ଶେଷ ହେଲା ତିହିଡ଼ି ମହୋତ୍ସବ: ମନ ମୋହିଲେ ଶ୍ରବଣ କୁମାର ଓ ଗାନ୍ଧୀ, ଜବାହାର

ତିହିଡ଼ି,୪ା୨(ଡି.ଏନ୍‌.ଏ.)- ଭଦ୍ରକ ଜିଲା ତିହିଡ଼ି କାଳୀପଡ଼ିଆରେ ଶ୍ୟାମା କ୍ଲବ ପକ୍ଷରୁ ୫ଦିନ ଧରି ଚାଲିଥିବା ୩ୟ ତିହିଡ଼ି ମହୋତ୍ସବ ସୋମବାର ଉଦ୍‌ଯାପିତ ହୋଇଯାଇଛି । ମହୋତ୍ସବର ଫାଟକ ପାର୍ଶ୍ୱରେ ଶ୍ରବଣ କୁମାର ଓ ମହାତ୍ମାଗାନ୍ଧୀ ଏବଂ ଜବାହରଲାଲ ନେହେରୁଙ୍କ ଜୀବନ୍ତ ମୂର୍ତ୍ତି ଦର୍ଶକମାନଙ୍କ ମନ ମୋହିଥିଲା। ଏହି ଜୀବନ୍ତ ମୂର୍ତ୍ତି ପାଖରେ ଦୀର୍ଘ ୫ଘଣ୍ଟା ଧରି ବେଶ୍‌ ଗହଳି ଲାଗିଥିବା ପରିଲକ୍ଷିତ ହୋଇଥିଲା। ଏହି ମୂର୍ତ୍ତି ଷ୍ଟାଚ୍ୟୁ ପରି ମନେ ହେଉଥିଲେ ମଧ୍ୟ ଏହା ଯେ ଜୀବନ୍ତ ଥିଲା ତାହା ଲୋକମାନେ ବିଶ୍ୱାସ କରିପାରୁ ନ ଥିଲେ। ଉଦ୍‌ଯାପନୀ ସନ୍ଧ୍ୟାରେ ମୁଖ୍ୟଅତିଥି ଭାବେ ବିରୋଧୀଦଳ ଉପନେତା ବିଷ୍ଣୁ ସେଠୀ ଯୋଗ ଦେଇ ଓଡ଼ିଆ ସାହିତ୍ୟକୁ ତିହିଡ଼ି ମାଟିର ଯଥେଷ୍ଟ ଅବଦାନ ଥିବା ମତବ୍ୟକ୍ତ କରିଥିଲେ । ଅନ୍ୟତମ ଅତିଥି ଭାବେ ଏମ୍‌ସର ଡା. ସୁଜିତ୍‌ କୁମାର ତ୍ରିପାଠୀ ଯୋଗ ଦେଇଥିଲେ। ମହୋତ୍ସବ କମିଟିର ସଭାପତି ଶିକ୍ଷାବିତ୍‌ ସୋମନାଥ ପାଢ଼ୀ ଅତିଥିଦ୍ୱୟଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହାଛଡ଼ା ତିହିଡ଼ି ଅଞ୍ଚଳରୁ ନିକଟରେ ଆଇଏଏସ୍‌ ପ୍ରାପ୍ତ ଶୁଭଙ୍କର ମହାପାତ୍ର, ବିଶିଷ୍ଟ ନାଟ୍ୟକାର ଓ କବି ସୁଧାଂଶୁ ଶେଖର ବେହେରାଙ୍କ ସମେତ ବିଭିନ୍ନ ସାମାଜିକ ସଂଗଠନକୁ ସମ୍ବର୍ଦ୍ଧିତ କରାଯାଇଥିଲା। କମାରିଆ ସ୍ଥିତ ଆନନ୍ଦ ପ୍ରସାଦ ସିନ୍ଦୋଳ ପଞ୍ଚାୟତ ସହଯୋଗ ହାଇସ୍କୁଲର ଛାତ୍ରୀଛାତ୍ରଙ୍କ ଦ୍ୱାରା ବୁଢ଼ା ଶଙ୍ଖାରୀ ନାଟକ ଓ ତିହିଡ଼ି ଚନ୍ଦ୍ରଶେଖର ରତ୍ନାକର ହାଇସ୍କୁଲର ଛାତ୍ରୀଛାତ୍ରଙ୍କ ଦ୍ୱାରା ପରିବେଷିତ ଆଇନା ନାଟକ ଦର୍ଶକମାନଙ୍କ ମଧ୍ୟରେ ବେଶ୍‌ ପ୍ରଶଂସିତ ହୋଇଥିଲା। ମୟୂରଭଞ୍ଜ ଚିନୁଆପଦା ଛଉନୃତ୍ୟ ପ୍ରତିଷ୍ଠାନର କଳାକାରଙ୍କ ଦ୍ୱାରା ପରିବେଷିତ ଛଉ ନୃତ୍ୟ ମନମୁଗ୍ଧକର ହୋଇଥିଲା । ଓଡ଼ିଆ ଚଳଚ୍ଚିିତ୍ର ଜଗତର ସ୍ବନାମଧନ୍ୟ ତାରକା ମିହିର ଦାସ ଏଥିରେ ଯୋଗ ଦେଇ ସଂଳାପ ମାଧ୍ୟମରେ ଦର୍ଶକାମାନଙ୍କର ମନୋରଞ୍ଜନ କରିଥିଲେ। ମହୋତ୍ସବ କମିଟି ସମ୍ପାଦକ ଚନ୍ଦ୍ରକାନ୍ତ ମହାନ୍ତି, ଡ. ଲକ୍ଷ୍ମୀଧର ତ୍ରିପାଠୀ ସମଗ୍ର କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ସାମାଜିକ କର୍ମୀ ଧୀରେନ୍ଦ୍ର ସାହୁ, ଅମର ଜେନା, ମନୋଜ ସେନାପତି, ନରେନ୍ଦ୍ର ବାରିକ, କୈଳାସ ବେହେରା, ଜ୍ୟୋତିର୍ମୟ ପାଣ୍ଡବ, ମନୋଜ ପାଣିଗ୍ରାହୀ, ରାଜୀବ କୁମାର ନାୟକ, ଅମୂଲ୍ୟ ସେନାପତି, ପ୍ରିୟବ୍ରତ ପାଢ଼ୀ, ଗିରିଜାରମଣ ଜେନା, ପ୍ରଭାତ ଜେନା, ନୀଳମାଧବ ସେନାପତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏହି କାର୍ଯ୍ୟ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କଠୋର ଦଣ୍ଡ ଦେଲା BCCI, ମ୍ୟାଚ ସମୟରେ ଏମିତି କ’ଣ କଲେ ଅଧିନାୟକ

ନୂଆଦିଲ୍ଲୀ,୧୩।୪: ରବିବାର ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ରନ ଦୃଷ୍ଟିରୁ ଐତିହାସିକ ଥିଲା। ଏହି ମ୍ୟାଚ ମଧ୍ୟ ବିବାଦରେ ଫସି…

ପାରମ୍ପରିକ ଖାଦ୍ୟକୁ ନେଇ ପ୍ରତିଯୋଗିତା: ପ୍ରଥମ ସ୍ଥାନରେ ଆନନ୍ଦମୟୀ….

ଦାରିଙ୍ଗବାଡି, ୧୩ା୪ (ଅରୁଣ ସାହୁ): ଦାରିଙ୍ଗବାଡି ବ୍ଲକ୍‌ କାର୍ଯ୍ୟାଳୟ ପରିସର ମଧ୍ୟରେ ସୋମବାର ଓଡ଼ିଆ ପକ୍ଷ ଅବସରରେ ଆମ ରୁଚି ଆମ ଖାଦ୍ୟ କାର୍ଯ୍ୟକ୍ରମ ବିଡ଼ିଓ ପ୍ରୀତିରଞ୍ଜନ…

ମାଲକାନଗିରି କୋର୍ଟର ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ମାଲକାନଗିରି,୧୩ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା କୋର୍ଟକୁ ଏକ ଅଜ୍ଞାତ ମେଲ୍‌ରୁ ସୋମବାର ବୋମା ଧମକ ମିଳିଛି। କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିବା ପରେ ଅଞ୍ଚଳରେ…

ସ୍ତ୍ରୀଙ୍କୁ ହତ୍ୟା ପରେ ପାଇଖାନା ଟାଙ୍କିରେ ଲୁଚେଇ ରଖିଥିଲେ ସ୍ବାମୀ ଗୁମର ଖୋଲିଲା ୪ ବର୍ଷର ପୁଅ

ରାଇଘର,୧୩।୪ (କିରଣ ପଟ୍ଟନାୟକ): ସ୍ତ୍ରୀଙ୍କୁ ପିଟି ପିଟି ହତ୍ୟା କରିବା ପରେ ପ୍ରମାଣ ଲୁଚାଇବାକୁ ଯାଇ ସ୍ବାମୀ ଜଣକ ଏକ ପାଇଖାନା ଟାଙ୍କିରେ ମୃତଦେହକୁ ଲୁଚେଇ ରଖିଥିଲେ।…

ବିଶ୍ୱଯୁଦ୍ଧ ଆରମ୍ଭ! ନେତାନ୍ୟାହୁଙ୍କ ବଡ଼ ଘୋଷଣା: ଶେଷ ହୋଇପାରେ…ସାରା ବିଶ୍ୱରେ ଭୟଙ୍କର ବାତାବରଣ

ଓ୍ବାଶିଂଟନ୍‌,୧୩।୪: ଇରାନ ଏବଂ ଆମେରିକା ମଧ୍ୟରେ ଇସଲାମାବାଦ ଆଲୋଚନା ବିଫଳ ହେବା ପରେ, ଡୋନାଲ୍ଡ ଟ୍ରମ୍ପ ହର୍ମୁଜ ପ୍ରଣାଳୀକୁ ବନ୍ଦ କରିବାକୁ ଧମକ ଦେଇଛନ୍ତି। ଆମେରିକା ନୌସେନା…

କଫସିରପ ଚାଲାଣର ପର୍ଦ୍ଦାଫାଶ କଲା ଦୁର୍ଘଟଣା, ତଳେ ପଡି ଗୋଟାଉଥିବା ବେଳେ ମାଡିବସିଲେ ଲୋକେ

ବଲାଙ୍ଗୀର,୧୩।୪ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଦିନକୁ ଦିନ କଫସିରଫ ବେପାର ବଢିବାରେ ଲାଗିଛି l କଫସିରପ ମାଫିଆମାନେ ବିଭିନ୍ନ ସମୟରେ ବଡ଼ ବଡ଼ ଚାରିଚକିଆ…

ରାସ୍ତା କଡ଼ରୁ ମିଳିଲା ମଣିଷ କଙ୍କାଳ, ଧଳା ଅଖାରେ କିଏ ଫିଙ୍ଗିଲା?

ବାରଙ୍ଗ,୧୩।୪(ଲିଙ୍ଗରାଜ ରାଉତ): ଖୋର୍ଦ୍ଧା ଜିଲା ବାରଙ୍ଗ ଥାନା ଅନ୍ତର୍ଗତ ଷଣ୍ଢପୁର ଗ୍ରାମ ନିକଟରେ ଚାଞ୍ଚଲ୍ୟ । ସୋମବାର ଦିନ ନିକଟସ୍ଥ ପୁରୀ ମୁଖ୍ୟ କେନାଲ ବନ୍ଧ ରାସ୍ତା…

ଟି-୨୦ ବିଶ୍ୱକପ ପାଇଁ ବମ୍ଫର ପୁରସ୍କାର ରାଶି ଘୋଷଣା କଲା ICC, ଜାଣିଲେ ଉଡିଜିବ ହୋସ୍‌

ନୂଆଦିଲ୍ଲୀ,୧୩।୪: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ୨୦୨୬ ମହିଳା ଟି୨୦ ବିଶ୍ୱକପ ପାଇଁ ଏକ ରେକର୍ଡ ପୁରସ୍କାର ରାଶି ଘୋଷଣା କରିଛି। ICC ଘୋଷଣା କରିଛି ଯେ ବିଜେତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri