ଶୀତଳଷଷ୍ଠୀ ଯାତ୍ରା ଉଦ୍‌ଯାପିତ : ଦେବଦମ୍ପତିଙ୍କ ମନ୍ଦିର ପ୍ରବେଶ

ସମ୍ବଲପୁର, ୧୦।୬ (ବ୍ୟୁରୋ) : ଦେବଦେବ ମହାଦେବ ଓ ଜଗଜ୍ଜନନୀ ମାତା ପାର୍ବତୀ ସୁସଜ୍ଜିତ ବିମାନରେ ଉପବିଷ୍ଟ ହୋଇ ରବିବାର ଗୋଧୂଳି ଲଗ୍ନରେ ସ୍ବ ମନ୍ଦିର ପ୍ରବେଶ କରିଛନ୍ତି। ଜ୍ୟେଷ୍ଠ ଶୁକ୍ଲପକ୍ଷ ଯୁକ୍ତ ସପ୍ତମୀ ତିଥିରେ ପ୍ରସିଦ୍ଧ ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରା ଉଦ୍‌ଯାପିତ ହୋଇଛି। ମହିଳାମାନେ ଶୈବପୀଠ ମୁଖ୍ୟଦ୍ୱାରରେ ଝୋଟି ଆଙ୍କିଥିଲେ। ଛୋଟି ପୂର୍ଣ୍ଣକଳସ ସ୍ଥାପନ କରି ଦେବଦମ୍ପତିଙ୍କ ଫେରିବା ବାଟକୁ ଚାହିଁ ରହିଥିଲେ। ଶିବ ପାର୍ବତୀଙ୍କୁ ଭକ୍ତମାନେ କାନ୍ଧରେ ବୋହି ମନ୍ଦିର ବେଢ଼ାକୁ ଆଣିଥିଲେ। ଏହାପରେ ଶଙ୍ଖ, ଘଣ୍ଟ ଧ୍ୱନିରେ ମୁଖରିତ ହୋଇଥିଲା ଶିବାଳୟ। ମହିଳାଙ୍କ ହୁଳହୁଳି ଓ ପୁରୁଷମାନଙ୍କ ହରିବୋଲରେ ପ୍ରକମ୍ପିତ ହୋଇଥିଲା ଅଞ୍ଚଳ। ଦୁଲଦୁଲି ବାଦ୍ୟରେ ଦୁଲୁକି ଉଠିଥିଲା ମନ୍ଦିର ପ୍ରବେଶ ପଥ ା କାଠ ପିଢ଼ାରେ ନବ ବିବାହିତ ଦେବଦମ୍ପତି ଉପବିଷ୍ଟ ହୋଇଥିଲେ। ଉପସ୍ଥିତ ସମବେତ ମହିଳାମାନେ ଦୂବ, ଅରୁଆ ଚାଉଳ, ବୁରୋ ପତ୍ର, ଫୁଲ ବନ୍ଦାଣ କରି ମୁଣ୍ଡିଆ ମାରିଥିଲେ ା ଦେବଦମ୍ପତିଙ୍କ ପାଦ ଧୋଇ ଭକ୍ତମାନେ ଆଶୀର୍ବାଦ ଭିକ୍ଷା କରିଥିଲେ। ଏହି ସମୟରେ ପଣ୍ଡିତଙ୍କ ଶିବସ୍ତୁତି ଉଚ୍ଚାରଣ ସହ ଶାନ୍ତିପାଠ, ପଞ୍ଚଗବ୍ୟ, ପଞ୍ଚାମୃତରେ ମହାଭିଷେକ ରୀତି ହୋଇଥିଲା। ଦେବଦମ୍ପତିଙ୍କୁ ୧୦୮ ଆଳତି କରି ମନ୍ଦିର ପ୍ରବେଶ ରୀତିନୀତି ହୋଇଥିଲା। ପରମ୍ପରା ଅନୁସାରେ ନନ୍ଦପଡା ଶ୍ରୀଶ୍ରୀ ବମ୍‌ବରାଡ ବାଲୁଙ୍କେଶ୍ୱର ବାବା, ଝାଡୁଆପଡା ଶ୍ରୀଶ୍ରୀ ଲୋକନାଥ ବାବା, ମୁଦିପଡା ଶ୍ରୀଶ୍ରୀ ଜାଗେଶ୍ୱର ବାବା, ବଡ଼ବଜାର ଶ୍ରୀଶ୍ରୀ ଶୀତଳେଶ୍ୱର ବାବା, ଠାକୁରପଡା ଶ୍ରୀଶ୍ରୀ ଗୁପ୍ତେଶ୍ୱର ବାବା ଓ ଜଗତ ଜନନୀ ପାର୍ବତୀ ଗଣ୍ଠାଳ ହୋଇ ଶନିବାର ମଧ୍ୟରାତ୍ରରୁ ସୁସଜ୍ଜିତ ବିମାନରେ ଆରୂଢ଼ ହୋଇ ନଗର ପରିକ୍ରମାରେ ବାହାରିଥିଲେ। ନିର୍ଦ୍ଧାରିତ ଯାତ୍ରାପଥରେ ଭକ୍ତମାନେ ଦେବଦମ୍ପତିଙ୍କୁ ବନ୍ଦାଣ ଓ ପୂଜାର୍ଚ୍ଚନା କରି ଆଶୀର୍ବାଦ ଭିକ୍ଷା କରିଥିଲେ। ରାତି ତମାମ ଶୋଭାଯାତ୍ରା ହୋଇଥିଲା। ସକାଳ ସାଢ଼େ ୫ଟାରୁ ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ ରହିଥିଲା। କିନ୍ତୁ ଲକ୍ଷାଧିକ ଭକ୍ତ ବିମାନରେ ଉପବିଷ୍ଟ ଶିବପାର୍ବତୀଙ୍କୁ ଦୀପଦାନ କରି ପୂଜାର୍ଚ୍ଚନା କରିଥିଲେ। ରବିବାର ପ୍ରାୟ ପୂର୍ବାହ୍ନ ୧୦ଟାରେ ପୁଣି ସାଂସ୍କୃତିକ ଶୋଭାଯାତ୍ରା ଆରମ୍ଭ ହୋଇଥିଲା ା ନନ୍ଦପଡା ଯାତ୍ରା ସାନସଡ଼କ, ଝାଡୁଆପଡା ଯାତ୍ରା ବୈଦ୍ୟନାଥ ଛକରୁ ଗେଟି ରୋଡ, କୁଞ୍ଜେଲପଡା ଛକ, ମୁଦିପଡା ଯାତ୍ରା ଲକ୍ଷ୍ମୀଟକିଜ ଛକରୁ ଗୋଲବଜାର ରାସ୍ତା, ବଡବଜାର ଯାତ୍ରା କ୍ଷେତରାଜପୁର, ଫାର୍ମରୋଡ ଓ ଠାକୁରପଡା ଯାତ୍ରା ବୁଢ଼ାରଜା ମୁଖ୍ୟରାସ୍ତା ଦେଇ ଗୋପାଳମାଲ ପରିକ୍ରମା କରି ସ୍ବମନ୍ଦିର ପ୍ରବେଶ କରିଥିଲା। ଅତିଥି କଳାକାରମାନେ ନିରବଚ୍ଛିନ୍ନ ଭାବେ ନୃତ୍ୟ ଗୀତ ଓ ବିବିିଧ ସାଂସ୍କୃତିକ କାଯର୍‌ୟକ୍ରମ ପରିବେଷଣ କରି ଯୁବତୀ ଯୁବକଙ୍କୁ ଆକୃଷ୍ଟ କରିଥିଲେ। ସେହିପରି ଲୋକବାଦ୍ୟ ଓ ରେକର୍ଡ ଡ୍ୟାନ୍ସ ତାଳରେ ଭକ୍ତମାନେ ଯାତ୍ରା ପଥରେ ନୃତ୍ୟ କରି ମସଗୁଲ ହୋଇଥିଲେ। ଅପରପକ୍ଷେ ସମବେତ କିନ୍ନରମାନେ ଦେବଦମ୍ପତିଙ୍କୁ ମୁଣ୍ଡିଆ ମାରି ଗନ୍ତବ୍ୟ ସ୍ଥଳକୁ ଚାଲିଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri