Posted inଜାତୀୟ

ଶାହିନବାଗରେ ହାଇଡ୍ରାମା

ନୂଆଦିଲ୍ଲୀ,୨୦ା୨: କେନ୍ଦ୍ରର ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ବିରୋଧରେ ଦିଲ୍ଲୀର ଶାହିନବାଗରେ ଚାଲିଥିବା ଆନ୍ଦୋଳନ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ମଧ୍ୟ ଥମିନାହିଁ। ସର୍ବୋଚ୍ଚ ଅଦାଲତଙ୍କ ଦ୍ୱାରା ମଧ୍ୟସ୍ଥ ଭାବେ ନିଯୁକ୍ତି ପାଇଥିବା ଦୁଇ ବରିଷ୍ଠ ଆଇନଜୀବୀ ସଞ୍ଜୟ ହେଗ୍‌ଡେ ଓ ସାଧନା ରାମଚନ୍ଦ୍ରନ୍‌ ବୁଧବାର ବିକ୍ଷୋଭକାରୀମାନଙ୍କୁ ବୁଝାଇବା ପାଇଁ ଯାଇଥିଲେ। ହେଲେ ସେଠାରେ ପ୍ରବଳ ହୋହଲ୍ଲା ଓ ପାଟିତୁଣ୍ଡ ହେବାରୁ ଉଭୟେ ଫେରିଯାଇଛନ୍ତି। ଗୁରୁବାର ଦୁଇ ମଧ୍ୟସ୍ଥ ପୁନର୍ବାର ଶାହିନବାଗ ଯାଇ ବିକ୍ଷୋଭକାରୀଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡ଼ିଛି।
୧୪। ଏଇଟା ହେଉଛି ସେହି ତାରିଖ, ଯେବେଠୁ ଦକ୍ଷିଣ ଦିଲ୍ଲୀର ଶାହିନବାଗ ପାଲଟିଛି ସିଏଏ ବିରୋଧୀ ବିକ୍ଷୋଭର କେନ୍ଦ୍ରସ୍ଥଳ। ସିଏଏ ପ୍ରତ୍ୟାହାର ଦାବିରେ ଦୁଇମାସରୁ ଊର୍ଦ୍ଧ୍ୱ ସମୟ ଧରି ଲୋକେ ବିଶେଷକରି ମହିଳାମାନେ ଦିଲ୍ଲୀ ଓ ନୋଏଡାକୁ ସଂଯୋଗ କରୁଥିବା ଶାହିନବାଗର ରାସ୍ତାକୁ ଅବରୋଧ କରି ଆନ୍ଦୋଳନ ଚଳାଇଛନ୍ତି। ଅଚଳାବସ୍ଥାକୁ ନେଇ କେତେକ ସଙ୍ଗଠନ ଓ ବ୍ୟକ୍ତିବିଶେଷଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଏକାଧିକ ପିଟିଶନ ଦାଏର ହୋଇଛି। ଜଷ୍ଟିସ୍‌ ସଞ୍ଜୟ କୌଲ ଏବଂ କେ.ଏମ୍‌. ଜୋସେଫ୍‌ଙ୍କୁ ନେଇ ଗଠିତ ଖଣ୍ଡପୀଠ ଗତ ୧୬ ତାରିଖରେ ସେଗୁଡ଼ିକର ଶୁଣାଣି କରି ସଞ୍ଜୟ ହେଗ୍‌ଡେ ଓ ସାଧନା ରାମଚନ୍ଦ୍ରନ୍‌ଙ୍କୁ ବାର୍ତ୍ତାକାର ଭାବେ ନିଯୁକ୍ତ କରିଥିଲେ। ବିକ୍ଷୋଭ କରିବା ସେମାନଙ୍କ ଅଧିକାର କିନ୍ତୁ ବିକ୍ଷୋଭ ଅନ୍ୟ ନାଗରିକମାନଙ୍କୁ ପ୍ରଭାବିତ କରିବା ଅନୁଚିତ ବୋଲି ଅଦାଲତ କହିଥିଲେ। ଏହାସହ ଲୋକଙ୍କୁ କାଳିନ୍ଦୀ କୁଞ୍ଜ ରାସ୍ତାରୁ ବିକ୍ଷୋଭକୁ ଅନ୍ୟତ୍ର (ରାମଲୀଲା ମଇଦାନ କିମ୍ବା ଯନ୍ତରମନ୍ତର ଭଳି ସ୍ଥାନକୁ) ସ୍ଥାନାନ୍ତର କରିବା ଲାଗି ବୁଝାଇବା ସକାଶେ ମଧ୍ୟସ୍ଥଙ୍କୁ ପରାମର୍ଶ ଦେଇଥିଲେ। ଆଲୋଚନାର ନିଷ୍କର୍ଷ ଆସନ୍ତା ୨୪ ତାରିଖ ସୁଦ୍ଧା କୋର୍ଟରେ ଦାଖଲ କରିବାକୁ ଖଣ୍ଡପୀଠଙ୍କ ନିର୍ଦ୍ଦେଶ ରହିଛି। ତେଣୁ ମଙ୍ଗଳବାର ଦୁଇ ମଧ୍ୟସ୍ଥ ପ୍ରଥମଥର ପାଇଁ ବିକ୍ଷୋଭସ୍ଥଳରେ ପହଞ୍ଚତ୍ଥିଲେ। ଉଭୟେ କହିଥିଲେ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ଆମେ ଆସିଛୁ। ସମସ୍ତଙ୍କ ସହ କଥା ହେବୁ ଓ ସଭିଙ୍କ କଥା ଶୁଣିବୁ। ସମସ୍ତଙ୍କ ସହଯୋଗରେ ସୁଫଳ ମିଳିବ ବୋଲି ଆଶା। ଅଦାଲତ ଆପଣମାନଙ୍କ ବିକ୍ଷୋଭ କରିବାର ଅଧିକାରକୁ କାଏମ ରଖିଛନ୍ତି। କିନ୍ତୁ ଅନ୍ୟମାନଙ୍କ ଅଧିକାର ମଧ୍ୟ ବଜାୟ ରହିବା ଉଚିତ ବୋଲି କହିଥିଲେ। ସଞ୍ଜୟ ସୁପ୍ରିମକୋର୍ଟଙ୍କ ରାୟକୁ ବିସ୍ତୃତ ଭାବେ ବର୍ଣ୍ଣନା କରିଥିବାବେଳେ ସାଧନା ତାକୁ ହିନ୍ଦୀରେ ବୁଝାଇଥିଲେ। ଇତିମଧ୍ୟରେ ବିକ୍ଷୋଭକାରୀମାନେ ହୋହଲ୍ଲା କରିବାରୁ ଅଧିକ ସମୟ ଆଲୋଚନା ହୋଇପାରି ନାହିଁ। କେତେଜଣ ମହିଳା କାନ୍ଦିବା ସହ ଅସନ୍ତୋଷ ବ୍ୟକ୍ତ କରିଥିଲେ। କେନ୍ଦ୍ର ସରକାର ସିଏଏ ସହ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ଏବଂ ଜାତୀୟ ଜନସଂଖ୍ୟା ପଞ୍ଜିକା (ଏନ୍‌ପିଆର୍‌) ପ୍ରତ୍ୟାହାର କଲେ ଯାଇ ସେମାନେ ବିକ୍ଷୋଭସ୍ଥଳରୁ ହଟିବେ ବୋଲି କହିଥିଲେ। ଖବରଦାତାମାନେ ସେଠାରେ ଉପସ୍ଥିତ ରହି ଆଲୋଚନାର ରେକର୍ଡିଂ କରନ୍ତୁ ବୋଲି ବିକ୍ଷୋଭକାରୀମାନେ ଦାବି କରିଥିଲେ। ଶେଷରେ ମିଡିଆ ବିକ୍ଷୋଭସ୍ଥଳ ଛାଡ଼ି ଚାଲିଯିବ ଓ ବୈଠକ ପରେ ବିକ୍ଷୋଭକାରୀମାନେ ଗଣମାଧ୍ୟମକୁ ନିଷ୍କର୍ଷ ସମ୍ପର୍କରେ ଅବଗତ କରାଇବେ ବୋଲି ନିଷ୍ପତ୍ତି ହୋଇଥିଲା। ହେଲେ ପାଟିତୁଣ୍ଡ ଭିତରେ ଦୁଇ ମଧ୍ୟସ୍ଥ ସେଠାରୁ ଚାଲିଯାଇଛନ୍ତି। ଦୁହେଁ ଗୁରୁବାର ପୁଣି ଶାହିନବାଗ ଯାଇ ବିକ୍ଷୋଭକାରୀଙ୍କ ସହ କଥା ହେବେ ବୋଲି କହିଛନ୍ତି। ସଞ୍ଜୟ ଓ ସାଧନା ସେଠାରୁ ଚାଲିଯିବା ପରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ତୃତୀୟ ମଧ୍ୟସ୍ଥ ଓ୍ବାଜାହତ ହବିବୁଲ୍ଲା ପହଞ୍ଚତ୍ଥିଲେ। ଏହାକୁ ଦେଖି ଗଣମାଧ୍ୟମ କର୍ମୀମାନେ ବିସ୍ମିତ ହୋଇଥିଲେ। ପୃଥକ୍‌ ଭାବେ ଆସିଥିବାରୁ ସେମାନଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଛି ନା ଏହା ଏକ ସୁଚିନ୍ତିତ ରଣନୀତି ବୋଲି ଅନେକେ ଚର୍ଚ୍ଚା କରିଥିଲେ। ଏନେଇ ପୂର୍ବତନ ମୁଖ୍ୟ ସୂଚନା କମିଶନର ହବିବୁଲ୍ଲା କହିଛନ୍ତି, ମଧ୍ୟସ୍ଥ ଟିମ୍‌ରେ ତାଙ୍କୁ ସାମିଲ କରାଯିବା ନେଇ ଆନୁଷ୍ଠାନିକ ଭାବେ ଅବଗତ କରାଯାଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri