Posted inଖେଳ

ଷ୍ଟୋକ୍ସ ବିବିସି ସ୍ପୋଟର୍‌ସ ପର୍ସନାଲିଟି ଅଫ୍‌ ଦ ଇୟର

ଲଣ୍ଡନ,୧୬।୧୨- ବିବିସି ସ୍ପୋଟର୍‌ସ ପର୍ସନାଲିଟି ଅଫ୍‌ ଦ ଇୟର ପୁରସ୍କାରରେ ଇଂଲଣ୍ଡ କ୍ରିକେଟ ହ୍ୟାଟ୍ରିକ କରିଛି। ବିଶ୍ୱକପ୍‌ ଚାମ୍ପିୟନ ଇଂଲଣ୍ଡକୁ ବର୍ଷର ଶ୍ରେଷ୍ଠ ଦଳ ଓ ମ୍ୟାନ୍‌ ଅଫ୍‌ ଦ ଫାଇନାଲ୍‌ ଭାବେ ବେନ୍‌ ଷ୍ଟୋକ୍ସଙ୍କୁ ବର୍ଷର ଶ୍ରେଷ୍ଠ କ୍ରୀଡ଼ା ବ୍ୟକ୍ତିତ୍ୱ ପୁରସ୍କାର ମିଳିଛି। ବିଶ୍ୱକପ୍‌ ଫାଇନାଲରେ ମାର୍ଟିନ ଗୁପ୍‌ଟିଲଙ୍କ ଦ୍ୱାରା ଜୋସ୍‌ ବଟଲର ରନ୍‌ଆଉଟ୍‌ ହେବା ସମୟକୁ ଚଳିତବର୍ଷ କ୍ରୀଡ଼ାର ଶ୍ରେଷ୍ଠ ମୁହୂର୍ତ୍ତ ଭାବେ ଚୟନ କରାଯାଇଛି।
ମୁଖ୍ୟ କ୍ରୀଡ଼ା ବ୍ୟକ୍ତିତ୍ୱ ପୁରସ୍କାର ପାଇଁ ବର୍ଷରେ କେଉଁ ଖେଳାଳିଙ୍କ ପ୍ରଦର୍ଶନ ସବୁଠୁ ଆକର୍ଷଣୀୟ ଥିଲା, ତାହା କ୍ରିକେଟ ପ୍ରଶଂସକଙ୍କ ଦ୍ୱାରା ଚୟନ କରାଯାଏ। ପୂର୍ବରୁ ଟେନିସ୍‌ ଖେଳାଳି ଆଣ୍ଡି ମୁରେ, ଜନି ଓ୍ବିକିନ୍‌ସନ ଓ ଷ୍ଟିଭ ରେଡ୍‌ଗ୍ରଭେଙ୍କୁ ଏହି ପୁରସ୍କାର ମିଳିଥିଲା। ଚଳିତବର୍ଷ ଫର୍ମୁଲା ଓ୍ବାନ୍‌ ଷ୍ଟାର ଲୁଇସ୍‌ ହାମିଲଟନ ଓ ଆଥ୍‌ଲେଟ ଡାଇନା ଆଶର ସ୍ମିଥ୍‌ଙ୍କୁ ପଛରେ ପକାଇ ଷ୍ଟୋକ୍ସ ଏହି ସଫଳତା ପାଇଛନ୍ତି। ଉଲ୍ଲେଖଥାଉ କି, ଷ୍ଟୋକ୍ସଙ୍କ ଯୋଗୁ ବିଶ୍ୱକପ୍‌ ଫାଇନାଲ ସୁପର ଓଭରରେ ଦଳ ପ୍ରବେଶ କରିଥିଲା। ଏହାର ମାସକ ପରେ ତାଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଆଶେସ୍‌ ସିରିଜ୍‌କୁ ଇଂଲଣ୍ଡ ଡ୍ର’ ରଖିପାରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦଳରେ ସ୍ଥାନ ପାଇଲେ ବିରାଟ କୋହଲି ଓ ଋଷଭ ପନ୍ତ, ଏପଟେ BCCI ଦେଲା ବଡ ଖବର

ନୂଆଦିଲ୍ଲୀ,୧୧।୧୨: ଆଗାମୀ ବିଜୟ ହଜାରେ ଟ୍ରଫି ପାଇଁ ଦିଲ୍ଲୀର ସମ୍ଭାବ୍ୟ ଦଳରେ ଭାରତର ଦୁଇ ଷ୍ଟାର ଖେଳାଳି ବିରାଟ କୋହଲି ଏବଂ ଋଷଭ ପନ୍ତଙ୍କୁ ସାମିଲ...

ଟସ୍‌ ଜିତିଲା ଭାରତ: ସୂର୍ଯ୍ୟକୁମାରଙ୍କୁ ମିଳିଲା ବଡ଼…

ଚଣ୍ଡିଗଡ,୧୧।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦ୍ୱିତୀୟ ଟି-୨୦ରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ମ୍ୟାଚ...

ମାନବିକତା ଦେଖାଇଲେ ଛତ୍ରପୁର ବିଧାୟକ, ଦୁର୍ଘଟଣା ହୋଇ ରାସ୍ତାରେ ପଡିଥିବା ବାପା-ପୁଅଙ୍କୁ…

ଛତ୍ରପୁର,୧୧।୧୨ (ଦିଲ୍ଲୀପ ସାମଲ ): ମାନବିକତା ଦେଖାଇଲେ ଛତ୍ରପୁର ବିଧାୟକ। ଦୁର୍ଘଟଣାରେ ଆହତ ହୋଇଥିବା ବିଧାୟକ ବାପା ପୁଅଙ୍କୁ ମେଡିକାଲ ପଠାଇଛନ୍ତି। ଏଭଳି ଏକ ଦୃଶ୍ୟ...

ବାଜିଲା ବାଂଲାଦେଶ ନିର୍ବାଚନ ବିଗୁଲ, ଲଢ଼ିପାରିବନି ଶେଖ ହସିନାଙ୍କ ପାର୍ଟି

ନୂଆଦିଲ୍ଲୀ,୧୧ା୧୨: ବାଂଲାଦେଶର ତ୍ରୟୋଦଶ ସଂସଦୀୟ ନିର୍ବାଚନ  ଆସନ୍ତା ଫେବୃଆରୀ 12 ତାରିଖରେ ଅନୁଷ୍ଠିତ ହେବ । ବାଂଲାଦେଶର ମୁଖ୍ୟ ନିର୍ବାଚନ କମିଶନର ଏଏମଏମ ନାସିର ଉଦ୍ଦିନ...

ସଙ୍କୁଚିତ ହେଉଛି ଉପଜିଲାପାଳ-ଆରଡିସିଙ୍କ କ୍ଷମତା, ଗଞ୍ଜାମ ଜଲାକୁ ୪ ଜିଲା ପାଇଁ ଉଠିଲା ଦାବି

ଭଞ୍ଜନଗର,୧୧ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାକୁ ଭାଗଭାଗ କରି ୪ଟି ଜିଲା ଘୋଷଣା କରାଯାଉ। ଉପଜିଲାପାଳ ଏବଂ ଆରଡିସିଙ୍କ କ୍ଷମତା ଦିନକୁ ଦିନ ସରକାର ସଙ୍କୁଚିତ କରୁଛନ୍ତି।...

ଗୋଆ ନାଇଟ କ୍ଲବ ମାଲିକ ଲୁଥ୍ରା ବ୍ରଦର୍ସଙ୍କୁ ବଡ଼ ଝଟକା, ଆଗୁଆ ଜାମିନ ଖାରଜ କଲେ କୋର୍ଟ

ନୂଆଦିଲ୍ଲୀ,୧୧।୧୨: ଗୋଆର ପ୍ରସିଦ୍ଧ ବିର୍ଚ ବାଇ ରୋମିଓ ନାଇଟ କ୍ଲବରେ ଅଗ୍ନିକାଣ୍ଡ ଘଟଣାରେ ଦିଲ୍ଲୀର ରୋହିଣୀ କୋର୍ଟ ରେଷ୍ଟୁରାଣ୍ଟ ମାଲିକ ଗୌରବ ଲୁଥ୍ରା ଏବଂ ସୌରଭ...

‘ଧୁରନ୍ଧର’ ଷ୍ଟାଇଲରେ ମୋଦି, ପୁଟିନଙ୍କ ସହ ଜବରଦସ୍ତ କେମେଷ୍ଟ୍ରି, ସୋସିଆଲ ମିଡ଼ିଆରେ ଟ୍ରେଣ୍ଡ କଲା…

ନୂଆଦିଲ୍ଲୀ,୧୧।୧୨: ମଧ୍ୟପ୍ରଦେଶ ସରକାର ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ‘ଧୁରନ୍ଧର ଷ୍ଟାଇଲ’ରେ ଏକ ଭିଡିଓ ଶେୟାର କରିଛନ୍ତି। ଭିଡିଓଟି ସହିତ ଏକ କ୍ୟାପସନ ଅଛି ଯାହା...

କାହିଁକି ଆପଲକୁ ନୋଟିସ ପଠାଇଲେ ସରକାର? ୟୁଜର୍ସଙ୍କୁ ଏଭଳି ଆଲର୍ଟ ପଠାଇଥିଲା କମ୍ପାନୀ

ନୂଆଦିଲ୍ଲୀ,୧୧ା୧୨: ଗତ କିଛିଦିନ ତଳେ ଆପଲ୍ ଏବଂ ଗୁଗୁଲ ନିଜ ୟୁଜର୍ସଙ୍କୁ ଆଲର୍ଟ ପଠାଇଥିଲେ । ସ୍ପାଇବେୟାରରେ ଦ୍ବାରା ୟୁଜର୍ସଙ୍କୁ ନିଶାନା କରାଯାଇପାରେ ବୋଲି ମେସେଜ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri