ଶ୍ରୀତମ୍‌ଙ୍କୁ ଅନ୍ତର୍ଜାତୀୟ ଫଟୋଗ୍ରାଫି ଆୱାର୍ଡ

ବାଲେଶ୍ୱର ଅଫିସ, ୪।୧୧-ସ୍ମାର୍ଟଫୋନରେ ଫଟୋ ଉଠାଇ ଚର୍ଚ୍ଚାକୁ ଆସିଥିବା ବାଲେଶ୍ୱର ଜିଲା ଶୋଭାରାମ୍‌ପୁର ଅଞ୍ଚଳର ଶ୍ରୀତମ୍‌ କୁମାର ସେଠୀ ଚଳିତବର୍ଷ ଅନ୍ତର୍ଜାତୀୟ ଫଟୋଗ୍ରାଫି ଆୱାର୍ଡ଼ ପାଇପାରିଛନ୍ତି। ବନ୍ୟଜନ୍ତୁ ଓ ସବୁଜିମାଭରା ପ୍ରକୃତିର ଫଟୋ ଉଠାଇବାକୁ ସେ ଅଧିକ ଆଗ୍ରହ ରଖିଥାନ୍ତି। ଗତ ହୋଲି ଉତ୍ସବ ବେଳେ ଉଠାଇଥିବା ଏକ କଳାତ୍ମକ ଫଟୋ ପାଇଁ ସେ ଏହି ଅନ୍ତର୍ଜାତୀୟ ସମ୍ମାନ ଲାଭ କରିଛନ୍ତି। ଭୁବନେଶ୍ୱରସ୍ଥିତ ହାଇଟେକ୍‌ ମେଡିକାଲ କଲେଜରେ ବିଫାର୍ମା ପଢୁଥିବା ଶ୍ରୀତମ ଫଟୋ ଉଠାଇବା ପାଇଁ କେବେ କୌଣସି ଦାମୀ ଡିଜିଟାଲ୍‌ କ୍ୟାମେରା ବ୍ୟବହାର କରି ନ ଥାନ୍ତି। ସ୍ମାର୍ଟଫୋନ୍‌ର ଉପଯୁକ୍ତ ବ୍ୟବହାର କରି ସେ ବିଭିନ୍ନ ଦୃଶ୍ୟର ଛବି ଉତ୍ତୋଳନ କରିଥାନ୍ତି। ଅନ୍ତର୍ଜାତୀୟ ଫଟୋଗ୍ରାଫି ଆୱାର୍ଡ ତାଙ୍କୁ ଏ ଦିଗରେ ଅଧିକ ଉତ୍ସାହ ଯୋଗାଇବ ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।
ଶ୍ରୀତମ କହିଛନ୍ତି, ଚଳିତବର୍ଷ ଆମେରିକାର ନ୍ୟୁୟର୍କରେ ଆୟୋଜିତ ଅନ୍ତର୍ଜାତୀୟ ଫଟୋଗ୍ରାଫି ପ୍ରତିଯୋଗିତାରେ ବିଭିନ୍ନ ଦେଶରୁ ୧ହଜାରରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ଭାଗ ନେଇଥିଲେ। ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ତାଙ୍କ ଫଟୋଗ୍ରାଫି ପୁରସ୍କାର ଘୋଷଣା କରାଯାଇଥିଲା। ଏ ବାବଦରେ ତାଙ୍କୁ ମିଳିଛି ମାନପତ୍ର ସହ ୫ ହଜାର ଡଲାର ଅର୍ଥରାଶି। ଗତ ଦୁଇବର୍ଷ ପୂର୍ବରୁ ସେ ଫଟୋଗ୍ରାଫି ଉପରେ କିଛି ନୂତନତ୍ୱ ଆଣିବା ଲକ୍ଷ୍ୟ ନେଇ କାର୍ଯ୍ୟ କରି ଆସୁଥିଲେ। ଦାମୀ କ୍ୟାମେରା ଏବଂ ଆବଶ୍ୟକ ଉପକରଣ ନ ଥିବା କାରଣରୁ ସେ କେତେକାଂଶରେ ପଛରେ ପଡ଼ିଯାଇଥିବା ମନେ କରୁଥିଲେ। କିନ୍ତୁ ନିରାଶ ନ ହୋଇ ମୋବାଇଲ୍‌ ଫୋନ ସହାୟତାରେ ଫଟୋ ଉଠାଇବା ପ୍ରକ୍ରିୟା ଜାରି ରଖିଥିଲେ। ହୋଲି ସମୟରେ ସେ ଉଠାଇଥିବା କେତେକ ଫଟୋକୁ ନେଇ ଏକ ଡକ୍ୟୁମେଣ୍ଟାରୀ ପ୍ରସ୍ତୁତ କରି ଇନ୍‌ଷ୍ଟାଗ୍ରାମ୍‌ରେ ଶେୟାର କରିବା ସହ ନ୍ୟାଶନାଲ୍‌ ଜିଓଗ୍ରାଫିରେ ଛାଡିଥିଲେ। ସେତେବେଳେ ଏହି ଫଟୋ ଭାଇରାଲ୍‌ ହେବା ସହ ଏପ୍ରିଲ ୧୨ ତାରିଖରେ ଇୟରସଟ୍‌ କମ୍ୟୁନିଟିରେ ପ୍ରକାଶ ପାଇଥିଲା। ଗତ ମେ’ରେ ରେଟ୍ରୋ କଲିକତା ଅର୍ଗାନାଇଜେଶନ୍‌ ତରଫରୁ କଲିକତାରେ ହୋଇଥିବା ଅନ୍ତର୍ଜାତୀୟ ଫଟୋଗ୍ରାଫି ଓ ପେଣ୍ଟିଂ ପ୍ରତିଯୋଗିତାରେ ଉକ୍ତ ଫଟୋ ସ୍ଥାନ ପାଇବାରୁ ସେ ପୁରସ୍କୃତ ହୋଇଥିଲେ। ରୋମାନିଆ ମର୍‌ ଆର୍ଟ ପ୍ଲିସ୍‌ ଗ୍ୟାଲେରିରେ ମଧ୍ୟ ଏହି ଫଟୋ ପ୍ରଦର୍ଶିତ ହୋଇଥିଲା। ଏଥିପାଇଁ ତାଙ୍କୁ ‘ଇଭେଣ୍ଟ ଫଟୋଗ୍ରାଫ୍‌ ଅଫ୍‌ ଦି ଇୟର୍‌ ଆୱାର୍ଡ଼’ ମିଳିପାରିଥିବା ସେ କହିଛନ୍ତି। ହୋଲି ଉତ୍ସବକୁ ପାଳନ ନେଇ ଜଣେ ଯୁବକ କେତେ ଉତ୍ସାହିତ ରହିଛନ୍ତି ତାହା ତାଙ୍କ ପୁରସ୍କୃତ ଫଟୋଟି ଦର୍ଶାଉଛି। ମା’ ମମତା ଓ ବାପା ଶରତ ଚନ୍ଦ୍ରଙ୍କର ସେ ଏକମାତ୍ର ସନ୍ତାନ। ତାଙ୍କ ଫଟୋଗ୍ରାଫି ସମଗ୍ର ଦେଶ ପାଇଁ ଗୌରବ ଆଣିଦେଇଥିବାରୁ ତାଙ୍କ ମାତାପିତା ଖୁସିରେ ଆତ୍ମହରା ହୋଇପଡିଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ମୁହାଁ ନିଆଁକୁ ଆୟତ୍ତ କଲେ କୁନିକୁନି ପିଲା

ପାଟଣା,୧ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଅଞ୍ଚଳରେ ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଉଛି। ସେହି ଅନୁପାତରେ ପାଟଣା ରେଞ୍ଜରେ ପ୍ରତି ଦିନ ଜଙ୍ଗଲ ନିଆଁ...

କଳାହାଣ୍ଡିରେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ଏମ୍‌ପି-ବିଧାୟକଙ୍କ ପାଇଁ କଲେ ଭୋଟ୍‌ ନିବେଦନ

ଭବାନୀପାଟଣା,୧ା୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଉଦେଶୃଙ୍ଗଠାରେ ବୁଧବାର ଭାଜପାର ପରିବର୍ତ୍ତନ ସଭା ଓ ମିଶ୍ରଣ ପର୍ବ...

କଳାହାଣ୍ଡିରେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ଏମ୍‌ପି-ବିଧାୟକଙ୍କ ପାଇଁ କଲେ ଭୋଟ୍‌ ନିବେଦନ

ଭବାନୀପାଟଣା,୧ା୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଉଦେଶୃଙ୍ଗଠାରେ ବୁଧବାର ଭାଜପାର ପରିବର୍ତ୍ତନ ସଭା ଓ ମିଶ୍ରଣ ପର୍ବ...

କୂଅରୁ ପାଣି କାଢ଼ୁଥିବା ବେଳେ କୂଅରେ ପଡି ବୃଦ୍ଧା ମୃତ

କୋରାପୁଟ,୧ା୫: (ଅମିତାଭ ବେହେରା ) ବୁଧବାର କୋରାପୁଟ ସହରର ହାଟ ପଦା ଅଂଚଳରେ ଏକ ଅଭାବନୀୟ ଘଟଣା ଘଟିଛି। କୂଅରୁ ପାଣି କାଢ଼ୁଥିବା ବେଳେ କୂଅରେ...

ପୋର୍ଟ ଭିତରୁ କୋଇଲା ଚାଲାଣ ଘଟଣା: ୫ ଜଣଙ୍କୁ ଗିରଫ କଲା ପୋଲିସ

ପାରାଦୀପ,୧ା୫(ଶରତ ରାଉତ): ପାରାଦୀପ ଆଦର୍ଶଥାନା ପୋଲିସ ୩ ଦିନର ତଦନ୍ତ ପରେ ବୁଧବାର ଚୋରା କୋଇଲା ଟ୍ରକ୍‌ ସମ୍ପର୍କରେ କାର୍ଯ୍ୟାନୁଷ୍ଠାନ ନେଇଛି। କେସ୍‌ ନଂ ୧୨୨/୨୪ରେ...

ବାଇକ୍‌ ସହ ପିଟିହେଲା ବାଇକ୍‌: ୨ ଜଣଙ୍କ ଜୀବନ ଗଲା, ୨ ଆହତ

ଛତ୍ରପୁର,୧ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅନ୍ତର୍ଗତ ବାଟ ଛତ୍ରପୁର ଗ୍ରାମ ନିକଟ କାଜୁ ଫ୍ୟାକ୍ଟରି ସମ୍ମୁଖ ରାଜପଥରେ ବାଇକ୍‌ ସହ ବାଇକ ଧକ୍କାରେ...

ଦଳିତ ପରିବାରରେ କେନ୍ଦ୍ର ମନ୍ତ୍ରୀଙ୍କ ଭୋଜନ

ଭବାନୀପାଟଣା,୧।୫ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ଉଦେଶୃଙ୍ଗ ଠାରେ ବୁଧବାର ଭାଜପାର ମିଶ୍ରଣ ପର୍ବରେ କେନ୍ଦ୍ର ମନ୍ତ୍ରୀ ଭୁପେନ୍ଦ୍ର ସିଂହ ଯାଦବ...

ଭାଜପାରେ ଯୋଗଦେଲେ ପୂର୍ବତନ କଂଗ୍ରେସ ଲୋକ ସଭା ପ୍ରାର୍ଥୀ ଦୁଲାଲ ପ୍ରଧାନ

ସମ୍ବଲପୁର,୧ା୫: ଭାଜପାରେ ଯୋଗ ଦେଇଛନ୍ତି ପୂର୍ବତନ କଂଗ୍ରେସ ଲୋକ ସଭା ପ୍ରାର୍ଥୀ ଦୁଲାଲ ପ୍ରଧାନ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ‌ଙ୍କ ଉପସ୍ଥିତିରେ ଜିଲା ଭାଜପା କାର୍ଯ୍ୟାଳୟରେ ଅନୁଷ୍ଠିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri