ଶ୍ରୀମନ୍ଦିରରେ ରାଖୀ ଲାଗି, ବଳଭଦ୍ର ଜନ୍ମ ନୀତି: ପାଟ ରାଖୀ ପିନ୍ଧିଲେ ମହାପ୍ରଭୁ

ପୁରୀ ଅଫିସ, ୧୬।୮: ପବିତ୍ର ଗହ୍ମାପୂର୍ଣ୍ଣିମା ତିଥିରେ ଶ୍ରୀମନ୍ଦିରରେ ବଳଭଦ୍ର ଜନ୍ମ ନୀତି ଏବଂ ରାଖୀ ଲାଗି ନୀତି ସମ୍ପନ୍ନ ହୋଇଛି। ଦୁଇଭାଇ ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ବଡଠାକୁର ବଳଭଦ୍ର ଶ୍ରୀଭୂଜରେ ପାଟ ରାଖୀ ଏବଂ ଗୁଆମାଳ ପିନ୍ଧି ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ଶ୍ରୀମନ୍ଦିରରେ ଏହି ବିଶେଷ ନୀତି ଦର୍ଶନ ପାଇଁ ଗୁରୁବାର ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଥିଲା। ଦ୍ୱିପ୍ରହର ଧୂପ ବେଶରେ ମହାପ୍ରଭୁ ଦକ୍ଷିଣ ଭୂଜରେ ଗୋଟିଏ ଏବଂ ଉତ୍ତର ଭୂଜରେ ୨ଟି ଆଜ୍ଞାମାଳ ଲାଗି ହୋଇଥିଲେ। ଏହାପରେ ପାଟରା ବିଶୋଇ ସେବକଙ୍କ ଦ୍ୱାରା ବାସୁଙ୍ଗା ପାଟରେ ପ୍ରସ୍ତୁତ ୪ଟି ରାଖୀ ଏବଂ ୪ଟି ଗୁଆମାଳକୁ ଶ୍ରୀଜଗନ୍ନାଥ ଏବଂ ବଡ଼ଠାକୁରଙ୍କ ଶ୍ରୀଭୁଜରେ ପୁଷ୍ପାଳକ ସେବକ ଲାଗି କରାଇଥିଲେ। ରତ୍ନସିଂହାସନ ତଳେ ବଡଠାକୁରଙ୍କ ସମ୍ମୁଖରେ ଷଷ୍ଠୀ, ମାର୍କଣ୍ଡୀ ଓ ବରୁଣ ପୂଜା ହୋଇଥିଲା। ପରେ ପରେ ଦ୍ୱିପ୍ରହର ଧୂପ ଏବଂ ଯାତ୍ରାଙ୍ଗୀ ଭୋଗ ବଢି ଆଳତି ହୋଇଥିଲା। ଭୋଗ ଉଠିଲା ପରେ ଭିତର ପାଣି ପଡି ଧୋପଖାଳ (ସଫା) କରାଯାଇଥିଲା। ଶୁଦ୍ଧସୁଆର ଗୋଟିଏ ପିତ୍ତଳ ଥାଳିରେ ପାତ୍ରିସଜ ଏବଂ ଗିନାମାନଙ୍କରେ ମଙ୍ଗଳାର୍ପଣ ସାମଗ୍ରୀ ରଖିବା ପରେ ବଡ଼ ବାଡରେ ମଙ୍ଗଳାର୍ପଣ ନୀତି ଅନୁଷ୍ଠିତ ହୋଇଥିଲା। ପୂଜାପଣ୍ଡା, ପତିମହାପାତ୍ର ଏବଂ ମୁଦିରସ୍ତ ତିନି ବାଡ଼ରେ ବନ୍ଦପନା କରିଥିଲେ। ଏହାପରେ ମହାଜନ ସେବକମାନେ ମଦମୋହନଙ୍କୁ ଦକ୍ଷିଣୀ ଘରୁ ରତ୍ନସିଂହାସନକୁ ବିଜେ କରାଇଥିଲେ। ମଦମୋହନ, ଶ୍ରୀଦେବୀ, ଭୁଦେବୀ ଆଜ୍ଞାମାଳ ପାଇବା ପରେ ସକାଳ ୯ଟାରେ ଝୁଲଣ ମଣ୍ଡପକୁ ବିଜେ ହୋଇଥିଲେ। ଚକ୍ରରାଜ ସୁଦର୍ଶନ ମହାପ୍ରଭୁଙ୍କଠାରୁ ଆଜ୍ଞାମାଳ ପାଇବା ପରେ ଦଇତାପତିମାନେ ସୁଦର୍ଶନଙ୍କୁ ଜଗମୋହନସ୍ଥିତ ଚଉଦୋଳକୁ ବିଜେ କରାଇଥିଲେ। ସୁଦର୍ଶନଙ୍କୁ ପାଟ ପତନି ଏବଂ ଚୁଳ ଲାଗି ହୋଇଥିଲା। ଏହାପରେ ବିମାନବଡୁମାନେ ଚଉଦୋଳରେ ସୁଦର୍ଶନଙ୍କୁ ନେଇ ଝୁଲଣ ମଣ୍ଡପରେ ବିଜେ କରାଇଥିଲେ। ସେଠାରେ ସୁଦର୍ଶନଙ୍କୁ ସୁବର୍ଣ୍ଣ ଓଡ଼ିଆଣି ଏବଂ ସୁନା ହରିଡ଼ାମାଳି ଲାଗି କରାଯାଇଥିଲା। ବିମାନବଡୁମାନେ ସୁଦର୍ଶନଙ୍କୁ ମାର୍କଣ୍ଡ ପୁଷ୍କରିଣୀଙ୍କୁ ନେଇଥିଲେ। ସେଠାରେ ଥିବା ମଣ୍ଡପରେ ସୁଦର୍ଶନଙ୍କୁ ବିଜେ କରାଯାଇଥିଲା। କୁମ୍ଭାର ବିଶୋଇ ଦେଇଥିବା ଚିକିଟା ମାଟିରେ ଶୁଦ୍ଧସୁଆର ବଳଭଦ୍ରଙ୍କ ମୂର୍ତ୍ତି ନିର୍ମାଣ କରିଥିଲେ। ପୂଜାପଣ୍ଡା ତାହାକୁ ଜୀବନ୍ୟାସ ଦେଇ ଜାତ କର୍ମ କରିଥିଲେ। ମୁଦିରସ୍ତ ପ୍ରସାଦ ଲାଗି କରିବା ପରେ ପୂଜାପଣ୍ଡା ପଞ୍ଚୋପଚାରରେ ପୂଜା କରି ଶୀତଳ ମଣୋହୀ କରିଥିଲେ। ଏହାପରେ ବନ୍ଦପନା ହୋଇ ବଳଭଦ୍ର ପିତୁଳାକୁ ଜଳରେ ବିସର୍ଜନ କରାଯାଇଥିଲା। ପରେ ସୁଦର୍ଶନ ୪ ଆଶ୍ରମ (ମାର୍କଣ୍ଡ, ଅଙ୍ଗିରା, ପଣ୍ଡୁ ଏବଂ ଭୃଗୁ) ପରିକ୍ରମା କରି ସିଂହଦ୍ୱାର ପହଞ୍ଚତ୍ଲେ। ବନ୍ଦାପନା ପରେ ଚକ୍ରରାଜ ସୁଦର୍ଶନ ଶ୍ରୀମନ୍ଦିରରେ ପ୍ରବେଶ କରିଥିଲେ। ଏହାପରେ ମହାପ୍ରଭୁଙ୍କ ମହାସ୍ନାନ ହୋଇ ଅନ୍ୟାନ ନୀତି ବଢିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

ଏହି ୩ ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର, ୨୮।୪: କଂଗ୍ରେସ ପକ୍ଷରୁ ରହିବାର ୨ଟି ଲୋକ ସଭା ଏବଂ ୮ ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ୮ ବିଧାନସଭା...

ବିଜେଡି ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦି: କହିଦେଲେ ଏମିତି କଥା

ନୂଆଦିଲ୍ଲୀ,୨୮।୪: ଲୋକ ସଭା ନିର୍ବାଚନ ପାଇଁ ଏବେ ଦେଶରେ ରାଜନୀତି ସରଗରମ ରହିଛି। ପୁଣି ଥରେ ଭାଜପା ସରକାର ଗଢିବା ପାଇଁ ପ୍ରୟାସ କରୁଛି। ଏସବୁ...

ପ୍ରଚାର ଜୋରଦାର: ଘରଘର ବୁଲି ଆଶୀର୍ବାଦ ଭିକ୍ଷା କରୁଛନ୍ତି ପ୍ରାର୍ଥୀ

ଖଡ଼ିଆଳ,୨୮।୪(ସୁଜିତ କୁମାର ପ୍ରଧାନ)-ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ନିର୍ବାଚନୀ ଉଷ୍ମତା ସେତେ ବୃଦ୍ଧିପାଉଛି। ନୂଆପଡ଼ା ଜିଲାର ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ରାଜନୈତିକ...

୮ ବିଧାନସଭା, ୨ ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: ଜାଣନ୍ତୁ କାହାକୁ ମିଳିଲା କେଉଁଠୁ ଟିକେଟ୍‌

ଭୁବନେଶ୍ୱର,୨୮।୪: କଂଗ୍ରେସ ପକ୍ଷରୁ ରବିବାର ୨ ଲୋକ ସଭା ଏବଂ ୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ୨ଟି ବିଧାସଭା ଆସନରେ ପ୍ରାର୍ଥୀ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

୩୦ରେ ନାମାଙ୍କନପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ: ପ୍ରସ୍ତୁତି ବୈଠକରେ ହୋହଲ୍ଲା

ହିଞ୍ଜିଳିକାଟୁ ୨୮।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୩୦ ଏପ୍ରିଲରେ ହିଞ୍ଜିଳି ବିଧାନସଭା ପାଇଁ ନାମାଙ୍କନପତ୍ର ଦାଖଲ କରିବେ। ଏହି...

ଅସହ୍ୟ ହେଲାଣି ତାତି:୪୩ ଉପରେ ୧୨ ସହର ତାପମାତ୍ରା

ଭୁବନେଶ୍ୱର, ୨୮।୪(ଅସମାପିକା ସାହୁ)- ରାଜ୍ୟରେ ଅସମ୍ଭାଳ ହେଲାଣି ତାତି। ଘର ବାହାରକୁ ବାହାରିବା ତ’ ଦୂର, ଘର ଭିତରେ ବି ଆଉ ରହିବା ମୁସ୍କିଲ ହୋଇଗଲାଣି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri