Posted inରାଜ୍ୟ

ଶ୍ୱଶୁର ଘରେ ଜ୍ୱାଇଁଙ୍କୁ ହତ୍ୟା: ୩ ମୁଖ୍ୟ ଅଭିଯୁକ୍ତ ଗିରଫ

ବରୀ/ରତ୍ନଗିରି,୧୨ା୭(ସ୍ବ.ପ୍ର./ଡି.ଏନ୍‌.ଏ.): ବରୀ ଥାନା ଅଞ୍ଚଳରେ ଗୁରୁବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜ୍ୱାଇଁ ଶ୍ୱଶୁର ଘରକୁ ଆସିଥିବାବେଳେ କୌଣସି କାରଣରୁ ବଚସା ହେବାରୁ ପରିବାର ଲୋକେ ତାଙ୍କୁ ପିଟିପିଟି ମାରିଦେଇଛନ୍ତି। ମୃତକ ହେଲେ କେନ୍ଦ୍ରପଡ଼ା ଜିଲା ନିକିରେଇ ଥାନା ଅଧୀନ ଇନ୍ଦୁପୁର ଗ୍ରାମର ଗୋଲଖ ସେଠୀଙ୍କ ପୁଅ ସନ୍ତୋଷ (୨୫)। ସ୍ତ୍ରୀଙ୍କ ଭାଇ ବଳରାମ ସେଠୀ, ବାପା ସୁରେନ୍ଦ୍ର ସେଠୀ, ପଡ଼ୋଶୀ କାର୍ତ୍ତିକ କୁମାର ଜେନା ମିଳିମିଶି ସନ୍ତୋଷଙ୍କୁ ଜୀବନରୁ ମାରିଦେଇଥିବା ବାପା ଗୋଲଖ ଶୁକ୍ରବାର ଅଭିଯୋଗରେ ଦର୍ଶାଇଛନ୍ତି। ଖବରପାଇ ବରୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ହତ୍ୟାକାଣ୍ଡରେ ସାମିଲ ଥିବା ମୁଖ୍ୟ ଅଭିଯୁକ୍ତ କାର୍ତ୍ତିକ, ସୁରେନ୍ଦ୍ର, ବଳରାମ ସେଠୀଙ୍କୁ ଗିରଫ କରିବା ସହ ଲୁହା ରଡ଼, ଶାବଳ ଓ ବାଇକ ଜବତ କରିଛି। ଏ ନେଇ ଅଧିକ ତଦନ୍ତ ଜାରି ରହିଥିଲାବେଳେ ପରିବାରର ଅନ୍ୟ ଲୋକଙ୍କୁ ଡାକି ପୋଲିସ ପଚରାଉଚୁରା ଜାରି ରଖିଛି। ସନ୍ତୋଷଙ୍କ ମୃତଦେହ ବ୍ୟବଚ୍ଛ୍ୟେବ ପାଇଁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଏକ ମାମଲା (ନଂ.୧୭୧/୨୦୧୯) ରୁଜୁ କରିଛି।
ପ୍ରକାଶ ଯେ, ସନ୍ତୋଷ ଦେଢ଼ ବର୍ଷ ତଳେ ବରୀ ଥାନା ଅନ୍ନ୍ୟାସପୁର ଗ୍ରାମର ଅନିତା ସେଠୀଙ୍କୁ ପ୍ରେମ ବିବାହ କରିଥିଲେ। ବିବାହର କିଛିଦିନ ପରେ ସନ୍ତୋଷ ସ୍ତ୍ରୀ ଅନିତାଙ୍କୁ ଶାରିରୀକ, ମାନସିକ ନିର୍ଯାତନା ଦେଉଥିଲେ। ଫଳରେ ଅନିତାଙ୍କ ପରିବାର ଲୋକେ ତାଙ୍କୁ ବାପଘରକୁ ନେଇ ଆସିଥିଲେ। ସନ୍ତୋଷ କିଛିଦିନ ପରେ ଶ୍ୱଶୁର ଘରେ ପହଞ୍ଚି ୩୦ ହଜାର ଟଙ୍କା ଜରିମାନା ଦେଇ ଗ୍ରାମବାସୀଙ୍କ ଉପସ୍ଥିତିରେ ଘଟଣାର ସମାଧାନ କରିଥିଲେ। ଏ ନେଇ ସମାଧାନର ଏକ ନକଲ ବରୀ ଥାନାରେ ଦାଖଲ କରାଯାଇଥିଲା। ସନ୍ତୋଷ ଭବିଷ୍ୟତରେ ଯେମିତି ଅନିତାଙ୍କୁ ଶାରୀରିକ, ମାନସିକ ନିର୍ଯାତନା ଦେବେନାହଁି, ସେ ନେଇ ଲିଖିତ ଭାବେ ସ୍ବୀକାର କରିଥିଲେ। ପରେ ଅନିତା ସ୍ବାମୀଙ୍କ ସହ ଶାଶୁଘରକୁ ଚାଲି ଯାଇଥିଲେ। ହେଲେ ପୁନଶ୍ଚ ସନ୍ତୋଷ ନିର୍ଯାତନା ଦେବାରୁ ଅନିତା ବାପଘରକୁ ପଳାଇଆସିଥିଲେ। ଅନିତା ଘଟଣାର ସମାଧାନ ପାଇଁ ବୁଧବାର ଫୋନ୍‌ କରି ସନ୍ତୋଷଙ୍କୁ ତାଙ୍କ ଘରକୁ ଡାକିଥିଲେ। କୌଣସି କାରଣରୁ ସନ୍ତୋଷଙ୍କର ଶ୍ୱଶୁର ଘର ଲୋକଙ୍କ ସହ ବଚସା ହୋଇଥିଲା। ଫଳରେ ଅନିତାଙ୍କ ପରିବାର ଲୋକେ ସନ୍ତୋଷଙ୍କୁ ପିଟିପିଟି ଜୀବନରୁ ମାରିଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବକ୍ସାଇଟ୍‌ ଖଣି ଖନନ ପାଇଁ ଗ୍ରାମସଭା, ଏଥିରେ ରହିଛି ମୃତକଙ୍କ ଦସ୍ତଖତ, ପ୍ରତିବାଦରେ ଉତ୍ତେଜନା

ନନ୍ଦପୁର,୨୦ା୨(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ବାଲଡ଼ା ନାଗେଶ୍ୱରୀ ପାହାଡ଼ ବକ୍ସାଇଟ ଖଣି ଖନନ ପାଇଁ ଗତ ଅକ୍ଟୋବର ୯ ତାରିଖରେ ବାଲଡ଼ା ଓ ବନୁରରେ…

Holi 2026: ମାର୍ଚ୍ଚ ୩ ନା ୪, ଏ ବର୍ଷ କେବେ ଖେଳିବେ ହୋଲି? ଜ୍ୟୋତିଷ କହିଦେଲେ…

ପ୍ରତିବର୍ଷ ଫାଲଗୁନ ମାସର ପୂର୍ଣ୍ଣିମା ଦିନ ରାତିରେ ହୋଲିକା ଦହନ କରାଯାଏ। ହୋଲିକା ଦହନ ପର୍ୱକୁ ମିଥ୍ୟା ଉପରେ ସତ୍ୟର ବିଜୟର ପ୍ରତୀକ ଭାବରେ ବିବେଚନା କରାଯାଏ।…

ଖୁବଶୀଘ୍ର ଭାରତ ଆସିବେ ଟ୍ରମ୍ପ! ଏହା ପୂର୍ବରୁ ହେଲା ବଡ଼ ଡିଲ୍‌

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୦।୨: ଭାରତ ଆମେରିକା ନେତୃତ୍ୱାଧୀନ ପାକ୍ସ ସିଲିକା ପଦକ୍ଷେପରେ ସାମିଲ ହୋଇଛି। ନୂଆଦିଲ୍ଲୀରେ ପାକ୍ସ ସିଲିକା ଘୋଷଣାପତ୍ର ସ୍ବାକ୍ଷର ସମାରୋହରେ ଭାରତରେ ଥିବା ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ…

ରୁଟି କେଉଁଠୁ ଆସିଥିଲା? ଭାରତ ସହ କ’ଣ ରହିଛି ଲିଙ୍କ୍‌…

ରୁଟି ହେଉଛି ମଣିଷଜାତିର ସବୁଠାରୁ ପୁରୁଣା ଖାଦ୍ୟ ମଧ୍ୟରୁ ଗୋଟିଏ। ଏହା ସଭ୍ୟତାର ଉତ୍ଥାନ ସହିତ ଗଭୀର ଭାବରେ ଜଡିତ। ଆଜି ରୁଟିକୁ ଭାରତୀୟ ଖାଦ୍ୟର ଏକ…

କଣାସରେ ପଶିଲା ଗୋଠଛଡ଼ା ହାତୀ

କଣାସ,୨୦ା୨(ବିଭୂତି ଭୂଷଣ ତ୍ରିପାଠୀ): ପ୍ରତ୍ୟେକ ବର୍ଷ ଧାନ ଫସଲ ଖାଇବା ପାଇଁ ବରୁଣେଇ ଜଙ୍ଗଲରୁ ହାତୀମାନେ କଣାସ ବ୍ଲକର ବିଭିନ୍ନ ପଞ୍ଚାୟତକୁ ଆସି ବ୍ୟାପକ ଫସଲ କ୍ଷତିଗ୍ରସ୍ତ…

ଜେଏସଡବ୍ଲୁଓ-ପୋସ୍କୋ ଷ୍ଟିଲ ପ୍ଲାଣ୍ଟ ପାଇଁ ବଡ଼ ସର୍ତ୍ତ ରଖିଲେ ଗ୍ରାମବାସୀ: ଜମି ଏକର ପିଛା ୭୫ କୋଟି ଟଙ୍କା ସହ…

ପାଟଣା,୨୦।୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ରେ ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ ତୃତୀୟ ଗ୍ରାମ ସଭା ପାଟଣା ବ୍ଲକ ଚେମେଣା ପଞ୍ଚାୟତ ରେଙ୍ଗାଳ…

ବିମାନରୁ ହଜିଗଲା ଭାଜପା ଏମପିଙ୍କ ଲଗେଜ, ଏମପି କହିଲେ, ‘ଲଜ୍ଜାଜନକ, ମୋର ମୂଲ୍ୟବାନ…’

ନୂଆଦିଲ୍ଲୀ,୨୦।୨: ଦେଶର ସର୍ବବୃହତ ଘରୋଇ ବିମାନ କମ୍ପାନୀ ଇଣ୍ଡିଗୋ ପୁଣି ଥରେ ଏହାର ଖରାପ ସେବା ଏବଂ ଭୁଲ ପରିଚାଳନା ପାଇଁ ବିବାଦରେ ଫସିଛି। ସଦ୍ୟତମ ଘଟଣାରେ…

ଇସାରାରେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଏମିତି କହିଦେଲେ ଟ୍ରମ୍ପ: ମୋଦିଙ୍କୁ ନେଇ…

ୱାଶିଂଟନ,୨୦।୨: ୱାଶିଂଟନରେ ଶାନ୍ତି ବୋର୍ଡର ଉଦଘାଟନୀ ଅଧିବେଶନରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା। ଏହା ଅନ୍ତର୍ଜାତୀୟ ଗଣମାଧ୍ୟମରେ ଆଲୋଚନା ହେଉଛି। ତାଙ୍କ ଭାଷଣ ସମୟରେ ଆମେରିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri