ଶ୍ରମିକଙ୍କୁ ଆଣିବା ଆଗରୁ କରୋନା ପରୀକ୍ଷା ଜରୁରୀ

ଭୁବନେଶ୍ୱର, ୨୫ା୪(ବ୍ୟୁରୋ): କରୋନା ସ୍ଥିତିକୁ ନେଇ ସବୁ ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହିତ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ ଶୁକ୍ରବାର ଆଲୋଚନା କରିଛନ୍ତି। ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ସହ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ହର୍ଷବର୍ଦ୍ଧନ ଆଲୋଚନା ମଧ୍ୟ କରିଛନ୍ତି। ମନ୍ତ୍ରୀ ଦାସ ରାଜ୍ୟର ସ୍ଥିତି ନେଇ ମତ ରଖିବା ଅବସରରେ କହିଛନ୍ତି, କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟରେ ଫସି ରହିଥିବା ଶ୍ରମିକମାନଙ୍କ ସମସ୍ୟାକୁ ଗୁରୁତର ସହ ଗ୍ରହଣ କରନ୍ତୁ। ତାଲାବନ୍ଦ ଖୋଲିବା ପରେ ରାଜ୍ୟକୁ ଫେରିବାକୁ ଚାହୁଁଥିବା ଶ୍ରମିକଙ୍କ ତଥ୍ୟ ସଂଗ୍ରହ ଲାଗି ରାଜ୍ୟକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦିଅନ୍ତୁ। ରାଜ୍ୟକୁ ଫେରିବା ପୂର୍ବରୁ ସେହି ଶ୍ରମିକଙ୍କ କରୋନା ପରୀକ୍ଷା କରାଯିବା ଜରୁରୀ। ପରୀକ୍ଷା ପରେ ସେମାନଙ୍କୁ ପ୍ରମାଣପତ୍ର ସହିତ ଫସିଥିବା ରାଜ୍ୟରୁ ଅଣାଯିବା ଦରକାର। ଏଥିଲାଗି ଏକ ଆନ୍ତଃ ରାଜ୍ୟ ଏବଂ ସୀମା ସମ୍ପର୍କିତ ମନ୍ତ୍ରୀସ୍ତରୀୟ କମିଟି ଗଠନ ହେବା ଆବଶ୍ୟକ। ତେବେ ସମସ୍ୟା ସମାଧାନର ରାସ୍ତା ବାହାରିପାରିବ। ସବୁ ରାଜ୍ୟ ଏବଂ କେନ୍ଦ୍ର ସରକାର ଏକଥାକୁ ସୁନିଶ୍ଚିତ କରିବା ଦରକାର ଯେ, ବାହାରେ ଫସିଥିବା ଶ୍ରମିକଙ୍କୁ ଫେରିବା ଆଗରୁ କରୋନା ପରୀକ୍ଷା କରି ଛାଡ଼ିବେ। ଏଥିଲାଗି ସବୁ ରାଜ୍ୟକୁ କେନ୍ଦ୍ର ପକ୍ଷରୁ କରୋନା ପରୀକ୍ଷା କିଟ୍‌ ପଠାଯିବା ଦରକାର ବୋଲି ଦାସ କହିଛନ୍ତି।
ସେ ଆହୁରି କହିଛନ୍ତି, ଓଡ଼ିଶାରେ ଓଷଧ ଏବଂ ମେଡିକାଲ ଉପକରଣ ପ୍ରସ୍ତୁତି ପାଇଁ ଫାର୍ମାସ୍ୟୁଟିକାଲ ସ୍ବତନ୍ତ୍ର ଅର୍ଥନୈତିକ ଜୋନ୍‌ ପ୍ରତିଷ୍ଠା ହେବା ଦରକାର। ଏହାସହ ଜାତୀୟ ଓଷଧ ବିତରଣ ନିୟମ ପ୍ରଣୟନ ହେବା ଜରୁରୀ। ରାଜ୍ୟରେ ଏକ ଜାତୀୟ ସ୍ବାସ୍ଥ୍ୟ ବିପର୍ଯ୍ୟୟ ପରିଚାଳନା କେନ୍ଦ୍ର ପ୍ରତିଷ୍ଠା କରାଯାଉ। ଏହାଦ୍ୱାରା ତ୍ୱରିତ ପଦକ୍ଷେପ ଲାଗି ସ୍ବାସ୍ଥ୍ୟ ବିପର୍ଯ୍ୟୟ ପରିଚାଳନା ଟିମ୍‌ ସମ୍ପୃକ୍ତ ବ୍ୟକ୍ତିଙ୍କୁ ତାଲିମ ଦେଇପାରିବ। କେନ୍ଦ୍ରୀୟ ମେଡିକାଲ ଉପକରଣ କିଣିବାକୁ ଏକ ସ୍ବତନ୍ତ୍ର ସଂସ୍ଥା ପ୍ରତିଷ୍ଠା କରାଯାଉ। ଓଡ଼ିଶାରେ ଜାତୀୟ ଫାର୍ମାସ୍ୟୁଟିକାଲ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ହେଲେ ଅତ୍ୟାଧୁନିକ ଗବେଷଣା ମାଧ୍ୟମରେ ନୂତନ ଓଷଧ ବିକଶିତ କରିବାର ସୁଯୋଗ ମିଳିପାରିବ। ନୂତନ ଜାତୀୟ ମାନବ ସମ୍ବଳ ପରିଚାଳନା ନିୟମ ଅଣାଯାଉ ବୋଲି ମନ୍ତ୍ରୀ ଦାସ ଆଲୋଚନା ବେଳେ ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାହିଁକି ଭଡ଼ା ବୃଦ୍ଧି କଲା ରେଳ ବିଭାଗ ଜାଣନ୍ତୁ…

ନୂଆଦିଲ୍ଲୀ,୨୧ା୧୨: ଭାରତୀୟ ରେଳ ବିଭାଗ ୨୬ ଡିସେମ୍ବରରୁ ଯାତ୍ରୀ ଭଡ଼ାରେ ପରିବର୍ତ୍ତନ ଘୋଷଣା କରିଛି। ତେବେ ଏହି ଭଡ଼ା ବୃଦ୍ଧି ପଛରେ ମୁଖ୍ୟ କାରଣ ହେଉଛି...

ବିଜେଡିକୁ ନେଇ ଏମିତି କହିଲେ ଅଶୋକ ପଣ୍ଡା, ଭାଜପା କଂଗ୍ରେସରେ ଯେଭଳି…

ଭୁବନେଶ୍ୱର,୨୧ା୧୨: ବିଜେଡିକୁ ନେଇ ବରିଷ୍ଠ ନେତା ଅଶୋକ ପଣ୍ଡା ଏକ ବୟାନ ଦେଇଛନ୍ତି। ସେ କହିଛନ୍ତି, ଭାଜପା-କଂଗ୍ରେସରେ ଯେଭଳି କନ୍ଦଳ ଥିଲା ବିଜେଡିରେ ସେଭଳି ନାହିଁ...

ସାଜସଜ୍ଜା ଅନନ୍ୟ, ଅପେକ୍ଷାରେ ଅଭିନୟ

ବରଗଡ଼,୨୧।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା। ଆସନ୍ତା ୨୪ରୁ ଏହି ମହୋତ୍ସବ ଆରମ୍ଭ ହେବ। ୨୦୨୬ ଜାନୁଆରୀ ୩ ପର୍ଯ୍ୟନ୍ତ ଏହା ଚାଲିବ।...

ବଡ଼ ଖବର: ୨୬ ଡିସେମ୍ୱରରୁ ମହଙ୍ଗା ହେବ ଟ୍ରେନଯାତ୍ରା, ଜେନରାଲ ସିଟ୍‌ ପାଇଁ ଦେବାକୁ ପଡିବ ଏତେ ଟଙ୍କା

ନୂଆଦିଲ୍ଲୀ,୨୧।୧୨: ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ। ଟ୍ରେନରେ ଯାତ୍ରା କରୁଥିଲେ ଆପଣଙ୍କ ପାଇଁ ଜରୁରୀ ଖବର। ଟ୍ରେନରେ ଯାତ୍ରା କରିବା ଏବେ ପଡିପାରେ ମହଙ୍ଗା। ଡିସେମ୍ୱର...

‘ଭାଜପା ପାଇଁ ସେକ୍ୟୁଲାରିଜମ ଶବ୍ଦ ସେତିକି ପିତା ଯେମିତି ନିମ୍ବର ଫଳ’, କାହିଁକି ଏମିତି କହିଲେ ଷ୍ଟାଲିନ? ଜାଣନ୍ତୁ…

ଚେନ୍ନାଇ,୨୧।୧୨: ଚେନ୍ନାଇରେ ଖ୍ରୀଷ୍ଟମାସ ପାଳନ ଅବସରରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ କେନ୍ଦ୍ରରେ କ୍ଷମତାସୀନ ଭାରତୀୟ ଜନତା ପାର୍ଟି (ଭାଜପା)କୁ କଡ଼ା ଟାର୍ଗେଟ କରିଥିଲେ। ସେ...

ସରକାରୀ ଜମିରୁ ଧାନକଟାକୁ ନେଇ ଦୁଇ ଗୋଷ୍ଠୀ ବିବାଦ: ଲାଗୁ ହେଲା ୧୬୩ ଧାରା

ମହାକାଳପଡ଼ା,୨୧ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ପେଟଛେଲା ଗ୍ରାମ ଜଙ୍ଗଲ ଜମି ଧାନ କାଟିବା ନେଇ ଦୁଇ ଗୋଷ୍ଠୀ...

ଘରେଥିଲେ ବୃଦ୍ଧ ହଠାତ୍‌ ଲାଗିଗଲା ନିଆଁ: ଶେଷରେ…

ବାରିପଦା, ୨୧।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ମୁଣ୍ଢାକଟା ପଞ୍ଚାୟତ ଜୁନା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଘରେ...

ଏଥର ଫେବୃଆରୀ ୧ରେ ଆସିବନି ବଜେଟ୍‌! ଭାରତ ସଂସଦୀୟ ଇତିହାସରେ ପ୍ରଥମ?

ନୂଆଦିଲ୍ଲୀ,୨୧।୧୨: ଆସନ୍ତା ବର୍ଷ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ କେଉଁ ତାରିଖରେ ବଜେଟ ଉପସ୍ଥାପନ କରିବେ ତାକୁ ନେଇ ସସପେନ୍ସ ଜାରି ରହିଛି। ୨୦୧୭ରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri