ଶିଳ୍ପବିହୀନ ଜିଲାରେ ରୋଜଗାର ଚିନ୍ତା

ବଲାଙ୍ଗୀର ଅଫିସ, ୧୫ା୬:  କରୋନା ସଂକ୍ରମଣ ସମସ୍ୟା ଠୁ ବି ଅଧିକ ଚର୍ଚ୍ଚାରେ ରହିଛି ବଲାଙ୍ଗୀର ଜିଲାର ପ୍ରବାସୀ ଶ୍ରମିକ ସମସ୍ୟା। କରୋନା ମହାମାରୀ ଅନେକ ସରକାରୀ ତଥ୍ୟ ଉପରୁ ପର୍ଦ୍ଦା ହଟାଇ ଦେଇଛି। ଜିଲାରୁ ପ୍ରତିବର୍ଷ ଲକ୍ଷାଧିକ ଦାଦନ ଶ୍ରମିକ ରାଜ୍ୟ ବାହାରକୁ କାମ କରିବାକୁ ଯାଉଥିଲେ ମଧ୍ୟ ଜିଲା ଶ୍ରମ ବିଭାଗ ପକ୍ଷରୁ ଏହାକୁ ଅସ୍ବୀକାର କରାଯାଉଥିଲା। ଚଳିତବର୍ଷ ଜିଲାରୁ ମାତ୍ର ୧୧ ହଜାର ୫ ଶହ ଦାଦନ ଶ୍ରମିକ ରାଜ୍ୟ ବାହାରକୁ ଯାଇଥିବା ସରକାରୀ ତଥ୍ୟ କହୁଛି। ଅନ୍ୟପକ୍ଷେ କରୋନା ପରେ ବାହାର ରାଜ୍ୟରେ ଥିବା ଜିଲାର ପ୍ରାୟ ଦେଢ଼ଲକ୍ଷ ପ୍ରବାସୀ ଫେରିବାକୁ ପଞ୍ଜୀକରଣ କରିଛନ୍ତି। କରୋନା ସରକାରୀ ମିଥ୍ୟା ତଥ୍ୟକୁ ଉଜାଗର କରିଦେଇଛି। ଏ ପର୍ଯ୍ୟନ୍ତ ଶ୍ରମିକ ସ୍ପେଶାଲ ଟ୍ରେନ୍‌, ଯାତ୍ରୀବାହୀ ବସ୍‌, ଅନ୍ୟାନ୍ୟ ଯାନବାହନ, ବ୍ୟକ୍ତିଗତ ଉଦ୍ୟମରେ ଜିଲାକୁ ପ୍ରାୟ ୮୫ ହଜାର ଶ୍ରମିକ ଫେରିଥିବା ଜଣାପଡିଛି। ବାହାର ରାଜ୍ୟରୁ ଫେରିଥିବା ପ୍ରବାସୀ ଶ୍ରମିକଙ୍କ ମଧ୍ୟରୁ ଅନେକ ସରକାରୀ କ୍ୱାରାଣ୍ଟାଇନ୍‌ ଅବଧି ପୂରା କରିବା ପରେ ହୋମ୍‌ ଆଇସୋଲେଶନ୍‌ରେ ରହିଛନ୍ତି। କେତେକ ସମ୍ପୂର୍ଣ୍ଣ କ୍ୱାରାଣ୍ଟାଇନ୍‌ ଅବଧି ପୂରଣ କରିସାରିଛନ୍ତି। ଜିଲାକୁ ଫେରିବା ପରେ ଶୂନ୍ୟହସ୍ତ ହୋଇ ଫେରିଥିବା ଏହି ଶ୍ରମିକମାନେ ଏବେ କ’ଣ କରିବେ ତାହା ଚିନ୍ତାର ବିଷୟ ପାଲଟିଛି।
ବଲାଙ୍ଗୀର ଜିଲାରେ ଶିଳ୍ପ ନାହିଁ। ଏକମାତ୍ର କୃଷିଭିତ୍ତିକ ଶିଳ୍ପ କାରଖାନା ଦେଓଗାଁସ୍ଥିତ ବିଜୟାନନ୍ଦ ସମବାୟ ଚିନିକଳ ଦୀର୍ଘ ୭/୮ ବର୍ଷ ହେଲା ବନ୍ଦ ପଡିଛି। ଜିଲାରେ ମାତ୍ର ୩ ପ୍ରତିଶତ ନିଶ୍ଚିତ ଜଳସେଚନ ସୁବିଧା ରହିଛି। ଏଭଳି ସ୍ଥିତିରେ ଜିଲାରେ ପ୍ରବାସୀ ଶ୍ରମିକଙ୍କୁ ରୋଜଗାର ଯୋଗାଇବାର ବିକଳ୍ପ ରାସ୍ତା ସୀମିତ। କ୍ୱାରାଣ୍ଟାଇନ୍‌ ଅବଧି ପୂରଣ କରିବା ପରେ ଏତେ ସଂଖ୍ୟକ ପ୍ରବାସୀ ଶ୍ରମିକ କିଭଳି ନିୟୋଜିତ ହେବେ ତାହା ଏବେ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଦୀର୍ଘ ୨୦ବର୍ଷର ସ୍ଥିର ଶାସନ ରାଜ୍ୟରେ ରହିଥିଲେ ମଧ୍ୟ ବଲାଙ୍ଗୀର ଜିଲାର ଦାଦନ ଓ ପ୍ରବାସୀ ଶ୍ରମିକ ସମସ୍ୟାର ସମାଧାନ ବାଟ ବାହାରି ପାରିନାହିଁ। ନୂଆ ଶିଳ୍ପ ତ ପ୍ରତିଷ୍ଠା ହୋଇପାରିଲା ନାହିଁ ଚାଲିଥିବା ଚିନିକଳ ବି ବନ୍ଦ ହୋଇଗଲା। ଏଭଳି ସ୍ଥିତିରେ ସରକାରଙ୍କ ପାଖରେ କର୍ମନିୟୋଜନର ବିକଳ୍ପ ପନ୍ଥା କ’ଣ ରହିଛି ଏହା ଏବେ ବଡ ପ୍ରଶ୍ନ ହୋଇ ଉଭାହୋଇଛି। ରାଜ୍ୟ ବାହାରୁ ଆସୁଥିବା ପ୍ରବାସୀ ଶ୍ରମିକ କରୋନା ସଂକ୍ରମିତ ଚିହ୍ନଟ ହେଉଥିବାରୁ ଏହା ନୂଆ ସମସ୍ୟା ସୃଷ୍ଟି କରୁଛି।
କରୋନା ମହାମାରୀ ସମୟରେ ଜିଲାରେ ଶ୍ରମିକଙ୍କ ପାଇଁ ସାହାଭରସା ପାଲଟିଛି ଏମ୍‌ଜିଏନ୍‌ଆର୍‌ଇଜିଏସ୍‌। ଏହି ଯୋଜନାରେ ଜିଲାର ସର୍ବକାଳୀନ ରେକର୍ଡ ପ୍ରତିଷ୍ଠା ହୋଇଛି। ଶନିବାର ଗୋଟିଏ ଦିନରେ ୧ଲକ୍ଷ ୧୯ହଜାର ପର୍ଯ୍ୟନ୍ତ ଶ୍ରମିକ ଏମ୍‌ଜିଏନ୍‌ଆରଇଜିଏସ୍‌ରେ କାମ କରିଛନ୍ତି ା ଶ୍ରମିକମାନେ ୯୯.୨୩ ପ୍ରତିଶତ ମଜୁରି ଠିକଣା ସମୟରେ ପାଉଥିବା ସୂଚନା ଦିଆଯାଇଛି। ତେବେ କରୋନା ସମୟରେ ରାଜ୍ୟ ବାହାରୁ ଆସିଥିବା ପ୍ରବାସୀ ଓ ଜିଲା ଭିତର ଶ୍ରମିକଙ୍କୁ ଏହି ଗୋଟିଏ ଯୋଜନାରେ କେତେ ନିୟୋଜିତ କରାଯାଇପାରିବ ତାହା ବଡ଼ ପ୍ରଶ୍ନ ହୋଇ ଉଭା ହୋଇଛି। ବିଶେଷକରି ବାହାର ରାଜ୍ୟରେ ରହି କାମ କରୁଥିବା ଅର୍ଦ୍ଧକୁଶଳୀ, ଅଣକୁଶଳୀ ଶ୍ରମିକଙ୍କୁ କିଭଳି ନିଯୁକ୍ତି ଯୋଗାଯିବ ଏହା ମଧ୍ୟ ବଡ଼ ପ୍ରଶ୍ନ। ଏ ସମ୍ପର୍କରେ ଜିଲାପାଳ ଅରିନ୍ଦମ ଡାକୁଆଙ୍କୁ ପଚାରିବାରୁ ପ୍ରବାସୀ ଶ୍ରମିକମାନଙ୍କୁ ଏମଜିଏନ୍‌ଆରଇଜିଏ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଉଛି। ଯେଉଁ ଶ୍ରମିକମାନେ ରାଜ୍ୟ ବାହାରେ ବିଭିନ୍ନ ଦକ୍ଷତା ନେଇ କାର୍ଯ୍ୟ କରୁଥିଲେ ସେମାନଙ୍କର ଦକ୍ଷତା ଚିହ୍ନଟ(ସ୍କିଲମ୍ୟାପିଂ) ଅଭିଯାନ ଚାଲିଛି। ପରବର୍ତ୍ତୀ ସମୟରେ ରାଜ୍ୟ ସରକାର ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri