ଶିକ୍ଷକ ନିଯୁକ୍ତି ଦାବିରେ ୩ଦିନ ହେଲା ସ୍କୁଲରେ ତାଲା

ଦେବଗଡ଼,୧।୩(ଡି.ଏନ.ଏ)-ଦେବଗଡ଼ ଜିଲା ରିଆମାଳ ବ୍ଲକ ଆଡସ ପଞ୍ଚାୟତ ଅନ୍ତର୍ଗତ ନବଡିହି କରଡାପାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦାବିରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବସନ୍ତ କୁମାର ବିଶ୍ୱାଳଙ୍କ ନେତୃତ୍ୱରେ ତିନିଦିନ ହେଲାଣି ବିଦ୍ୟାଳୟ ଫାଟକରେ ତାଲା ପଡିଛି। ଶନିବାର ବନ୍ଦ ଆନ୍ଦୋଳନ ଓ ଗଣଧାରଣା ତୃତୀୟ ଦିବସରେ ପହଞ୍ଚିଛି। ଏହି ଆନ୍ଦୋଳନରେ ନବଡିହି, ଅଁଳାକୁଳି, ଝରଝରିଖୋଲ, ରତାଖଣ୍ଡି, ଚାଙ୍ଗୁଡିଆ,ବାଇଲଡିହି ଓ ମାଳିଚୂଆ ଗ୍ରାମର ଶତାଧିକ ଅଭିଭାବକ ଓ ଗ୍ରାମବାସୀ ଅଂଶଗ୍ରହଣ କରିଛନ୍ତି। ଅଞ୍ଚଳବାସୀଙ୍କ ଦାବିପୂରଣ ପାଇଁ ଶିକ୍ଷା ବିଭାଗ କର୍ତ୍ତୃପକ୍ଷ କୌଣସି ଠୋସ ପଦକ୍ଷେପ ଗ୍ରହଣ କରିବା ପରିବର୍ତ୍ତେ ହାତବାନ୍ଧି ବସିଛି ା ଫଳରେ ବିଦ୍ୟାଳୟର ଛାତ୍ରୀଛାତ୍ରମାନଙ୍କର ଭବିଷ୍ୟତର ସୁରକ୍ଷା ନେଇ ଅଭିଭାବକ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ା ଏଠାରେ ସୂଚନା ଯୋଗ୍ୟ ଯେ, ବିଦ୍ୟାଳୟରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନିଯୁକ୍ତି ସମେତ ବିଦ୍ୟାଳୟରେ ରହିଥିବା ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ଗୁରୁବାର ପୂର୍ବାହ୍ନରୁ ସମ୍ପୃକ୍ତ ଅଞ୍ଚଳବାସୀ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବସନ୍ତ କୁମାର ବିଶ୍ୱାଳଙ୍କ ନେତୃତ୍ୱରେ ବିଦ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକାଇ ବସିରହିଥିଲେ ା ଫଳରେ ଉକ୍ତ ବିଦ୍ୟାଳୟରେ ଶିକ୍ଷାଦାନ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ମାତ୍ର ସନ୍ଧ୍ୟା ପଯର୍‌ୟନ୍ତ ଶିକ୍ଷା ବିଭାଗର କୌଣସି ଅଧିକାରୀ କିମ୍ବା କର୍ମଚାରୀ ସେଠାକୁ ନ ଯିବାରୁ ସନ୍ଧ୍ୟରେ ଗ୍ରାମବାସୀ ନିଜ ଘରକୁ ଫେରି ଯାଇଥିଲେ ା ତେବେ ଶୁକ୍ରବାର ଓ ଶନିବାର ପୂର୍ବାହ୍ନରୁ ପୁଣି ଥରେ ଉପରୋକ୍ତ ଦାବିରେ ବିଦ୍ୟାଳୟର ମୁଖ୍ୟ ଫାଟକ ସମ୍ମୁଖରେ ବସିରହିବା ସହ ପୁଣିଥରେ ବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇଥିଲେ। ଫଳରେ ଛାତ୍ରୀଛାତ୍ର ଶିକ୍ଷାଲାଭରୁ ବଞ୍ଚିତ ରହିଛନ୍ତି ା ଅନ୍ୟ ପକ୍ଷରେ ପରିଚାଳନା କମିଟି ଓ ଗ୍ରାମବାସୀଙ୍କ ଦାବି ପୂରଣ ନ ହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳନକାରୀ ମାନେ ନିଜ ଜିଦରେ ଅଟଳ ରହିଥିବା ଜଣା ପଡିଛି ା ସୂଚନାଯୋଗ୍ୟ ଯେ, ଗ୍ରାମବାସୀ ନବଡିହି କରଡାପାଲ ଉନ୍ନିତ ପ୍ରାଥମିକ ବିଦ୍ୟାଳୟରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନିଯୁକ୍ତି ପାଇଁ ପୂର୍ବରୁ ଅନେକଥର ଶିକ୍ଷା ବିଭାଗ ନିକଟରେ ଗୁହାରୀ କରିଥିଲେ। ମାତ୍ର କୌଣସି ସୁଫଳ ନମିଳିବାରୁ ଏନେଇ ଜିଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠର ଦ୍ୱାରସ୍ଥ ହୋଇ ସମସ୍ୟାର ସମଧାନ ପାଇଁ ନିବେଦନ କରିଥିଲେ ା ଏଥିସହ ଫେବୃୟାରୀ ୨୬ତାରିଖ ମଧ୍ୟରେ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ସହ ଅନ୍ୟାନ୍ୟ ସମସ୍ୟାର ସମାଧାନ ନହେଲେ ୨୭ତାରିଖ ଠାରୁ ବିଦ୍ୟାଳୟରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ତାଲା ପକାଇବେ ବୋଲି ଲିଖିତ ଚେତାବନୀ ଦେଇଥିଲେ ା ଏହାସତ୍ତ୍ୱେ ସେମାନଙ୍କର ଦାବି ପୂରଣ ନ ହେବାରୁ ପୂର୍ବ ନିର୍ଦ୍ଧାରିତ କାଯର୍‌ୟକ୍ରମ ଅନୁଯାୟୀ ଅଞ୍ଚଳବାସୀ ବିଦ୍ୟାଳୟ ଫାଟକରେ ତାଲା ପକାଇ ଧାରଣାରେ ବସି ରହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ସିସିଟିଭିରେ ସେଲୋଟେପ୍ ଲଗାଇ ମୁଖ୍ୟ ଡାକ୍ତରଖାନାରୁ ଟିଭି ଚୋରି, ଆମ୍ବୁଲାନ୍ସ ଡ୍ରାଇଭର ଗିରଫ

ବରଗଡ଼,୩୦।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ଉପକଣ୍ଠ ଖେଦାପାଲି(ଟୁକୁର୍ଲା)ସ୍ଥିତ ଜିଲା ମୁଖ୍ୟ ଡାକ୍ତରଖାନାରୁ ଏଲ୍‌ଇଡି ଟିଭି ଚୋରି ଘଟଣାର ପର୍ଦ୍ଦାଫାଶ ହୋଇଛି। ଶନିବାର ଭଟଲି ଥାନା ପୋଲିସ ଏହି…

ଆକ୍ସନ ମୁଡ୍‌ରେ ଦାରିଙ୍ଗବାଡି ପୋଲିସ୍: ସପ୍ତାହରେ ଏକାଧିକ ଗାଡ଼ି ଜବତ, ନିୟମ ଖିଲାପକାରୀଙ୍କ ନିଦ ହଜାଇଲେ…

ଦାରିଙ୍ଗବାଡି, ୩୦।୫ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ପୋଲିସ ଏବେ ଆକ୍ସନ ମୁଡ୍‌ରେ। ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀ ଏବଂ ବେପରୁଆ ଗାଡ଼ି ଚାଳକଙ୍କ ବିରୋଧରେ ପୋଲିସ…

ଆଫଗାନ ଶରଣାର୍ଥୀଙ୍କୁ ନେଇଯାଉଥିବା ଟ୍ରକ୍‌ ଦୁର୍ଘଟଣା, ଆଉ ତା’ପରେ…

କାବୁଲ,୩୦ା୫: ପାକିସ୍ତାନରୁ ଆଫଗାନ୍‌ ଶରଶାର୍ଥୀମାନଙ୍କୁ ନେଇ ଯାଉଥିବା ଏକ ଟ୍ରକ୍‌ ଶନିବାର ପୂର୍ବ ଆଫଗାନିସ୍ତାନର ଜାତୀୟ ରାଜପଥରେ ଓଲଟିପଡ଼ି ଦୁର୍ଘଟଣଗ୍ରସ୍ତ ହୋଇଛି। ଫଳରେ ୨୨ଜଣଙ୍କ ମୃତ୍ୟୁ ଘଟିବା…

ଭଞ୍ଜନଗରରେ କାଳବୈଶାଖୀର ତାଣ୍ଡବ: ପ୍ରବଳ ଝଡ଼ବର୍ଷା ଯୋଗୁ ବିଦ୍ୟୁତ୍ ସେବା ବିପର୍ଯ୍ୟସ୍ତ, ଗରମରୁ…

ଭଞ୍ଜନଗର, ୩୦।୫ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଓ ଏହାର ଆଖପାଖ ଅଞ୍ଚଳରେ ଶନିବାର ସନ୍ଧ୍ୟାରେ କାଳବୈଶାଖୀର ପ୍ରକୋପ ଦେଖିବାକୁ ମିଳିଛି। ସନ୍ଧ୍ୟା ପ୍ରାୟ ୬ଟା…

୩ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଶିବକୁମାର

ବେଙ୍ଗାଲୁରୁ,୩୦ା୫: କର୍ନାଟକ ପ୍ରଦେଶ କଂଗ୍ରେସ ସଭାପତି ଡି.କେ. ଶିବକୁମାର ଶନିବାର ବିଧାୟକ ଦଳ ନେତା ନିର୍ବାଚିତ ହୋଇଛନ୍ତି। ଜୁନ୍‌ ୩ରେ ସେ କର୍ନାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ…

ତୁମୁଡିବନ୍ଧରେ କାଳବୈଶାଖୀର ଭୟଙ୍କର ତାଣ୍ଡବ: ପତ୍ର ଭଳି ଉଡ଼ିଲା ଆଜବେଷ୍ଟସ, ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ

ତୁମୁଡିବନ୍ଧ, ୩୦।୫ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଅଞ୍ଚଳରେ କାଳବୈଶାଖୀର କରାଳ କୋପ ଦେଖିବାକୁ ମିଳିଛି। ଶନିବାର ସନ୍ଧ୍ୟା ପ୍ରାୟ ୫ଟା ୩୦…

ବରଗଡ଼ ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣା: ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ

ବରଗଡ଼,୩୦।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ଥାନାଛକରେ ରହିଥିବା ଧନୁଯାତ୍ରାର ସ୍ଥାୟୀ ତୋରଣ ଭାଙ୍ଗିବା ଘଟଣାରେ ସ୍ଥାନୀୟ ଟାଉନ ଥାନା ପୋଲିସ୍‌ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ବରଗଡ଼ ପୌରାଧ୍ୟକ୍ଷା…

ଫାଇନାଲରେ ପହଞ୍ଚିଲେ ସାତ୍ତ୍ୱିକ-ଚିରାଗ ଯୋଡ଼ି

ସିଙ୍ଗାପୁର,୩୦ା୫: ଭାରତର ତାରକା ଯୋଡ଼ି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ସିଙ୍ଗାପୁର ଓପନ ସୁପର ୭୫୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଶନିବାର ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri