ଶିଳ୍ପାୟନ ଧୂଅଁାବାଣ:ଧ୍ୱଂସ ହୋଇଯାଉଛି କ୍ଷୁଦ୍ରଶିଳ୍ପ,୫ ବର୍ଷରେ ୧୫ ହଜାର କ୍ଷୁଦ୍ର, ମଧ୍ୟମ ଶିଳ୍ପରେ ତାଲା

ଭୁବନେଶ୍ୱର, ୨୩ା୮(ବ୍ୟୁରୋ):ଶିଳ୍ପାୟନର ସ୍ବପ୍ନ ଦେଖାଉଛନ୍ତି ରାଜ୍ୟ ସରକାର। ରାଜ୍ୟରେ ଆଲୁମିନିୟମ, ଇସ୍ପାତ, ଆଲୁମିନା, ସାର, ପେଟ୍ରୋ କେମିକାଲ, ପ୍ଲାଷ୍ଟିକ ଭଳି ବଡ଼ ବଡ଼ ଶିଳ୍ପ ସାଙ୍ଗକୁ କୃଷି, ଖାଦ୍ୟ ପ୍ରକ୍ରିୟାକରଣ, ସ୍ବାସ୍ଥ୍ୟ, ପର୍ଯ୍ୟଟନ, ପ୍ରତିରକ୍ଷା, ଶକ୍ତି, ସୂଚନା ପ୍ରଯୁକ୍ତି କ୍ଷେତ୍ର ପାଇଁ ବୃହତ ପୁଞ୍ଜି ନିବେଶ ହେବ। ରାଜ୍ୟର ଭାଗ୍ୟ ବଦଳିଯିବ। ବେକାର ଯୁବତୀ ଯୁବକଙ୍କୁ କାମଧନ୍ଦା ମିଳିଯିବ। ଗତ ୫ ବର୍ଷ ହେବ ରାଜ୍ୟ ସରକାର ରାଜ୍ୟବାସୀଙ୍କୁ ଏମିତି ସ୍ବପ୍ନ ଦେଖାଇ ଆସୁଛନ୍ତି। ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ କରି ଓଡ଼ିଶାକୁ ପୁଞ୍ଜି ନିବେଶ ହବ୍‌ରେ ପରିଣତ କରିବାକୁ ଚେଷ୍ଟା ଚାଲିଛି। ହେଲେ ସରକାର ରାଜ୍ୟରେ ଥିବା ପୁରୁଣା ଶିଳ୍ପଗୁଡିକୁ ଗୋଟିଏ ପରେ ଗୋଟିଏ ବନ୍ଦ କରି ଚାଲିଛନ୍ତି। କେବଳ ବଡ଼ ଶିଳ୍ପ ନୁହେଁ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପଗୁଡ଼ିକ ମଧ୍ୟ ସରକାରୀ ପ୍ରୋତ୍ସାହନ ଏବଂ ବଜାର ସୁବିଧା ନ ପାଇ ମୁହଁମାଡି ପଡ଼ିଲେଣି।
କ୍ଷୁଦ୍ର ଓ ମଧ୍ୟମ ଶିଳ୍ପକୁ ପ୍ରୋତ୍ସାହନ ଦେବାକୁ ରାଜ୍ୟ ସରକାର ୨୦୧୫ରେ ଶିଳ୍ପ ନୀତି କାର୍ଯ୍ୟକାରୀ କରିଥିବାବେଳେ ଏମ୍‌ଏସ୍‌ଏମ୍‌ଇ ବିକାଶ ନୀତି-୨୦୧୫ ପ୍ରଣୟନ କରିଥିଲେ। ୨୦୧୭-୧୮ରେ ୫୦,୧୫୮ ଏମ୍‌ଏସ୍‌ଏମ୍‌ଇ ୟୁନିଟ୍‌ ସ୍ଥାପନ କରାଯାଇଥିଲା, ଯେଉଁଥିରେ କି ୨,୩୨୪.୪୬ କୋଟି ଟଙ୍କାର ପୁଞ୍ଜି ନିବେଶ ହେବା ସହ ୧.୪୭ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। କେବଳ ଏତିକି ନୁହେଁ ଗତ ୫ ବର୍ଷରେ ରାଜ୍ୟରେ ୧,୯୮,୭୩୬ ଏମ୍‌ଏସ୍‌ଏମ୍‌ଇ ୟୁନିଟ୍‌ ସ୍ଥାପନ ହୋଇଥିବା ସରକାର ୨୦୧୮-୧୯ ଅର୍ଥନୈତିକ ସର୍ଭେ ରିପୋର୍ଟରେ କହିଛନ୍ତି। ଏଥିରେ ୧୦୯.୭୫ କୋଟି ଟଙ୍କା ନିବେଶ ହେବା ସହ ୬.୨୮ ଲକ୍ଷ ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିଛି। କ୍ଷୁଦ୍ରଶିଳ୍ପକୁ ପ୍ରୋତ୍ସାହନ ଦେଇ ଅନୁକୂଳ ପରିବେଶ ସୃଷ୍ଟି କରୁଥିବାରୁ ୨୦୧୮ ଷ୍ଟାର୍ଟଅପ୍‌ ର଼୍ୟାଙ୍କରେ ଓଡ଼ିଶା ଏକ ଉତ୍ତମ ପ୍ରଦର୍ଶନକାରୀ ରାଜ୍ୟ ଭାବେ ପରିଚୟ ପାଇପାରିଛି। ଜିଲାସ୍ତରରେ ସିଙ୍ଗଲଓ୍ବିଣ୍ଡୋ କ୍ଲିୟରାନ୍ସ ଅଥରିଟି (ଡିଏଲ୍‌ଏସ୍‌ଡବ୍ଲ୍ୟୁସିଏ) ଗଠନ କରି ଷ୍ଟାର୍ଟଅପ୍‌ ଓଡ଼ିଶା ଆରମ୍ଭ କରି ଏମ୍‌ଏସ୍‌ଏମ୍‌ଇଗୁଡିକୁ ପ୍ରୋତ୍ସାହିତ କରୁଛନ୍ତି।
ଏସବୁ ସତ୍ତ୍ୱେ ରାଜ୍ୟରେ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀମାନଙ୍କୁ ରାଜ୍ୟ ସରକାର ଆକୃଷ୍ଟ କରିବାରେ ବିଫଳ ହୋଇଛନ୍ତି। ଏମ୍‌ଏସ୍‌ଏମ୍‌ଇ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟର ୩୦ଟି ଜିଲାରେ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଗୁଡିକର ସ୍ଥିତି ଅତ୍ୟନ୍ତ ଦୟନୀୟ। ରାଜ୍ୟରେ ଗତ ୫ ବର୍ଷରେ ପଞ୍ଜୀକୃତ ହୋଇଥିବା ୧୫,୩୧୫ ସୂକ୍ଷ୍ମ ଓ ମଧ୍ୟମ ଶିଳ୍ପରେ ତାଲା ପଡିଛି। ଏଥିରେ ନିୟୋଜିତ ଥିବା ୧,୨୯,୯୫୦ ଜଣ ଲୋକ ବେକାର ହୋଇଯାଇଛନ୍ତି। ବନ୍ଦ ହୋଇଥିବା ଏହି ଶିଳ୍ପ ମଧ୍ୟରୁ ସୁନ୍ଦରଗଡରେ ସର୍ବାଧିକ ୨୦୨୦, କଟକ ୨୪୦୨, ଭୁବନେଶ୍ୱର ୧୫୦୪, ଗଞ୍ଜାମ ୧୦୬୧, ସମ୍ବଲପୁର ୫୩୩, ବରଗଡ ୩୩୪, କେନ୍ଦୁଝର ୬୮୩, ବାଲେଶ୍ୱର ୫୫୮, ଭଦ୍ରକ ୩୪୬, ଢେଙ୍କାନାଳ ୩୯୬, କଳାହାଣ୍ଡି ୪୧୮, ରାୟଗଡା ୨୫୬, ନବରଙ୍ଗପୁର ୧୫୭ ଏବଂ ମାଲକାନଗିରିରେ ୧୧୬ଟି ଶିଳ୍ପ ବନ୍ଦ ହୋଇଛି। ରାଜ୍ୟ ସରକାର ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ ଏବଂ ବିଦେଶରେ ରୋଡ ଶୋ କରି ବଡ଼ ବଡ଼ ଶିଳ୍ପକୁ ଓଡ଼ିଶା ଆଣିବାକୁ ପାଣି ଭଳି ଟଙ୍କା ବୁହାଇ ଚାଲିଛନ୍ତି। ମାତ୍ର ରାଜ୍ୟର ଶିକ୍ଷିତ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହନ, ବଜାର ଓ ବ୍ୟାଙ୍କ ସୁବିଧା ଦେଇପାରୁ ନ ଥିବାରୁ ଆରମ୍ଭ ହେବାର ଅଳ୍ପ କେଇମାସ ପରେ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପରେ ତାଲା ପଡୁଛି । ସରକାରୀ ଉଦାସୀନତାକୁ ଯୁବ ଉଦ୍ୟୋଗୀ ମହଲ ନାପସନ୍ଦ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାତ୍ର ୬୧ ଟଙ୍କାରେ ଇନ୍‌ସୁରାନ୍ସ, ଫୋନ ଚୋରି ହୋଇଗଲେ ମିଳିବ ୨୫,୦୦୦ ଟଙ୍କା…

ଯଦି ଆପଣଙ୍କ ସ୍ମାର୍ଟଫୋନ ଚୋରି ହୋଇଯାଏ ନଚେତ କେଉଁଠି ହଜି ଯାଏ, ତେବେ କ୍ଷତି ସହିବାକୁ ଏବେ ପଡ଼ିବ ନାହିଁ। VI ଭାରତରେ ପ୍ରଥମ ଥର...

ମହେନ୍ଦ୍ରଗିରିରେ ୨ ପର୍ଯ୍ୟଟକ ଭରା ଗାଡ଼ି ଦୁର୍ଘଟଣା: ଘାଟିରୁ ଖସି…

ଗଜପତି,୨୧ା୧୨(ଗିରିଧାରୀ ପରିଚ୍ଛା): ଢେଙ୍କାନାଳ ଓ କଟକ ଅଞ୍ଚଳରୁ ଭରା ପର୍ଯ୍ୟଟକ ଥିବା ଦୁଇ ଗାଡ଼ି ଆସି ପବିତ୍ର ମହେନ୍ଦ୍ରଗିରି ଭ୍ରମଣ କରିଥିଲେ। ତେବେ ମହେନ୍ଦ୍ର ଦର୍ଶନ...

ପାଣ୍ଡିଆନଙ୍କ ଭୂମିକାକୁ ନେଇ ଏମିତି କହିଲେ ସମ୍ବିତ ରାଉତରାୟ, ୨୦୨୬ରେ ବହୁତ କିଛି…

ଭୁବନେଶ୍ୱର,୨୧ା୧୨: ୨୦୨୬ରେ ବହୁତ କିଛି ହେବ। କିଛି ମେଳି ନାହିଁ ବୋଲି କହିଛନ୍ତି ବିଜେଡି ନେତା ସମ୍ବିତ ରାଉତରାୟ। ସେ କହିଛନ୍ତି, ରାଜନୀତି କଲେ ଚର୍ଚ୍ଚା...

ଥାନାରେ ଏତଲା ଦେଲେ ହ୍ୟୁମାନ ସାଗରଙ୍କ ମା, ମୋ’ ପୁଅକୁ…

କଟକ,୨୧ା୧୨: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଥାନାରେ ଏତଲା ଦିଆଯାଇଛି। ତେବେ କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି ହ୍ୟୁମାନଙ୍କ...

ବାସୁଦେବପୁରରେ ଭୟଙ୍କର ଦୁର୍ଘଟଣା: ହାଇଓ୍ବା- ଟ୍ରେଲର ମୁହାଁମୁହିଁ ଧକ୍କା

ବାସୁଦେବପୁର,୨୧।୧୨(କାଳୀପଦ ରାୟ): ବାସୁଦେବପୁର ବ୍ଲକ ଅଧୀନ ଜାମଝାଡି, ଧାମରା ରାସ୍ତାର ମାତାଜୀ ମଠ ଛକଠାରେ ଏକ ହାଇଓ୍ବା ଓ ଟ୍ରେଲର ମୁହାଁମୁହିଁ ଧକ୍କା ହୋଇଛନ୍ତି। ହାଇଓ୍ବାଟି...

କାହିଁକି ଭଡ଼ା ବୃଦ୍ଧି କଲା ରେଳ ବିଭାଗ ଜାଣନ୍ତୁ…

ନୂଆଦିଲ୍ଲୀ,୨୧ା୧୨: ଭାରତୀୟ ରେଳ ବିଭାଗ ୨୬ ଡିସେମ୍ବରରୁ ଯାତ୍ରୀ ଭଡ଼ାରେ ପରିବର୍ତ୍ତନ ଘୋଷଣା କରିଛି। ତେବେ ଏହି ଭଡ଼ା ବୃଦ୍ଧି ପଛରେ ମୁଖ୍ୟ କାରଣ ହେଉଛି...

ବ୍ୟାଟରୁ ବିଜନେସ, କେମିତି ୧୦୦୦କୋଟିର ସାମ୍ରାଜ୍ୟ ଠିଆ କଲେ ବିରାଟ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିରାଟ କୋହଲି ପଡ଼ିଆରେ ଚୌକା ଏବଂ ଛକା ମାରିଥାନ୍ତି, ଷ୍ଟାଡିୟମ କରତାଳିରେ ପ୍ରତିଧ୍ୱନିତ ହୋଇଯାଏ। କିନ୍ତୁ ବହୁତ କମ ଲୋକ ଜାଣନ୍ତି ଯେ...

ବିଜେଡିକୁ ନେଇ ଏମିତି କହିଲେ ଅଶୋକ ପଣ୍ଡା, ଭାଜପା କଂଗ୍ରେସରେ ଯେଭଳି…

ଭୁବନେଶ୍ୱର,୨୧ା୧୨: ବିଜେଡିକୁ ନେଇ ବରିଷ୍ଠ ନେତା ଅଶୋକ ପଣ୍ଡା ଏକ ବୟାନ ଦେଇଛନ୍ତି। ସେ କହିଛନ୍ତି, ଭାଜପା-କଂଗ୍ରେସରେ ଯେଭଳି କନ୍ଦଳ ଥିଲା ବିଜେଡିରେ ସେଭଳି ନାହିଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri