ଶପଥଗ୍ରହଣ, ବିଭାଗ ବଣ୍ଟନକୁ୍‌ ସପ୍ତାହେ ପୂରିଲା:ନୂଆ ମନ୍ତ୍ରୀମାନଙ୍କୁ ମିଳିନାହିଁ ଅଫିସ

ଭୁବନେଶ୍ୱର,୬ା୬(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ମେ ୨୯ରେ ରାଜ୍ୟର ନୂତନ ମନ୍ତ୍ରିମଣ୍ଡଳ ଶପଥ ନେଇଛି। ଏହି କାର୍ଯ୍ୟକ୍ରମକୁ ସପ୍ତାହେ ପୂରିଗଲାଣି। ଶପଥ ଗ୍ରହଣ ଦିନ ଅପରାହ୍ନରେ ହିଁ ସମସ୍ତ ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନ କରାଯାଇଥିଲା। ଏମିତିକି ମନ୍ତ୍ରୀମାନେ ପ୍ରତି ମାସ ୭ ତାରିଖ ପୂର୍ବରୁ ବିଭାଗର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ରିପୋର୍ଟ ଦେବା ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ତାଗିଦ କରାଯାଇଛି। ହେଲେ ଶପଥ ନେଇଥିବା ସବୁ ମନ୍ତ୍ରୀ ଏ ପର୍ଯ୍ୟନ୍ତ ବିଧିବଦ୍ଧଭାବେ ଫାଇଲ କାର୍ଯ୍ୟ କରିପାରିନାହାନ୍ତି। କେବଳ ପୁନର୍ବାର ଦାୟିତ୍ୱ ଗ୍ରହଣ କରିଥିବା କେତେକ ମନ୍ତ୍ରୀ ବିଧିବଦ୍ଧ ଫାଇଲ କାର୍ଯ୍ୟ କରିପାରୁଛନ୍ତି।
କ୍ୟାବିନେଟ୍‌, ରାଷ୍ଟ୍ରମନ୍ତ୍ରୀ(ସ୍ବାଧୀନ ଦାୟିତ୍ୱ) ଏବଂ ରାଷ୍ଟ୍ରମନ୍ତ୍ରୀମାନଙ୍କୁ କାର୍ଯ୍ୟାଳୟ ମିଳିବାର ନିୟମ ରହିଛି। ହେଲେ ସଚିବାଳୟରେ ନୂତନ ମନ୍ତ୍ରୀମାନଙ୍କୁ ଏଯାଏ ଚାମ୍ବର ମିଳିନାହିଁ। ସେହିପରି ମନ୍ତ୍ରୀଙ୍କୁ ଜଣେ ବ୍ୟକ୍ତିଗତ ସହାୟକ, ଅତିରିକ୍ତ ସହାୟକ, ଅଫିସ ପିଅନ, ଆବାସିକ କାର୍ଯ୍ୟାଳୟରେ ଫୋନ୍‌ ସୁବିଧା ମଧ୍ୟ ପ୍ରଦାନ କରାଯାଇନାହିଁ। ଯାହା ଦ୍ୱାରା ଅନେକ ମନ୍ତ୍ରୀ ଭଲ ବିଭାଗ ପାଇଥିଲେ ବି ନିଜ ଅଞ୍ଚଳ ବୁଲିବାରେ ନିଜକୁ ବ୍ୟସ୍ତ ରଖୁଛନ୍ତି। ପୂର୍ବ ସରକାରରେ ଥିବା କେତେଜଣ ମନ୍ତ୍ରୀ ସଚିବାଳୟକୁ ଆସି ନିଜ ପୁରୁଣା ଚାମ୍ବରରେ ବସି ଯାଉଥିବା ଲକ୍ଷ୍ୟ କରାଯାଉଛି। ଏହି ମନ୍ତ୍ରୀମାନେ ହେଉଛନ୍ତି- ନିରଞ୍ଜନ ପୂଜାରୀ, ପ୍ରଫୁଲ୍ଲ ମଲିକ, ସୁଶାନ୍ତ ସିଂ, ପ୍ରତାପ ଜେନା , ବିକ୍ରମ କେଶରୀ ଆରୁଖ ଏବଂ ଅଶୋକ ଚନ୍ଦ୍ର ପଣ୍ଡା ପ୍ରମୁଖ। ସେହିପରି ମନ୍ତ୍ରୀ ପଦ ପାଇଁ ଏଯାଏ ସମସ୍ତ ସୁବିଧା ପାଇ ନ ଥିବା ମନ୍ତ୍ରୀମାନେ ହେଉଛନ୍ତି- ପଦ୍ମନାଭ ବେହେରା, ଅରୁଣ କୁମାର ସାହୁ, ସୁଦାମ ମାରାଣ୍ଡି, ନବ କିଶୋର ଦାସ, ଟୁକୁନି ସାହୁ, ଜଗନ୍ନାଥ ସାରକା, ଦିବ୍ୟ ଶଙ୍କର ମିଶ୍ର, ସମୀର ରଞ୍ଜନ ଦାସ, ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ପ୍ରେମାନନ୍ଦ ନାୟକ, ରଘୁନନ୍ଦନ ଦାସ, ପଦ୍ମିନୀ ଦିଆନ ଏବଂ ତୁଷାରକାନ୍ତି ବେହେରା। ଅବଶ୍ୟ କେତେକ ବିଭାଗ ଅଧୀନସ୍ଥ ନିର୍ଦ୍ଦେଶାଳୟ ଥିବା ମନ୍ତ୍ରୀଙ୍କ ଚାମ୍ବର ବ୍ୟବହାର କରି ହେଉଥିବା ଜଣାପଡିଛି। କାହାକୁ କ’ଣ ମିଳିଛି, ସେ ସମ୍ପର୍କରେ ଏକାଧିକ ମନ୍ତ୍ରୀଙ୍କଠାରୁ ମତାମତ ସଂଗ୍ରହ କରାଯାଇଥିଲା।
ଯୋଗାଯୋଗ କରାଯାଇଥିବା ସମସ୍ତ ମନ୍ତ୍ରୀ ନିଜ ନାମ ଗୋପନ ରଖି କହିଛନ୍ତି ଯେ, ମନ୍ତ୍ରୀଙ୍କ ସ୍ବତନ୍ତ୍ର କାର୍ଯ୍ୟାଳୟ ନିହାତି ଆବଶ୍ୟକ। କାରଣ ଚାମ୍ବରରେ ହିଁ ଓସୱାସ ଥିବା କମ୍ପ୍ୟୁଟର ରହିଥାଏ। ଏହାର ପାସ୍‌ୱାର୍ଡ ଗୋପନୀୟ। ଅନ୍ୟ କେଉଁ ସ୍ଥାନରେ ବା କାର୍ଯ୍ୟାଳୟ ବାହାରେ ଓସୱାସ ଖୋଲିବା ଉଚିତ ନୁହେଁ। ସେହିପରି ଜଣେ ମନ୍ତ୍ରୀ ଏକାଧିକ ଦାୟିତ୍ୱରେ ରହିଥାନ୍ତି। ତେଣୁ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ରଖାଯାଇଥାଏ। ଏଯାବତ୍‌ ସମସ୍ତ ମନ୍ତ୍ରୀଙ୍କୁ ବ୍ୟକ୍ତିଗତ ସଚିବ ମିଳି ନାହାନ୍ତି। ଓସୱାସକୁ ଆସେସ୍‌ କରିବା ପାଇଁ ସୁଯୋଗ ନାହିଁ। ତେଣୁ ଫାଇଲ କାର୍ଯ୍ୟ ବିଧିବଦ୍ଧଭାବେ ଆରମ୍ଭ ହୋଇ ପାରି ନ ଥିବା ଅନେକେ ମତାମତ ଦେଇଛନ୍ତି। ଅପରପକ୍ଷରେ ନିର୍ବାଚିତ ବିଧାୟକମାନଙ୍କୁ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ଯୋଗାଇ ଦିଆଯାଇଛି। ଅନେକ ନବନିର୍ବାଚିତ ବିଧାୟକଙ୍କୁ ସରକାରୀ କ୍ୱାର୍ଟର୍ସ ମିଳି ନାହଁି। ପୂର୍ବରୁ ବିଧାୟକ, ମନ୍ତ୍ରୀ ଓ ଅନେକ ସାମ୍ବିଧାନିକ ଦାୟିତ୍ୱରେ ଥିବା ବ୍ୟକ୍ତିବିଶେଷ ଘର ଖାଲି କରିନାହାନ୍ତି। ଏକାଧିକ ନୂଆ ମନ୍ତ୍ରୀ ରାଜ୍ୟ ଅତିଥି ଭବନରେ ରହୁଥିବା ଜଣାପଡିଛି। ପ୍ରଶାସନିକ ସମୀକ୍ଷକଙ୍କ କହିବାନୁଯାୟୀ, ନିର୍ବାଚିତ ପ୍ରତିନିଧି ଏବଂ ମନ୍ତ୍ରିପରିଷଦ ସମସ୍ତ ବିଭାଗର ସାମ୍ବିଧାନିକ ମୁଖ୍ୟ। ପ୍ରଶାସକ ସେମାନଙ୍କୁ ସହଯୋଗ କରିଥାଏ। ତେଣୁ ମନ୍ତ୍ରୀମାନଙ୍କୁ ସମସ୍ତ ସରକାରୀ ସୁବିଧା ସହ ଓସୱାସ ବ୍ୟବହାର ପାଇଁ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନେବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

କଳାହାଣ୍ଡିରେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ଏମ୍‌ପି-ବିଧାୟକଙ୍କ ପାଇଁ କଲେ ଭୋଟ୍‌ ନିବେଦନ

ଭବାନୀପାଟଣା,୧ା୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଉଦେଶୃଙ୍ଗଠାରେ ବୁଧବାର ଭାଜପାର ପରିବର୍ତ୍ତନ ସଭା ଓ ମିଶ୍ରଣ ପର୍ବ...

କୂଅରୁ ପାଣି କାଢ଼ୁଥିବା ବେଳେ କୂଅରେ ପଡି ବୃଦ୍ଧା ମୃତ

କୋରାପୁଟ,୧ା୫: (ଅମିତାଭ ବେହେରା ) ବୁଧବାର କୋରାପୁଟ ସହରର ହାଟ ପଦା ଅଂଚଳରେ ଏକ ଅଭାବନୀୟ ଘଟଣା ଘଟିଛି। କୂଅରୁ ପାଣି କାଢ଼ୁଥିବା ବେଳେ କୂଅରେ...

ବାଇକ୍‌ ସହ ପିଟିହେଲା ବାଇକ୍‌: ୨ ଜଣଙ୍କ ଜୀବନ ଗଲା, ୨ ଆହତ

ଛତ୍ରପୁର,୧ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅନ୍ତର୍ଗତ ବାଟ ଛତ୍ରପୁର ଗ୍ରାମ ନିକଟ କାଜୁ ଫ୍ୟାକ୍ଟରି ସମ୍ମୁଖ ରାଜପଥରେ ବାଇକ୍‌ ସହ ବାଇକ ଧକ୍କାରେ...

ଦଳିତ ପରିବାରରେ କେନ୍ଦ୍ର ମନ୍ତ୍ରୀଙ୍କ ଭୋଜନ

ଭବାନୀପାଟଣା,୧।୫ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ଉଦେଶୃଙ୍ଗ ଠାରେ ବୁଧବାର ଭାଜପାର ମିଶ୍ରଣ ପର୍ବରେ କେନ୍ଦ୍ର ମନ୍ତ୍ରୀ ଭୁପେନ୍ଦ୍ର ସିଂହ ଯାଦବ...

ଭାଜପାରେ ଯୋଗଦେଲେ ପୂର୍ବତନ କଂଗ୍ରେସ ଲୋକ ସଭା ପ୍ରାର୍ଥୀ ଦୁଲାଲ ପ୍ରଧାନ

ସମ୍ବଲପୁର,୧ା୫: ଭାଜପାରେ ଯୋଗ ଦେଇଛନ୍ତି ପୂର୍ବତନ କଂଗ୍ରେସ ଲୋକ ସଭା ପ୍ରାର୍ଥୀ ଦୁଲାଲ ପ୍ରଧାନ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ‌ଙ୍କ ଉପସ୍ଥିତିରେ ଜିଲା ଭାଜପା କାର୍ଯ୍ୟାଳୟରେ ଅନୁଷ୍ଠିତ...

ବିଧାୟକ ମୋହନ ଚରଣ ମାଝିଙ୍କୁ ଥାନା ଅଧିକାରୀଙ୍କ ଦୁର୍ବ୍ୟବହାର, ପ୍ରତିବାଦରେ ଥାନା ସମ୍ମୁଖରେ ବସିଲେ ଧାରଣା

କେନ୍ଦୁଝର,୧ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ବିଧାୟକ ତଥା ସଦର ବିଧାୟକ ପ୍ରାର୍ଥୀ ମୋହନ ଚରଣ ମାଝିଙ୍କୁ ସଦର ଥାନା ଆଇଆଇସିଙ୍କ ଦୁର୍ବ୍ୟବହାର ପ୍ରତିବାଦରେ ଥାନା...

ବ୍ରିଜ୍‌ ଉପରେ ସାଇକେଲ ରଖି ନଦୀକୁ ଡେଇଁ ପଡ଼ିଲେ ଦଶମ ଶ୍ରେଣୀ ଛାତ୍ର

ପାରାଦୀପ,୧ା୫(ଶରତ ରାଉତ): ପାରାଦୀପ ଆଦର୍ଶଥାନା ଅନ୍ତର୍ଗତ ଅଠରବାଙ୍କି ଓଭରବ୍ରିଜ୍‌ ଉପରୁ ବୁଧବାର ଖରାବେଳେ ଜଣେ ଦଶମ ଶ୍ରେଣୀ ଛାତ୍ର ନାହିଁ କାଉଡ଼ିଆ ନଦୀରେ ପଡ଼ି ଯାଇ...

ପ୍ରାର୍ଥିପତ୍ର ଦାଖଲ କଲେ ଅଭିଷେକ

ବରଗଡ଼,୧ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅତାବିରା ବିଧାନସଭା ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା କଂଗ୍ରେସ ପ୍ରାର୍ଥୀ ଅଭିଷେକ ସେଠ୍‌ ବୁଧବାର ନାମାଙ୍କନ ଦାଖଲ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri