ଶବ ପାଇଁ ବିଛାନ୍ତି ଶେଯ

ବନ୍ତଳା,୨୪।୧୧: ଜଣା ହେଉ ଅବା ଅଜଣା, ଶବକୁ ଉପଯୁକ୍ତ ସମ୍ମାନ ଦେବାକୁ ଅନେକେ ଆଗ୍ରହ ଦେଖାନ୍ତିନି। ବଞ୍ଚିଥିବା ବେଳେ ଅତି ଆପଣାର ଲାଗୁଥିବା ମଣିଷଟିଏ ମୃତ୍ୟୁ ପରେ ହଠାତ୍‌ ଯେମିତି ପର ପରି ସ୍ବଭାବ ଦେଖାନ୍ତି। ଶ୍ମଶାନରେ ଯେନତେନ ସଂସ୍କାର କାର୍ଯ୍ୟ କରିଦେଲେ କାମ ସରିଯାଏ ବୋଲି ସେମାନେ ଭାବିନିଅନ୍ତି। ହେଲେ ଏ କ୍ଷେତ୍ରରେ ଅନୁଗୋଳ ଜିଲା ବନ୍ତଳା ଥାନା ପୋକତୁଙ୍ଗା ଗ୍ରାମର ଅଚ୍ୟୁତ ଦେହୁରୀ(୮୫)ଙ୍କ କାର୍ଯ୍ୟ ଅତି ପ୍ରଶଂସନୀୟ। କାରଣ ପର-ଆପଣାର ଭାବ ରଖି ନ ଥିବା ଅଚ୍ୟୁତ୍‌ ନିଜ ଜୀବନକାଳ ମଧ୍ୟରେ ଶତାଧିକ ଶବକୁ ସମ୍ମାନର ସହ ସଂସ୍କାର କରିଛନ୍ତି। କୋକେଇ ବନ୍ଧାଠାରୁ ଶବ ପାଇଁ ଶ୍ମଶାନରେ ଜୁଇର ଶେଯ ପ୍ରସ୍ତୁତ କରିବାରେ ତାଙ୍କ ଭୂମିକା ଜଣେ ନିଆରା ମଣିଷ ଭାବେ ତାଙ୍କୁ ପରିଚିତ କରିପାରିଛି। ସେ ସ୍ଥାନୀୟ ଅଞ୍ଚଳବାସୀଙ୍କ ପାଇଁ ଜଣେ ଦେବଦୂତ ବୋଲି ମଧ୍ୟ କେହି କେହି କହିଥାନ୍ତି।

କେବଳ ଚାଟଶାଳି ମାଟି ମାଡ଼ିଥିବା ଅଚ୍ୟୁତ କୁହନ୍ତି, ପିଲାବେଳେ ଜଙ୍ଗଲରେ ଛେଳି ଚରାଇ ସେ ପେଟ ପୋଷୁଥିଲେ। ତାଙ୍କୁ ଯେତେବେଳେ ୨୦ ବର୍ଷ ହୋଇଥିଲା ଜଣେ ବ୍ୟକ୍ତି ଚେରମୂଳି ଔଷଧ ସମ୍ପର୍କରେ କିଛି ଜ୍ଞାନ ଦେଇଥିଲେ, ଯାହା ତାଙ୍କୁ ପରବର୍ତ୍ତୀ ଅବସ୍ଥାରେ ଗ୍ରାମବାସୀଙ୍କ ନିକଟତର କରିଥିଲା। ସେତେବେଳେ ଗଁାର ପିଲାମାନେ ନାନା ରୋଗରେ ଆକ୍ରାନ୍ତ ହେଉଥିଲେ। ସେ ଜାଣିଥିବା ଚେରମୂଳି ଔଷଧ ଦେଇ ସେ ପିଲାମାନଙ୍କୁ ରୋଗମୁକ୍ତ କରୁଥିଲେ। ଏହା ଧୀରେ ଧୀରେ ପ୍ରଚାର ହେବାରୁ ତାଙ୍କ ନିକଟକୁ ଧୋକୁଟା, ଲାଛବନ୍ଧ, ଶଙ୍ଖପୁର, ନନ୍ଦପୁର, ମଧୁପୁର, ମାଧପୁର, ବ୍ରହ୍ମପୁର, କରତପଟା, ବନ୍ଦନପସି ଆଦି ଗ୍ରାମର ଲୋକେ ଔଷଧ ନେବାକୁ ଆସିଲେ। ବିନା ପାରିଶ୍ରମିକରେ ଏହି କାର୍ଯ୍ୟ ଖୁସି ଦେଉଥିବା ଅନୁଭବ କରିବାପରେ ସେ ଗ୍ରାମବାସୀଙ୍କୁ ବିଭିନ୍ନ କାର୍ଯ୍ୟରେ ସାହାଯ୍ୟ ସହଯୋଗ କରିବା ଆରମ୍ଭ କଲେ। ବିନା ନିମନ୍ତ୍ରଣରେ ସେ କାହାର ବିବାହ ଉତ୍ସବରେ ଯୋଗଦେଉଥିଲେ ତ କାହାର ଶବ ସଂସ୍କାର ପାଇଁ ପହଞ୍ଚି ଯାଉଥିଲେ। ବିଭିନ୍ନ ଯାନିଯାତ୍ରାରେ ମଧ୍ୟ ସେ ଦାୟିତ୍ୱ ମାଗି ତାହାକୁ ସୁଚାରୁରୂପେ ତୁଲାଉଥିଲେ। ବିଶେଷକରି ଗଁା କି ଆଖପାଖ ଅଞ୍ଚଳରେ କାହାର ମୃତ୍ୟୁ ହେଲେ ସେ ସୁନ୍ଦର ଭାବେ କୋକେଇ ତିଆରି କରିଦେବା ସହ ଶ୍ମଶାନରେ ପହଞ୍ଚି କାଠର ଜୁଇ ପ୍ରସ୍ତୁତ କରିଦେଉଥିଲେ। ଏବେ କିନ୍ତୁ ତାଙ୍କୁ ଆଉ ବିନା ନିମନ୍ତ୍ରଣରେ ଯିବାକୁ ପଡ଼ୁନି। କାରଣ ତାଙ୍କ ସେବା ପ୍ରତି ଲୋକଙ୍କ ମନରେ ଏପରି ଆଦର ଭାବ ଜାଗ୍ରତ ହୋଇଛି ଯେ ଚାରିଆଡ଼ୁ ତାଙ୍କ ପାଖକୁ ଡାକରା ଆସୁଛି। ବର୍ତ୍ତମାନ ସୁଦ୍ଧା ସେ ଦୁଇଶହରୁ ଅଧିକ ଶବ ଦାହ କରିସାରିଛନ୍ତି। ଏପରି କାର୍ଯ୍ୟ ତାଙ୍କୁ ଆତ୍ମସନ୍ତୋଷ ଦେଉଥିବାରୁ ଆଗାମୀ ଦିନରେ ଅଧିକ ଲୋକଙ୍କ ସହ ସେ ଜଡିତ ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଅଚ୍ୟୁତ କୁହନ୍ତି, ମଣିଷ ଜନ୍ମ ହୋଇଛି ଅନ୍ୟକୁ ସହଯୋଗ କରିବା ପାଇଁ। ସମସ୍ତଙ୍କ ଦୁଃଖ ସୁଖରେ ସାମିଲ ହେବା ପାଇଁ। କୌଣସି କାର୍ଯ୍ୟ କରିବାକୁ ତାଙ୍କୁ କଷ୍ଟ ଲାଗି ନ ଥାଏ। ବୟସ ବଢିଯାଇଥିଲେ ମଧ୍ୟ ସେ ପୂର୍ବପରି ଚଳଚଞ୍ଚଳ ରହିଛନ୍ତି। ତାଙ୍କର ଯୋଗଦାନ ସବୁ ଜାଗାରେ ରହିଛି ଓ ଆଗାମୀ ଦିନରେ ରହିବ। ଅଚ୍ୟୁତ୍‌ଙ୍କ ଏପରି ନିଆରା କାର୍ଯ୍ୟକୁ ପୋକତୁଙ୍ଗା ଗ୍ରାମର ପୂର୍ବତନ ସରପଞ୍ଚ ସୁରେଶ ପ୍ରଧାନ, କୁମୁଦ ଚନ୍ଦ୍ର ପ୍ରଧାନ, ଜିତେନ୍ଦ୍ର ପ୍ରଧାନ, ପୂର୍ବତନ ସଭାପତି ରତ୍ନାକର ପ୍ରଧାନ, ଗୋକୁଳାନନ୍ଦ ପ୍ରଧାନ, ଶତ୍ରୁଘନ ପ୍ରଧାନ, କୃପାସିନ୍ଧୁ ପ୍ରଧାନ, ପ୍ରଶାନ୍ତ ପ୍ରଧାନ, ବର୍ତ୍ତମାନର ସଭାପତି ପପୁ ପ୍ରଧାନ, ବିବେକାନନ୍ଦ ପ୍ରଧାନ ପ୍ରମୁଖ ଉଚ୍ଚ ପ୍ରଶଂସା କରିଛନ୍ତି। ସେମାନଙ୍କ ମତରେ ଅଚ୍ୟୁତଙ୍କ ଭଳି ଲୋକ ଦୁନିଆରେ ଖୁବ୍‌ କମ୍‌ ଅଛନ୍ତି। ତାଙ୍କ ଉପସ୍ଥିତି ଗଁାର ସମସ୍ତଙ୍କୁ ଆନନ୍ଦ ଦେଇଥାଏ। ଏକାଠି ବଞ୍ଚିବା ମରିବାର ବାର୍ତ୍ତା ଦେଇଥାଏ। ଭାଇଚାରା ଓ ନିଃସ୍ବାର୍ଥପର ସେବା କ’ଣ ତାହା ତାଙ୍କଠାରୁ ହିଁ ଶିଖିବାକୁ ମିଳେ ବୋଲି ଗ୍ରାମବାସୀ କହିବା ସହ ଅଚ୍ୟୁତ୍‌ ଆମ ପାଇଁ ଦେବଦୂତ ବୋଲି ପ୍ରକାଶ କରିଛନ୍ତି।

-ଦିନେଶ ଦେହୁରୀ 


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବିତ, ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

ଧର୍ମଗଡ଼ ଉପଖଣ୍ଡରେ କୁଆପଥର ବର୍ଷା: ଯାତାୟାତ ବାଧାପ୍ରାପ୍ତ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡରେ ସୋମବାର ମଧ୍ୟାହ୍ନରେ ପ୍ରବଳ ଝଡ଼ ତୋଫାନ ସହ କୁଆପଥର ବର୍ଷା ହୋଇଛି। ବିଶେଷ କରି ଉପଖଣ୍ଡର ଧର୍ମଗଡ଼…

ପୋଲିସକୁ ଭୁଆଁ ବୁଲାଇ ନୂଆ ତରିକାରେ ହେଉଥିଲା ଗଞ୍ଜେଇ ଚାଲାଣ, ଖବରପାଇ ପହଞ୍ଚିଗଲା ପୋଲିସ

ମୋହନା,୬।୪( ମନ୍ମଥ ମିଶ୍ର ): ଗଜପତି ଜିଲାର ଭୂସ୍ବର୍ଗ ପାଲଟିଥିବା ଅଡବା ଥାନା ଅଞ୍ଚଳରେ ପୋଲିସର ଘନଘନ ଚଢ଼ାଉ ଜାରି ରହିଛି। ଗତ କିଛି ଦିନ ଭିତରେ…

କଣ୍ଟେନରରେ ଆନ୍ଦ୍ରପ୍ରଦେଶକୁ ହେଉଥିଲା ଗୋ ଚାଲାଣ, ହଠାତ୍‌ ପହଞ୍ଚିଗଲା ପୋଲିସ, ତା’ପରେ…

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ରିଷଗାଁ ବାଇପାସ ରାସ୍ତାରେ ସୋମବାର ବେଆଇନ ଭାବେ ଏକ କଣ୍ଟେନରରେ ଗୋରୁ ଚାଲାଣ ହେଉଥିବା…

ଅପହଞ୍ଚ ଅଞ୍ଚଳରେ ଆଇଏଏସ୍‌ ଅଧିକାରୀ: ପାହାଡ଼ ଚଢ଼ି ଆଦିବାସୀଙ୍କ ବୁଝିଲେ ଦୁଃଖ, ପ୍ରସ୍ତୁତ ହେଲା ବିକାଶର ବ୍ଲୁ-ପ୍ରିଣ୍ଟ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଅତି ଦୁର୍ଗମ ଥୁଆମୂଳ ରାମପୁର ବ୍ଲକର କନ୍ଦାଗୁଡ଼ା, କେନ୍ଦୁଗୁଡ଼ା ଓ ଦେର୍ଲାଠି ଭଳି ଅପହଞ୍ଚ ଗ୍ରାମଗୁଡ଼ିକରେ ପ୍ରଥମକରି…

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୃଦ୍ଧାଙ୍କୁ ଆକ୍ରମଣ: ଘରେ ଏକୁଟିଆ ଥିବାବେଳେ ଟାଣି ନେଇ…

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମର ଏନ.କସ୍ତୁରୀ ରେଡ୍ଡୀ(୭୦)ଙ୍କୁ ତାଙ୍କ ପଡୋଶୀ ଭି.ଭିକି ରେଡ୍ଡୀ,ଭି. ମାମି ରେଡ୍ଡୀ…

ତାମ୍ପରା ହ୍ରଦର ହେବ ପୁନଃରୁଦ୍ଧାର: ବିଧାୟକଙ୍କ ଉପସ୍ଥିତରେ ସମୀକ୍ଷା କଲେ ଜିଲାପାଳ

ଛତ୍ରପୁର,୬।୪(ଦିଲ୍ଲୀପ ସାମଲ): ଛତ୍ରପୁର ସହର ନିକଟରେ ଥିବା ତାମ୍ପରା ହ୍ରଦର ପୁନଃରୁଦ୍ଧାର l ତା’ସହିତ ତାମ୍ପରା ଓ ସମୁଦ୍ର ମଧ୍ୟରେ ନୋଳିଆନୁଆଁ ଗାଁ ବେଳାଭୂମି ରହିଛି l…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri