ଶ୍ରୀଲିଙ୍ଗରାଜଙ୍କ ଜବରଦଖଲ ଜମି ଉଚ୍ଛେଦ ନେଇ ରାଜ୍ୟପାଳଙ୍କୁ ଦାବିପତ୍ର: ସିବିଆଇ ତଦନ୍ତ ଦାବି କଲା ଏକାମ୍ର ଜନଜାଗରଣ ମଞ୍ଚ

ପୁରୁଣା ଭୁବନେଶ୍ୱର, ୧୩। ୧୧ (ଡି.ଏନ.ଏ.): ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ଏକର ଏକର ଜମି ଜବରଦଖଲକାରୀଙ୍କ କବ୍‌ଜାରେ। ଶହ ଶହ ଏକରରୁ ହାତଗଣତି କେବଳ ଠାକୁରଙ୍କ ନୀତିକାନ୍ତି ପାଇଁ ବଞ୍ଚତ୍ ରହିଥିବା ଭୂସମ୍ପତ୍ତି ଉପରେ ଜବରଦଖଲକାରୀଙ୍କ ଲୋଲୁପ ଦୃଷ୍ଟି ପଡିଛି। ଏହି ଜବରଦଖଲକୁ ଉଚ୍ଛେଦ କରିବା ପୂର୍ବକ ତୁରନ୍ତ ଜବରଦଖଲକାରୀଙ୍କ ବିରୋଧରେ ସିବିଆଇ ତଦନ୍ତ ସହ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ବୁଧବାର ଏକାମ୍ର ଜନଜାଗରଣ ମଞ୍ଚ ପକ୍ଷରୁ ଦାବିପତ୍ର ରାଜ୍ୟପାଳଙ୍କୁ ପ୍ରଦାନ କରାଯାଇଛି। ମଞ୍ଚର ଅଧ୍ୟକ୍ଷ ଭୀଷ୍ମନାରାୟଣ ନାୟକଙ୍କ ନେତୃତ୍ୱରେ ୫ ଜଣିଆ ପ୍ରତିନିଧି ଦଳ ରାଜ୍ୟପାଳ ଗଣେଶୀ ଲାଲଙ୍କ ସହ ପ୍ରାୟ ୧୫ ମିନିଟ୍‌ ଆଲୋଚନା କରିବା ପରେ ଦାବିପତ୍ର ଦେଇଥିଲେ। ଠାକୁରଙ୍କ ବିଭିନ୍ନ ଜବରଦଖଲ ଜମି ମଧ୍ୟରେ ଭୀମପୁର ମୌଜାଠାରେ ଥିବା ୨. ୩୫୬ ଏକରକୁ ତତ୍‌କାଳୀନ ଦେବୋତ୍ତର ଆୟୁକ୍ତଙ୍କ ଆଦେଶରେ ଏକ ଘରୋଇ ସଂସ୍ଥାକୁ ହସ୍ତାନ୍ତର କରିବା ଖବର ଜଣାପଡିବା ପରେ ବିରୋଧ କରାଯାଇଥିଲା। ମାତ୍ର ଏଠାରେ ବିଭିନ୍ନ ବିରୋଧ ସତ୍ତ୍ୱେ ପ୍ରଭାବଶାଳୀ ରାଜନେତା ବ୍ୟକ୍ତିଙ୍କ ପ୍ରୋତ୍ସାହନରେ ଜମି ଠାକୁରଙ୍କ ତହବିଲକୁ ଫେରିବା ପାଇଁ କୌଣସି ଶୁଭ ସଙ୍କେତ ଦେଖାଯାଉନାହିଁ। ଏହାକୁ ସିବିଆଇ ତଦନ୍ତ କରାଗଲେ ଏଥିରେ ବିଭାଗୀୟ ଅଧିକାରୀଙ୍କ ଚଞ୍ଚକତା ସ୍ପଷ୍ଟ ବାରି ହେବ ବୋଲି ମଞ୍ଚ କହିଛି। ଖାଲି ଏତିକି ନୁହେଁ କାଳୀକା ଦେବୀ ମନ୍ଦିର ନିକଟ, ବୈତାଳେଶ୍ୱର ମନ୍ଦିର ନିକଟ, ଭବାନୀ ମନ୍ଦିର ନିକଟ, ଶ୍ରୀପଞ୍ଚମୀ ପଡିଆ, ୩୧୬ ନମ୍ବର ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ ପାର୍ଶ୍ୱ, ଗଙ୍ଗୁଆ ବ୍ରିଜର ବାମପାର୍ଶ୍ୱ ଆଦି ଅଞ୍ଚଳରୁ ଜବରଦଖଲ ହଟେଇବା ସହ ତୁରନ୍ତ ଜବରଦଖଲକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବିପତ୍ରରେ ଉଲ୍ଲେଖ କରାଯାଇଛି। ଦାବିପତ୍ରକୁ ରାଜ୍ୟପାଳ ଲିଗାଲ ଅଥରେଟିଙ୍କୁ ପ୍ରଦାନ କରିଛନ୍ତି। ଘଟଣାକୁ ବିଧାନସଭାର ପ୍ରଶ୍ନକାଳରେ ଉପସ୍ଥାପନ କରିବା ପାଇଁ ମଞ୍ଚ ପ୍ରସ୍ତୁତ ରହିଛି ବୋଲି କୁହାଯାଇଛି। ଜଗତ ଚନ୍ଦ୍ର ଦାଶ, ଦିବ୍ୟଜ୍ୟୋତି ମହାନ୍ତି, ସୁଲତା ସାହାଣି ଏହି ଦାବିପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IPLରେ ଇତିହାସ ରଚିଲା RCB: ଦ୍ୱିତୀୟ ଥର ପାଇଁ ହାତେଇଲା ଟାଇଟଲ

ଅହମଦାବାଦ, ୩୧।୫- ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୯ତମ ସଂସ୍କରଣର ଫାଇନାଲ ମ୍ୟାଚ୍‌ରେ ଇତିହାସ ରଚିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି)।…

ବିସ୍ଫୋରକ ଗଚ୍ଛିତ ଥିବା ଗୋଦାମରେ ଭୟଙ୍କର ବିସ୍ଫୋରଣ, ୫୦ରୁ ଅଧିକ ମୃତ

ମିଆଁମାରର ନମଖାମର ଏକ ଗୋଳାବାରୁଦ ଡିପୋରେ ଭୟଙ୍କର ବିସ୍ଫୋରଣ ହୋଇଛି । ଏଥିରେ ପ୍ରାୟ ୫୦ରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ଅନୁମାନ କରାଯାଉଛି ।…

ବରଗଡ଼ ଆସୁଛନ୍ତି ଓଏସସିପିସିଆର୍‌ ସଭ୍ୟା, ଛତୁଆ କେନ୍ଦ୍ରରେ ତଦନ୍ତ କରିବ ଶିଶୁ ସୁରକ୍ଷା ଆୟୋଗ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ):  ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ (ଓଏସସିପିସିଆର୍‌) ସଭ୍ୟା କଳ୍ପନା ଲେଙ୍କା ସୋମବାର ବରଗଡ଼ ଗସ୍ତରେ ଆସୁଥିବା ସୂଚନା ମିଳିଛି । ସେ…

ରାଜପଥରେ ଲୁଟ୍‌ପାଟ୍‌: ଡ୍ରାଇଭରଙ୍କଠାରୁ ଲୁଟି ବନ୍ଧାହେଲେ ୩ ଅଭିଯୁକ୍ତ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ): ଲୁହାପାତ୍ର(ଆଇରନ୍‌ ଭେସେଲ୍‌) ବୋଝେଇ କରି ଏକ ଗାଡ଼ି ରାୟପୁରରୁ ଅନୁଗୁଳ ଅଭିମୁଖେ ଯାଉଥିଲା । ଶନିବାର ରାତିରେ ୫୩ନମ୍ବର ଜାତୀୟ ରାଜପଥର ବରଗଡ଼ ଗ୍ରାମାଞ୍ଚଳ…

ମମତା ବାନାର୍ଜୀଙ୍କ ବୈଠକରେ ୮୦ରୁ ୬୦ ବିଧାୟକ ଗାୟବ, ଟିଏମସିରେ ହେବକି…..

କୋଲକାତା,୩୧ା୫: ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​ଏକ ବଡ଼ ପରାଜୟ ପରେ, ତୃଣମୂଳ କଂଗ୍ରେସ (ଟିଏମସି) ଏକ ନୂତନ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଥିବା ପରି ମନେ ହେଉଛି…

ବିସ୍ଫୋରକ ଇନିଂସ, ୬ ବଲରେ ୬ ଛକା

ନୂଆଦିଲ୍ଲୀ, ୩୧ା୫: ନେପାଳର କୁଶାଲ ଭୁର୍ତେଲ ରବିବାର ଚାଇନା ବିପକ୍ଷ ୨୦୨୬ ଏସିଆନ ଗେମ୍ସ ଟି୨୦ଆଇ କ୍ୱାଲିଫାୟର ମ୍ୟାଚ୍‌ରେ ୬ ବଲରେ ୬ ଛକା ମାରିଛନ୍ତି। ସେ…

IPL Final: ୧୫୫ ରନ୍‌ରେ ଅଟକିଲା ଗୁଜରାଟ, ଟାଇଟଲ ଲକ୍ଷ୍ୟରେ ବେଙ୍ଗାଲୁରୁ

ଅହମଦାବାଦ, ୩୧ା୫- ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୯ତମ ସଂସ୍କରଣର ଫାଇନାଲ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି) ଏବଂ ଗୁଜରାଟ ଟାଇଟନ୍ସ(ଜିଟି)…

ହରିଣ ମାରି ମାଂସ କାଟୁଥିବା ବେଳେ ମାଡ଼ି ବସିଲା ବନ ବିଭାଗ, ଧନୁ ତୀର…

ପାଟଣା/କେନ୍ଦୁଝର,୩୧।୫(ବୀର କିଶୋର ଦାଶ/ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ତଣ୍ଡୋବିଟ ଅଟେଇ ସଂରକ୍ଷିତ ବଣମହୁଲଡିହା ନିକଟରୁ ରବିବାର ସକାଳୁ ଏକ ଅଣ୍ଡିରା ହରିଣକୁ ଶିକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri