ଶରୀରର ବର୍ଜ୍ୟବସ୍ତୁ

”ଶରୀର ତା’ର ଦୂଷିତ ବିଷାକ୍ତ ପଦାର୍ଥକୁ ବାହ୍ୟ ମାର୍ଗ ମୁଖ, ନାସା, ଲୋମକୂପ, ମଳ ମୂତ୍ର ଦ୍ୱାର, ଚକ୍ଷୁ, ନାସା ଅନ୍ତର୍ଗତ କୋଣ ପ୍ରଭୃତି ଦ୍ୱାର ଦେଇ ବାୟୁ ଦ୍ୱାରା ବାହାରକୁ ନିଷ୍କାସନ କରିଥାଏ। ମାତ୍ର ଆମେ ସେହି ଦୂଷିତ ପଦାର୍ଥ ବେଗକୁ ରୋକିଲେ ବିଭିନ୍ନ ରୋଗକୁ ଆମନ୍ତ୍ରଣ କରିବୁ, ଯାହାକି ଚିକିତ୍ସାରେ ଅବହେଳା କଲେ ଦୁରାରୋଗ୍ୟ ବ୍ୟାଧିରେ ରୂପାନ୍ତରିତ ହୋଇଥାଏ।“

ଶରୀର ତା’ର ଦୂଷିତ ବିଷାକ୍ତ ପଦାର୍ଥକୁ ବାହ୍ୟ ମାର୍ଗ ମୁଖ, ନାସା, ଲୋମକୂପ, ମଳ ମୂତ୍ର ଦ୍ୱାର, ଚକ୍ଷୁ, ନାସା ଅନ୍ତର୍ଗତ କୋଣ ପ୍ରଭୃତି ଦ୍ୱାର ଦେଇ ବାୟୁ ଦ୍ୱାରା ବାହାରକୁ ନିଷ୍କାସନ କରିଥାଏ। ମାତ୍ର ଆମେ ସେହି ଦୂଷିତ ପଦାର୍ଥ ବେଗକୁ ରୋକିଲେ ବିଭିନ୍ନ ରୋଗକୁ ଆମନ୍ତ୍ରଣ କରିବୁ, ଯାହାକି ଚିକିତ୍ସାରେ ଅବହେଳା କଲେ ଦୁରାରୋଗ୍ୟ ବ୍ୟାଧିରେ ରୂପାନ୍ତରିତ ହୋଇଥାଏ। ସେହି ଅଧାରଣୀୟ ବେଗଗୁଡ଼ିକ ମଧ୍ୟରୁ ମଳ, ମୂତ୍ର, ଶୁକ୍ର, ଅପାନବାୟୁ(ମଳଦ୍ୱାର ଦେଇ ନିର୍ଗମନ ବାୟୁ), ବମନ ବା ବାନ୍ତି, ଛିଙ୍କ, ଉଦ୍‌ଗାର, ହାଇ ମାରିବା, ଅଶ୍ରୁ ବା ଲୋତକ ସ୍ରାବ ଦ୍ୱାରା ଅଦରକାରୀ ପଦାର୍ଥ ଶରୀରରୁ ବାହାରି ଯାଇଥାଏ, ମାତ୍ର ଏହି ବେଗକୁ ରୋକିଲେ କେଉଁ ରୋଗ ହୋଇଥାଏ, ସେହି ବିଷୟରେ ସମ୍ୟକ ଆଲୋଚନା କରିବୁ।
ମଳ ବେଗ : ମଳ ବେଗକୁ ରୋକିଲେ କଲେ, ପକ୍ୱାଶୟ, ମୂତ୍ରରେ ଯନ୍ତ୍ରଣା, ବାୟୁ ଦ୍ୱାରା ମଳାବରୋଧ, ଜାନୁ ଆଦି ସ୍ଥାନରେ ଯନ୍ତ୍ରଣା ଓ ଉଦରପୀଡ଼ା ହୋଇଥାଏ।
ମୂତ୍ର ବେଗ : ମୂତ୍ର ବେଗକୁ ରୋକିଲେ ମୂତ୍ରଥଳି ଓ ଲିଙ୍ଗରେ ଶୂଳ, ମୂତ୍ରାଳ୍ପତା, ମୁଣ୍ଡଯନ୍ତ୍ରଣା ହୋଇଥାଏ। ଭବିଷ୍ୟତରେ ବୃକ୍‌କ ରୋଗ ଦେଖାଯାଏ।
ଶୁକ୍ର ବେଗ : ଶୁକ୍ର ବେଗକୁ ଅଟକାଇଲେ ବୀର୍ଯ୍ୟ ସ୍ଖଳନ ସମ୍ପୂର୍ଣ୍ଣ ରୂପେ ନ ହୋଇ ପାରି ଅଣ୍ଡକୋଷରେ ଶୂଳ, ଅଙ୍ଗମର୍ଦ୍ଦ(ଅଙ୍ଗରେ ପୀଡ଼ା), ହୃଦୟରେ ଯନ୍ତ୍ରଣା, ମୂତ୍ର ରହି ରହି ଆସିବା ଦେଖାଯାଏ।
ଅପାନବାୟୁ: ଏହାର ନିର୍ଗମନ ବେଗକୁ ରୋକିଲେ ଫେଣଯୁକ୍ତ ମୂତ୍ର, ସ୍ରାବ, ମଳ ଠିକ୍‌ ରୂପେ ନିଷ୍କାସନ ନ ହେବା, କ୍ଳାନ୍ତି, ଉଦରପୀଡ଼ା ହୋଇଥାଏ।
ବମନ ବେଗ : ବମନ(ବାନ୍ତି) ବେଗକୁ ରୋକିଲେ ଶରୀରରେ କଣ୍ଡୁ(କୁଣ୍ଡେଇହେବା), ଭୋଜନରେ ଅରୁଚି, ଶୋଥ, ଶରୀର ରକ୍ତ ହୀନତା(ପାଣ୍ଡୁ), ଜ୍ୱର, କୁଷ୍ଠ ଏବଂ ବିସର୍ପ ଆଦି ଦେଖାଯାଏ।
ଛିଙ୍କ ବେଗ : ଛିଙ୍କ ବେଗକୁ ରୋକିଲେ ମନ୍ୟାସ୍ତମ୍ଭ(ସର୍ଭିକାଲ ସ୍ପଣ୍ଡିଲୋସିସ୍‌) ଶିରଃଶୂଳ, ଅର୍ଦ୍ଦିତ(ମୁଖମଣ୍ଡଳରେ ପକ୍ଷାଘାତ), ଅର୍ଦ୍ଧକପାଳି ଦୁର୍ବଳତା ଆଦି ଦେଖାଯାଏ।
ଉଦ୍‌ଗାର ବେଗ : ଉଦ୍‌ଗାର ବେଗକୁ ରୋକିଲେ ହିକ୍କା, ଶ୍ୱାସ, ଭୋଜନରେ ଅରୁଚି, କମ୍ପ, ଛାତିରେ ଜଳାପୋଡ଼ା ହେବା ଦେଖାଯାଏ।
ହାଇ ବେଗ : ଜୃମ୍ଭା(ହାଇ) ବେଗକୁ ବନ୍ଦ କଲେ ଆକ୍ଷେପ(କନ୍‌ଭଲସନ୍‌) ଶୂନ୍ୟତା, ଶରୀର, ହସ୍ତପାଦରେ କମ୍ପ ଓ ପିପାସା(ଶୋଷ) ଲାଗିଥାଏ।
ପିପାସା ବେଗ : ପିପାସା(ଶୋଷ)ଲାଗିବା ସମୟରେ ପାଣି ନ ପିଇଲେ କଣ୍ଠ ଓ ମୁଖ ଶୁଷ୍କତା, ଥକ୍କା, ଅବସାଦ(ଡିପ୍ରେସନ୍‌) ଏବଂ ହୃଦ୍‌ପୀଡ଼ା ହୋଇଥାଏ।
ଅଶ୍ରୁ ବେଗ : ଅଶ୍ରୁବେଗକୁ ଅଟକାଇଲେ ପ୍ରତିଶ୍ୟାୟ(ରିନିଟିଜ୍‌), ନେତ୍ରରୋଗ, ହୃଦ୍‌ରୋଗ, ଭୋଜନରେ ଅରୁଚି, ମୁଣ୍ଡ ବୁଲାଇବା ଦେଖାଯାଏ। ଏଥିରେ ଶୟନ ଓ ପ୍ରିୟବାକ୍ୟ ଶ୍ରବଣ ଶ୍ରେୟସ୍କର।
ନିଦ୍ରା ବେଗ : ନିଦ୍ରା ବେଗକୁ ରୋକିଲେ ହାଇମାରିବା, ନିନ୍ଦ୍ରା, ଶିରଃଶୂଳ, ନେତ୍ର ଗୁରୁତା ବୋଧ ହୋଇଥାଏ। ଏଥିରେ ବିଶ୍ରାମ ନେବା ଉଚିତ।
ଏଣୁ ପ୍ରତି ରୋଗ ଆରମ୍ଭରୁ କାରଣ ଖୋଜି ତା’ର ଚିକିତ୍ସା କଲେ ତାହା ସମ୍ପୂର୍ଣ୍ଣ ଆରୋଗ୍ୟ ହୋଇଥାଏ। ମାତ୍ର ଲାକ୍ଷଣିକ ଚିକିତ୍ସା ଦ୍ୱାରା ଏହାର କେବଳ ଉପଶମ ହୋଇପାରେ। ତେଣୁ ଅଭିଜ୍ଞ ଆୟୁର୍ବେଦ ଡାକ୍ତରଙ୍କ ପରାମର୍ଶାନୁଯାୟୀ ଔଷଧ ସେବନ କଲେ ଏହା ସାମୟିକ ଉପଶମ ନ ହୋଇ ସମ୍ପୂର୍ଣ୍ଣ ଆରୋଗ୍ୟ ହୋଇ ପାରିବ ନଚେତ୍‌ ଭବିଷ୍ୟତରେ ଅସାଧ୍ୟ ବ୍ୟାଧି ରୂପେ ଦେଖାଦେବ।

ଡା. ଆଶିଷ ବାନାର୍ଜୀ
-ଆନନ୍ଦ ବଜାର,
ବେତନଟୀ, ମୟୂରଭଞ୍ଜ
ମୋ: ୯୮୬୧୩୭୪୩୮୫


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri