ଶାରଳା ମନ୍ଦିର ହୁଣ୍ଡିରୁ ଟଙ୍କା ଗାଏବ୍‌ : ଧାରଣାରେ ବସିଲେ ପଣ୍ଡା, ସେବାୟତ

ଜଗତ୍‌ସିଂହପୁର ଅଫିସ,୧୨ା୧୨: ଜଗତ୍‌ସିଂହପୁର ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ଶାରଳାଙ୍କ ହୁଣ୍ଡିରୁ ବୁଧବାର ଟଙ୍କା ଗାଏବ ହୋଇଥିବା ସନ୍ଦେହ କରାଯାଇଛି। ଚଞ୍ଚକତାପୂର୍ବକ ହୁଣ୍ଡି ଖୋଲାଯାଇ ଟଙ୍କା ଗାଏବ୍‌ ହୋଇଥିବା ପଣ୍ଡା, ସେବାୟତମାନେ ଅଭିଯୋଗ କରିବା ସହ ପାଖାପାଖି ୪ ଘଣ୍ଟା ମନ୍ଦିର ପରିସରରେ ଧାରଣାରେ ବସିଥିଲେ। ଏ ସମ୍ପର୍କରେ ସନ୍ତୋଷଜନକ ଉତ୍ତର ନ ମିଳିବା ଯାଏ ସେମାନେ ଆନ୍ଦୋଳନ ଜାରି ରଖିବେ ବୋଲି ‘ଧରିତ୍ରୀ’କୁ ସ୍ବତନ୍ତ୍ର ଭାବେ ସୂଚନା ଦେଇଥିଲେ। କିନ୍ତୁ ଓଡ଼ିଶା ହିନ୍ଦୁ ସମ୍ପ୍ରଦାୟ ଦେବୋତ୍ତର (ଓଏଚ୍‌ଆର୍‌ଇ) ଆଇନ ବଳରେ ହୁଣ୍ଡି ଖୋଲା ଯାଇଥିବା ମନ୍ଦିର ମଧ୍ୟବର୍ତ୍ତୀକାଳିନ ଟ୍ରଷ୍ଟି ତଥା ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର କହିଛନ୍ତି। ସେ ସ୍ପଷ୍ଟ କରିଛନ୍ତି, ମନ୍ଦିରରେ କୌଣସି ପ୍ରକାର ଅର୍ଥନୈତିକ ଅନିୟମିତତାକୁ ପ୍ରସୟ ଦିଆଯିବ ନାହିଁ। ଏବେ ଏଜି ଅଡିଟ୍‌ ଚାଲିଛି। ତେଣୁ ଅନେକ ଭୟଭୀତ ହୋଇ ପଡିଛନ୍ତି। ପ୍ରସଙ୍ଗକୁ ଭିନ୍ନମୋଡ ଦେବା ପାଇଁ ଚେଷ୍ଟା ଚାଲିଥିବା ସେ କହିଛନ୍ତି।
ପଣ୍ଡା, ସେବାୟତମାନେ ଅଭିଯୋଗ କରି କହିଛନ୍ତି, ହୁଣ୍ଡିରୁ ଟଙ୍କା ବାହାର କରିବା ପାଇଁ ଦିନ ସ୍ଥିର ହେଲେ ମନ୍ଦିର ପ୍ରଶାସନ ତରଫରୁ ସେମାନଙ୍କୁ ଅବଗତ କରାଯାଇଥାଏ। କିନ୍ତୁ ବୁଧବାର ଅପରାହ୍ନ ପ୍ରାୟ ୩ଟା ବେଳେ ଦେବୋତ୍ତର ସହକାରୀ କମିଶନର ଓ ମନ୍ଦିର ନିର୍ବାହୀ ଅଧିକାରୀଙ୍କ ସମେତ ଅନ୍ୟ କର୍ମଚାରୀ ସେବାୟତ ଓ ପଣ୍ଡାଙ୍କୁ ଅବଗତ ନ କରି ହୁଣ୍ଡି ଖୋଲିଥିଲେ। କେବଳ ଖୋଲି ନ ଥିଲେ ଲୁଚାଛପାରେ ଟଙ୍କା ଗଣତି କରୁଥିଲେ। ଏ କଥା ଜଣାପଡିବା ପରେ ପଣ୍ଡା, ସେବାୟତମାନେ ସେଠାରେ ପହଞ୍ଚତ୍ ବୁଝିବାକୁ ଚାହିଁଥିଲେ। କିନ୍ତୁ କେଉଁ ପରିସ୍ଥିତିରେ ହୁଣ୍ଡିରୁ ଟଙ୍କା କଢା ଗଲା ତାର କୌଣସି ସନ୍ତୋଷଜନକ ଉତ୍ତର ମିଳି ନ ଥିଲା। ବରଂ ଦେବୋତ୍ତର ସହକାରୀ କମିଶନର ପରିସ୍ଥିତିକୁ ଏଡାଇବା ପାଇଁ ସ୍ଥାନ ଛାଡି ପଳାଇଥିଲେ। ତେଣୁ ପଣ୍ଡା, ସେବାୟତମାନେ ବାଧ୍ୟ ହୋଇ ଧାରଣାରେ ବସିଥିଲେ। ଧାରଣା ଜାରି ରହିଥିବା ବେଳେ ମନ୍ଦିର ଆକାଉଣ୍ଟ ଅଫିସର ଓ ଅନ୍ୟ କର୍ମଚାରୀମାନେ ଖସି ଯାଇଥିଲେ। ନିର୍ବାହୀ ଅଧିକାରୀଙ୍କ ସନ୍ଧାନ ମଧ୍ୟ ମିଳି ନ ଥିଲା। ଯେହେତୁ ଅଡିଟ୍‌ ଚାଲିଥିଲା ତେଣୁ ପୋଲିସ ଓ ନିର୍ଦ୍ଦିଷ୍ଟ କେତେଜଣ ଅଡିଟ୍‌ କର୍ମଚାରୀ ସେଠାରେ ଉପସ୍ଥିତ ଥିଲେ। ଖବର ଲେଖାହେଲା ବେଳକୁ ୨ଟି ଥଳିଆରେ ଅଧା ବସ୍ତା ଲେଖାଏ ଟଙ୍କା ଥିବା ଏବଂ ପୋଲିସ ଜଗି ରହିଥିବା କୁହାଯାଉଛି। କେତେଜଣ ସେବାୟତ ଓ ପଣ୍ଡା ପ୍ରତିକ୍ରିୟାରେ କହିଛନ୍ତି, ସେମାନଙ୍କ ଉଦ୍ୟମ ଯୋଗୁ ୨୦ ବର୍ଷ ପୂର୍ବରୁ ମନ୍ଦିର ପରିସରରେ ହୁଣ୍ଡି ବ୍ୟବସ୍ଥା କରାଯାଇଛି। ହୁଣ୍ଡିରୁ ଟଙ୍କା କଢ଼ାଯିବା ପୂର୍ବରୁ ସେମାନଙ୍କୁ ଅବଗତ କରାଯିବା ସହ ଉପସ୍ଥିତ ରହିବା ପାଇଁ କୁହାଯାଏ। ଏହି ପ୍ରକ୍ରିୟା ଦୀର୍ଘ ବର୍ଷ ଧରି ଚାଲିଥିବା ବେଳେ ବୁଧବାର ନାଟକୀୟ ଢଙ୍ଗରେ ହୁଣ୍ଡି ଖୋଲା ଯାଇଥିଲା। ଆଶ୍ଚର୍ଯ୍ୟର କଥା ହେଲା କେଉଁ ହୁଣ୍ଡି ଖୋଲାଯାଇଥିଲା ତାହା ଏବେ ବି ଅସ୍ପଷ୍ଟ। କାରଣ ମନ୍ଦିର ଭିତରେ ୫ ଓ ବାହାରେ ୨ଟି ହୁଣ୍ଡି ରହିଛି। ସବୁ ହୁଣ୍ଡିରେ ତାଲା ପଡିଛି। ବୁଧବାର ଯେଉଁ ଟଙ୍କା କଢା ଯାଇଥିଲା ତାହା କେଉଁ ହୁଣ୍ଡିରୁ ବାହାରିଛି ସେ ସମ୍ପର୍କରେ ମନ୍ଦିର ନିର୍ବାହୀ ଅଧିକାରୀ କିମ୍ବା ଆକାଉଣ୍ଟ ଅଧିକାରୀ କିଛି କହିବାକୁ ନାରାଜ। ଅପରାହ୍ନ ପ୍ରାୟ ୩ଟାରେ ମା’ଙ୍କ ମୁଖଶାଳାରେ ଥିବା ହୁଣ୍ଡିର ୭୫ ଭାଗ ଟଙ୍କା ଚଞ୍ଚକତାପୂର୍ବକ କଢାଯାଇଥିବା ସନ୍ଦେହ କରାଯାଉଛି। ମୋଟ ଉପରେ ୫ ବସ୍ତା ନୋଟ୍‌ ଓ ଖୁଚୁରା ବାହାର କରାଯାଇଥିବା ବେଳେ ସେଥିମଧ୍ୟରୁ ୨ ବସ୍ତା ଗାଏବ୍‌ ହୋଇ ଯାଇଥିବା ଧାରଣାରତ ପଣ୍ଡା ଓ ସେବାୟତମାନେ ଅଭିଯୋଗ କରିଛନ୍ତି। ଏହା ଉପରେ ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ସତ୍ୟାସତ୍ୟ ପଦାକୁ ଆସିବ ବୋଲି ସାଧାରଣରେ ଦାବି ହେଉଛି। ଏ ସମ୍ପର୍କରେ ଦେବୋତ୍ତର କମିଶନର ଦେବାଶିଷ ଦାଶଙ୍କ ସହ ତାଙ୍କ ମୋବାଇଲ ଯୋଗେ ଯୋଗାଯୋଗ ପାଇଁ ଚେଷ୍ଟା କରାଯାଇଥିଲେ ସୁଦ୍ଧା ସମ୍ଭବ ହୋଇ ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ବଢୁଛି ତାପମାତ୍ରା: ଆସନ୍ତା ୨ଦିନ ପର୍ଯ୍ୟନ୍ତ…

ଭୁବନେଶ୍ୱର,୧୬ା୨(ବନ୍ଦନା ସେଠୀ):ରାଜ୍ୟରେ ତାପମାତ୍ରା କ୍ରମଶଃ ବୃଦ୍ଧି ପାଉଛି। ରାତିରେ ଶୀତ, ଭୋର୍‌ ସମୟରେ କୁହୁଡି ଓ ଦିନରେ ଖରାତାତି ଅନୁଭୂତ ହେଉଛି। ଉତ୍ତର ଉପକୂଳ ଓଡ଼ିଶାର କିଛି…

ପାକିସ୍ତାନର ଗର୍ବ ଭାଙ୍ଗିଲେ ଏହି ୫ ଖେଳାଳି: ସାଜିଲେ ବିଜୟର ହିରୋ

କଲମ୍ବୋ,୧୬।୨: ୨୦୨୬ ଟି-୨୦ ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ଆଉ ଏକ ସ୍ମରଣୀୟ ବିଜୟ ସହିତ ଭାରତ ସୁପର ୮ରେ ପ୍ରାୟ ନିଜର ସ୍ଥାନ ସୁରକ୍ଷିତ କରିଛି। ଏହି…

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri