଆସିଗଲେ ତା’ ଜୀବନରେ ହସଖୁସି ଭରିଯିବ। ଝିଅଟି ତାକୁ ଭଲପାଇବ। ପ୍ରେମ ଦବ। ସ୍ନେହ କରିବ। ତା’ ଜୀବନକୁ ମଧୁମୟ କରି ତୋଳିବ। ପୁଅଟି ମଧ୍ୟ ଠିକ୍‌ ସେଇକଥା ଭାବୁଥାଏ। ସେଥିଲାଗି ବାହାଘରକୁ ନେଇ ଖୁବ୍‌ ଖୁସି ଥାଏ ପୁଅଟି। ହେଲେ ଏ କ’ଣ ହେଲା? ବାସର ଘରକୁ ପଶୁପଶୁ ତା’ର ସବୁ ହସଖୁସି ମଉଳିଗଲା। ଯାହାକୁ ବାହା ହେଇଛି ସେ ତାକୁ ରୋକ୍‌ଠୋକ୍‌ ଶୁଣେଇଦେଲା ଯେ, ସେ ତା’ର ସ୍ତ୍ରୀ ହୋଇପାରିବନି କିମ୍ବା ତାକୁ ସ୍ବାମୀ ବୋଲି ମାନିନେଇ ପାରିବନି। କାହିଁକି ଏମିତି ହେଲା? କାହିଁକି ଏମିତି କହିଲା ପିଲାଟିର ନବବିବାହିତା ସ୍ତ୍ରୀ? ଏହା ପଛରେ କ’ଣ ରହିଛି ରହସ୍ୟ? ଏହା ତା’ର ବିମାତାର ଏକ ଚାଲ୍‌ କି? କ’ଣ ହେଇପାରେ ଏଭଳି ଘଟଣାର ଭିତିରି କଥା?

ଏଭଳି ଅନେକ ପ୍ରଶ୍ନର ଉତ୍ତର ପାଇବାକୁ ହେଲେ ‘ସୂର୍ଯ୍ୟମନ୍ଦିର’ ପ୍ରଯୋଜିତ ନାଟକ ‘ଭିତିରି କଥା’ ଦେଖିବାକୁ ହେବ। ନାଟକଟିରେ ହିଁ ରହିଛି ଏ ସବୁ ପ୍ରଶ୍ନର ଉତ୍ତର। ଯାତ୍ରାନୁଷ୍ଠାନ ‘ସୂର୍ଯ୍ୟମନ୍ଦିର’ର ପରିଚାଳକ ତଥା ନାଟ୍ୟକାର ବଙ୍କିମ ସ୍ବାଇଁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପ୍ରସ୍ତୁତ ଏହି ନାଟକଟିକୁ ରଚନା କରିନ୍ତି ବର୍ଷିୟାନ୍‌ ନାଟ୍ୟକାର କୈଳାସ ମଲ୍ଲିକ। ଏହାର ନିର୍ଦ୍ଦେଶନା ଦେଇଛନ୍ତି ଅଭିଜ୍ଞ ନିର୍ଦ୍ଦେଶକ ଲାଲା ବିରେନ୍‌ ରାଏ। ନାଟକଟି ବେଶ୍‌ ଏଣ୍ଟରଟେନିଂ। ଆରମ୍ଭରୁ ଶେଷପର୍ଯ୍ୟନ୍ତ ଜାରି ରହିଛି ସସ୍‌ପେନ୍ସ। ସେତିକି ନୁହେଁ, ନାଟକଟିରେ ଭରପୂର ମନୋରଞ୍ଜନର ଖୋରାକ ଖଞ୍ଜିଛନ୍ତି ନାଟ୍ୟକାର ଓ ନିର୍ଦ୍ଦେଶକ। ନାଟକରେ ଥିବା ଗୀତଗୁଡ଼ିକୁ ନିଗମ ମିଶ୍ର ରଚନା କରିଥିବା ବେଳେ ସ୍ବରରେ ସଜେଇଛନ୍ତି ମିହିର ମହାନ୍ତି। ବିଗତ ବର୍ଷଗୁଡ଼ିକରେ ‘ହୋଟେଲ୍‌ ଫାଇଭ୍‌ ଷ୍ଟାର’, ‘ବାଉନ ବଜାର ତେପନ ଗଳି’, ‘ରହିମ୍‌ ଖଁାର ଭାଗବତ ଟୁଙ୍ଗି’, ‘ରୂପା ପାଲିଙ୍କିରେ ସୁନା କନିଅଁା’, ‘ବଉଳଲୋ ମୋର ବର ଆସୁଛି’, ‘ସାତ ଟଙ୍କାର ସାନବୋହୂ’, ‘ପାଞ୍ଚ ପଇସାର ସ୍ବାମୀ’ ଭଳି ସଫଳ ନାଟକ ରଚନା କରିଥିବା ନାଟ୍ୟକାର କୈଳାସ ମଲ୍ଲିକଙ୍କର ଏହି ନାଟକଟି ମଧ୍ୟ ଚଳିତ ବର୍ଷର ଦର୍ଶକମାନଙ୍କୁ ଶତପ୍ରତିଶତ ମନୋରଞ୍ଜନ ପ୍ରଦାନ କରିବ ବୋଲି ଅନୁଷ୍ଠାନ ତଥା ନାଟ୍ୟକାର ଓ ନିର୍ଦ୍ଦେଶକ ଆଶାବାଦୀ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫସିଗଲେ ଅଭିନେତା ସାହିଲ

ମୁମ୍ବାଇ,୨୮।୪: ମହାଦେବ ଅନଲାଇନ ବେଟିଂ ଆପ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମୁମ୍ବାଇ ପୋଲିସ ବର୍ତ୍ତମାନ ଠକେଇ ଏବଂ ଜୁଆର ବିଭିନ୍ନ ବିଭାଗରେ ଆପର ପ୍ରମୋଟରଙ୍କ...

ନ୍ୟୁୟର୍କ ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲ: ଦମନ, ପ୍ରତୀକ୍ଷା ମନୋନୀତ

ଭୁବନେଶ୍ୱର,୨୭ା୪(ଶର୍ମିଷ୍ଠା ପାଣିଗ୍ରାହୀ): ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଏକ ଖୁସି ଓ ଗର୍ବର ଖବର। ନିକଟରେ ଓଡ଼ିଆ ସିନେମାରେ ଚର୍ଚ୍ଚାରେ ଥିବା ଦୁଇଟି ଚଳଚ୍ଚିତ୍ର ‘ଦମନ’...

ରାମାୟଣ ସେଟ୍‌ରୁ ରଣବୀର କପୁର-ସାଇ ପଲ୍ଲବୀଙ୍କ ଲୁକ୍‌ ଭାଇରାଲ୍‌, ରାମ-ସୀତା ଅବତାରରେ ଆସିଲେ ନଜର

ଭୁବନେଶ୍ୱର,୨୭।୪: ନିର୍ଦ୍ଦେଶକ ନୀତେଶ ତିୱାରୀଙ୍କ ଫିଲ୍ମ ‘ରାମାୟଣ’କୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ଫିଲ୍ମରେ ରଣବୀର କପୁର ପ୍ରଭୁ ରାମଙ୍କ ଭୂମିକାରେ ନଜର...

ସଲମାନଙ୍କ ଘର ବାହାରେ ଗୁଳିମାଡ଼ ଘଟଣା: ମାଷ୍ଟରମାଇଣ୍ଡଙ୍କ ବିରୋଧରେ ଲୁକଆଉଟ୍‌ ସର୍କୁଲାର ଜାରି

ମୁମ୍ବାଇ,୨୭।୪: ବାନ୍ଦ୍ରାସ୍ଥିତ ବଲିଉଡ୍‌ ଅଭିନେତା ସଲମାନ ଖାନଙ୍କ ଆବାସ ବାହାରେ ହୋଇଥିବା ଗୁଳିମାଡ଼ ଘଟଣାରେ ଅନ୍‌ମୋଲ ବିଶ୍ନୋଇଙ୍କ ବିରୋଧରେ ଲୁକ୍‌ଆଉଟ୍‌ ନୋଟିସ୍‌ ଜାରି କରାଯାଇଛି। ଅନମୋଲ...

ଘର ଛାଡ଼ିବେନି ସଲମାନ୍‌

ବମ୍ବେ: ବଲିଉଡ୍‌ର ତିନି ଖାନ୍‌ଙ୍କ ମଧ୍ୟରୁ ସଲମାନ୍‌ଙ୍କ ଲୋକପ୍ରିୟତା କାହିଁରେ କେତେ। ଏଯାଏ କୁଆଁରା ଥିବା ଏହି ଅଭିନେତାଙ୍କ ପୁରୁଷ ଅପେକ୍ଷା ମହିଳା ପ୍ରଶଂସକଙ୍କ ତାଲିକା...

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri