ଷ୍ଟାଣ୍ଡିଂ କମିଟିର ଯୋଡ଼ା ଗସ୍ତ: ଟ୍ରାଫିକ ଜାମ୍‌ରେ ଆମ୍ବୁଲାନ୍ସ ଫସିବା ଦେଖିଲେ

ଯୋଡ଼ା, ୯।୧୧(ଡି.ଏନ.ଏ.)- କେନ୍ଦୁଝର ଜିଲା ଗସ୍ତରେ ଆସିଥିବା ବିଧାନସଭା ଷ୍ଟାଣ୍ଡିଂ କମିଟି ସଦସ୍ୟାସଦସ୍ୟ ଶୁକ୍ରବାର ଯୋଡା ବ୍ଲକ ବାସୁଦେବପୁରସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଗସ୍ତ କରିଥିଲେ। ସେମାନେ କେନ୍ଦୁଝରରୁ ବାସୁଦେବପୁର ଆସିବା ବେଳେ ଟ୍ରାଫିକ ଜାମ୍‌ ଯୋଗୁ ରାସ୍ତାରେ ୩ଟି ଆମ୍ବୁଲାନ୍ସ ଫସିଥିବା ଦେଖିବାକୁ ପାଇଥିଲେ । ପୂର୍ବାହ୍ନ ପ୍ରାୟ ସାଢେ ୧୧ଟାରେ ସେମାନେ ଡାକ୍ତରଖାନାରେ ପହଞ୍ଚି ସ୍ବାସ୍ଥ୍ୟସେବା ବ୍ୟବସ୍ଥା ନିରୀକ୍ଷଣ କରିଥିଲେ। ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ବିଧାୟକ ଅଶ୍ୱିନୀ କୁମାର ପାତ୍ରଙ୍କ ସମେତ କମିଟି ସଦସ୍ୟା ବିଧାୟିକା ମୀନାକ୍ଷୀ ମହାନ୍ତ, କୁସୁମ ଟେଟେ, ବିଧାୟକ ସୁଧାଶୁଂ ଶେଖର ପରିଡା ପ୍ରମୁଖ ସ୍ବାସ୍ଥ୍ୟକେନ୍ଦ୍ର ବୁଲି ଦେଖିଥିଲେ। ସ୍ବାସ୍ଥ୍ୟ ସଚିବ ହରପ୍ରସାଦ ପଟ୍ଟନାୟକ, ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ଦିଲୀପ ଷଢଙ୍ଗୀ, ମହିଳା ଓ ଶିଶୁ ବିକାଶ କାର୍ଯ୍ୟକ୍ରମ ଅଧିକାରୀ ସଂଗ୍ରାମ ସାମଲ, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଅଶୋକ କୁମାର ଦାଶ, ସହକାରୀ ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ ଡା. ଜଗଦୀଶ ପ୍ରସାଦ ସାହୁ , ଜିଲା ସହରୀ ଯୋଜନା ପ୍ରକଳ୍ପ ନିର୍ଦ୍ଦେଶକ ଘାସିନାଥ ମୁର୍ମୁ ପ୍ରମୁଖ ଉପସ୍ଥିତ ଥିଲେ ା
କମିଟି ସଦସ୍ୟାସଦସ୍ୟ କେନ୍ଦୁଝରରୁ ବାସୁଦେବପୁର ଆସିବା ବେଳେ ଟ୍ରାଫିକ ଜାମ୍‌ ଯୋଗୁ ରାସ୍ତାରେ ଆମ୍ବୁଲାନ୍ସ ଫସିଥିବା ଦେଖି ଉଦ୍‌ବେଗ ପ୍ରକାଶ କରିଥିବା ନେଇ କମିଟି ସଦସ୍ୟା ବିଧାୟିକା ଟେଟେ ଖବରଦାତାଙ୍କୁ ସୂଚନା ଦେଇଥିଲେ। ପରେ ଡାକ୍ତରଖାନାରେ ଜଣେ ପ୍ରସୂତିଙ୍କୁ ସ୍ବାସ୍ଥ୍ୟସେବା ନେଇ ପଚାରିବାରୁ ସେ ୨୦୦ଟଙ୍କା ଦେଇ ଚିକିତ୍ସିତ ହେଉଥିବା ଅଭିଯୋଗ କରିବାରୁ ବିଧାୟିକା ଉଦ୍‌ବେଗ ପ୍ରକାଶ କରି ୫-ଟି କାର୍ଯ୍ୟକାରିତା ନେଇ ପ୍ରଶ୍ନ ଉଠାଇଥିଲେ। ଅନ୍ୟ କେତେକ ରୋଗୀ ମଧ୍ୟ ସ୍ବାସ୍ଥ୍ୟସେବା ଠିକ୍‌ ଭାବେ ମିଳୁ ନ ଥିବା କହିଥିଲେ। ଏଭଳି ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା, ରାସ୍ତା ଅବସ୍ଥା ଓ ଟ୍ରାଫିକ ଜାମ୍‌ରେ ଆମ୍ବୁଲାନ୍ସ ଫସିିବା ଘଟଣା ନେଇ ସେ ବିଧାନସଭାରେ ପ୍ରଶ୍ନ ଆଗତ କରିବେ ବୋଲି ଖବରଦାତାଙ୍କୁ ସୂଚନା ଦେଇଥିଲେ।
କମିଟିର ଅଧ୍ୟକ୍ଷ ବିଧାୟକ ପାତ୍ର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଶିଶୁମାନଙ୍କ ଚିକିତ୍ସା ବ୍ୟବସ୍ଥା ତଦାରଖ କରିଥିଲେ ା ଶିଶୁଙ୍କୁ ଦିଆଯାଉଥିବା ସେବା ଉପରେ ସେ ଅସନ୍ତୋଷ ପ୍ରକାଶ କରି ସରକାରଙ୍କ ରାଷ୍ଟ୍ରୀୟ ବାଲ୍‌ ସଂସ୍ଥାନ କାର୍ଯ୍ୟକ୍ରମ ଯୋଜନାର ସୁବିଧା ଏଠାରେ ଯୋଗାଇ ଦେବା ସକାଶେ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ା ଏହି ଅବସରରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ସେ ଆଲୋଚନା କରିଥିଲେ। ଡିଏମଏଫ ଅର୍ଥରେ ଡାକ୍ତର ନିଯୁକ୍ତି ଦିଆଯାଉଥିବା ବେଳେ ପାରା ମେଡିକାଲ କର୍ମଚାରୀଙ୍କୁ କାହିଁକି ନିଯୁକ୍ତି ଦିଆଯାଉ ନାହିଁ। ଯୋଡା ପୌରପାଳିକା ସମେତ ଏହି ବ୍ଲକର ୧୯ପଞ୍ଚାୟତବାସୀ ଯୋଡା ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରୁଥିବା ବେଳେ ଏହାକୁ କାହିଁକି ସରକାରୀ ମାନ୍ୟତା ମିଳି ନାହିଁ ଓ ରୋଗୀଙ୍କୁୁ ସମସ୍ତ ସୁବିଧା ସୁଯୋଗ ମିଳୁନାହିଁ ଖବରଦାତାମାନେ ପ୍ରଶ୍ନ କରିିବାରୁ ଅଧ୍ୟକ୍ଷ ଡିଏମଏଫ ଅର୍ଥରେ ପାରା ମେଡିକାଲ କର୍ମଚାରୀ ନିଯୁକ୍ତି ଦେବା ପ୍ରସଙ୍ଗ ନେଇ କେନ୍ଦୁଝର ଜିଲାପାଳଙ୍କ ସହିତ କମିଟି ପକ୍ଷରୁ ଆଲୋଚନା କରାଯିବ ବୋଲି କହିଥିଲେ। ଯୋଡା ଡାକ୍ତରଖାନା ସମସ୍ୟା ସମ୍ପର୍କରେ ବିଧାନସଭାରେ ପ୍ରସ୍ତାବ ଆଗତ କରାଯିବ ବୋଲି ସେ ପ୍ରକାଶ କରିଥିଲେ ା
ଉଲ୍ଲେଖନୀୟ ଯେ, ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଜମିଜମା ବିବାଦ ଲାଗି ରହିଛି। ଷ୍ଟାଣ୍ଡିଂ କମିଟି ସଦସ୍ୟଙ୍କ ପରିଦର୍ଶନ ସମୟରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଲାଗି ଜମି ହରାଇଥିବା ଲୋକେ ବିବାଦର ତୁରନ୍ତ ସମାଧାନ ନ କଲେ ଆଗାମୀ ୧୫ ଦିନ ଭିତରେ ଡାକ୍ତରଖାନାରେ ତାଲା ପକାଇବେ ବୋଲି ଚେତାବନୀ ଦେଇଥିଲେ ା ଡାକ୍ତରଖାନା ଦଖଲରେ ଥିବା ଜମି ସେମାନଙ୍କୁ ହସ୍ତାନ୍ତର କରାଯାଉ ବୋଲି କମିଟି ପାଖରେ ଜମିହରା କାଣ୍ଡେ ମୁଣ୍ଡା, ଦାଶରଥି ତିଉ, ରମେଶ ତିଉ ଓ ମନୋଜ ତିଉ ପ୍ରମୁଖ ଦାବି କରିଥିଲେ ା ବଡବିଲ ସିଭିଲ ସୋସାଇଟି ପକ୍ଷରୁ ବସନ୍ତ କୁମାର ମହାନ୍ତ ବଡବିଲ୍‌କୁ ସଂଯୋଗ କରୁଥିବା ରାସ୍ତାର ନିର୍ମାଣ ସାଙ୍ଗକୁ ବାଇପାସ ନିର୍ମାଣ ନିମନ୍ତେ ଏକ ଦାବିପତ୍ର ଷ୍ଟାଣ୍ଡିଂ କମିଟିକୁ ପ୍ରଦାନ କରିଥିଲେ ା ଏହି ଅବସରରେ ଜେଏସ୍‌ଡବ୍ଲ୍ୟୁ ଶିଳ୍ପ ସଂସ୍ଥା ପକ୍ଷରୁ ବାସୁଦେବପୁରଠାରେ ନିର୍ମାଣ ହେଉଥିବା ଏକ ୨୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ସ୍ଥାନ ବୁଲି ଦେଖିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ୟ ଧର୍ମର ହୋଇଥିବାରୁ ଗାଁ ଶ୍ମଶାନରେ ସମାଧି ଦେବାକୁ ମନା, ପ୍ରଶାସନ ଉପସ୍ଥିତିରେ…

ପାଟଣା,୩୧ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ବାଇଦବଜାରେ ଡିସେମ୍ବର ୧୬ ତାରିଖ ରାତି ୧୨ଟାରେ ଟିବି ରୋଗରେ ଆକ୍ରାନ୍ତ ହୋଇଥିବା ତଥା...

PEOଙ୍କୁ ପଚରାଉଚରା କରୁଛି ଭିଜିଲାନ୍ସ: ଚଢାଉବେଳେ ମିଳିଥିଲା ପୁଳାପୁଳା ଟଙ୍କା

ହାଟଡିହୀ,୩୧l୧୨(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପିଇଓ ଜିତେନ୍ଦ୍ର ଜେନାଙ୍କ ଘର, ବ୍ୟବସାୟ ପ୍ରତିଷ୍ଠାନ ଏବଂ କାର୍ଯ୍ୟରତ ପଞ୍ଚାୟତ କାର୍ଯ୍ୟାଳୟ ଉପରେ ଗତ ମଙ୍ଗଳବାରରୁ ଭିଜିଲାନ୍ସ...

ବେଆଇନ କୁକୁଡ଼ା ଲଢ଼େଇ ଖେଳକୁ ବନ୍ଦ କରିବାକୁ ଯାଇଥିଲା ପୋଲିସ, ଗାଡିକୁ ଘେରିଗଲେ ଲୋକେ, ଆଉ ତା’ପରେ…

ପାଟଣା,୩୧।୧୨(ବୀର କିଶୋର ଦାଶ) : କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ସାହାରପଡା ବ୍ଲକ ଡାଳପକା ପଞ୍ଚାୟତ ଉପାନ୍ତ କେନ୍ଦୁଯୋଡା ଗ୍ରାମ ରେସାନ୍ତାଳ ସମ୍ପ୍ରଦାୟ ଦାମୋଦର...

ବୁଲୁଛି ଗୋଠଛଡା ଦନ୍ତା: ଭୟଭୀତ ଅବସ୍ଥାରେ ଲୋକେ

ଆନନ୍ଦପୁର ୩୧।୧୨(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଆନନ୍ଦପୁର,ଘସିପୁରା ଅଞ୍ଚଳରେ ବୁଧବାର ସକାଳୁ ସକାଳୁ ଏକ ଗୋଠଛଡା ଦନ୍ତାହାତୀ ବୁଲୁଥିବା ବେଳେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

ବୈତରଣୀ ନଦୀ ପାର୍‌ ହୋଇଆସିଲା ହାତୀ: ଲୋକେ ଭୟଭୀତ

ହାଟଡ଼ିହୀ,୩୦।୧୨(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ହାତୀ ଉପଦ୍ରବ ଦେଖାଦେଇଛି। ହାତୀଟି ବ୍ଲକ ଅଧୀନ ବିଭିନ୍ନ ଗାଁ ଏବଂ ଛକ ବଜାରରେ ବୁଲୁଥିବାବେଳେ...

PEOଙ୍କ ଘରେ ପଶିଲା ଭିଜିଲାନ୍ସ: ଜାରି ରହିଛି ଚଢାଉ

ହାଟଡ଼ିହୀ,୩୦।୧୨(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡ଼ିହି ବ୍ଲକ PEO(କାର୍ଯ୍ୟନିର୍ବାହୀ ଅଧିକାରୀ) ଜିତେନ୍ଦ୍ର ଜେନାଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି। ବସନ୍ତିଆସ୍ଥିତ ତାଙ୍କ ବାସଭବନରେ ଭିଜିଲାନ୍ସ ଚଢାଉ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri