ଶୀତଦିନେ କେଶର ଯତ୍ନ

ଶୀତଦିନରେ ଶରୀର ସହିତ ନିଜର କେଶର ଯତ୍ନ ନେବା ମଧ୍ୟ ଜରୁରୀ। ସାଧାରଣତଃ ଶୀତଦିନରେ କେଶରେ ଅଧିକ ରୁକ୍ଷତା ଦେଖିବାକୁ ମିଳେ। ତେବେ ଏହି ସମୟରେ କେଶର ଉପଯୁକ୍ତ ଯତ୍ନ ନେବା ଆବଶ୍ୟକ। ସେଥିପାଇଁ ନିମ୍ନୋକ୍ତ
ଟିପ୍ସକୁ ଆପଣେଇ ପାରନ୍ତି….

ତ୍ୱଚା ପରି କେଶକୁ ମଧ୍ୟ ପୋଷଣ ଆବଶ୍ୟକତା ରହିଛି। ଏକ ଭଲ ସ୍କାଲ୍ପ ରହିବା ଦ୍ୱାରା କେଶ ଭଲଭାବେ ବଢ଼ିଥାଏ। ଶୀତଦିନରେ ହେଉଥିବା ପବନ କେଶକୁ ଡ୍ରାଏ କରିଥାଏ। ଫଳରେ ଏହାଦ୍ୱାରା କେଶ ଭଲଭାବେ ବଢ଼ିପାରି ନ ଥାଏ।
କେଶ କୁଣ୍ଡାଇବା ସମୟରେ ଯେଉଁ ହେୟାର ବ୍ରଶ ବ୍ୟବହାର କରୁଛନ୍ତି ତାହା ପ୍ଲାଷ୍ଟିକ୍‌ ହୋଇଥିବା ଆବଶ୍ୟକ। ସବୁବେଳେ କେଶ ଧୋଇବା ସମୟରେ ନଖ ଉଷୁମ ପାଣି ବ୍ୟବହାର କରନ୍ତୁ।
ଶୀତଦିନରେ ଥଣ୍ଡା ପବନ କାରଣରୁ କେଶମୂଳ କୁଣ୍ଡାଇ ହୁଏ। ବାୟୁମଣ୍ଡଳରେ ଆର୍ଦ୍ରତା ଯୋଗୁ ଆପଣଙ୍କ ସ୍କାଲ୍ପ ଶୁଖିଯାଏ। କେଶରେ ଯେଉଁ ତେଲ ଲଗାଉଛନ୍ତି ସେଥିରେ ଲେମ୍ବୁ ରସ ମିଶାଇ ତାକୁ ମୁଣ୍ଡର ପ୍ରତିଟି ଶିରାରେ ମାଲିସ୍‌ କରନ୍ତୁ। ଏହା ପରେ ଏହାକୁ ଏକଘଣ୍ଟା ପାଇଁ ଛାଡି ଦିଅନ୍ତୁ ଏବଂ ପରେ ଏହାକୁ ନଖ ଉଷୁମ ପାଣିରେ ଧୋଇ ଦିଅନ୍ତୁ।
ଶୀତଦିନରେ କେଶ ରୁକ୍ଷ ହେବା ସାଧାରଣ କଥା। ଏହି ଦିନରେ କେଶ ନିଜର ଚମକ ହରାଇଥାଏ ଓ କେଶର ରଙ୍ଗ କମ୍‌ ଦେଖିବାକୁ ମିଳେ। ଯାହାଦ୍ୱାରା ଆପଣଙ୍କ କେଶରେ ଜୀବନ ନ ଥିଲା ଭଳି ଲାଗିଥାଏ। କେଶକୁ ଭଲଭାବେ କୁଣ୍ଡାଇ ଜଟା ଛଡାଇ ପାରିବେ। ଏହାପରେ କେଶରେ ମହୁ ଲଗାନ୍ତୁ। ମହୁ ଲଗାଇବା ପରେ ମୁଣ୍ଡକୁ ଏକ ଟାଓ୍ବେଲରେ ମୁଣ୍ଡକୁ ଅଧଘଣ୍ଟା ପର୍ଯ୍ୟନ୍ତ କଭର କରି ରଖନ୍ତୁ। ଏହାପରେ କେଶକୁ ନଖ ଉଷୁମ ପାଣିରେ ଧୋଇ ଦିଅନ୍ତୁ। ଏପରି କରିବା ଦ୍ୱାରା କେଶରେ ଚମକ ଆସିବ।
ଶୀତଦିନରେ ଝଡିବାକୁ ଲାଗେ। ଏହାକୁ କମାଇବାକୁ ହେଲେ କେଶରେ ତେଲ ଲଗାନ୍ତୁ। ଧ୍ୟାନ ରଖନ୍ତୁ ଆପଣ ଯେଉଁ ତେଲ ଲଗାଉଛନ୍ତି ତାହା ତେଲିଆ ହୋଇ ନ ଥିବ। କଣ୍ଡିଶନର ସହିତ ମିଶାଇ ଆପଣ ଏହାକୁ କଣ୍ଡିଶନିଂ ପରି ଲଗାଇ ପାରିବେ।
ଶୀତଦିନରେ କେଶ ଶୁଖାଇବାକୁ ଅଧିକ ସମୟ ଲାଗିଥାଏ। ଆପଣ ଦେଖିଥିବେ ସକାଳେ ଧୋଇଥିବା କେଶ ଶୁଖି ନ ଥାଏ। ଯେଉଁ କାରଣରୁ ଆପଣ ଅଧିକ ଚିନ୍ତିତ ରହିଥାନ୍ତି। ଏମିତି ହେବା ଦ୍ୱାରା କେଶ ସମ୍ବନ୍ଧିତ କେତେକ ସମସ୍ୟା ଦେଖିବାକୁ ମିଳେ। ଯେମିତିକି ରୁପି,ଉକୁଣି,କେଶ ଝଡ଼ିବା । କେଶକୁ ଶୁଖାଇବା ଲାଗି ବ୍ଲୋଓର ବ୍ୟବହାର କରନ୍ତୁ। ଯଦିି ଆପଣଙ୍କ ପାଖରେ ହେୟାର ବ୍ଲୋଓର ନାହିଁ ତେବେ ଏହାକୁ ପ୍ରାକୃତିକ ଉପରେ ଶୁଖାଇ ପାରିବେ।

 

 

 

 


Enter your email to get our daily news in your inbox.

All Right Reserved By Dharitri.Com

ସନ୍ତୁଳିତ ଡାଇବେଟିସ୍‌ ପାଇଁ ଆପଣାନ୍ତୁ ଏହି ଉପାୟ…

ଆଜିକାଲି ଡାଇବେଟିସ୍‌ ଏକ ସାଧାରଣ ସ୍ବାସ୍ଥ୍ୟ ସମସ୍ୟା ପାଲଟି ଗଲାଣି କହିଲେ ଆଦୌ ଭୁଲ ହେବ ନାହିଁ। ଏହା ଯଦି ଜଟିଳ ଆକାର ଧାରଣ କରେ...

ବିଳମ୍ବରେ ଉଠୁଥିଲେ ଶରୀରରେ ଦେଖାଦିଏ ଏହି ସମସ୍ୟା

ପ୍ରତିଦିନ ଭୋରରୁ ଉଠିବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ। ହେଲେ ଏପରି କିଛି ବ୍ୟକ୍ତି ଅଛନ୍ତି, ଯେଉଁମାନେ ରାତିରେ ଡେରିରେ ଶୋଇଥାନ୍ତି ଓ ସକାଳୁ ବହୁ ବିଳମ୍ବରେ...

ଦୀପରୁ ଦୀପ କାହିଁକି ଲଗାଯାଏ ନାହିଁ…

ହିନ୍ଦୁ ଧର୍ମରେ ଦୀପ ଜଳାଇବାକୁ ନେଇ ଅନେକ ଧାର୍ମିକ ମହତ୍ତ୍ୱ ରହିଛି। ଦୀପ ଜଳାଇ ଯେହେତୁ ଆମେ ଦେବଦେବୀଙ୍କୁ ଆବାହନ କରିଥାଉ; ତେଣୁ ତାଙ୍କରି ଆଶୀର୍ବାଦରୁ...

ଖରାଦିନେ ଶୋଇବା ପୂର୍ବରୁ କ’ଣ କଲେ ତ୍ୱଚା କରିବ ଗ୍ଲୋ, ଜାଣନ୍ତୁ ସେ ସମ୍ପର୍କରେ…

ଦିନଯାକର ପରିଶ୍ରମ ପରେ ଥକ୍କାପଣ ଯୋଗୁ ଅନେକେ ରାତିରେ ତ୍ୱଚାର ଠିକ୍‌ରେ ଯତ୍ନ ନ ନେଇ ସେମିତି ଶୋଇପଡ଼ନ୍ତି; ଯଦ୍ଦ୍ବାରା ତ୍ୱଚାର ଚମକ ଧୀରେ ଧୀରେ...

ହିଟ ଓ୍ବେଭ ପାଇଁ ଡ୍ୟାମେଜ ହୋଇପାରେ ଲିଭର-କିଡ୍‌ନୀ

ନୂଆଦିଲ୍ଲୀ: ଆଜିକାଲି ଦିଲ୍ଲୀ-ନୋଏଡା ସମେତ ସମଗ୍ର ଦେଶରେ ଅତ୍ୟଧିକ ଗରମ ଅନୁଭୂତ ହେଉଛି। ଉତ୍ତାପ ବୃଦ୍ଧି ଯୋଗୁଁ ଉତ୍ତରପ୍ରଦେଶରେ ମଧ୍ୟ ୨ଜଣଙ୍କର ମତ୍ୟୁ ହୋଇଛି। ସୂଚନାଯୋଗ୍ୟ,...

ଖରାଦିନେ ତ୍ୱଚାର ଯତ୍ନ ନେବେ କିପରି: ଏହି ଟିପ୍ସ ଆପଣାନ୍ତୁ

ପ୍ରବଳ ଖରା ତ୍ୱଚା ଲାଗି କ୍ଷତିକାରକ। ଗ୍ରୀଷ୍ମଋତୁରେ ଏହାକୁ କିପରି ମୁଲାୟମ ତଥା ଆକର୍ଷଣୀୟ ରଖିବେ ସେ ନେଇ କେତୋଟି ଟିପ୍ସ… ଖରା ଏବଂ ପ୍ରଦୂଷଣ...

ଗ୍ରୀଷ୍ମରେ କେମିତି ରହିବେ ଫିଟ୍‌: ଆପଣାନ୍ତୁ ଏହି ଫିଟ୍‌

”ଗ୍ରୀଷ୍ମଋତୁରେ ସବୁବେଳେ ଶରୀରରେ ଜଳୀୟ ଅଂଶକୁ ସନ୍ତୁଳିତ ରଖୁଥିବା ଖାଦ୍ୟ ଖାଆନ୍ତୁ। ବିଶେଷଭାବରେ ସବୁଜ ପନିପରିବାରେ ପ୍ରସ୍ତୁତ ଖାଦ୍ୟ, ତଟକା ଫଳମୂଳ ଖାଆନ୍ତୁ। କାରଣ ଏଗୁଡ଼ିକରେ...

ମହାକାଶରେ ଶିବ-ଶକ୍ତି

ଭାରତୀୟ ଧର୍ମ ସଂସ୍କୃତିରେ ଶିବ ହେଲେ ମଙ୍ଗଳମୟ ଦେବାଧିଦେବ ମହାଦେବ ଏବଂ ଶକ୍ତି ସୂଚିତ କରେ ତାଙ୍କ ସଙ୍ଗିନୀ ତଥା ଶକ୍ତିର ପ୍ରତୀକ ଶକ୍ତିସ୍ବରୂପିଣୀ ମା’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri