ଶାସ୍ତ୍ରୀୟ ମାନ୍ୟତା ଓ ଓଡ଼ିଶୀ

ଡ. ପ୍ରଫୁଲ୍ଲ କୁମାର ସାହୁ
ଜୀବନକୁ ଶ୍ରୀମୟ କରେ ସଂଗୀତ। ବଂଶୀ ଓ ସାହାନାଇରୁ ଯେଉଁ ସ୍ବର ବାହାରେ ତାକୁ ଦେଖିହୁଏ ନାହିଁ କି ଛୁଇଁ ହୁଏ ନାହିଁ ସତ, ହେଲେ ତାହା ଶୂନ୍ୟରେ ତୋଳିପାରେ ଏକ ଅଦୃଶ୍ୟ ପ୍ରବାହ। ସେ ପ୍ରବାହରେ ଥାଏ ହୃଦୟକୁ ଆହ୍ଲାଦିତ କରିବାର ଅମାପ ଶକ୍ତି। ପକ୍ଷୀର କାକଳି, ପବନର ସ୍ବନ ଓ ଝରଣାର କଳକଳ ନାଦ ଇତ୍ୟାଦି ପ୍ରକୃତିର ସଂଗୀତ। ଆଦିମ କାଳରୁ ସେ ସଂଗୀତରେ ବିଭୋର ହୋଇଛି ମଣିଷ ଏବଂ ତାକୁ ହିଁ ଅନୁସରଣ କରି ସେ ସୃଷ୍ଟି କରିଛି ରାଶିରାଶି ସଂଗୀତ। ତା’ର ଗାୟନ ପଦ୍ଧତିକୁ ଶୃଙ୍ଖଳିତ ତଥା ଛନ୍ଦୋବଦ୍ଧ କରିବା ପାଇଁ ତିଆରି କରିଛି ବ୍ୟାକରଣ। ସପ୍ତସ୍ବର, ତିନିଗ୍ରାମ, ଏକୋଇଶ ମୂର୍ଚ୍ଛନା ଓ ପଞ୍ଚଦଶ ଯମକ ଆଦି ଶାସ୍ତ୍ରୀୟ ନିୟମ ଆଧାରରେ ପ୍ରକାଶ ପାଇଛି ସଂଗୀତର ଉଚ୍ଚାଙ୍ଗ ରୂପ। ଇତିହାସର ଅନୁଶୀଳନରୁ ଜଣାଯାଏ ଦଶମ ଶତାବ୍ଦୀଠାରୁ ସପ୍ତଦଶ ଶତାବ୍ଦୀର ଶେଷାର୍ଦ୍ଧ ମଧ୍ୟରେ ଭାରତୀୟ ସଂଗୀତ ଧାରାରେ ଅନେକ ପରିବର୍ତ୍ତନ ଆସିଛି ଏବଂ ଦେଶ-ଦେଶାନ୍ତରୀ ଭେଦରେ ସୃଷ୍ଟି ହୋଇଛି ହିନ୍ଦୁସ୍ଥାନୀ, କର୍ଣ୍ଣାଟକୀ ଓ ଓଡ଼ିଶୀ ଆଦି ଉଚ୍ଚାଙ୍ଗ ସଂଗୀତର ଏକ ଏକ ସ୍ବତନ୍ତ୍ର ଧାରା।
ଏହି ପରିବର୍ତ୍ତନ କ୍ରମରେ ସମ୍ପୂର୍ଣ୍ଣ ବିବର୍ଜିତ ହୋଇପଡ଼ିଛି ସଂଗୀତର ମୂର୍ଚ୍ଛନା ପଦ୍ଧତୀୟ ଗ୍ରହସ୍ବର ବିଧି ଏବଂ ତାହା ସ୍ଥାନରେ ପ୍ରଚଳିତ ହୋଇଛି ଥାଟ, ମେଳ ପ୍ରଥା। ଏକ ସହଜ ବ୍ୟାବହାରିକ ଏବଂ ସର୍ବସମ୍ମତ ସାଙ୍ଗୀତିକ ସିଦ୍ଧାନ୍ତ ଅନୁସାରେ ଥାଟ, ମେଳକୁ ଭିତ୍ତିକରି ସୃଷ୍ଟି ହୋଇଛି ଶାସ୍ତ୍ରୀୟ ସଙ୍ଗୀତର ରାଗ ନିର୍ମାଣ ପଦ୍ଧତି। ସେହି ନିର୍ମାଣ ତତ୍ତ୍ୱ ଆଧାରରେ ହିନ୍ଦୁସ୍ଥାନୀ ଓ କର୍ଣ୍ଣାଟକୀ ସଂଗୀତରେ ପ୍ରାଚୀନ ଓ ନୂତନ ଭାବେ ତିଆରି ହୋଇଛି ଶହଶହ ରାଗ। ଫଳରେ ଶାସ୍ତ୍ରୀୟ ରାଗସମୃଦ୍ଧ ଏହି ଦୁଇ ସଂଗୀତକୁ ସ୍ବତନ୍ତ୍ର ଭାବେ ମିଳିଛି ଶାସ୍ତ୍ରୀୟ ସଂଗୀତର ମାନ୍ୟତା। ଅଥଚ ରାଗରାଗିଣୀ କ୍ଷେତ୍ରରେ ଏକ ସୁଦୀର୍ଘ ଓ ଗୌରବୋଜ୍ଜ୍ୱଳ ପରଂପରା ଥାଇ ବି ସେଥିରୁ ବଞ୍ଚତ୍ତ ହୋଇଛି ସମକାଳୀନ ଓ ସମସ୍ତରୀୟ ଓଡ଼ିଶୀ ସଂଗୀତ। ଏବେ ବି ଆମ ଗୀତ ଗନ୍ତାଘରେ ସାଇତା ହୋଇ ରହିଛି ଶହଶହ ସଂଖ୍ୟାର ରାଗରାଗିଣୀ ଓ ହଜାର ହଜାର ବର୍ଷର ସାଂଗୀତିକ ପରଂପରା।
ବିଶ୍ୱପ୍ରସିଦ୍ଧ ଉକତ୍ଳୀୟ କବି ଶ୍ରୀଜୟଦେବଙ୍କ ରଚିତ ଅମର ଗୀତିକାବ୍ୟ ଶ୍ରୀଗୀତଗୋବିନ୍ଦ ଗ୍ରନ୍ଥରେ ନିର୍ଦ୍ଦେଶିତ (ମଙ୍ଗଳଗୁଜ୍ଜରୀ ଓ ଦେଶବରାଡ଼ି ଆଦି) ରାଗରାଗିଣୀ ଆମ ଗୌରବମୟ ଓଡ଼ିଶୀ (ଉଡ୍ର) ସଂଗୀତ ପରଂପରାର ଅମୂଲ୍ୟ ବିଭବ। ଏହାବ୍ୟତୀତ ବିଚିତ୍ର ଦେଶାକ୍ଷ, ନାଗବଲ୍ଲୀ, ଚକ୍ରକେଳି, ଆନନ୍ଦକେଦାର ଓ ମେଘପର୍ଣ୍ଣୀ ଆଦି ଅନେକ ରାଗ ଅଛି, ଯାହା ଉକତ୍ଳୀୟ ସଂଗୀତ ପରଂପରାର ଏକାନ୍ତ ନିଜସ୍ବ। ଏକଥା ସତ୍ୟ ଯେ ବିଗତ ଶତାବ୍ଦୀରେ ମୋଗଲ ଓ ଇଂରେଜ ଆଦି ବିଦେଶୀ ଶାସନଜନିତ ଅବହେଳା କାରଣରୁ ଓଡ଼ିଶୀ ସଂଗୀତର ବିକାଶ ପଥରେ ଉଭା ହୋଇଛି ନାନା ଅନ୍ତରାୟ। ଦେଶ ସ୍ବାଧୀନ ହେଲାପରେ ବି ଓଡ଼ିଶୀ ସଂଗୀତ ଉପରେ ଯଥାଯଥ ଗବେଷଣା ହୋଇପାରିନି କି ସର୍ବଭାରତୀୟ ସ୍ତରରେ ସମୁଚିତଭାବେ ପ୍ରତିପାଦିତ ହୋଇପାରିନି ତା’ର ବିଭିନ୍ନ ରାଗରାଗିଣୀ ଓ ତାଳ, ମେଳ ଆଦିର ପ୍ରାଚୁର୍ଯ୍ୟ। ଏହି ବିଡ଼ମ୍ବନା ସତ୍ତ୍ୱେ କେବଳ ଓଡ଼ିଶା ନୁହେଁ, ସାରା ଦେଶରେ ତଥା ଆନ୍ତର୍ଜାତିକ ସ୍ତରରେ ଓଡ଼ିଶୀ ସଂଗୀତକୁ ନେଇ ଅୟୋଜିତ ହେଉଛି ଉଚ୍ଚମାନର ସଂଗୀତ କାର୍ଯ୍ୟକ୍ରମ। ଏଥିରେ ଅଂଶ ଗ୍ରହଣ କରୁଥିବା ଓଡ଼ିଶୀ ସଂଗୀତ ଶିଳ୍ପୀଙ୍କ ଉପରେ ଅଜାଡ଼ି ହୋଇପଡ଼ୁଛି ଅଜସ୍ର ପ୍ରଶଂସା। ଅଥଚ ନିରନ୍ତର ପ୍ରୟାସ ସତ୍ତ୍ୱେ ଅଦ୍ୟାବଧି ଓଡ଼ିଶୀ ସଂଗୀତକୁ ମିଳପାରୁନିି ଶାସ୍ତ୍ରୀୟ ସ୍ବୀକୃତି।
୧୯୪୮ ମସିହାରେ କଟକ ଆକାଶବାଣୀ କେନ୍ଦ୍ର ସ୍ଥାପନ ହେବା ପରଠାରୁ ଓଡ଼ିଶୀ ସଂଗୀତର ଶାସ୍ତ୍ରୀୟ ମାନ୍ୟତା ଦାବି କରି ଆରମ୍ଭ ହୋଇଛି ସଂଗ୍ରାମ। ବିଭିନ୍ନ ସମୟରେ ଏ ସଂଗ୍ରାମର ମଂଗ ଧରିଛନ୍ତି ଗୁରୁ ବାଳକୃଷ୍ଣ ଦାସ, ସିଂହାରୀ ଶ୍ୟାମସୁନ୍ଦର କର, ମାର୍କଣ୍ଡେୟ ମହାପାତ୍ର ଓ ଗୋପାଳକୃଷ୍ଣ ପଣ୍ଡା ପ୍ରମୁଖ ଅନେକ ଓଡ଼ଶୀ ସଂଗୀତ ବିଶାରଦ। ଏମାନଙ୍କ ନିରବଚ୍ଛିନ୍ନ ପ୍ରୟାସ ବଳରେ ଓଡ଼ିଶୀ ପାରଂପରିକ ଗାୟନ ପଦ୍ଧତି ସର୍ବଭାରତୀୟ ସ୍ତରରେ ସ୍ବୀକୃତି ଲାଭକରିଛି ସତ, ହେଲେ ମାନଦଣ୍ଡ ଆଧାରରେ ପ୍ରମାଣ କରିପାରିନି ଆପଣାର ଶାସ୍ତ୍ରୀୟତା। ଏହାର କାରଣ ନିରୂପଣ କରିବାକୁ ଯାଇ ଓଡ଼ିଶୀ ସଂଗୀତର ନିଜସ୍ବ ଓ ସର୍ବସମ୍ମତ ବ୍ୟାକରଣର ଅଭାବ ଆଡ଼କୁ ଆଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ନିୟୋଜିତ ବିଚାରକମଣ୍ଡଳୀ। ଏହି ମର୍ମରେ ଉତ୍କଳ ସଂଗୀତ ମହାବିଦ୍ୟାଳୟ ତଥା ଓଡ଼ିଶୀ ଗବେଷଣା କେନ୍ଦ୍ରରେ ପ୍ରଚଳିତ ଓଡ଼ିଶୀ ସଂଗୀତ ପାଠ୍ୟକ୍ରମର ତ୍ରୁଟିବିଚ୍ୟୁତିକୁ ଚିହ୍ନଟ କରି ସାରିଛନ୍ତି ଅନେକ ଗବେଷକ। ସେମାନଙ୍କ ମତରେ ଓଡ଼ିଶୀ ଶାସ୍ତ୍ରୀୟ ସଂଗୀତ ବିଭାଗରେ ଶିକ୍ଷା ଦିଆଯାଉଥିବା ରାଗରାଗିଣୀ ମଧ୍ୟରୁ ଅଳ୍ପ କେତୋଟିକୁ ବାଦ୍‌ ଦେଲେ ଅନ୍ୟ ସବୁଗୁଡ଼ିକ ହିନ୍ଦୁସ୍ଥାନୀ ଓ କର୍ଣ୍ଣାଟକୀ ରାଗ ଉପରେ ପର୍ଯ୍ୟବସିତ। ଆମ ପାଇଁ ଏହା ଅତ୍ୟନ୍ତ ଆନନ୍ଦର ବିଷୟ ଯେ ଓଡ଼ିଶାରେ ରହିଛି ଦେଶର ପ୍ରଥମ ସଂଗୀତ ମହାବିଦ୍ୟାଳୟ। ମାତ୍ର ଅତ୍ୟନ୍ତ ପରିତାପର ବିଷୟ ଯେ, ଓଡ଼ିଶୀ ସଂଗୀତର ପ୍ରାଣକେନ୍ଦ୍ର କୁହାଯାଉଥିବା ଏହି ସଂଗୀତ ମହାବିଦ୍ୟାଳୟରେ ଓଡ଼ିଶୀ ଶିକ୍ଷା ଦିଆଯାଉଛି ହିନ୍ଦୁସ୍ଥାନୀ ଓ କର୍ଣ୍ଣାଟକୀ ଶୈଳୀରେ। ସର୍ବଭାରତୀୟ ବିଦ୍ୱାନମାନଙ୍କ ମତରେ ଓଡ଼ିଶୀ ପାଠ୍ୟକ୍ରମରେ ଥିବା ଗାୟନ ଶୈଳୀ ପାରମ୍ପରିକ ଗୀତ ଦୃଷ୍ଟିରୁ ବେଶ୍‌ ସୁନ୍ଦର ହୋଇପାରେ, ମାତ୍ର ହିନ୍ଦୁସ୍ଥାନୀ ଓ କର୍ଣ୍ଣାଟକୀ ସଂଗୀତ ଭଳି ଏଥିରେ ରାଗରୂପର ସ୍ବସ୍ଥାନ ନିୟମମତେ କ୍ରମ ଆଳାପ, ମେଳ ତଥା ସମୟୋପଯୋଗୀ ଉଚ୍ଚାଙ୍ଗ ସଂଗୀତର କଳାତ୍ମକ ବୈଚିତ୍ର୍ୟ ପ୍ରାୟତଃ ନାହିଁ କହିଲେ ଚଳେ। ଉପରୋକ୍ତ ଅଭିଯୋଗର ଯଥାର୍ଥତା ଉପଲବ୍ଧି କରି ଉତ୍କୃଷ୍ଟ ଗାୟନ ଶୈଳୀ ସହିତ ନିଜସ୍ବ ରାଗ ଓ ସ୍ବତନ୍ତ୍ର ମେଳ ଆଦିର ସ୍ବାତନ୍ତ୍ର୍ୟ ପ୍ରମାଣ କରିବା ପାଇଁ ବିଗତ କେତେବର୍ଷ ଧରି ଓଡ଼ିଶୀ ସଂଗୀତ ବିଶାରଦଙ୍କ ପକ୍ଷରୁ ଜାରିରହିଛି ନିରନ୍ତର ପ୍ରୟାସ। ଏହାଦ୍ୱାରା ଓଡ଼ିଶୀ ସଂଗୀତର ଶାସ୍ତ୍ରୀୟ ଯୁକ୍ତିକୁ ସୁଦୃଢ ଓ ସୁସଂଗତ କରିବା ନିମନ୍ତେ ଏଥିରେ ପ୍ରୟୋଗ ହୋଇ ପାରିଛି ଓଡ଼ିଶୀ ଶୈଳୀ ଉପଯୋଗୀ ଛନ୍ଦଯୁକ୍ତ ପଦବିସ୍ତାର କ୍ରିୟା ତଥା ପ୍ରାଚୀନ ପଦାବଳୀଗୁଡ଼ିକର ଯଥାର୍ଥ ଓ ଯୁଗୋପଯୋଗୀ ସ୍ବତନ୍ତ୍ର ମେଳ ପଦ୍ଧତି। ମାତ୍ର ଓଡ଼ିଶୀ ସଂଗୀତର ରାଗ ସଂଖ୍ୟାକୁ ନେଇ ବିଶାରଦଙ୍କ ଭିତରେ ଦୀର୍ଘ ଅର୍ଦ୍ଧଶତାବ୍ଦୀ ଧରି ଲାଗିରହିଛି ଅହଂର ଲଢେଇ। ଏହି ଲଢେଇ ଅନ୍ତରାଳରେ ଥାଇପାରେ ପ୍ରତିପକ୍ଷ ପାଖକୁ ସମ୍ଭାବ୍ୟ ଶ୍ରେୟ ଚାଲିଯିବାର ଆଶଙ୍କା। ସେ ଯାହା ହେଉନା କାହିଁକି ଏକ ବିଶାଳ ବୁନିଆଦି ଥାଇ ବି ଶାସ୍ତ୍ରୀୟ ମାନ୍ୟତା ନିମନ୍ତେ ବର୍ଷ ବର୍ଷ ଧରି କେନ୍ଦ୍ର ସଂସ୍କୃତି ବିଭାଗର ମୋହରକୁ ଅପେକ୍ଷା କରି ରହିଛି ଓଡ଼ିଶୀ ସଂଗୀତ।
ଆମେ ମନେରଖିବା ଦରକାର ଓଡ଼ିଶୀ ସଂଗୀତର ଶାସ୍ତ୍ରୀୟ ସ୍ବୀକୃତି ସମଗ୍ର ଓଡ଼ିଆ ଜାତି ପାଇଁ ଗୌରବର ବିଷୟ। ମାତ୍ର ସମ୍ମିଳିତ ଉଦ୍ୟମ ବିନା ଜାତୀୟ ସ୍ତରରେ ମିଳେନି କୌଣସି ଯୁଗାନ୍ତକାରୀ ସଫଳତା। ଏକଦା ଓଡ଼ିଶାରୁ ଓଡ଼ିଆ ଭାଷାର ଉଚ୍ଛେଦ ପାଇଁ ପ୍ରତିବେଶୀମାନେ ଯେଉଁ ଚକ୍ରାନ୍ତ କରିଥିଲେ ତାକୁ ପ୍ରତିହତ କରିବା ପାଇଁ ଭାଷାପ୍ରେମୀମାନଙ୍କ ପକ୍ଷରୁ ଆରମ୍ଭ ହୋଇଥିଲା ସମ୍ମିଳିତ ଉଦ୍ୟମ। ସେମାନଙ୍କ ବୌଦ୍ଧିକ ଲଢେଇ ଯୋଗୁଁ ବଞ୍ଚତ୍ରହିଲା ଓଡ଼ିଆ ଭାଷା। ଭାଷା ବଞ୍ଚତ୍ଲା ବୋଲି ଭାଷାଭିତ୍ତିକ ସ୍ବତନ୍ତ୍ର ରାଜ୍ୟ ଗଠନ ପାଇଁ ଜାତିପ୍ରାଣମାନେ ଏକାଠି ହେଲେ ଉକତ୍ଳ ସମ୍ମିଳନୀ ମଣ୍ଡପରେ। ବ୍ୟର୍ଥ ଗଲା ନାହିଁ ସେମାନଙ୍କ ଉଦ୍ୟମ। ପରବର୍ତ୍ତୀ ସମୟରେ ନିଜସ୍ବ ବ୍ୟାକରଣ ଆଧାରରେ ଗବେଷଣାଲବ୍ଧ ନିଷ୍କର୍ଷର ଯଥାଯଥ ପ୍ରୟୋଗ ତଥା ବହୁ ନଥି, ପୋଥି ଓ ପ୍ରମାଣପତ୍ର ଉପସ୍ଥାପନ ପରେ ଓଡ଼ିଶୀ ନୃତ୍ୟ ଓ ଓଡ଼ିଆ ଭାଷାକୁ ମିଳିଲା ଶାସ୍ତ୍ରୀୟ ମାନ୍ୟତା। ଏହି କ୍ରମରେ ଓଡ଼ିଶୀ ସଂଗୀତର ଶାସ୍ତ୍ରୀୟ ଯୁକ୍ତିକୁ ସୁଦୃୃଢ ଓ ସୁସଂଗତ ଭାବେ ଉପସ୍ଥାପନ କରିବା ପାଇଁ ଆମ ପାଖରେ ଅଛି ‘ଓଡ଼ଶୀ ରାଗ ପରିଚୟ’, ‘ଓଡ଼ିଶୀ ରାଗ ରନତ୍ାବଳୀ’ ଓ ‘ଓଡ଼ିଶୀ ରାଗ ଦର୍ପଣ’ ଆଦି ବ୍ୟାକରଣ ପୁସ୍ତକ। ବିଶାରଦମାନେ ଏହାକୁ ସର୍ବସମ୍ମତ ବିଜ୍ଞାନ ଭାବରେ ଗ୍ରହଣ କରିନେଲେ ଶାସ୍ତ୍ରୀୟ ସ୍ବୀକୃତି ପାଇବା ଦିଗରେ ଆଉ ରହନ୍ତାନି ବାଧା। ଚଳିତ ଦଶନ୍ଧିରେ ଆମ ଜାତୀୟ ଅସ୍ମିତାକୁ ପଲ୍ଲବିତ କରିସାରିଛି ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା। ନିଷ୍ଠାର ସହ ଉଦ୍ୟମ କରାଗଲେ ଏହି ଦଶନ୍ଧିରେ ସେ ଅସ୍ମିତାକୁ ପୁଣି କୁସୁମିତ ଓ ସୁରଭିତ କରିବ ଓଡ଼ିଶୀ ସଂଗୀତର ଶାସ୍ତ୍ରୀୟ ସ୍ବୀକୃତି।
ବିଜୁପଟ୍ଟନାୟକ ନଗର, ଭଦ୍ରକ, ମୋ- ୯୪୩୮୮୫୫୦୮୮


Enter your email to get our daily news in your inbox.

All Right Reserved By Dharitri.Com

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଶିକ୍ଷା ଓ ଶିକ୍ଷକ

ଶିକ୍ଷା ହେଉଛି ଗୋଟିଏ ଦେଶର ସବୁଠୁ ମୌଳିକ ଓ ଶକ୍ତିଶାଳୀ ସାମାଜିକ ଭିତ୍ତିଭୂମି। ଏହା କେବଳ ପାଠପଢ଼ା, ପରୀକ୍ଷା, ସାର୍ଟିଫିକେଟ କିମ୍ବା ଚାକିରି ପାଇବାର ଉପାୟ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

ସଙ୍କଟରେ ଗ୍ରାମୀଣ ଶ୍ରମିକଙ୍କ ରୋଜଗାର

ବହୁଚର୍ଚ୍ଚିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମାଞ୍ଚଳ ରୋଜଗାର ଗ୍ୟାରେଣ୍ଟି ଆଇନ ବା ଏମ୍‌ଜିଏନ୍‌ଆର୍‌ଇଜିଏ କୁ ସମାପ୍ତ କରି ତା’ ସ୍ଥାନରେ ‘ବିକଶିତ ଭାରତ ରୋଜଗାର ଓ...

ଭେଜାଲ ପାଇଁ ମୃତ୍ୟୁଦଣ୍ଡ

ବିଶ୍ୱରେ ସମ୍ଭବତଃ ଭାରତ ଏକମାତ୍ର ଦେଶ ଯେଉଁଠାରେ ଜୀବନରକ୍ଷାକାରୀ ଔଷଧ ଓ ଖାଦ୍ୟରେ ଅପମିଶ୍ରଣ ବା ଭେଜାଲ ବଢ଼ିଚାଲିଛି। ଏଭଳି ଖବର ଅନ୍ୟ ଦେଶରୁ ଆସୁଥିବା...

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri