ଶ୍ରୀଲିଙ୍ଗରାଜ ମନ୍ଦିର ଉଚ୍ଛେଦ ପ୍ରସଙ୍ଗ: ଜବରଦଖଲରେ ପାର୍ଶ୍ୱ ଦେବଦେବୀ ପୀଠ

ପୁରୁଣା ଭୁବନେଶ୍ୱର,୩ା୧(ଡି.ଏନ.ଏ.): ଶ୍ରୀଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱ ସୌନ୍ଦର୍ଯ୍ୟକରଣ ପାଇଁ ଉଚ୍ଛେଦକୁ ସବୁ ମହଲରୁ ସ୍ବାଗତ କରାଯାଉଛି। ହେଲେ ଶ୍ରୀଲିଙ୍ଗରାଜଙ୍କ ରୀତିନୀତି ସହ ଜଡ଼ିତ ଅନ୍ୟ ପାର୍ଶ୍ୱ ଦେବଦେବୀଙ୍କ ପୀଠ ଓ ମନ୍ଦିର ଅବ୍ୟବସ୍ଥା ନେଇ ଭକ୍ତ ଓ ପର୍ଯ୍ୟଟକମାନେ କ୍ଷୋଭ ପ୍ରକାଶ କରିଛନ୍ତି। ପାର୍ଶ୍ୱ ଦେବଦେବୀଙ୍କ ପୀଠଗୁଡିକ ରାଜସ୍ବ ରେକର୍ଡ ଅନୁଯାୟୀ ଶ୍ରୀଲିଙ୍ଗରାଜ ମନ୍ଦିର ଟ୍ରଷ୍ଟବୋର୍ଡ ଅଧୀନରେ ଥିଲେ ମଧ୍ୟ ବିଭାଗୀୟ ଅବହେଳା କାରଣରୁ ଏକାମ୍ର କ୍ଷେତ୍ରର ଐତିହ୍ୟ ଦିନକୁ ଦିନ ସତ୍ତା ହରାଇବାକୁ ବସିଛି। ବିଭିନ୍ନ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଜବରଦଖଲ ଓ ପର୍ଯ୍ୟଟନ ବିଭାଗ ବେଆଇନ ନିର୍ମାଣ ଏ ପରିସ୍ଥଇତି ସୃଷ୍ଟି କରିଛଇ। ଶ୍ରୀଲିଙ୍ଗରାଜ ମନ୍ଦିର ପୂର୍ବଦିଗରେ ଅବସ୍ଥିତ ପୂର୍ବେଶ୍ୱର ମନ୍ଦିର ପରିସରରେ ଭୁବନେଶ୍ୱର ପଞ୍ଚାୟତ ସମିତି ପକ୍ଷରୁ ପ୍ରତ୍ନତତ୍ତ୍ୱ ବିଭାଗ, ଦେବୋତ୍ତର ବିଭାଗ କିମ୍ବା ଶ୍ରୀଲିଙ୍ଗରାଜ ମନ୍ଦିର ଟ୍ରଷ୍ଟବୋର୍ଡ ଅନୁମତି ନ ନେଇ ରୋଷଘର ନାମରେ ଅଧାଖଣ୍ଡିଆ ନିର୍ମାଣ କରାଯାଇଛି। ଏଗୁଡିକୁ କୌଣସି ସରକାରୀ ନିୟନ୍ତ୍ରଣାଧୀନ ନ ଥିବାରୁ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ଭାବେ ବ୍ୟବହାର ହେଉଛି। ସୂକ୍ଷ୍ମେଶ୍ୱର ମନ୍ଦିର ପରିସରରେ ସୂକ୍ଷ୍ମେଶ୍ୱର ମହାଦେବଙ୍କ ରୋଷଘର ରେକର୍ଡଭୁକ୍ତ ଜମି ଉପରେ ପଞ୍ଚାୟତ ସମିତି କମ୍ୟୁନିଟ୍‌ ସେଣ୍ଟର ନିର୍ମାଣ କରାଯାଇଛି। ବରୁଣେଶ୍ୱର ମନ୍ଦିର ବେଢା ପରିକ୍ରମା ନିମନ୍ତେ ରହିଥିବା ଖୋଲା ସ୍ଥାନରେ ମଣ୍ଡପ ନିର୍ମାଣ କରାଯାଇଛି।

ମନ୍ଦିର ବେଢ଼ାରେ ବ୍ୟବସାୟ ପ୍ରତିଷ୍ଠାନ:
ଶ୍ରୀଲିଙ୍ଗରାଜଙ୍କ ଲାଖବିନ୍ଧା ପଡ଼ିଆ ଭାବେ ପରିଚିତ ମା’ କାଳୀକା ଦେବୀ ପୀଠ ତା’ର ସ୍ଥିତି ରକ୍ଷା କରିପାରିନାହିଁ। କେତେଜଣ ବିଲ୍ଡର ଓ ବ୍ୟକ୍ତିବିଶେଷଙ୍କ ସଲାସୁତରାରେ ମନ୍ଦିରର ମୂଳ ମାଲିକାନା ପରିସର, ପରିପାଟୀ ଓ ସୌନ୍ଦର୍ଯ୍ୟକୁ ନିଶ୍ଚିହ୍ନ କରି ଦିଆଯାଇଛି। ମୋଟ ୧୧୯ ଡିସିମିଲ୍‌ ପରିମିତ ଏହି ମନ୍ଦିର ବେଢାରୁ କେବଳ ୩ ରୁ ୪ ଡିସିମିଲ୍‌ରେ ଏବେ ମନ୍ଦିର ପରିସର ସୀମିତ ହୋଇରହିଛି। ଏହିପରି ଐତିହ୍ୟ ବୈତାଳେଶ୍ୱର ମନ୍ଦିର ପରିସର ଅବୈଧ ନିର୍ମାଣକୁ ଏଏସ୍‌ଆଇ ପକ୍ଷରୁ ବାରମ୍ବାର ତାଗିଦ୍‌ କରାଯାଇଥିଲା। ଏହା ପରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ମଣ୍ଡପ ନିର୍ମାଣ ଯୋଗୁ ମନ୍ଦିରର ସୌନ୍ଦର୍ଯ୍ୟ ହାନି ସହ ଏଥିପ୍ରତି ବିପଦ ସୃଷ୍ଟି ହୋଇଛି। ଏ ନେଇ ଏଏସ୍‌ଆଇ ପ୍ରତ୍ନତତ୍ତ୍ୱ ଅଧୀକ୍ଷଣ ଅଧିକାରୀ, ଭୁବନେଶ୍ୱର ଡିସିପି, ପୋଲିସ କମିଶନର, ଜିଲାପାଳଙ୍କ ସମେତ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗକୁ ଅବଗତ କରାଯାଇଥିଲେ ମଧ୍ୟ ଅଦ୍ୟାବଧି ଏହା ଉଚ୍ଛେଦ କରାଯାଇନି। ଅନୁରୂପ ଭାବେ ଅନନ୍ତ ବାସୁଦେବ, ବ୍ରହ୍ମେଶ୍ୱର, ଲକ୍ଷ୍ମଣେଶ୍ୱର, ଶତ୍ରୁଘ୍ନନେଶ୍ୱର, ଶିଶିରେଶ୍ୱର ମନ୍ଦିର, ତାଳେଶ୍ୱର, ଶ୍ରୀଭାବାନୀ, ଶୁକଶାରୀ, ଶାରିଦେଉଳ, ସ୍ବର୍ଣ୍ଣଜଳେଶ୍ୱର, ସୁବର୍ଣ୍ଣେଶ୍ୱର, ବାଘେଶ୍ୱର, ଶ୍ରୀପଞ୍ଚମୀ ପଡ଼ିଆର ଚତୁଃପାର୍ଶ୍ୱରେ ନିର୍ମାଣ ଏବଂ ଜବରଦଖଲକୁ ହଟାଯାଇ ମୁଖ୍ୟମନ୍ତ୍ରୀଙ୍କ ଏକାମ୍ର କ୍ଷେତ୍ରର ମେଗା ପ୍ରୋଜେକ୍ଟରେ ସାମିଲ କରାଯିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି। ଏ ନେଇ ଏଏସ୍‌ଆଇର ସଂରକ୍ଷଣ ଅଧିକାରୀ ନିର୍ମଳ ମହାପାତ୍ର କୁହନ୍ତି, ଆମେ ବିଭିନ୍ନ ମନ୍ଦିରରେ ଅବୈଧ ନିର୍ମାଣ ନେଇ କେବଳ ନୋଟିସ୍‌ ଏବଂ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛୁ।


Enter your email to get our daily news in your inbox.

All Right Reserved By Dharitri.Com

କୁଲାଡ ବଡ଼ଦାଣ୍ଡ ଭକ୍ତମୟ: ମାଉସୀମା ମନ୍ଦିରରେ ଲାଗିଲା ରଥ, ମଝି ରାସ୍ତାକୁ ଆଣିବା ପାଇଁ ନିଆଯାଇଥିଲା ହାଇୱାର ସହାୟତା

ଭଞ୍ଜନଗର, ୧୬।୭ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ କୁଲାଡ ଜଗନ୍ନାଥ ମନ୍ଦିର ପକ୍ଷରୁ ପବିତ୍ର ଗୁଣ୍ଡିଚା ଯାତ୍ରା ଗୁରୁବାର ଅତି ଆଡ଼ମ୍ବର ସହକାରେ ପାଳିତ…

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ବଡ଼ ସୂଚନା, ସକାଳ ସାଢେ ୯ଟାରେ ପୁଣି ଟଣା ହେବ ରଥ

ପୁରୀ,୬।୭: ଭକ୍ତି, ହର୍ଷଉଲ୍ଲାସରେ ଆରମ୍ଭ ହୋଇଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଘଣ୍ଟ, ଘଣ୍ଟା ଏବଂ ହରିବୋଲ ହୁଳହୁଳିରେ ଭକ୍ତ ଶ୍ରଦ୍ଧାର ସହିତ ଟାଣିଥିଲେ ୩ ରଥ। ସନ୍ଧ୍ୟା ପ୍ରାୟ…

ଦିଗପହଣ୍ଡିରେ ନିଆରା ପରମ୍ପରା: ଆଜି ଶେଷ ହେଲା ଶ୍ରୀଜୀଉଙ୍କ ପହଣ୍ଡି, କାଲି ଟଣା ହେବ ରଥ

ଦିଗପହଣ୍ଡି, ୧୬।୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଗଡ଼ଜାତ ଅଞ୍ଚଳ ଦିଗପହଣ୍ଡିରେ ପବିତ୍ର ଘୋଷଯାତ୍ରା ଅବସରରେ ଏକ ନିଆରା ପରମ୍ପରା ଦେଖିବାକୁ ମିଳିଛି। ଗୁରୁବାର…

ଘର ଉପରକୁ ବୋମାମାଡ଼ କରି ହତ୍ୟା ଉଦ୍ୟମ ଘଟଣା: ବିସ୍ଫୋରକ ସାମଗ୍ରୀ ବିକ୍ରେତା ଗିରଫ, ଗଲେ ଜେଲ୍

ଦିଗପହଣ୍ଡି, ୧୬।୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମର ଏସ. ଶିବ ରେଡ୍ଡୀଙ୍କ ଘର ଉପରକୁ ବୋମାମାଡ଼ କରି…

ଆମେରିକାକୁ ପୁଣି କଡ଼ା ଚେତାବନୀ ଦେଲା ଇରାନ

ତେହରାନ,୧୬।୭: ଇରାନର ଆହଭାଜ ସହରସ୍ଥିତ ଏକ କର୍କଟ ହସ୍ପିଟାଲକୁ ଅସ୍ଥାୟୀ ଭାବରେ ବନ୍ଦ କରିଦିଆଯାଇଛି। ଆମେରିକାର ବିମାନ ଆକ୍ରମଣ ଯୋଗୁ କର୍ତ୍ତୃପକ୍ଷଙ୍କୁ କେମୋଥେରାପି ନେଉଥିବା ପିଲାମାନଙ୍କ ସମେତ…

ସରିଲା ରଥ ଟଣା, ଅଳ୍ପବାଟ ଗଡ଼ି ଅଟକିଲା ନନ୍ଦିଘୋଷ

ପୁରୀ,୬।୭: ଭକ୍ତି, ହର୍ଷଉଲ୍ଲାସ ପରିବେଶରେ ଆରମ୍ଭ ହୋଇଛି ଚତୁର୍ଦ୍ଧାମୂର୍ତ୍ତୀଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ସନ୍ଧ୍ୟା ପ୍ରାୟ ୫ଟାରେ ଶରଧାବାଲି ଅଭିମୁଖେ ପ୍ରଥମେ ଗଡ଼ିଥିଲା ତାଳଧ୍ବଜ ରଥ। ଘଣ୍ଟ, ଘଣ୍ଟା…

ଦ୍ୱିତୀୟ ଏକଦିବସୀୟ ମ୍ୟାଚରେ ଇତିହାସ ରଚିଲେ ବିରାଟ-ରୋହିତ, ଗାଙ୍ଗୁଲ-ଦ୍ରାବିଡଙ୍କୁ ପଛରେ ପକାଇଲେ…

ନୂଆଦିଲ୍ଲୀ,୧୬।୭: କାର୍ଡିଫରେ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଏକଦିବସୀୟ ମ୍ୟାଚରେ ବିରାଟ କୋହଲି ଏବଂ ରୋହିତ ଶର୍ମା ଏକ ଉଲ୍ଲେଖନୀୟ ପ୍ରଦର୍ଶନ ସହିତ ଇତିହାସ ସୃଷ୍ଟି କରିଥିଲେ। ସେମାନଙ୍କର…

ଦିନିକିଆରେ ସଚିନଙ୍କୁ ପଛରେ ପକାଇ ଐତିହାସିକ ରେକର୍ଡ କଲେ ବିରାଟ କୋହଲି

ନୂଆଦିଲ୍ଲୀ,୧୬।୭: ବିରାଟ କୋହଲି ଏକଦିବସୀୟ କ୍ରିକେଟରେ ଆଉ ଏକ ବଡ଼ ରେକର୍ଡ ହାସଲ କରିଛନ୍ତି। ସେ ବର୍ମିଂହାମରେ ତାଙ୍କ ଏକଦିବସୀୟ କ୍ୟାରିୟରର 300ତମ ଇନିଂସରେ ବ୍ୟାଟିଂ କରିଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri