ଶୁକ୍ରବାର ଜିସାଟ୍‌-୩୦ର ହେବ ଉତ୍‌କ୍ଷେପଣ: ୧୫ ବର୍ଷ ପାଇଁ କରିବ କାର୍ଯ୍ୟ

ସାୟେନି,୧୬।୧: ଦେଶର ସଞ୍ଚାର ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଶୁକ୍ରବାର ମହାକାଶକୁ ଜିସାଟ୍‌-୩୦ ଉତ୍‌କ୍ଷେପଣ କରାଯିବ। ଏହା ଦ୍ୱାରା ଟେଲିଭିଜନ ପ୍ରସାରଣ, ପାଣିପାଗ ସୂଚନା ଆଦି କାର୍ଯ୍ୟ ଅଧିକ ଭଲ ଭାବେ ସମ୍ପନ୍ନ ହୋଇପାରିବ। ଏହାଦ୍ୱାରା ଭାରତରେ ଇଣ୍ଟରନେଟ୍‌ ସ୍ପିଡ୍‌ ବଢ଼ିପାରିବ। ଫଳରେ ଯୋଗାଯୋଗ ବ୍ୟବସ୍ଥାରେ ନୂଆ କ୍ରାନ୍ତି ଆସିପାରିବ। ଫ୍ରେଞ୍ଚ୍‌ ଗୁଏନାର କୋଉରୋ ଲଞ୍ଚପ୍ୟାଡ୍‌ରୁ ୟୁରୋପିଆନ୍‌ ହେଭି ରକେଟ ଏରିୟନ୍‌-୫-ଇସିଏ ଦ୍ୱାରା ଏହାକୁ ଭାରତୀୟ ସମୟ ରାତି ୨ଟା ୩୫ ମିନିଟରେ ଉତ୍‌କ୍ଷେପଣ କରାଯିବ। ୩୮ ମିନିଟ୍‌ ୨୫ ସେକେଣ୍ଡ ପରେ ଏହା ପୃଥିବୀର କକ୍ଷ ପଥରେ ଅବସ୍ଥାପିତ ହେବ । ଏହା ଏରିୟନ୍‌-୫-ଇସିଏର ୧୦୭ତମ ମହାକାଶ ମିଶନ ବୋଲି କୁହାଯାଉଛି। ଜିସାଟ୍‌-୩୦ ଓଜନ ୩୧ ଶହ କିଲୋଗ୍ରାମ୍‌ ରହିଛି। ଏଥିରେ ୨ଟି ସୋଲାର ପ୍ୟାନେଲ୍‌ ରହିଛି। ଏହାଦ୍ୱାରା ସ୍ବାଭାବିକ ଭାବେ କାର୍ଯ୍ୟ କରିବା ଲାଗି ଜିସାଟ୍‌-୩୦କୁ ଆବଶ୍ୟକ ଶକ୍ତି ମିଳିପାରିବ। ଜିସାଟ୍‌-୩୦ ଇନସାଟ୍‌ ଉପଗ୍ରହ ସ୍ଥାନରେ କାର୍ଯ୍ୟ କରିବ। ଏହା ଆସନ୍ତା ୧୫ ବର୍ଷ ପାଇଁ ଏହା ଭାରତ ଲାଗି କାର୍ଯ୍ୟ କରିବ। ଭାରତରେ ଆବଶ୍ୟକ ସଞ୍ଚାର ବ୍ୟବସ୍ଥା ଯୋଗାଇ ଦେବା ପାଇଁ ସମ୍ପ୍ରତି ମହାକାଶରେ ଜିସାଟ୍‌ ସିରିଜ୍‌ର ୧୪ଟି ଉପଗ୍ରହ କାର୍ଯ୍ୟ କରୁଛି। ଚଳିତ ୨୦୨୦ରେ ଭାରତ ପକ୍ଷରୁ ୧୦ଟି ଉପଗ୍ରହ ମହାକାଶକୁ ଉତ୍‌କ୍ଷେପଣ କରାଯିବା ଲାଗି ଇସ୍ରୋ ପକ୍ଷରୁ ଯୋଜନା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଉଣା ମିଳିଲାନି ବୋଲି ବିଦ୍ୟାଳୟ ରାସ୍ତା ଖୋଳି ନେଇଗଲେ ଠିକାଦାର: ପାଠପଢ଼ା ଠପ୍, ଚାପା ଉତ୍ତେଜନା

ଦିଗପହଣ୍ଡି, ୧୧।୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଡ଼ି ଗ୍ରାମ ନୂଆସାହି ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ଅଭାବନୀୟ ଘଟଣା ଦେଖିବାକୁ…

ରୋଗୀ ସାଜି ଆସିଲେ, ଡାକ୍ତରଙ୍କ ହାତ-ଗୋଡ଼ ବାନ୍ଧି କଳାକନା ବୁଲାଇଲେ: ଧର୍ମଗଡ଼ରେ ସଶସ୍ତ୍ର ଡକାୟତି

ଧର୍ମଗଡ଼,୧୧।୭(ଘାସିରାମ ଜଗତ): କଳାହାଣ୍ଡି ଜିଲା ଧର୍ମଗଡ଼ ସହରର କେନ୍ଦ୍ରସ୍ଥଳରେ ଏକ ଦୁଃସାହସିକ ସଶସ୍ତ୍ର ଡକାୟତି ଘଟଣା ସାମ୍ନାକୁ ଆସିଛି। ଧର୍ମଗଡ଼ ଡାକ୍ତରଖାନାର ସ୍ତ୍ରୀ ଓ ପ୍ରସୂତି ବିଭାଗ…

ଭୁବନେଶ୍ୱରରେ ପାଇଖାନା ଟାଙ୍କି ଭୁଶୁଡ଼ି ୨ ଶ୍ରମିକଙ୍କ ମୃତ୍ୟୁ

ଭୁବନେଶ୍ୱର, ୧୧।୭: ରାଜଧାନୀ ଭୁବନେଶ୍ୱରର ବିଜେବି ନଗର ଅଞ୍ଚଳରେ ଏକ ଅଘଟଣ ଘଟିଛି। ନିର୍ମାଣାଧୀନ ପାଇଖାନା (ସେପ୍ଟିକ୍) ଟାଙ୍କି ଭୁଶୁଡ଼ି ପଡ଼ିବାରୁ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ…

ମଣିଷ ସୁରକ୍ଷାକୁ ଫୁ’: ଗୋଟିଏ କୂଅରେ ଖୋଲାରେ ଲାଗିଛି ୧୩ ପାଣି ପମ୍ପ୍‌, ଆଖି ପିଛୁଳାକେ ଘଟିପାରେ….

ଛତ୍ରପୁର,୧୧ା୭(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ସାହେବଜେନାପଲ୍ଲୀଠାରେ ଥିବା ଗୋଟିଏ କୂଅରୁ ପାଣି ଟାଣୁଛନ୍ତି ୧୩ଟି ପମ୍ପ। ସବୁଠାରୁ ବିପଦପୂର୍ଣ୍ଣ କଥା ହେଉଛି ସେହି ପମ୍ପଗୁଡ଼ିକ କୂଅର…

ଇରାନ ଯୁଦ୍ଧ ସମୟରେ ଭାରତୀୟ ନୌସେନା କରିଥିଲା ଶକ୍ତି ପ୍ରଦର୍ଶନ; ୧୮ଟି ଜାହାଜକୁ ସୁରକ୍ଷିତ ଭାରତକୁ ନେଇଆସିଥିଲା

ନୂଆଦିଲ୍ଲୀ,୧୧।୭: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରବିବାର (୧୧ ଜୁଲାଇ) କହିଛନ୍ତି ଯେ ମଧ୍ୟପ୍ରାଚ୍ୟରେ ସଂଘର୍ଷ ସମୟରେ, ଭାରତୀୟ ନୌସେନା ପ୍ରାୟ ୯,୦୦୦ କୋଟି ଟଙ୍କାର ମାଲ…

ସାପକାମୁଡ଼ାରେ ଛାତ୍ରଙ୍କ ମୃତ୍ୟୁ: ବିଦ୍ୟାଳୟରେ ପଶି ଶିକ୍ଷୟିତ୍ରୀ-ଶିକ୍ଷକଙ୍କୁ ଘେରିଲେ ଗ୍ରାମବାସୀ, ପ୍ରଧାନଶିକ୍ଷୟିତ୍ରୀଙ୍କ ନିଲମ୍ବନ ପରେ…

ବୈଶିଙ୍ଗା,୧୧ା୭(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡ଼ଦେଉଳିଆ ପ୍ରାଥମିକ ବିଦ୍ୟାଳୟର ଜନୈକ ୫ମ ଶ୍ରେଣୀ ଛାତ୍ର ସାପକାମୁଡ଼ାରେ ଗୁରୁତର ହୋଇ କଟକ ବଡ଼ ଡାକ୍ତରଖାନାରେ…

କୋରାପୁଟର ଜ୍ୟୋତିରେଖାଙ୍କୁ ଉପମୁଖ୍ୟମନ୍ତ୍ରୀଙ୍କ ଉଚ୍ଚ ପ୍ରଶଂସା, କହିଲେ ଆର୍ଥିକ ବିକାଶରେ…

କୋରାପୁଟ,୧୧ା୭(ଅମିତାଭ ବେହେରା): ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀରେ ସକ୍ରିୟ ଅଂଶଗ୍ରହଣ ଓ ଗଠନମୂଳକ ପରାମର୍ଶ ପାଇଁ ଜିଲାସ୍ତରୀୟ ମହାସଂଘର ସଭାପତି ଜ୍ୟୋତିରେଖା ଚେଟ୍ଟୀଙ୍କୁ ଉପମୁଖ୍ୟମନ୍ତ୍ରୀ ତଥା ମହିଳା…

IPL in Australia: ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବ IPL ମ୍ୟାଚ? ବିସିସିଆଇକୁ ଖୋଲା ପ୍ରସ୍ତାବ ଦେଲା CA

ନୂଆଦିଲ୍ଲୀ,୧୧।୭: ଆଗାମୀ ବିଗ ବ୍ୟାସ ଲିଗ (BBL) ସିଜିନର ଉଦଘାଟନୀ ମ୍ୟାଚ ଭାରତରେ ଅନୁଷ୍ଠିତ ହେବ ବୋଲି ନିଶ୍ଚିତ ହୋଇଛି। ଏହି ମ୍ୟାଚ ଚେନ୍ନାଇର ଚେପକ କ୍ରିକେଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri