‘ଶିଶୁପାଳଗଡ଼ ଗଡ଼ଖାଇର ହେବ ପୁନରୁଦ୍ଧାର’

ପୁରୁଣା ଭୁବନେଶ୍ୱର, ୨୫ା୨ (ଡି.ଏନ.ଏ.): ଐତିହ୍ୟ ସଂରକ୍ଷିତ ରଖିବା ନେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଯେତେ ଘୋଷଣା, ଯୋଜନା ପ୍ରସ୍ତୁତ କଲେ ମଧ୍ୟ ଜବରଦଖଲ ଯୋଗୁ ଏସବୁ କାର୍ଯ୍ୟ ଆଗେଇ ପାରୁନାହିଁ। ଜବରଦଖଲ ଯୋଗୁ ବର୍ଷ ବର୍ଷ ହେବ ପରସ୍ପରକୁ ଦୋଷାରୋପ ଭିତରେ ଶିଶୁପାଳଗଡ଼ ଗଡ଼ଖାଇ ନିଶ୍ଚିହ୍ନ ହେବାକୁ ବସିଲାଣି। ୨୦୦୦ବର୍ଷ ତଳର ଐତିହ୍ୟ ସୁରକ୍ଷା ନେଇ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ପ୍ରସ୍ତୁତି ଆରମ୍ଭ କରିଛି। ଏହାର ପୁନରୁଦ୍ଧାର କରାଯିବ ବୋଲି ଏଏସ୍‌ଆଇ ପକ୍ଷରୁ କୁହାଯାଇଛି। ଶିଶୁପାଳଗଡ଼ର ଚତୁଃପାର୍ଶ୍ୱରୁ ଶତ୍ରୁ ଭିତରକୁ ପଶି ନ ପାରିବା ଲାଗି ଗଡ଼ଖାଇ ଖୋଳା ଯାଇଥିଲା। ଶିଶୁପାଳଗଡ଼ର ଚତୁଃପାର୍ଶ୍ୱରେ ଗନ୍ଧବତୀ ନଦୀ ବର୍ତ୍ତମାନର ଗଙ୍ଗୁଆ ନାଳ ରହିଛି। କେତେକ ଦିଗରେ ବଡ଼ ବଡ଼ ଜଳାଶୟ ଓ ନାଳ ସୁରକ୍ଷା ନେଇ ଖୋଳା ଯାଇଥିଲା। କାର୍ଲିଫର୍ନିଆ ଓ ଜର୍ମାନୀର ବହୁ ଗବେଷକଙ୍କ ସହ ଦେଶର ବିଭିନ୍ନ ପ୍ରାନ୍ତରୁ ଐତିହାସିକଙ୍କୁ ଗଡଖାଇ ଆକୃଷ୍ଟ କରିଥିଲା। ମୁଖ୍ୟଗଡ଼ର ମୋଟ ୧୧୯୦ ମିଟର ଲମ୍ବ ଓ ୧୧୫୦ ମିଟର ପ୍ରସ୍ତ ରାମପାର୍ଟ ଓ ଗଡ଼ଖାଇର ବିଭିନ୍ନ ଅଂଶ ଅବାଧ ଭାବେ କାଟି ଓ ପୋତି ଜବରଦଖଲ କରାଯାଇଛି। ଏବେ ଏଠାକାର ଜମିକୁ ବିକ୍ରି କରାଯିବା ପରେ ଗୃହ ନିର୍ମାଣ କରାଯାଉଛି। ଏଥିସହ ଶିଶୁପାଳଗଡ଼ର ଶିଳାକୁ ନେଇ ଏକ ଶିବ ଲିଙ୍ଗ ସଦୃଶ କରାଯାଇଥିବା ଦେଖିବାକୁ ମିଳିଛି।

ପୁନରୁଦ୍ଧାର ପାଇଁ ଜବରଦଖଲ ହେବ ଉଚ୍ଛେଦ

ରାଜ୍ୟ ସରକାରଙ୍କୁ ଦୋଷାରୋପ କରି ଆସୁଥିବା ଏଏସ୍‌ଆଇ ବିଳମ୍ବରେ ହେଲେ ମଧ୍ୟ ଶିଶୁପାଳଗଡ଼ ପୁନରୁଦ୍ଧାର କରିବାକୁ ସକ୍ରିୟ ହୋଇଉଠିଛି। ଏ ନେଇ ଏଏସ୍‌ଆଇ ବରିଷ୍ଠ ଅଧିକାରୀ ନିର୍ମଳ ମହାପାତ୍ର କହିଛନ୍ତି, ଭୁବନେଶ୍ୱର ସର୍କଲ ମୁଖ୍ୟ ପୁରାତତ୍ତ୍ୱ ଅଧୀକ୍ଷଣ ଅଧିକାରୀ ପ୍ରତ୍ୟକ୍ଷ ଭାବେ ଗଡ଼ ଅଞ୍ଚଳ ବୁଲି ଦେଖିଥିଲେ। ଏଥିସହ ଶିଶୁପାଳଗଡ଼ ଓ ଗଡ଼ଖାଇର ସୁରକ୍ଷାକୁ ଦୃଷ୍ଟିରେ ରଖି ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିବାକୁ ବୈଠକରେ ସ୍ଥିର ହୋଇଛି। ମୌଳିକ ସୁବିଧା ଆଳରେ ରାଜ୍ୟ ସରକାର ଅବଗତ ଥାଇ ମଧ୍ୟ ବିଭିନ୍ନ ବିଭାଗ ପକ୍ଷରୁ ବିଦ୍ୟୁତ୍‌, ପାଣି ଓ ରାସ୍ତା ପରି ସେବା ଯୋଗାଇ ଦେଇଛନ୍ତି। ଏଥିଯୋଗୁ କିଛିଟା ଅସୁବିଧା ଦେଖାଦେଇଛି। ଆମ ବିଭାଗ ପକ୍ଷରୁ ପୁନର୍ବାର ଏ ନେଇ ରାଜ୍ୟ ସରକାରଙ୍କୁ ଚିଠି ମାଧ୍ୟମରେ ଜଣାଇବା ପରେ ଖନନ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ସେ ଜଣାଇଛନ୍ତି। ତାଙ୍କ ମତରେ କେବଳ ଏଏସ୍‌ଆଇ ନୁହେଁ, ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗର ପୁରାତତ୍ତ୍ୱ ଅଧିକାରୀ ଡ. ବି.କେ. ରଥ ବିଭିନ୍ନ ସମୟରେ ସ୍ଥାନୀୟ ପୋଲିସ ଓ ପ୍ରଶାସନର ଆନ୍ତରିକତା ଅଭାବ ଯୋଗୁ ଏଭଳି ସଙ୍କଟ ଦେଖାଯାଇଥିବା କହିଛନ୍ତି।

  ରାମପାର୍ଟ ପରେ ଗଡ଼ଖାଇକୁ ପୋତିବା ଆରମ୍ଭ

ଶିଶୁପାଳଗଡ଼ର ମୁଖ୍ୟ ଗଡ଼କୁଦ ଅବା ରାମପାର୍ଟ ଓ କୀର୍ତ୍ତିରାଜି ସ୍ଥଳଗୁଡ଼ିକୁ ଐତିହ୍ୟ ନାମରେ ରେକର୍ଡ ନ କରାଇ ରାଜସ୍ବ ଦସ୍ତାବିଜରେ ରକ୍ଷିତ, ଅନାବାଦୀ ଓ ଗ୍ରାମ୍ୟ ଜଙ୍ଗଲ ପରି କରାଯାଇଛି। ଫଳରେ ମୌଳିକ ସୁବିଧା ମିଳିବାରେ ଜବରଦଖଲକାରୀଙ୍କୁ ଏହା ସୁହାଉଛି। ଫଳରେ ଜବରଦଖଲ ସମସ୍ୟା ବଢି ଚାଲିଛି। କେତେକ କ୍ଷେତ୍ରରେ ରାଜସ୍ବ ଅଧିକାରୀ ଚଞ୍ଚକତା କରି ଜମିର କିସମ ବଦଳାଇ ଘରବାରି କରିଛନ୍ତି। ଶିଶୁପାଳ, ଲିଙ୍ଗିପୁର, ମହାଭୋଇ ଶାସନ, ବଡ଼ଧାନପୁର ଆଦି ମୌଜାର ବିଭିନ୍ନ ସ୍ଥଳ ଭାଗ ଜବରଦଖଲକାରୀ ପୋତି ଦେଇଛନ୍ତି। ଏବେ ଗଡ଼ଖାଇ ଓ ଜଳାଶୟ ରହିଥିବା ଅଞ୍ଚଳ ପୋତି ଜବରଦଖଲ କରିବାକୁ ମଡ଼ାଣ ଦେଇ ବିକ୍ରି ଆରମ୍ଭ କରିଛନ୍ତି। ବଡ଼ଧାନପୁର ମୌଜାର ଖାତା ନଂ. ୨୫୨, ପ୍ଲଟ ନଂ. ୩୭, ମୋଟ ୩୮୫ ଜଳାଶୟ ରହିଥିବାବେଳେ ଏହାକୁ ଲାଗି କରି ପ୍ଲଟ ନଂ. ୩୮ ରାମପାର୍ଟ ରହିଛି। ମାତ୍ର ଏହି ଜଳାଶୟକୁ ପୋତି ରାମପାର୍ଟ କାଟି ଏଠାରେ ରାସ୍ତା ନିର୍ମାଣ କରାଯାଉଛି।

୭ ବର୍ଷ ହେବ ରାଜ୍ୟ ସରକାରଙ୍କ ସର୍ଭେ ସରିନି

ଶିଶୁପାଳଗଡ଼ ସୁରକ୍ଷା ବିପନ୍ନ ହେବା ଯୋଗୁ ରାଜ୍ୟ ସରକାର ବିଶ୍ୱ ସ୍ତରରେ ଢେର ଅପନିନ୍ଦା ମୁଣ୍ଡାଇଛନ୍ତି। ୨୦୧୩ରେ ରାଜ୍ୟ ସରକାରଙ୍କ ପକ୍ଷରୁ ଖୋର୍ଦ୍ଧା ଜିଲା ପ୍ରଶାସନକୁ ଶିଶୁପାଳଗଡ଼ ଓ ଚତୁଃପାର୍ଶ୍ୱ ସ୍ଥିତି ପରଖି ଏକ ରିପୋର୍ଟ ପ୍ରସ୍ତୁତ କରିବାକୁ ଜଣାଇଥିଲେ। ତତ୍‌କାଳୀନ ଖୋର୍ଦ୍ଧା ଜିଲାପାଳ ମାତ୍ର ୧ ମାସ ମଧ୍ୟରେ ରିପୋର୍ଟ ପ୍ରସ୍ତୁତ କରି ଶିଶୁପାଳଗଡ଼ ଅଞ୍ଚଳରେ ଜବରଦଖଲକାରୀଙ୍କ ନିର୍ମାଣ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଜଣାଇଥିଲେ। ସେତେବେଳର ଆରଡିସି ମଧ୍ୟ ସର୍ଭେ ରିପୋର୍ଟ ଜିଲା ପ୍ରଶାସନକୁ ଦେଇଥିଲେ। ପରେ ଏହି ଐତିହ୍ୟ ସୁରକ୍ଷା ନେଇ ସ୍ଥାୟୀ ପ୍ରତିକାର କରାଯିବ ବୋଲି ଜଣାଇଥିଲେ। ଆଇଆଇଟି ପ୍ରଫେସର ସଂଘମିତ୍ରା ସାହୁ ବିଡିଏର ନକ୍ସା ପ୍ରସ୍ତୁତିରେ ମୁଖ୍ୟ ଭୂମିକା ନେଇଥିଲେ। ଶିଶୁପାଳଗଡ଼ ଅଞ୍ଚଳରେ ଜବରଦଖଲ ପରେ ନିର୍ମାଣ କାର୍ଯ୍ୟ ବନ୍ଦ କରିବାକୁ ନେଇ ରାଜ୍ୟ ସରକାର ଓ ବିଡିଏ କର୍ତ୍ତୃପକ୍ଷଙ୍କୁ ଜଣାଇଥିବା ମଧ୍ୟ ଉଲ୍ଲେଖ ରହିଛି। ମାତ୍ର ଦୀର୍ଘ ୭ ବର୍ଷ ହେବ ରାଜ୍ୟ ସରକାରଙ୍କ ସର୍ଭେ ରିପୋର୍ଟ ପ୍ରସ୍ତୁତ ହୋଇପାରି ନ ଥିବାରୁ ସମସ୍ତ ଅଧିକାରୀଙ୍କ ପାରିବା ପଣିଆ ଓ ଆନ୍ତରିକତା ପଦାରେ ପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri