ଷ୍ଟୁଡିଓରେ ନିଆଁ ଲଗାଇଦେଲେ: ୩୩ ଦଗ୍ଧ

ଟୋକିଓ,୧୯ା୭(ଏଏଫ୍‌ପି):ଜାପାନର କ୍ୟୋଟୋ ଆନିମେଶନ୍‌ କମ୍ପାନୀ ଉପରେ ଗୁରୁବାର ଆକ୍ରମଣ ହୋଇଛି। ଏଥିରେ ୩୩ ଜଣଙ୍କ ମୃତ୍ୟୁ ହେବା ସହ ୩୬ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ଗୁରୁତର ରହିଛି। କ୍ୟୋଟୋ ସହରରେ ଥିବା ଏହି ବିଲ୍ଡିଂରେ ନିଆଁ ଲାଗିବାବେଳେ ପାଖାପାଖି ୭୦ ଜଣ ଥିଲେ ବୋଲି ସ୍ଥାନୀୟ ଗଣମାଧ୍ୟମ କହିଛି। କେହି ଜଣେ ବିଲ୍ଡ୍‌ିଂ ଚାରିପଟେ ଗ୍ୟାସୋଲିନ୍‌ ଭଳି ତରଳ ପଦାର୍ଥ ଢାଳି ନିଆଁ ଲଗାଇ ଦେଇଥିବା କୁହାଯାଉଛି। ବିଲ୍ଡିଂ ସମ୍ପୂର୍ଣ୍ଣ ଜଳିଯାଇଛି। ନିଆଁ ଲଗାଇବା ପଛର ସମ୍ଭାବ୍ୟ କାରଣ ଜଣାପଡିନାହିଁ। ଜାପାନରେ ଗତ କିଛି ଦଶନ୍ଧି ମଧ୍ୟରେ ଏହା ସବୁଠୁ ବଡ଼ ହିଂସାତ୍ମକ ଅପରାଧ ବୋଲି କୁହାଯାଉଛି।
ତିନି ମହଲା ବିଲ୍ଡିଂର ଝରକାଗୁଡ଼ିକରୁ ପ୍ରବଳ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଛି। ପ୍ରଥମ ମହଲାରେ ଶକ୍ତିଶାଳୀ ବିସ୍ଫୋରଣର ଶବ୍ଦ ପରେ ବିଲ୍ଡିଂରେ ନିଆଁ ବ୍ୟାପିଯାଇଥିଲା। ତଳ ମହଲାରୁ ୨ ଜଣ, ଦ୍ୱିତୀୟ ମହଲାରେ ୧୧ ଏବଂ ତୃତୀୟ ମହଲା ଏବଂ ସିଡି ପାହାଚରୁ ୨୦ ଜଣଙ୍କ ମୃତଦେହ ମିଳିଥିଲା ବୋଲି ଜଣେ ଅଗ୍ନିଶମ ଅଧିକାରୀ ସୂଚନା ଦେଇଛନ୍ତି। ନିଆଁର କାରଣ ସମ୍ପର୍କରେ ପୋଲିସ ତଦନ୍ତ ଚଳାଇଛି। ଏହା ଏକ ଅଗ୍ନିଜନିତ ଆକ୍ରମଣ। ନିଆଁରେ ଆହତ ଜଣେ ସନ୍ଦିଗ୍ଧଙ୍କୁ ପୋଲିସ ଅଟକ ରଖି ଚିକିତ୍ସା ପାଇଁ ହସ୍ପିଟାଲ ନେଇଛି। ବିଲ୍ଡିଂ ବାହାରେ ଉକ୍ତ ବ୍ୟକ୍ତିଙ୍କୁ ଠାବ କରାଯାଇଥିଲା। ଗରୁତର ଆହତ ଏହି ବ୍ୟକ୍ତିଜଣକ ନିଆଁ ଲଗାଇଥିବା ସନ୍ଦେହ କରାଯାଉଛି। ଆକ୍ରମଣକାରୀ ସାଙ୍ଗରେ ଛୁରି ନେଇ ଆସିଥିଲା ବୋଲି ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ଘଟଣା ପାଇଁ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଦୁଃଖପ୍ରକାଶ କରିଛନ୍ତି। ଏଭଳି ମର୍ମନ୍ତୁଦ ଘଟଣାର ବର୍ବରତା ବର୍ଣ୍ଣନା କରିବା ପାଇଁ ତାଙ୍କ ପାଖରେ ଭାଷା ନାହିଁ ବୋଲି ସେ ଟୁଇଟ୍‌ କରିଛନ୍ତି। ପୂର୍ବରୁ ହତ୍ୟା ଧମକ ଥାଇ ଇ-ମେଲ୍‌ ଆସିଥିଲା ବୋଲି କ୍ୟୋଟୋ ଆନିମେଶନ୍‌ର ଅଧ୍ୟକ୍ଷ ହିଦେଆକି ହାଟ୍ଟା କହିଛନ୍ତି। କମ୍ପାନୀର ମୁଖ୍ୟ ବିଲ୍ଡିଂ ଜଳିଯାଇଛି, ଯେଉଁଥିରେ ଅନେକ ଟେଲିଭିଜନ ଆନିମେଶନ୍‌ ଚିତ୍ର ପ୍ରସ୍ତୁତ ହୋଇଥିଲା। ଏହି ଆକ୍ରମଣ ଆନିମେଶନ ଚଳଚ୍ଚିତ୍ର ଜଗତ ଓ ଏଥିସହ ସମ୍ପୃକ୍ତ ଲୋକମାନଙ୍କ ପାଇଁ ବଡ଼ ଝଟକା। ଜାପାନର ଆନିମେଶନ୍‌ ଶିଳ୍ପ ସାରା ବିଶ୍ୱରେ ଜଣାଶୁଣା।


Enter your email to get our daily news in your inbox.

All Right Reserved By Dharitri.Com

୧୧ ଯାଏ କୁଆପଥର ବର୍ଷା: ୫୦ରୁ ୬୦ କିମି ବେଗରେ ବହିବ ପବନ

ଭୁବନେଶ୍ୱର,୯ା୪(ଅନୁରାଧା ମହାରଣା) – କଟକ, ନୟାଗଡ଼, ଖୋର୍ଦ୍ଧା ସମେତ ରାଜ୍ୟର ବିଭିନ୍ନ ଜିଲାରେ ବୁଧବାର ପ୍ରବଳ ବର୍ଷା ପବନ ସହ କୁଆପଥର ମାଡ଼ ହୋଇଥିଲା। ୫୦ରୁ ୬୦…

ଦୁର୍ବ୍ୟବହାର ଅଭିଯୋଗରେ ତାତିଲେ ଲୋକେ, ପିଇଓ-ଆରଆଇଙ୍କୁ ତାଲା ପକାଇ…

ପାଟଣା,୯।୪(ବୀର କିଶୋର ଦାଶ): କାଳବୈଶାଖି କ୍ଷତିଗ୍ରସ୍ତ ଲୋକଙ୍କୁ ପଲିଥିନ ବଣ୍ଟନରେ ଅନିୟମିତତା ଓ ହିତାଧିକାରୀଙ୍କୁ ଆରଆଇଙ୍କ ଦୁର୍ବ୍ୟବହାର ଅଭିଯୋଗ ହୋଇଛି। ତେବେ ଗୁରୁବାର ପାଟଣା ବ୍ଲକ ବଡ…

ଯୁଦ୍ଧବିରତିକୁ ନେଇ ଖାମେନେଇଙ୍କ ବଡ଼ ବୟାନ, କହିଲେ ଟ୍ରମ୍ପ…

ନୂଆଦିଲ୍ଲୀ,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ଉଭୟ ଦେଶ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଉପରେ ସହମତି ହୋଇଛନ୍ତି । ଏହି ସମୟରେ,…

ପୁଣି ଧାରଣାରେ ବସିଲେ ପ୍ରାଥମିକ ଶିକ୍ଷକ: ଆନ୍ଦୋଳନ ହେବ ଆହୁରି ତୀବ୍ର

ଭୁବନେଶ୍ୱର,୯ା୪(ସୁଚିସ୍ମିତା ସାହୁ):ପୁଣି ଧାରଣାରେ ବସିଲେ ପ୍ରାଥମିକ ଶିକ୍ଷକ। ୨୦୦୧ରୁ ଏପର୍ଯ୍ୟନ୍ତ କାର୍ଯ୍ୟରତ ସମସ୍ତ ଶିକ୍ଷକଙ୍କ କାର୍ଯ୍ୟକାଳକୁ ଠିକା କାର୍ଯ୍ୟରୁ ଉଚ୍ଛେଦ କରି ମୂଳ ଚାକିରିରେ ଗଣନା କରି…

୧୦ରେ ନୂଆଦିଲ୍ଲୀ ଯିବେ ନବୀନ: ବଡ଼ ଭାଇ ପ୍ରେମ୍‌ ପଟ୍ଟନାୟକଙ୍କ…

ଭୁବନେଶ୍ୱର,୯।୪(ସୁନିତ୍‌ ମିଶ୍ର):ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶୁକ୍ରବାର ନୂଆଦିଲ୍ଲୀ ଗସ୍ତରେ ଯିବେ। ତାଙ୍କ ବଡ଼ ଭାଇ ପ୍ରେମ୍‌ ପଟ୍ଟନାୟକଙ୍କ ମଙ୍ଗଳବାର ଏକ…

ରାସ୍ତା କାମରେ ଅନିୟମିତତା ଅଭିଯୋଗ: ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ

ଲୋଇସିଂହା,୯।୪(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଲୋଇସିଂହା ଓ ଆଗଲପୁର ବ୍ଲକରେ ରାସ୍ତା ଓ କୋଠାବାଡି କାମ ହେଉଛି। ହେଲେ ଅଧିକାଂଶ ସମୟରେ…

କ୍ଷତିପୂରଣ ସହାୟତା ପାଇଁ ଦାବି: ଜିଲାପାଳଙ୍କୁ ଫେରାଦ ହେଲେ ଚାଷୀ

ବରଗଡ଼, ୯ା୪(ପ୍ରେମାନନ୍ଦ ଖମାରୀ):କାଳବୈଶାଖୀ ପ୍ରଭାବରେ ଗତ ସୋମବାର ଅପରାହ୍ନରେ ହୋଇଥିବା ଝଡ଼ବର୍ଷା, କରାମାଡ଼ରେ ବରଗଡ଼ ଜିଲାର ବିଭିନ୍ନ ବ୍ଲକରେ ଚାଷୀଙ୍କ ଫସଲ କ୍ଷତି ହୋଇଛି। ପ୍ରାରମ୍ଭିକ ଭାବେ…

ଦୁର୍ଘଟଣାଗ୍ରସ୍ତ ଗାଡିରୁ ଚାଉଳ ଚୋରି: ଥାନାରେ ପହଞ୍ଚିଲା ମାମଲା

ଲୋଇସିଂହା,୯।୪(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଲୋଇସିଂହା ବ୍ଲକ ଛକ ଅଞ୍ଚଳରେ ଏକ ଦୁର୍ଘଟଣାଗ୍ରସ୍ତ ବୋଲେରୋ ପିକଅପ ଗାଡିରୁ ଚାଉଳ ଚୋରି ଘଟଣା ସାମ୍ନାକୁ ଆସିଛି। ସୂଚନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri