ଶିକ୍ଷକ ସ୍ବାମୀକୁ ଲଣ୍ଡା, ଶିକ୍ଷୟିତ୍ରୀ ସ୍ତ୍ରୀଙ୍କୁ ଉଲଗ୍ନ କରି ବୁଲାଇଲେ; ଲଜ୍ଜାରେ ଶିକ୍ଷୟିତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ୱର, ୨ା୬(ବ୍ୟୁରୋ)- ଜଣେ ଶିକ୍ଷକଙ୍କୁ ଲୋକେ ଲଣ୍ଡା କରିବା ସହ ତାଙ୍କ ଶିକ୍ଷୟିତ୍ରୀ ସ୍ତ୍ରୀଙ୍କୁ ଉଲଗ୍ନ କରି ବୁଲାଇଛନ୍ତି। ଭୁବନେଶ୍ୱରର ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଧିରୁକିଟି ବସ୍ତିରେ କିଛିଦିନ ତଳେ ଘଟିଥିବା ଏହି ସ୍ପର୍ଶକାତର ଘଟଣାର ଭିଡିଓ ଏବେ ଭାଇରାଲ ହୋଇଛି। ବସ୍ତିର କେତେଜଣ ଲୋକ ଏପରି କାଣ୍ଡ ଘଟାଇଛନ୍ତି। ଅନ୍ୟପକ୍ଷରେ ଜଣେ ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ପୋଲିସ ଉକ୍ତ ଶିକ୍ଷକଙ୍କୁ ଗିରଫ କରି ଜେଲ୍‌ ପଠାଇଦେଇଥିବାବେଳେ ଭିଡିଓ ଭାଇରାଲ ଯୋଗୁ ଶିକ୍ଷୟିତ୍ରୀ ଜଣକ ଲୋକଲଜ୍ଜାରେ ମାନସିକ ଭାରସାମ୍ୟ ହରାଇଛନ୍ତି। ଏପରି କି ସେ ଶନିବାର ମଧ୍ୟାହ୍ନରେ ବସ୍ତି ନିକଟ ଟ୍ରେନ୍‌ ଲାଇନ ଉପରେ ଠିଆ ହୋଇ ଆତ୍ମହତ୍ୟା ଉଦ୍ୟମ କରୁଥିବାବେଳେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିଛନ୍ତି।

ଶିକ୍ଷୟିତ୍ରୀ ଜଣକ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଥିଲେ ଯେ, ତାଙ୍କ ସ୍ବାମୀଙ୍କୁ ମିଛ ମାମଲାରେ ଫସାଇ ଦିଆଯାଇଛି। କିନ୍ତୁ ପୋଲିସ ଏହାକୁ ଗୁରୁତ୍ୱ ଦେଉ ନ ଥିବା ସେ ଅଭିଯୋଗ କରିଛନ୍ତି। ଶିକ୍ଷୟିତ୍ରୀଙ୍କ ଅଭିଯୋଗ ଅନୁଯାୟୀ, ସେ ଓ ତାଙ୍କ ସ୍ବାମୀ ଧିରୁକୁଟି ସାହିରେ ଏକ କୋଚିଂ ସେଣ୍ଟର ଖୋଲି ପିଲାଙ୍କୁ ପାଠ ପଢାନ୍ତି। ଗତ ୨୮ ତାରିଖରେ ତାଙ୍କ ସ୍ବାମୀ ବାକିଥିବା ୭ ହଜାର ଟଙ୍କା ଆଣିବାକୁ ଜଣେ ଛାତ୍ରୀଙ୍କ ଘରକୁ ଯାଇଥିଲେ। ବାକି ଟଙ୍କାକୁ ନେଇ ଛାତ୍ରୀଙ୍କ ପରିବାର ଲୋକଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା। ଏହାପରେ ଛାତ୍ରୀଙ୍କୁ ଶିକ୍ଷକ ଜଣକ ଅସଦାଚରଣ କରିଥିବା ନେଇ ତାଙ୍କ ପରିବାର ଲୋକେ ବାହାରେ ହାଲ୍ଲା କରିଥିଲେ। ଫଳରେ ବସ୍ତିର କେତେଜଣ ଲୋକେ ଉତ୍ତ୍ୟକ୍ତ ହୋଇ ଶିକ୍ଷକଙ୍କୁ ନିସ୍ତୁକ ମାଡ଼ ମାରିବା ସହ ଲଣ୍ଡା କରି ବୁଲାଇଥିଲେ। ଏକଥା ଶୁଣି ତାଙ୍କ ସ୍ତ୍ରୀ ସେଠାରେ ପହଞ୍ଚତ୍ ସ୍ବାମୀଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ହେଲେ ତାଙ୍କୁ ମଧ୍ୟ ଉଲଗ୍ନ କରାଯାଇ ମାଡ଼ ମରାଯାଇଥିଲା। ପୋଲିସ ସେଠାରେ ପହଞ୍ଚତ୍ ଶିକ୍ଷକଙ୍କୁ ଉଦ୍ଧାର କରି ଥାନାକୁ ନେଇଥିଲା। କିନ୍ତୁ ଛାତ୍ରୀଙ୍କ ପରିବାର ଲୋକେ ଶିକ୍ଷକଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ କରିବାରୁ ତାଙ୍କୁ ପୋଲିସ ୨୯ ତାରିଖରେ ଗିରଫ କରିଥିଲା। ଅନ୍ୟପକ୍ଷରେ ଶିକ୍ଷୟିତ୍ରୀଙ୍କ ଅଭିଯୋଗକୁ ପୋଲିସ ଗ୍ରହଣ କରୁ ନ ଥିବା ସେ ଅଭିଯୋଗ କରିଛନ୍ତି। ଏପରିକି ତାଙ୍କୁ ଉଲଗ୍ନ କରି ଅସଦାରଚଣ କରାଯିବାର ଭିଡିଓ ପ୍ରଘଟ ହୋଇଥିଲେ ମଧ୍ୟ ପୋଲିସ ନୀରବଦ୍ରଷ୍ଟା ସାଜିଛି ବୋଲି ସେ କହିଛନ୍ତି।

ଏ ସଂକ୍ରାନ୍ତରେ ମଞ୍ଚେଶ୍ୱର ଥାନା ଅଧିକାରୀ ଜିତେନ୍ଦ୍ର ନାଥ ସେଠୀଙ୍କୁ ପଚାରିବାରୁ ସେ କୁହନ୍ତି, ପ୍ରାଥମିକ ତଦନ୍ତରୁ ଆମେ ଶିକ୍ଷକଙ୍କୁ ଗିରଫ କରିଛୁ। ଶିକ୍ଷକଙ୍କୁ ଲଣ୍ଡା କରିବା ନେଇ ଆଉ ଏକ ମାମଲା ହୋଇଛି। କିନ୍ତୁ ଭାଇରାଲ ଭିଡିଓ ବିଷୟରେ ଆମ ପାଖରେ କୌଣସି ତଥ୍ୟ ନାହିଁ। ଅଭିଯୋଗର ତଦନ୍ତ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିନା ଫିଟନେସ୍‌, ବୀମା , ପରମିଟ୍‌ରେ ଗାଡ଼ି ଚଳାଇଲେ ହେବ ଜବତ; STAର କଡ଼ା ନିର୍ଦ୍ଦେଶ

ଭୁବନେଶ୍ୱର, ୭।୭: ରାଜ୍ୟରେ ସଡ଼କ ଦୁର୍ଘଟଣା ହ୍ରାସ କରିବା ଏବଂ ସଡ଼କ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ପରିବହନ ପ୍ରାଧିକରଣ (STA) କଠୋର ଆଭିମୁଖ୍ୟ ଗ୍ରହଣ…

କୋଚ ପଦ ହରାଇବେ ଗୌତମ ଗମ୍ଭୀର! ଦାୟିତ୍ୱ ନେବେ ଜଣେ ଅଭିଜ୍ଞ ଖେଳାଳି!

ନୂଆଦିଲ୍ଲୀ,୭।୭: ଜିମ୍ବାୱେ ବିପକ୍ଷରେ ଟି-୨୦ ସିରିଜ ପାଇଁ ଦଳ ଘୋଷଣା କରିବା ପରେ, ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମଧ୍ୟ ପ୍ରଶିକ୍ଷକ କର୍ମଚାରୀଙ୍କ ସମ୍ପର୍କରେ ଏକ…

ଗାଧୋଇବା ହେଲା କାଳ, ବୁଢାବଳଙ୍ଗରେ ଭାସିଗଲେ ଯୁବକ

ବାରିପଦା,୭।୭: ମୟୂରଭଞ୍ଜ ଜିଲା ବୁଢାବଳଙ୍ଗ ନଦୀରେ ମଙ୍ଗଳବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବୁଢାବଳଙ୍ଗ ନାର୍ଖା ବ୍ରିଜ ତଳେ ଗାଧୋଇବା ବେଳେ ଭାସି ଯାଇ ଜଣେ…

ଭୟଙ୍କର ଭୂସ୍ଖଳନ, ୩ ମୃତ ୭ ନିଖୋଜ, ସାମ୍ନାକୁ ଆସିଲା ଛାତିଥରା VIDEO

ଥିରୁଭାନନ୍ତପୁରମ,୭।୭: ପ୍ରିୟଙ୍କା ଗାନ୍ଧୀଙ୍କ ସଂସଦୀୟ କ୍ଷେତ୍ର କେରଳର ୱାୟାନାଡ ଏକ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି। ମେପାଡି ନିକଟସ୍ଥ କଲ୍ଲାଡିରେ ହଠାତ ଭୂସ୍ଖଳନ ହେବାରୁ ଏଥିରେ ୩…

ରମାଦେବୀ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ ଉତ୍ତେଜନା

ଭୁବନେଶ୍ବର,୭।୭: ଭୁବନେଶ୍ବର ସ୍ଥିତ ରମାଦେବୀ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ ମଙ୍ଗଳବାର ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। କ୍ୟାମ୍ପସ ଭିତରକୁ ଅଣଛାତ୍ରୀଛାତ୍ର ପ୍ରବେଶକୁ ବିରୋଧ କରି ବିଶ୍ବବିଦ୍ୟାଳୟର ଛାତ୍ରୀମାନେ ଅସନ୍ତୋଷ…

ଗୋଲ୍ଡେନ ବୁଟ୍‌ ରେସ୍‌ରେ ଏହି ୩ ଖେଳାଳି, ଜାଣନ୍ତୁ…

ଇଷ୍ଟ ରଦରଫୋର୍ଡ,୭ା୭: ବ୍ରାଜିଲ ବିପକ୍ଷ ପ୍ରି-କ୍ୱାର୍ଟର ମ୍ୟାଚ୍‌ରେ ଡବଲ ଗୋଲ ଦେଇ ନରଓ୍ବେକୁ ଜିତାଇଥିବା ଏର୍ଲିଂ ହାଲାଣ୍ଡ ଚଳିତ ବିଶ୍ୱକପ୍‌ରେ ଗୋଲ୍ଡେନ ବୁଟ୍‌ ରେସରେ ସାମିଲ ହୋଇଛନ୍ତି।…

ଶିଶୁ କନ୍ୟାଙ୍କୁ ଝୁଣି ଦେଲେ ୨ ବୁଲା କୁକୁର: ୩ ସ୍ଥାନରେ ଲାଗିଛି…

ଦିଗପହଣ୍ଡି,୭|୭(ଅଶେଷ ନାଥ ମିଶ୍ର ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମହାନାଳା ଗ୍ରାମର ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ଵିତୀୟ ଶ୍ରେଣୀରେ ପଢୁଥିବା ପାଟପୁର ଗ୍ରାମର ପ୍ରମୋଦ ସାହୁଙ୍କ…

ଭୁବନେଶ୍ୱରରେ ନିର୍ମାଣ ହେବ ନୂଆ ରାଜସ୍ୱ ଭବନ: ୬୦୦ କୋଟି ଟଙ୍କା ବ୍ୟୟରେ ଉଠିବ ୧୦ ମହଲା ବିଶିଷ୍ଟ କୋଠା

ଭୁବନେଶ୍ୱର, ୭।୭: ରାଜ୍ୟର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ ଓ ଆଧୁନିକ କରିବା ଲକ୍ଷ୍ୟରେ ଭୁବନେଶ୍ୱରରେ ଏକ ନୂଆ ରାଜସ୍ୱ ଭବନ ନିର୍ମାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri