ଶେଷ ହେଲା ବିଧାନସଭା ଅଧିବେଶନ: ୫ ଦିନ ଆଗରୁ ସରିଲା

ଭୁବନେଶ୍ୱର,୪।୮(ବ୍ୟୁରୋ): ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନ ଶନିବାର ଶେଷ ହୋଇଛି। ନିର୍ଦ୍ଧାରିତ ସମୟର ୫ ଦିନ ପୂର୍ବରୁ ଅଧିବେଶନକୁ ବନ୍ଦ କରି ଦିଆଯାଇଛି। ଏହି ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଅଗଷ୍ଟ ୮ ତାରିଖ ଯାଏ ଚାଲିବାର ଥିଲା। ଏହାର ପ୍ରଥମ ପର୍ଯ୍ୟାୟ ଅଧିବେଶନ ଜୁନ ୨୫ରୁ ଆରମ୍ଭ ହୋଇ ଜୁଲାଇ ୨ ତାରିଖରେ ଶେଷ ହୋଇଥିଲା। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଜୁଲାଇ ୧୨ରୁ ଆରମ୍ଭ ହୋଇ ଅଗଷ୍ଟ ୩ ତାରିଖ ଯାଏ ଚାଲିଥିଲା। ଏଥିରେ ମୋଟ ୨୫ଟି କାର୍ଯ୍ୟ ଦିବସ ରହିଥିଲା। ଅଧିବେଶନ କାଳରେ ୮ଟି ଶୋକ ପ୍ରସ୍ତାବ ଗୃହରେ ଆଗତ ହୋଇଥିବା ବେଳେ ୧୨ଟି ମୁଲତବୀ, ୩ଟି ଦୃଷ୍ଟି ଆକର୍ଷଣକାରୀ ପ୍ରସ୍ତାବ, ୨୯୯୪ ଅଣତାରକା ପ୍ରଶ୍ନ, ୧୪୮ଟି ପେପର, ୧୯ଟି ବାର୍ଷିକ ରିପୋର୍ଟ, ବିଭିନ୍ନ ବିଭାଗର ୪୩ଟି ରିପୋର୍ଟ ଗୃହରେ ଆଗତ କରାଯାଇଥିଲା। ଏହି ସମୟରେ ୧୯ଟି ଖର୍ଚ୍ଚଦାବି ଆଲୋଚନା ହୋଇଥିବା ବେଳେ ୫ଟି ବିଲ୍‌ ଗୃହର ଅନୁମୋଦନ ଲାଭ କରିଛି।
ଏହି ଅଧିବେଶନର ପ୍ରଥମ ପର୍ଯ୍ୟାୟରେ ୨୦୧୯-୨୦ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଗୃହରେ ଉପସ୍ଥାପନ କରାଯାଇଥିଲା। ଏଥିସହିତ ଉପବାଚସ୍ପତି ନିର୍ବାଚନ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଅଧିବେଶନର ଦ୍ୱିତୀୟ ଭାଗରେ ବ୍ୟୟମଞ୍ଜୁରୀ ବିଲ୍‌ ଓ ଅତିରିକ୍ତ ଖର୍ଚ୍ଚ ଅନୁଦାନ ମଧ୍ୟ ଗୃହର ଅନୁମୋଦନ ଲାଭ କରିଥିଲା। ଏଥିସହିତ ଶେଷ ଦିବସରେ ଦୁଇଟି ବିଲ୍‌ ବିଧାନସଭାର ଅନୁମୋଦନ ଲାଭ କରିଥିଲା। ଏହି ଲମ୍ବା ଅଧିବେଶନ ବେଶ୍‌ ସରଗରମ ହୋଇଥିଲା। ବିରୋଧୀ ଦଳ ଦୁଇଫାଳ ହୋଇ ସରକାରଙ୍କୁ ଆକ୍ରମଣ କରିଥିଲେ। ତେବେ ଉଭୟ କଂଗ୍ରେସ ଓ ଭାଜପା ଶାସକ ଦଳକୁ ଘେରିବା ପରିବର୍ତ୍ତେ ପରସ୍ପରକୁ ଆକ୍ରମଣ କରିବା ଘଟଣା ଅତ୍ୟନ୍ତ ରୋମାଞ୍ଚକର ହୋଇଥିଲା। ଚାଷୀ ଆତ୍ମହତ୍ୟା, ଜଳସେଚନ, ଶିକ୍ଷା, ମରୁଡି, ଆଇନ ଶୃଙ୍ଖଳା, ନାବାଳିକା ବଳାତ୍କାର ଆଦି ଘଟଣାକୁ ନେଇ ବିରୋଧୀ ସରକାରଙ୍କୁ ଅଡୁଆରେ ପକାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାଠ୍ୟପୁସ୍ତକ ତ୍ରୁଟି: ଆସନ୍ତାବର୍ଷକୁ ଆଉ ଭୁଲ୍‌ ହେବନି କହିଲେ SCERT ନିର୍ଦ୍ଦେଶିକା

ଭୁବନେଶ୍ୱର,୧୮ା୬: ପାଠ୍ୟ ପୁସ୍ତକ ତ୍ରୁଟିକୁ ନେଇ SCERT ନିର୍ଦ୍ଦେଶିକା କହିଛନ୍ତି ଏଥର ଭୁଲ୍‌ ହୋଇଯାଇଛି। ଆସନ୍ତା ବର୍ଷକୁ ଭୁଲ ହେବନି ବୋଲି ପ୍ରତିଶ୍ରୁତି ଦେଇଛନ୍ତି ନିର୍ଦ୍ଦେଶିକା। ଡିଇଓମାନଙ୍କୁ…

ଶସ୍ତା ହେବ କି ପେଟ୍ରୋଲ? ଆମେରିକା-ଇରାନ ମଧ୍ୟରେ ଶାନ୍ତି ଚୁକ୍ତି ପରେ ଭାରତ ସରକାରଙ୍କ ବଡ଼ ବୟାନ

ନୂଆଦିଲ୍ଲୀ,୧୮।୬: ଇରାନ ଏବଂ ଆମେରିକା ମଧ୍ୟରେ ଚୁକ୍ତି ହେବା ପରଠାରୁ ହିଁ ଅଶୋଧିତ ତୈଳ (କ୍ରୁଡ ଅଏଲ) ମୂଲ୍ୟରେ କ୍ରମାଗତ ହ୍ରାସ ଘଟୁଛି, କିନ୍ତୁ ଏହା ପରେ…

ସରପଞ୍ଚ ଚାମେଲି ଓଝା ପ୍ରସଙ୍ଗ: ପ୍ରଥମଥର ମୁହଁ ଖୋଲିଛନ୍ତି ବିଧାୟକ ଦୁର୍ଗା ପ୍ରସନ୍ନ ନାୟକ, କହିଲେ ବିରୋଧୀଙ୍କ ପାଇଁ…

ମହାକାଳପଡ଼ା,୧୮ା୬(ପ୍ରତାପ ଚନ୍ଦ୍ର ସ୍ବାଇଁ): ବହୁ ଚର୍ଚ୍ଚିତ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତିଖିରୀ ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କ ପ୍ରସଙ୍ଗରେ ପ୍ରଥମଥର ମୁହଁ ଖୋଲିଛନ୍ତି ବିଧାୟକ ଦୁର୍ଗାପ୍ରସନ୍ନ…

ଭାଜପା ସରକାରର ଦୁଇବର୍ଷ ପୂର୍ତ୍ତି ଉତ୍ସବ: ୭ ଦିନ ବ୍ୟାପୀ ବ୍ଲକ, ପଞ୍ଚାୟତରେ ଚାଲିବ…

ଭଞ୍ଜନଗର,୧୮।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ପ୍ରଶାସନ ପକ୍ଷରୁ ଭାଜପା ସରକାରର ଦୁଇବର୍ଷ ପୂର୍ତ୍ତି ଅବସରରେ ସପ୍ତାହ ବ୍ୟାପୀ ବ୍ଲକ ଓ ପଞ୍ଚାୟତରେ ବିଭିନ୍ନ ସଚେତନତା…

ଚାମେଲିଙ୍କ ସପକ୍ଷରେ ବାହାରିଲେ ସରପଞ୍ଚ ମହାସଂଘ: ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦେଲେ ଦାବିପତ୍ର

ଛତ୍ରପୁର, ୧୮।୬ (ଦିଲ୍ଲୀପ ସାମଲ ): କେନ୍ଦ୍ରାପଡା ଜିଲା ଅନ୍ତର୍ଗତ ମହାକାଳପୁର ପଞ୍ଚାୟତ ସମିତି ଅଧୀନ ତିଖିରି ପଞ୍ଚାୟତର ମହିଳା ସରପଞ୍ଚ ଚାମେଲି ଓଝାଙ୍କ ପ୍ରତି ହୋଇଥିବା…

ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି, ଜାଣନ୍ତୁ କେଉଁଠି କ’ଣ ରହିଛି କାର୍ଯ୍ୟସୂଚୀ…

ଭୁବନେଶ୍ୱର,୧୮ା୬: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଆସନ୍ତାକାଲି ଅର୍ଥାତ୍‌ ଶୁକ୍ରବାର ଅପରାହ୍ନରେ ରାଷ୍ଟ୍ରପତି ଓଡ଼ିଶାରେ ପହଞ୍ଚିବେ। କାଲି ଅପରାହ୍ନ ୩ଟା ୪୫ରେ ଦାଣ୍ଡବୋଷ…

ବୁଡ଼ିଗଲା ଟିଏମସିର ୮୭୬,୫୭,୧୫,୫୮୬ କୋଟି ଟଙ୍କା? ମମତାଙ୍କ ନିଜ କୋଷାଧ୍ୟକ୍ଷ କାହିଁକି ଫ୍ରିଜ କଲେ ବ୍ୟାଙ୍କ ଆକାଉଣ୍ଟ, ଜାଣନ୍ତୁ ଭିତରି କଥା

କୋଲକାତା,୧୮।୮: ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ (ଟିଏମସି) ଏବେ ତାର ସବୁଠାରୁ ଖରାପ ସମୟ ଦେଇ ଗତି କରୁଛି। ପ୍ରତିଦିନ କିଛି ନା କିଛି ନୂଆ କାହାଣୀ ସାମ୍ନାକୁ…

ମହିଳାଙ୍କୁ ବଳାତ୍କାର ଅଭିଯୋଗ ପଡ଼ିଲା ମହଙ୍ଗା, ବଦଳିଲେ ଆଇଆଇସି

ନୟାଗଡ଼,୧୮ା୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଖଣ୍ଡପଡ଼ା ଏସ୍‌ଡିପିଓ ମଦନ ମୋହନ ପ୍ରଧାନ ମହିଳାଙ୍କୁ ଫେବର ମାଗି ନିଲମ୍ବିତ ହୋଇଥିବା ବେଳେ ଶରଣକୁଳ ଥାନା ଆଇଆଇସି ସୁଜିତ କୁମାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri