ଶ୍ରୀଲୋକନାଥଙ୍କ ପୀଠରେ ଜଳ ଲାଗିକଲେ ୩୨ ହଜାର କାଉଡ଼ିଆ

ପୁରୀ ଅଫିସ, ୨୯ା୭: ଶ୍ରାବଣ ମାସ ଦ୍ୱିତୀୟ ସୋମବାର ଶ୍ରୀଲୋକନାଥଙ୍କ ପୀଠରେ କାଉଡ଼ିଆଙ୍କ ପ୍ରବଳ ଭିଡ଼ ହୋଇଥିଲା। ରାଜ୍ୟର ବିଭିନ୍ନ ନଦୀରୁ ଜଳ ଆଣି ୩୨,୩୦୦ କାଉଡ଼ିଆ ଶ୍ରୀଲୋକନାଥଙ୍କୁ ଜଳ ଲାଗି କରିଛନ୍ତି। ତେବେ ରବିବାର ରାତିରେ ଲଗାଣ ବର୍ଷା ଯୋଗୁ ବୋଲବମ୍‌ ଭକ୍ତମାନେ ହଇରାଣ ହୋଇଥିବାବେଳେ ମନ୍ଦିର ବେଢାରେ ପାଣି ଜମିଥିଲା।
ରବିବାର ସନ୍ଧ୍ୟା ପରଠାରୁ ବ୍ୟାରିକେଡରେ ଧାଡ଼ି ଲଗାଇଥିଲେ କାଉଡ଼ିଆ। ରାତି ୧୦ଟା ବେଳକୁ ହଜାର ହଜାର ସଂଖ୍ୟାରେ କାଉଡ଼ିଆଙ୍କ ଧାଡ଼ି ଲମ୍ବିଥିଲା। ଶୃଙ୍ଖଳିତ ଜଳଲାଗି ପାଇଁ ରବିବାର ରାତି ୧୨ଟା ୫ରେ ଦ୍ୱାର ଫିଟାଯାଇଥିଲା। ୧୨ଟା ୩୫ରୁ ପାଣି ଢାଳିବା ଆରମ୍ଭ ହୋଇଥିଲା। ବ୍ୟାରିକେଡ ମଧ୍ୟ ଦେଇ ପାର୍ବତୀ ସାଗର କଡ଼େ କଡେ ଯାଇଥିଲେ କାଉଡ଼ିଆ। ରୋଷଘର ଦୁଆର ମୁହଁରେ ପ୍ରବେଶ କରି ନାଟାମ୍ବର ମନ୍ଦିର ପଛପଟେ ଯାଇ ଲକ୍ଷ୍ମୀଙ୍କ ଦ୍ୱାରରେ ସ୍ଥାପିତ ପ୍ରଭୁ ଶ୍ରୀଲୋକନାଥଙ୍କ ଲିଙ୍ଗରେ ପାଣି ଢାଳିଥିଲେ। ଏହାପରେ ସେମାନେ ସିଂହଦ୍ୱାର ପଟେ ବାହାରକୁ ବାହାରିଥିଲେ।
ଏ ସମ୍ପର୍କରେ ଶ୍ରୀଲୋକନାଥ ମନ୍ଦିରର ମ୍ୟାନେଜର ଅପଚ୍ଛ ପରିଡ଼ା କୁହନ୍ତି, ରବିବାର ଅପରାହ୍ନରୁ କାଉଡ଼ିଆମାନଙ୍କ ଆଗମନ ହୋଇଥିଲା। ସନ୍ଧ୍ୟା ସୁଦ୍ଧା ବହୁ ସଂଖ୍ୟାରେ କାଉଡ଼ିଆ ବ୍ୟାରିକେଡରେ ଲାଇନରେ ରହିଥିଲେ। ଜଳ ଲାଗି ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ହୋଇଥିଲା। ରାତି ୧୨ଟା ୫ରେ ଦ୍ୱାର ଫିଟିବା ପରେ ୧୨ଟା ୩୫ରୁ ଜଳଲାଗି ଆରମ୍ଭ ହୋଇଥିଲା। ଶାନ୍ତିଶୃଙ୍ଖଳା ରକ୍ଷା ଲାଗି ବ୍ୟାପକ ପୋଲିସ ନିୟୋଜିତ ହୋଇଥିଲେ। ଉପଜିଲାପାଳ ଭବତାରଣ ସାହୁ ଘଟଣାସ୍ଥଳକୁ ଯାଇ ଜଳ ଲାଗି କିପରି ଶୃଙ୍ଖଳାର ସହ କରାଯିବ ତାହାର ଅନୁଧ୍ୟାନ କରିଥିଲେ। ଦ୍ୱିତୀୟ ସୋମବାର ୩୨,୩୦୦ ଟିକେଟ୍‌ ବିକ୍ରି ହୋଇଥିଲା ଏବଂ ଅପରାହ୍ନ ପ୍ରାୟ ୧ଟା ପର୍ଯ୍ୟନ୍ତ କାଉଡ଼ିଆ ଜଳ ଲାଗି କରିଥିଲେ ବୋଲି ପରିଡ଼ା ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ରବିବାର ରାତି ପ୍ରାୟ ୯ଟାରୁ ବର୍ଷା ଆରମ୍ଭ ହୋଇଥିଲା। ଦେଢ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ପ୍ରବଳ ବର୍ଷିବାରୁ ଲୋକନାଥ ମନ୍ଦିର ବେଢାରେ ପାଣି ଜମିଯାଇଥିଲା। କାଉଡ଼ିଆମାନଙ୍କ ସୁରକ୍ଷିତ ଜଳ ଲାଗି ପାଇଁ ରାତି ପ୍ରାୟ ୧୧ଟାରେ ଅଗ୍ନିଶମବାହିନୀ କର୍ମଚାରୀମାନେ ୨ଟି ମୋଟର ଲଗାଇ ପାଣି ନିଷ୍କାସନ କରିଥିଲେ। ପ୍ରାୟ ୧ଘଣ୍ଟା ପରେ ପାଣି ନିଷ୍କାସିତ ହୋଇଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନ କ୍ରିକେଟରଙ୍କ ଉପରେ ନିଜ ସନ୍ତାନଙ୍କୁ ହତ୍ୟା ଭଳି ଅଭିଯୋଗ ଆଣିଲେ ପୂର୍ବତନ ପତ୍ନୀ, ଦ୍ୱିତୀୟ ବିବାହ…

ଇସଲାମାବାଦ,୧୭।୨: ପାକିସ୍ତାନ କ୍ରିକେଟ ଦଳର ଅଲରାଉଣ୍ଡର ଇମାଦ ୱାସିମ ପୁଣିଥରେ ଖବରର ଶିରୋନାମାରେ ଅଛନ୍ତି, କିନ୍ତୁ ଏଥର କାରଣ ପଡ଼ିଆରେ ତାଙ୍କର ପ୍ରଦର୍ଶନ ନୁହେଁ, ବରଂ ତାଙ୍କ…

ଦଶମ ଶ୍ରେଣୀ ଦିବ୍ୟାଙ୍ଗ ଛାତ୍ରଙ୍କ ବୋର୍ଡ ପରୀକ୍ଷାକୁ ନେଇ ଅନିଶ୍ଚିତତା, କର୍ତ୍ତୃପକ୍ଷଙ୍କୁ ଦୃଷ୍ଟି ଦେବାକୁ ଦାବୀ           

ଦିଗପହଣ୍ଡି,୧୭।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମ ସରକାରୀ ହାଇସ୍କୁଲର ୧୦ମ ଶ୍ରେଣୀ ଛାତ୍ର ଗୌତମ ମହାନ୍ତିଙ୍କ ମାଟ୍ରିକ ପରୀକ୍ଷାକୁ ନେଇ ଅନିଶ୍ଚିତତା…

ଇତିହାସ ରଚିଲେ କାନାଡା ଯୁବରାଜ, T20 World Cupରେ କଲେ ଏମିତି ରନ ବର୍ଷା ବନିଗଲେ…

ନୂଆଦିଲ୍ଲୀ,୧୭।୨: କାନାଡାର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଯୁବରାଜ ସାମରା ୨୦୨୬ ଟି-୨୦ ବିଶ୍ୱକପରେ ଏକ ଐତିହାସିକ ଶତକ ହାସଲ କରିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷରେ ଏକ ନିଶ୍ଚିତ ବିଜୟୀ ମ୍ୟାଚରେ…

ରକ୍ତରେ ଭିଜିଲା ସପ୍ତାମାତୃକା ଶୈବପୀଠ, ଶହ ଶହ ପଶୁପକ୍ଷୀଙ୍କୁ ଦିଆଗଲା ବଳି

ତୁଣ୍ଡଲା,୧୭।୨(ଫିରୋଜ କୁମାର ଦାଶ): କଳାହାଣ୍ଡି ଜିଲାର କେସିଙ୍ଗା ବ୍ଲକ ବେଲଖଣ୍ଡି ସ୍ଥିତ ତେଲ ଓ ଉତେଇ ନଦୀର ସଙ୍ଗମରେ ଥିବା ସର୍ବପୁରାତନ ତଥା ଐତିହାସିକ ସପ୍ତମାତୃକା ଶୈବପୀଠ…

AI Impact Summit 2026: ଭାରତ ମଣ୍ଡପମରେ ଝଲସିଲା ‘AI ମହାକୁମ୍ଭ’, ଦିଶିଲା ଭବିଷ୍ୟତର ଝଲକ

ନୂଆଦିଲ୍ଲୀ,୧୭।୨: ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଅନୁଷ୍ଠିତ AI ପ୍ରImpact Summit 2026କୁ ପ୍ରଯୁକ୍ତି ଜଗତର AI ମହାକୁମ୍ଭ ବୋଲି କୁହାଯାଉଛି। ଏହି ସମ୍ମିଳନୀରେ, ପ୍ରମୁଖ ଭାରତୀୟ ଏବଂ…

ପ୍ରେମାନନ୍ଦ ଜୀ ମହାରାଜଙ୍କ ଶରଣ ନେଲେ ବିରୁଷ୍କା

ନୂଆଦିଲ୍ଲୀ,୧୭।୨: ଭାରତୀୟ ଷ୍ଟାର କ୍ରିକେଟର ବିରାଟ କୋହଲି ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହିତ ପ୍ରେନାନନ୍ଦଜୀ ମହାରାଜଙ୍କ ଦର୍ଶନ ପାଇଁ ଆସିଛନ୍ତି। ଏହା ପ୍ରଥମ ଥର ନୁହେଁ…

ବଜେଟ୍ ଅଧିବେଶନ: ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କଲେ ରାଜ୍ୟପାଳ, ରାଜ୍ୟରେ ବଢ଼ିଛି ଚାଷୀଙ୍କ ମୁଣ୍ଡ ପିଛା ଆୟ

ଭୁବନେଶ୍ବର,୧୭।୨:  ଆରମ୍ଭ ହେଲା ବିଧାନସଭା ବଜେଟ୍ ଅଧିବେଶନ । ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କରିଥିଲେ । ୨୦୩୬ରେ ଓଡ଼ିଶା…

ଆମେ ବଞ୍ଚିଥିଲୁ ହେଲେ….ପୁଅର ମୃତ୍ୟୁକୁ ସହିନପାରି ଝୁଲି ପଡ଼ିଲେ ବାପା ମାଆ

ରାୟପୁର,୧୭।୨: ଛତିଶଗଡ଼ର ଜାଞ୍ଜଗିର-ଚମ୍ପା ଜିଲାର ଧାରଦେଇ ଗାଁରୁ ସାମ୍ନାକୁ ଆସିଛି ଦୁଃଖଦ ଘଟଣା । ଘର ଅଗଣାରେ ଏକ ନିମ ଗଛରେ ଝୁଲୁଥିବା ଅବସ୍ଥାରେ ଏକ ଦମ୍ପତିଙ୍କ ମୃତଦେହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri