Posted inଖେଳ

ଶୀର୍ଷକୁ ଫେରିଲା ଚେନ୍ନାଇ

ଚେନ୍ନାଇ,୨୪।୪(ପି.ଟି.)- ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗ୍ସ ଚଳିତ ଆଇପିଏଲ୍‌ର ୪୧ତମ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦକୁ ଗୋଟିଏ ବଲ୍‌ ବାକିରଖି ୬ ଉଇକେଟରେ ପରାସ୍ତ କରିଛି। ଏଥିସହ ଚେନ୍ନାଇ ୧୧ଟି ମ୍ୟାଚ୍‌ ଖେଳି ୮ ବିଜୟ ଓ ୩ ପରାଜୟ ସହ ମୋଟ ୧୬ ପଏଣ୍ଟ ପାଇ ତାଲିକାର ଶୀର୍ଷ ସ୍ଥାନକୁ ପ୍ରତ୍ୟାବର୍ତ୍ତନ କରିଛି। ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ହାଇଦ୍ରାବାଦ ୩ ଉଇକେଟ ହରାଇ ୧୭୫ ରନ ସଂଗ୍ରହ କରିଥିଲା। ଜବାବରେ ଚେନ୍ନାଇ ୧୯.୫ ଓଭରରେ ୪ ଉଇକେଟ ହରାଇ ୧୭୬ ରନ କରି ବିଜୟୀ ହୋଇଛି। ୯୬ ରନର ଦ୍ରୁତ ଇନିଂସ ଖେଳି ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଚେନ୍ନାଇ ଅଭିଜ୍ଞ ଓପନର ଶେନ୍‌ ଓ୍ବାଟସନ ପ୍ଲେୟାର ଅଫ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି।

୧୭୬ ରନ ବିଜୟ ଲକ୍ଷ୍ୟର ପିଛା କରି ଚେନ୍ନାଇ ଆରମ୍ଭରୁ ଫାଫ୍‌ ଡୁପ୍ଲେସିଙ୍କୁ ହରାଇଥିଲା। ଡୁପ୍ଲେସି ୧ ରନ କରିଥିବା ବେଳେ ଦୀପକ୍‌ ହୁଦାଙ୍କ ଥ୍ରୋରେ ଦୁର୍ଭାଗ୍ୟଜନକ ଭାବେ ରନ୍‌ ଆଉଟ୍‌ ହୋଇଥିଲେ। ଦ୍ୱିତୀୟ ଉଇକେଟ ଯୋଡିରେ ଶେନ୍‌  ଓ୍ବାଟସନ ଓ ସୁରେଶ ରାଇନା ୪୪ ବଲରୁ ୭୭ ରନ ସଂଗ୍ରହ କରିଥିଲେ। ରାଇନା ଦ୍ରୁତଗତିରେ ରନ୍‌ ସଂଗ୍ରହ କରିବାକୁ ଯାଇ ୨୪ଟି ବଲ୍‌ ଖେଳି ୬ ଚୌକା ଓ ୧ ଛକା ସହ ୩୮ ରନ କରିଥିବା ବେଳେ ରସିଦ ଖାଁଙ୍କ ବଲରେ ବେୟାରଷ୍ଟୋଙ୍କ ଦ୍ୱାର ଷ୍ଟମ୍ପ ଆଉଟ୍‌ ହୋଇଥିଲେ। ଏହାପରେ ଅଭିଜ୍ଞ ଓପନର ଓ୍ବାଟସନ୍‌ ୫୩ଟି ବଲ୍‌ ଖେଳି ୯ ଚୌକା ଓ ୬ ଛକା ସହ ୯୬ରନର ଧୂଆଁଧାର ଇନିଂସ ଖେଳି ଆଉଟ ହେବା ପୂର୍ବରୁ ବିଜୟପଥ ପରିଷ୍କାର କରିଥିଲେ। ସେ ଭୁବନେଶ୍ୱର କୁମାରଙ୍କ ବଲ୍‌ରେ ବେୟାରଷ୍ଟୋଙ୍କୁ କ୍ୟାଚ୍‌ ଦେଇ ୪ ରନ ପାଇଁ ଶତକ ହାସଲରୁ ବଞ୍ଚିତ ହୋଇଥିଲେ। ଅମ୍ବାତି ରାୟୁଡୁ ୨୫ ବଲରୁ ୨୧ ରନ କରି ସନ୍ଦୀପ ଶର୍ମାଙ୍କ ଦ୍ୱାରା ଆଉଟ୍‌ ହୋଇଥିଲେ। କେଦାର ଯାଦବ ୧୦ ବଲରୁ ୧୧ ରନ କରି ଦଳ ବିଜୟରେ ମୁଣ୍ଡି ମାରିଥିଲେ। ବୋଲିଂ ହାଇଦ୍ରାବାଦ ତରଫରୁ ଭୁବନେଶ୍ୱର, ସନ୍ଦୀପ ଓ ରସିଦ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।

ପୂର୍ବରୁ ଇନ୍‌ଫର୍ମ ଓପନର ଜନୀ ବେୟାରଷ୍ଟୋଙ୍କୁ ହରାଇ ହାଇଦ୍ରାବାଦ ଆରମ୍ଭରୁ ଝଟ୍‌କା ଖାଇଥିଲା। ବେୟାରଷ୍ଟୋ ବିନା ସ୍କୋରରେ ଅଭିଜ୍ଞ ସ୍ପିନର ହରଭଜନ ସିଂଙ୍କ ବଲ୍‌ରେ ଉଇକେଟ କିପର ଧୋନୀଙ୍କୁ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ। ଚଳିତ ଆଇପିଏଲ୍‌ରେ ବେୟାରଷ୍ଟୋ ତାଙ୍କ ଅନ୍ତିମ ମ୍ୟାଚ୍‌ରେ ବିଫଳ ହୋଇଛନ୍ତି। ସାରା ସେସନରେ ଜବରଦସ୍ତ ବ୍ୟାଟିଂର ନମୁନା ପ୍ରଦର୍ଶନ କରିଥିଲେ ମଧ୍ୟ ଶେଷ ମ୍ୟାଚ୍‌ରେ ସେ ଖାତା ଖୋଲିବାରେ ବିଫଳ ହୋଇଛନ୍ତି। ବେୟାରଷ୍ଟୋ ଏବେ ଇଂଲଣ୍ଡ କ୍ରିକେଟ ଦଳର ବିଶ୍ୱକପ୍‌ ପ୍ରସ୍ତୁତି ଶିବିରରେ ଯୋଗଦେବେ ଓ ଏଥିପାଇଁ ଆଇପିଏଲ୍‌ରୁ ସେ ଓହରିଯିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାପରେ ଦ୍ୱିତୀୟ ଉଇକେଟ ଯୋଡିରେ ବିସ୍ଫୋରକ ଓପନର ଡେଭିଡ ଓ୍ବାର୍ନର ଓ ମିଡଲ ଅର୍ଡର ବ୍ୟାଟ୍ସମ୍ୟାନ ମନୀଷ ପାଣ୍ଡେ ୭୨ଟି ବଲ୍‌ର ସମ୍ମୁଖୀନ ହୋଇ ୧୧୫ ରନ ସଂଗ୍ରହ କରି ସ୍ଥିତି ସମ୍ଭାଳିବା ସହ ଭଲ ମୂଳଦୁଆ ପ୍ରଦାନ କରିଥିଲେ। ତେବେ ଓ୍ବାର୍ନର ୪୫ଟି ବଲର ସମ୍ମୁଖୀନ ହୋଇ ୩ ଚୌକା ଓ ୨ ଛକା ସହ ୫୭ ରନର ଅର୍ଦ୍ଧଶତକୀୟ ପାଳି ଖେଳି ଧୋନୀଙ୍କ ଦ୍ୱାରା ଷ୍ଟମ୍ପ ଆଉଟ ହୋଇ ହରଭଜନଙ୍କ ଦ୍ୱିତୀୟ ଶିକାର ହୋଇଥିଲେ। ଅଲରାଉଣ୍ଡର ବିଜୟ ଶଙ୍କର ଦ୍ରୁତଗତିରେ ରନ୍‌ ସଂଗ୍ରହ କରିବାକୁ ଯାଇ ୨୦ ବଲରୁ ୨ ଚୌକା ଓ ୧ ଛକା ସହ ୨୬ ରନ କରି ଦୀପକ ଚହରଙ୍କ ବଲ୍‌ରେ ରବୀନ୍ଦ୍ର ଜାଡେଜାଙ୍କୁ କ୍ୟାଚ୍‌ ଦେଇ ଆଉଟ ହୋଇଥିଲେ। ମନୀଷ ୪୯ଟି ବଲର ସମ୍ମୁଖୀନ ହୋଇ ୭ ଚୌକା ଓ ୩ ଛକା ସହ ୮୩ ରନର ଧୂଆଁଧାର ପାଳି ଖେଳି ଅପରାଜିତ ରହିଥିଲେ। ସେହିପରି ୟୁସୁଫ ପଠାନ୍‌ ୪ ବଲରୁ ୫ ରନ କରି ଅପରାଜିତ ରହିଥିଲେ। ବୋଲିଂରେ ଚେନ୍ନାଇ ତରଫରୁ ହରଭଜନ ୨ ଓ ଚହର ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।

ସଂକ୍ଷିପ୍ତ ସ୍କୋର:

ସନ୍‌ରାଇଜର୍ସ ହାଇଦ୍ରାବାଦ ୨୦ ଓଭରରେ ୧୭୫/୩

(ମନୀଷ- ୮୩*, ଓ୍ବାର୍ନର- ୫୭, ଶଙ୍କର- ୨୬, ହରଭଜନ-୨/୩୯, ଚହର- ୧/୩୦)।

ଚେନ୍ନାଇ ସୁପର କିଙ୍ଗ୍ସ ୧୯.୫ ଓଭରରେ ୧୭୬/୪

(ଓ୍ବାଟସନ- ୯୬, ରାଇନା- ୩୮, ରାୟୁଡୁ- ୨୧, ଯାଦବ- ୧୧, ଭୁବନେଶ୍ୱର- ୧/୧୮, ସନ୍ଦୀପ- ୧/୫୪, ରସିଦ- ୧/୪୪)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରାଜସ୍ଥାନକୁ ହରାଇ ଫାଇନାଲ୍‌ରେ ଗୁଜରାଟ, ମେ’ ୩୧ରେ RCB ସହ ମହାମୁକାବିଲା

ନୂଆଦିଲ୍ଲୀ,୨୯।୫: ଆଇପିଏଲ୍ ୨୦୨୬ର ଦ୍ୱିତୀୟ କ୍ୱାଲିଫାୟର୍‌ରେ ଗୁଜରାଟ ଟାଇଟନ୍ସ (GT) ଚମତ୍କାର ପ୍ରଦର୍ଶନ କରି ରାଜସ୍ଥାନ ରୟାଲ୍ସ (RR) କୁ ୮ ୱିକେଟ୍‌ରେ ପରାସ୍ତ କରିଛି। ଏହି…

ପଡ଼ିଆରେ ହେଡ୍ସ-ଟେଲ୍ସକୁ ନେଇ ହଙ୍ଗାମା! କ୍ୱାଲିଫାୟର୍-୨ ରେ ଦୁଇଥର ପଡ଼ିଲା ଟସ୍,ନିଷ୍ପତ୍ତି ବଦଳାଇଦେଲା…

ନୂଆଦିଲ୍ଲୀ,୨୯।୫: ଆଇପିଏଲ୍‌ ୨୦୨୬ର ଦ୍ୱିତୀୟ କ୍ୱାଲିଫାୟର୍‌ (Qualifier-୨) ମ୍ୟାଚ୍‌ରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁଜରାଟ ଟାଇଟନ୍ସ (GT) ଏବଂ ରାଜସ୍ଥାନ ରୟାଲ୍ସ (RR) ମଧ୍ୟରେ…

ହାରିଗଲେ ସିନ୍ଧୁ, ସାତ୍ତ୍ୱିକ-ଚିରାଗ ଯୋଡ଼ି ସେମିରେ

ସିଙ୍ଗାପୁର, ୨୯ା୫: ସ୍ଥିର ପ୍ରଦର୍ଶନ ଅଭାବରୁ ଭାରତର ଷ୍ଟାର ବ୍ୟାଡ୍‌ମିଣ୍ଟନ ଖେଳାଳି ପି.ଭି. ସିନ୍ଧୁ ଏଠାରେ ଚାଲିଥିବା ସିଙ୍ଗାପୁର ଓପନ ୭୫୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ମହିଳା ସିଙ୍ଗଲ୍ସ…

ପ୍ରଥମ ଟି୨୦ ମ୍ୟାଚ୍‌ ଜିତିଲା ଭାରତ

ଚେମ୍ସ ଫୋର୍ଡ, ୨୯ା୫: ଜେମିମା ରୋଡ୍ରିଗ୍ସ ଓ ୟାସ୍ତିକା ଭାଟିଆଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ଏବଂ ନବାଗତ ପେସ୍‌ର ନନ୍ଦନୀ ଶର୍ମାଙ୍କ ଚମତ୍କାର ବୋଲିଂ ଦ୍ୱାରା ଭାରତ ଶୁକ୍ରବାର…

ଆଇପିଏଲ ମଝିରେ ଲକ୍ଷ୍ନୌ କଲା ବଡ଼ ଘୋଷଣା: ଅଧିନାୟକ ପଦ ଛାଡ଼ିଲେ ରିଷଭ ପନ୍ତ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ, ୨୯।୫: ୨୦୨୬ ଆଇପିଏଲ ମଝିରେ ରିଷଭ ପନ୍ତ ଲକ୍ଷ୍ନୌ ସୁପରଜାଏଣ୍ଟସର ଅଧିନାୟକ ପଦ ଛାଡି ଦେଇଛନ୍ତି। ଶୁକ୍ରବାର ଫ୍ରାଞ୍ଚାଇଜ ସୋସିଆଲ ମିଡିଆରେ ପନ୍ତଙ୍କୁ ଅଧିନାୟକ ପଦରୁ…

ଖେଳାଳିଙ୍କ ପାଇଁ ନୂଆ ନିର୍ଦ୍ଦେଶ ଜାରି କଲା BCCI, ନିଷିଦ୍ଧ ଅଞ୍ଚଳରେ ସ୍ମାର୍ଟ ଚଷମା ପିନ୍ଧିବା ଉପରେ ପ୍ରତିବନ୍ଧକ

ନୂଆଦିଲ୍ଲୀ,୨୯।୫: ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ରେ ଅତ୍ୟାଧୁନିକ ଯୋଗାଯୋଗ ଉପକରଣର ବର୍ଦ୍ଧିତ ବ୍ୟବହାର ମଧ୍ୟରେ, ଖେଳାଳି ଏବଂ ସହାୟକ କର୍ମଚାରୀଙ୍କ ପାଇଁ ଏକ ନୂତନ ପରାମର୍ଶ ଜାରି କରାଯାଇଛି ।…

ଆଜି କ୍ୱାଲିଫାୟର-୨ ମହାମୁକାବିଲା

ମୁଲାନପୁର,୨୯।୫: ଶୁକ୍ରବାର ଖେଳାଯିବ ଆଇପିଏଲ୍‌ର କ୍ୱାଲିଫାୟର-୨ ମହାମୁକାବିଲା। ମ୍ୟାଚ୍‌ରେ ଗୁଜରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ ପରସ୍ପରକୁ ଭେଟିବେ। ଏହାର ବିଜେତା ରବିବାର ଅହମଦାବାଦରେ ହେବାକୁ ଥିବା…

ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ ପାଦ ଛୁଇଁଲେ, କ’ଣ କହିଲେ ‘ଲିଟିଲ ମାଷ୍ଟର’? ତିନୋଟି ଶବ୍ଦରେ ଦେଲେ ଆଶୀର୍ବାଦ

ନୂଆଦିଲ୍ଲୀ,୨୯।୫: ରାଜସ୍ଥାନ ରୟାଲ୍ସର ଯୁବ ବ୍ୟାଟସମ୍ୟାନ ବୈଭବ ସୂର୍ଯ୍ୟବଂଶୀ, IPL 2026 ର ସବୁଠାରୁ ଚର୍ଚ୍ଚିତ ଖେଳାଳିମାନଙ୍କ ମଧ୍ୟରୁ ଜଣେ ଭାବରେ ଉଭା ହୋଇଛନ୍ତି। ମାତ୍ର ୧୫…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri