ଶୀତ ପାଇଁ ଟ୍ରେଣ୍ଡି ଷ୍ଟୋଲ୍‌

ଶୀତଦିନେ ଅନେକେ ଥଣ୍ଡାରୁ ରକ୍ଷା ପାଇବା ପାଇଁ କୋଟ୍‌, ଜ୍ୟାକେଟ୍‌, ଓ୍ବିଣ୍ଟର୍‌ କ୍ୟାପ୍‌, ଗ୍ଲୋଭ୍ସ ତଥା ସକ୍ସ ଇତ୍ୟାଦି ପିନ୍ଧିଥାନ୍ତି। ଏହି ସବୁ ଜିନିଷ ଶୀତଦିନ ପାଇଁ ଯେତିକି ଜରୁରୀ ଷ୍ଟୋଲ୍‌ର ବ୍ୟବହାର ମଧ୍ୟ ସେତିକି ଆବଶ୍ୟକ। କାରଣ ଷ୍ଟୋଲ୍‌ ବି କେତେକାଂଶରେ ଆମକୁ ଶୀତରୁ ରକ୍ଷା କରିବା ସହ ଆମର ପର୍ସନାଲିଟିକୁ ବଢ଼ାଇବାରେ ସାହାଯ୍ୟ କରିଥାଏ। ତେବେ ଷ୍ଟୋଲ୍‌ର କ’ଣ ସବୁ ଲାଟେଷ୍ଟ ଟ୍ରେଣ୍ଡ ରହିଛି, ଆସନ୍ତୁ ଜାଣିବା ସେ ସମ୍ପର୍କରେ…

ଲିଓପାର୍ଡ ପ୍ରିଣ୍ଟ ଷ୍ଟୋଲ୍‌: ଲିଓପାର୍ଡ ପ୍ରିଣ୍ଟ ଯେ କୌଣସି ଆଉଟ୍‌ଫିଟ୍‌କୁ ଡିଫରେଣ୍ଟ ଲୁକ୍‌ ଦେଇଥାଏ। ଏହି କଥାକୁ ଧ୍ୟାନରେ ରଖି ଏଥରର ଶୀତଦିନ ପାଇଁ ଖାସ୍‌ କରି ଲିଓପାର୍ଡ ପ୍ରିଣ୍ଟ ବାଲା ଷ୍ଟୋଲ୍‌କୁ ମାର୍କେଟ୍‌କୁ ଅଣାଯାଇଛି, ଯାହାର ଖୁବ୍‌ ଚାହିଦା ରହୁଥିବା ମଧ୍ୟ ପରିଲକ୍ଷିତ ହେଉଛି। ଖାସ୍‌ କରି ଏହି ଷ୍ଟୋଲ୍‌କୁ ଟ୍ରେଞ୍ଚ କୋଟ୍‌ କିମ୍ବା ଯେକୌଣସି ଉଲେନ୍‌ ଟପ୍ସ ସହ ମ୍ୟାଚ୍‌ କରି ପିନ୍ଧିଲେ ଶୀତରୁ ରକ୍ଷା ପାଇବା ସହ କ୍ଲାସି ଲୁକ୍‌ ମିଳିଥାଏ।

ପମ୍‌ ପମ୍‌ ଷ୍ଟୋଲ୍‌: ପମ୍‌ ପମ୍‌ ଡିଜାଇନ୍‌ର ଜୁଏଲେରି ଓ ଆଉଟ୍‌ଫିଟ୍‌ ତ ଅନେକ ଟ୍ରାଏ କରିଥିବେ, ଏଥର ଟିକେ ପମ୍‌ ପମ୍‌ ଡିଜାଇନ୍‌ ବାଲା ଷ୍ଟୋଲ୍‌କୁ ତ ବ୍ୟବହାର କରନ୍ତୁ। ଏହା ବି ଖୁବ୍‌ ସୁନ୍ଦର ଦେଖାଯାଇଥାଏ। ବିଶେଷକରି ସିମ୍ପଲ୍‌ କାମ ହୋଇଥିବା ଉଲେନ୍‌ ଟପ୍ସ ସହ ଏହା ଭଲ ମାନିଥାଏ।

ଫକ୍ସ ଫର୍‌ ନେକ୍‌ ଓ୍ବାର୍ମର୍‌: ଏହି ଷ୍ଟୋଲ୍‌ ମୁଖ୍ୟତଃ ଦେଖିବାକୁ ଲୋମଶ ଡିଜାଇନ୍‌ର ହୋଇଥାଏ। ଯାହାକୁ ଷ୍ଟାଇଲ୍‌ରେ ବେକ ଚାରିପଟେ ପକାଇଲେ ବେକ ଓ ଗାଲକୁ ବେଶ୍‌ କୋମଳ ଲାଗିବା ସହ ମଡର୍ନ ଲୁକ୍‌ ମିଳିଥାଏ। ତା’ ସହିତ ଏହାକୁ ବ୍ୟବହାର କଲେ ଶରୀରକୁ ଉଷୁମ ବି ଲାଗିଥାଏ। ତେବେ ଏହି ଷ୍ଟାଇଲିଶ୍‌ ଷ୍ଟୋଲ୍‌କୁ ବ୍ଲେଜର୍‌, କୋଟ୍‌ କିମ୍ବା ପାର୍ଟି ଡ୍ରେସ୍‌ ସହ ମ୍ୟାଚିଂ କରି ପିନ୍ଧିଲେ ଆଟ୍ରାକ୍ଟିଭ୍‌ ଲୁକ୍‌ ମିଳିଥାଏ।

ମଲ୍ଟିକଲର୍‌ ଷ୍ଟୋଲ୍‌: ଆପଣ ଚାହିଁଲେ ମଲ୍ଟିକଲର୍‌ ଷ୍ଟୋଲ୍‌କୁ ବି ଏହି ଶୀତଦିନେ ବ୍ୟବହାର କରିପାରିବେ। ଏହା କେବେ ବି ଆଉଟ୍‌ ଅଫ୍‌ ଫ୍ୟାଶନ ହୁଏ ନାହିଁ। ତା’ଛଡ଼ା ଏହାକୁ ଯେ କୌଣସି ଡ୍ରେସ୍‌ ସହ ମ୍ୟାଚିଂ କରି ବି ବ୍ୟବହାର କରିହୁଏ। ଆପଣ ଚାହିଁଲେ ଏହାକୁ ଉଲେନ୍‌ ଟପ୍ସ କିମ୍ବା ବ୍ଲେଜର୍‌ ଅବା ଶାଢ଼ି ସହିତ ବି ଟ୍ରାଏ କରିପାରିବେ। ସେହିପରି ଏହି ଗେଟ୍‌ଅପ୍‌ ସହିତ ଲଙ୍ଗ୍‌ ବୁଟ୍ସ ପିନ୍ଧିଲେ ଲୁକ୍‌ ଆହୁରି ଆକର୍ଷଣୀୟ ଲାଗିଥାଏ।

ଫ୍ଲୋରାଲ୍‌ ଡିଜାଇନ୍‌ ଷ୍ଟୋଲ୍‌: ଫ୍ଲୋରାଲ୍‌ ପ୍ରିଣ୍ଟ ଆଉଟ୍‌ଫିଟ୍‌ ସବୁବେଳେ ରିଫ୍ରେଶିଙ୍ଗ୍‌ ଲୁକ୍‌ ଦେଇଥାଏ। ସେହି ଅନୁଯାୟୀ, ଫ୍ଲୋରାଲ୍‌ ଡିଜାଇନ୍‌ର ଷ୍ଟୋଲ୍‌ ବି ଲୁକ୍‌କୁ ଆଟ୍ରାକ୍ଟିଭ୍‌ କରିବା ସହ ଶୀତ ଦାଉରୁ ବି ରକ୍ଷା ଦେବାରେ ଅନେକ ସାହାଯ୍ୟ କରିଥାଏ। ଖାସ୍‌ କରି ବେକ ଚାରିପଟେ ଏହି ଡିଜାଇନ୍‌ର ଷ୍ଟୋଲ୍‌କୁ ଷ୍ଟାଇଲିଶ୍‌ ଭାବେ କ୍ୟାରି କଲେ ଲୁକ୍‌ ଅଧିକ ସୁନ୍ଦର ଦେଖାଯାଇଥାଏ।

ଏମ୍ବ୍ରୋଡୋରୀ ଷ୍ଟୋଲ୍‌: ଏମ୍ବ୍ରୋଡୋରୀ କାମ ହୋଇଥିବା ଯେ କୌଣସି ଆଉଟ୍‌ଫିଟ୍‌ ଷ୍ଟାଇଲିଶ୍‌ ଲୁକ୍‌ ଦେଇଥାଏ। ଠିକ୍‌ ସେମିତି ଏମ୍ବ୍ରୋଡୋରୀ କାମ ହୋଇଥିବା ଷ୍ଟୋଲ୍‌ ବି ଲୁକ୍‌କୁ ସୁନ୍ଦର କରିବାରେ ବେଶ୍‌ ସହାୟକ ହୋଇଥାଏ। ତେବେ ଏହି ଷ୍ଟାଇଲ୍‌ର ଷ୍ଟୋଲ୍‌କୁ ଖାସ୍‌ କରି ସାଲଓ୍ବାର୍‌ କମିଜ୍‌ କିମ୍ବା ଲଙ୍ଗ୍‌ ସ୍କର୍ଟ ଓ ଟପ୍ସ ସହ ପେୟାର୍‌ କରି ପିନ୍ଧିଲେ ସୁନ୍ଦର
ଦେଖାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧବିରତି ଭିତରେ ଭାରତର ବଡ଼ ବିଜୟ! ୭ବର୍ଷ ପରେ ଚାଇନାକୁ ଦେଲା ଝଟ୍‌କା

ନୂଆଦିଲ୍ଲୀ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ, ବୁଧବାର (୮ ଏପ୍ରିଲ, ୨୦୨୬) ଦିନ ଅଶୋଧିତ ତୈଳ ଭବିଷ୍ୟତରେ ତୀବ୍ର…

ଭୁବନେଶ୍ବରରେ ଛାତିଥରା ହତ୍ୟାକାଣ୍ଡ, ସ୍ତ୍ରୀର ତଣ୍ଟି କାଟି ବୀଭତ୍ସ ହତ୍ୟା କଲେ ସ୍ବାମୀ

ଭୁବନେଶ୍ବର,୮।୪: ରାଜଧାନୀ ଭୁବନେଶ୍ବରରେ ବୀଭତ୍ସ ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି ସ୍ବାମୀ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସ୍ୱସ୍ତି ନଗର…

ଗ୍ରାମ୍ୟ ପାଇପ୍‌ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ

ମୋହନା,୮ା୪ (ମନ୍ମଥ ମିଶ୍ର): ଗ୍ରାମ୍ୟ ପାଇପ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଗଲେ ପମ୍ପ ଚାଳକ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି…

ଯୁଦ୍ଧବିରତି ଭିତରେ ବଦଳିଲା ଗ୍ୟାସ ସିଲିଣ୍ଡର ଦର, ଜାଣନ୍ତୁ ବଢିଲା ନା କମିଲା…

ନୂଆଦିଲ୍ଲୀ,୮।୪: ବିଶ୍ୱ ଉତ୍ତେଜନା ମଧ୍ୟରେ, ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଅନ୍ତର୍ଜାତୀୟ ବଜାରରେ…

ହଜାର ହଜାର ଆଖୁଚାଷୀ, ଶ୍ରମିକଙ୍କ ଜୀବନଜୀବିକା ପ୍ରଭାବିତ, ପୁନଃ ଚିନିକଳ କାର୍ଯ୍ୟକ୍ଷମ ଦାବି କରି…

ବଲାଙ୍ଗୀର,୮ା୪(ସୁନିଲ କୁମାର ମହାନ୍ତି): ଦେଓଗାଁ ଚିନିକଳ ସମିତି ପକ୍ଷରୁ ବୁଧବାର ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜୟାନନ୍ଦ ସମବାୟ ଚିନିକଳ ପୁନଃ କାର୍ଯ୍ୟକ୍ଷମ କରିବା ଦାବି ନେଇ…

ଫିଲ୍ମ ‘ମେହରମୁଣ୍ଡା’ର ରିଲିଜ ପାଇଁ ମା’ ତାରାତାରିଣୀଙ୍କ ଆଶୀର୍ବାଦ ନେଲେ ସିନେ କଳାକାର

ପୁରୁଷୋତ୍ତମପୁର,୮ା୪(ସବିତା ମିଶ୍ର): ନିଚ୍ଛକ ଓଡ଼ିଆ କାହାଣୀକୁ ନେଇ ରିଲିଜ ହେବାକୁ ଯାଉଛି ଫିଲ୍ମ ‘ମେହେରମୁଣ୍ଡା’। ମେହେରମୁଣ୍ଡା ରିଲିଜ ପୂର୍ବରୁ ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ…

କାରରେ ଗଞ୍ଜେଇ ନେଇ ଜାଉଥିଲେ: ମାଡ଼ି ବସିଲା ପୋଲିସ

ନନ୍ଦପୁର,୮।୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ପୋଲିସ ଏକ ଓଆର୦୨ ବିଜେଡ ୬୧୭୦ ନମ୍ବ ବିଶିଷ୍ଟ କାର ସମେତ ୨୧ କିଲୋ ଗଞ୍ଜେଇ ଜବତ କରିଛି।…

ବିଶ୍ବ ଜାଣିଲା ସତ! ଯୁଦ୍ଧବିରତି ନେଇ ନାଁ ଘୋଷଣା କଲେ ଟ୍ରମ୍ପ, ପ୍ରଥମ ପ୍ରତିକ୍ରିୟା ଦେଲା ଚାଇନା

ନୂଆଦିଲ୍ଲୀ,୮।୪: ଇରାନ ଏବଂ ଆମେରିକା ମଧ୍ୟରେ ହୋଇଥିବା ଯୁଦ୍ଧବିରତି ଚୁକ୍ତିକୁ ସ୍ୱାଗତ କରିଛି ଚାଇନା । କିନ୍ତୁ ଇରାନ ସହିତ କୌଣସି ସିଧାସଳଖ ଆଲୋଚନାକୁ ନିଶ୍ଚିତ କରିନାହିଁ ଯାହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri