ଶ୍ରୀଲିଙ୍ଗରାଜଙ୍କ ଜମିରୁ ଜବରଦଖଲ ଉଚ୍ଛେଦ ନେଇ ମାପଚୁପ

ପୁରୁଣା ଭୁବନେଶ୍ୱର,୬ା୧(ଡି.ଏନ.ଏ.): ଶ୍ରୀଲିଙ୍ଗରାଜ ମନ୍ଦିର ପାରିପାର୍ଶ୍ୱିକ ସୌନ୍ଦର୍ଯ୍ୟକରଣ, ବିକାଶ କାମ ଜାରି ରହିଛି। ହେଲେ ଠାକୁରଙ୍କ ବହୁସ୍ଥାନରେ ଥିବା ଜମିକୁ ଜବରଦଖଲକାରୀମାନେ କବ୍‌ଜାରେ ରଖଛନ୍ତି। ଏହି ଭୂସମ୍ପତ୍ତିକୁ ଜବରଦଖଲରୁ ମୁକ୍ତ ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି। ପୁରୁଣା ଭୁବନେଶ୍ୱରସ୍ଥିତ ମୂଳା ପଡିଆ, ପୁରୁଣା କାଞ୍ଜିଆ ହୁହା, ଭୀମଟାଙ୍ଗୀ ଆନ୍ନିହାଉସ ନିକଟ କେତେକ ଅଞ୍ଚଳରେ ମନ୍ଦିର ଜମି ଉପରେ ଗଢି ଉଠିଛି ବ୍ୟବସାୟ ପ୍ରତିଷ୍ଠାନ ଓ ମଣ୍ଡପ। ପ୍ରଶାସନ ପକ୍ଷରୁ ଏହାର ମାପଚୁପ ଆରମ୍ଭ ହୋଇଛି। କେତେକ କ୍ଷେତ୍ରରେ ସରକାରୀ ରେକର୍ଡଭୁକ୍ତ ରାସ୍ତାଗୁଡିକୁ ମଧ୍ୟ ଜବରଦଖଲ ହୋଇଥିବା ମାପଚୁପ କରିଥିବା ଅମିନ କହିଛନ୍ତି। ସେହିପରି ମୂଳା ପଡିଆ ନିକଟରେ ଏକ ଘରୋଇ ଶିକ୍ଷାନୁଷ୍ଠାନ ସରକାରୀ ଓ ଶ୍ରୀଲିଙ୍ଗରାଜଙ୍କ ଜମି ଉପରେ ନିର୍ମାଣ ହୋଇଛି। ୨୦୧୨ରୁ ମୂଳା ପଡିଆ ନିକଟରେ ବିଏମ୍‌ସି ପକ୍ଷରୁ କେତେକ ଯୋଜନା କରାଯାଇଥିଲେ ମଧ୍ୟ ଜବରଦଖଲ ସମସ୍ୟା ଯୋଗୁ ଉନ୍ନୟନ କାମ କରାଯାଇ ପାରୁନାହିଁ। ସେହିପରି ପ୍ରଭାବଶାଳୀ ବ୍ୟକ୍ତିଙ୍କ ଦଖଲରେ ରହିଥିବା ଜମି ଉପରେ ଅବୈଧ ମଣ୍ଡପ ଓ ବ୍ୟବସାୟ ପ୍ରତିଷ୍ଠାନ ଚାଲୁଥିଲେ ମଧ୍ୟ ଠାକୁରଙ୍କ ପାଣ୍ଠିକୁ ଟଙ୍କାଟିଏ ଆସୁନାହିଁ। ଭୀମଟଙ୍ଗୀ ଅଞ୍ଚଳରେ ସରକାରଙ୍କ ପକ୍ଷରୁ ବିଭିନ୍ନ ଆବାସିକ ଯୋଜନାରେ ଗୃହ ନିର୍ମାଣ କରାଯାଇ ବିକ୍ରି କରାଯାଇଛି। ପରବର୍ତ୍ତୀ ସମୟରେ ଏହି କଲୋନିବାସୀଙ୍କ ଆନୁଷଙ୍ଗିକ ସୁବିଧା ନେଇ ଥିବା ସରକାରୀ ଜମି ସହ ଶ୍ରୀଲିଙ୍ଗରାଜଙ୍କ ଜମିଗୁଡିକ ମଧ୍ୟ ଅବୈଧ ଭାବେ ବହୁ ଲୋକ ଜବରଦଖଲ କରିଛନ୍ତି। ଏଣୁ ପ୍ରଶାସନ ପକ୍ଷରୁ ଶ୍ରୀଲିଙ୍ଗରାଜଙ୍କ ଏହି ସମ୍ପତ୍ତି ସହ ଅନ୍ୟ ସରକାରୀ ଜମିଗୁଡିକୁ ସର୍ବସାଧାରଣଙ୍କ ହିତ ଓ ଠାକୁରଙ୍କ ଆୟ ବୃଦ୍ଧି ନେଇ ଦଖଲ ମୁକ୍ତ କରାଯିବା କାମ ଆରମ୍ଭ ହୋଇଛି। ବିଭିନ୍ନ ରାଜନୈତିକ ବ୍ୟକ୍ତି ଓ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଦଖଲରେ ସରକାରୀ ଓ ଶ୍ରୀଲିଙ୍ଗରାଜଙ୍କ ଜମି ଜବରଦଖଲରୁ ମୁକ୍ତ କରାଯିବା ନେଇ ବିଏମ୍‌ସି ଏନଫୋର୍ସମେଣ୍ଟ ଅଧିକାରୀ ଅବନୀକାନ୍ତ ପଟ୍ଟନାୟକ କହିଛନ୍ତି। ବିଏମ୍‌ସି ପକ୍ଷରୁ ଉଚ୍ଛେଦ ପ୍ରକ୍ରିୟା ବିଭିନ୍ନ ଅଞ୍ଚଳରେ ଜାରି ରହିଛି। ମାତ୍ର ପୁରୁଣା ଭୁବନେଶ୍ୱର, ସାମନ୍ତରାପୁର, ଶ୍ରୀରାମନଗର ଓ ଭୀମଟାଙ୍ଗୀ ଆଦି ଅଞ୍ଚଳରେ ଯଦି କେଉଁଠାରୁ ଅଭିଯୋଗ ଆସେ ନିଶ୍ଚୟ ଉଚ୍ଛେଦ କରାଯିବ। ଏଥିରେ କୌଣସି ପାତରଅନ୍ତର କରିବାର ପ୍ରଶ୍ନ ଉଠୁନାହିଁ। ଯେହେତୁ ବିକାଶମୂଳକ କାର୍ଯ୍ୟରେ ଜବରଦଖଲ ଓ ଅବୈଧ ନିର୍ମାଣ ବାଧକ ସାଜୁଛି, ତେଣୁ ଏଗୁଡିକୁ ଉଚ୍ଛେଦ ଆବଶ୍ୟକ ବୋଲି ବିଏମ୍‌ସି ଏନଫୋର୍ସମେଣ୍ଟ ଅଧିକାରୀ ପଟ୍ଟନାୟକ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri