Posted inକଟକ

ଶଟ୍‌ଡାଉନରେ ରୋଗୀ ସେବା କଲେ ପୂର୍ବତନ ବିଧାୟକ

ଚୌଦ୍ୱାର,୫ା୩(ଡି.ଏନ୍‌.ଏ): କରୋନା ସଂକ୍ରମଣ ବ୍ୟାପିବାକୁ ରୋକିବା ପାଇଁ କଟକ ସହର ସମେତ ଚୌଦ୍ୱାର ସହର ମଧ୍ୟ ଶଟ୍‌ଡାଉନ ରହିଛି। ଶୁକ୍ରବାର ସନ୍ଧ୍ୟାରେ ଚୌଦ୍ୱାର ପୋଲିସ ତରଫରୁ ଡାକବାଜୀ ଯନ୍ତ୍ର ଯୋଗେ ଶଟ୍‌ଡାଉନ ପ୍ରଚାର ହେବାପରେ ଦୋକାନ ବଜାରରେ କିଛିସମୟ ପାଇଁ ଗ୍ରାହକଙ୍କ ହଠାତ୍‌ ଭିଡ ଲାଗିଯାଇଥିଲା। ହେଲେ ରାତି୮ଟା ସୁଦ୍ଧା ରାସ୍ତାଘାଟ ଶୂନଶାନ ହୋଇଯାଇଥିଲା। ଦୁଇଦିନ ଅଞ୍ଚଳବାସୀ ଏହି ନିୟମକୁ ଠିକ୍‌ଭାବେ ପାଳିଥିବା ଚୌଦ୍ୱାରା ଥାନା ଆଇଆଇସି ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି। ଏହି ଶଟ୍‌ଡାଉନ ସମୟରେ ଚୌଦ୍ୱାର-କଟକର ପୂର୍ବତନ ବିଧାୟକ ଲୋକମାନଙ୍କୁ ଆମ୍ବୁଲାନ୍ସ ସେବା ଯୋଗାଇ ଦେଇଛନ୍ତି। ଶଟଡାଉନ ଥିବାରୁ ଗାଡିମୋଟର ଯାତାୟାତ ବନ୍ଦ ଥିଲା। ଏଭଳି ସ୍ଥିତିରେ ଶନିବାର ଚୌଦ୍ୱାର ହାଉସିଂବୋର୍ଡର ଜଣେ ବ୍ୟକ୍ତିଙ୍କ ହଠାତ୍‌ ଛାତିରେ ଯନ୍ତ୍ରଣା ହେବାର ତାଙ୍କୁ ହସ୍ପିଟାଲ ନେବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ଗାଡି ମିଳି ନ ଥିଲା। ବାଧ୍ୟହୋଇ ଉକ୍ତ ୱାର୍ଡର ପୂର୍ବତନ କାଉନନସିଲର ଶୁଭେନ୍ଦୁ ସାମଲ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କୁ ଫୋନ କରିବାରୁ ରୋଗୀଙ୍କ ସେବାପାଇଁ ନିଜେ ବାହାର କରିଥିବା ଆମ୍ବୁଲାନ୍ସ ଓ କର୍ମଚାରୀ ପଠାଇ ପୀଡିତଙ୍କୁ ଚିକିତ୍ସା କରାଇ ଘରେ ପହଞ୍ଚାଇ ଥିଲେ। ସେହିପରି ଓଟିଏମ କଲୋନୀର ଜଣେ ବ୍ୟକ୍ତିଙ୍କ ନବଜାତ ଶିଶୁପୁତ୍ରର ଶନିବାର ସନ୍ଧ୍ୟାରେ କଟକ ଶିଶୁଭବନରେ ମୁତୁ୍ୟୁ ହୋଇଥିଲା। ସେଠାରେ ମୃତ ଶିଶୁକୁ ଘରକୁ ଆଣିବା ପାଇଁ ଗାଡି ପାଇ ନ ଥିଲେ। ବାଧ୍ୟହୋଇ ଶିଶୁପୁତ୍ରକୁ କାନ୍ଧରେ ଧରି ଦରଘା ବଜାର ପର୍ଯ୍ୟନ୍ତ ଚାଲିଚାଲି ଆସୁଥିବା ଖବରପାଇ ପୂର୍ବତନ ବିଧାୟକ ତୁରନ୍ତ ଆମ୍ବୁଲାନ୍ସ ସହିତ ନିଜେ ଯାଇ ସେମାନଙ୍କୁ କଟକରୁ ଚୌଦ୍ୱାର ଆଣିଥିଲେ। ବିଧାୟକଙ୍କ ଏହି କାର୍ଯ୍ୟ ପାଇଁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

Posted inHome, କଟକ View All

ଘରେ କେହି ନ ଥିବାବେଳେ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କଲେ ଯୁବତୀ, ପଡ଼ୋଶୀ ଆସିବାବେଳକୁ…

ପାରଳାଖେମୁଣ୍ଡି,୧୧ା୪(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡିର ଖଞ୍ଜା ସାହିରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଖଞ୍ଜା ସାହିରେ ଶୁଭ୍ର ସାମଲ ନାମକ ଜଣେ…

ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ଅନ୍‌ଲାଇନ୍‌-ଅଫ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର

ବାଲିଗୁଡ଼ା,୧୧ା୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ାସ୍ଥିତ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ +୨ ବିଜ୍ଞାନ, ବାଣିଜ୍ୟ ବିଭାଗର ଅନ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର ହୋଇଥିବାବେଳେ ଗତ…

‘ନିଜ ମାତୃଭାଷା ଯେତେ ଆଗକୁ ଯିବ ସେ ଅଞ୍ଚଳ ସେତେ ଆଗକୁ ବଢ଼ିବ’

ଭଞ୍ଜନଗର,୧୧ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଓଡ଼ିଆ ପକ୍ଷ ଅବସରରେ ଶନିବାର ଭଞ୍ଜ ସାହିତ୍ୟ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ…

ସରକାରୀ ଯୋଜନାରେ ଲକ୍ଷପତି ହେଲେ ୨ ଭାଇ: ସମାଜ ପାଇଁ ଉଦାହରଣ

ଲଖନପୁର,୧୧ା୪(ଗୌତମ ସାହୁ):ବର୍ତ୍ତମାନ ସମୟରେ ଯୁବପିଢ଼ି ଉଚ୍ଚଶିକ୍ଷା ଗ୍ରହଣ କରି ସରକାରୀ ଚାକିରି ପାଇବା ଆଶାରେ ନିଜ ବୟସ ଗଡ଼ାଇ ଚାଲିଛନ୍ତି। ସେହିପରି ଆଉକିଛି ଯୁବପିଢ଼ି ସ୍ବଳ୍ପ ସମୟରେ…

ଅଫିସରେ କାମ କରୁଥିବାବେଳେ ଟଳିପଡ଼ିଲେ DFO, ଆହୁରି ବର୍ଷେ ଥିଲା ଚାକିରି

ଚାନ୍ଦବାଲି,୧୧ା୪(ଅଶୋକ ପଣ୍ଡା): ଚାନ୍ଦବାଲିରେ କର୍ତ୍ତବ୍ୟରତ ଭଦ୍ରକ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ(DFO) ସୌଭାଗ୍ୟ କୁମାର ସାହୁଙ୍କ ମୃତ୍ୟୁ ଘଟିଛି। ଶନିବାର ପୂର୍ବାହ୍ନ ୧୧ ଟାରେ ସେ ଛାତିରେ ଯନ୍ତ୍ରଣା…

୩ ଘଣ୍ଟା କହି ୭ ଘଣ୍ଟା କାଟିଲେଣି: ବିଦ୍ୟୁତ ସେବା ନ ପାଇ ଲୋକେ ହଟହଟା

ଭଞ୍ଜନଗର,୧୧।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଟାଟା ପାୱାର ପକ୍ଷରୁ ଶନିବାର ବିଦ୍ୟୁତ ମରାମତି ପାଇଁ ସକାଳ ୮ ଟା ରୁ ପୁର୍ବାହ୍ନ ୧୧ ଟା ପର୍ଯ୍ୟନ୍ତ…

ରାହୁଲଙ୍କୁ ଦେଖି ଅଟକି ଗଲେ ମୋଦି, ଆଉ ତା’ପରେ ଘଟିଲା…ଦେଖନ୍ତୁ VIDEO

ନୂଆଦିଲ୍ଲୀ,୧୧।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମହାତ୍ମା ଜ୍ୟୋତିବା ଫୁଲେଙ୍କ ୨୦୦ତମ ଜନ୍ମବାର୍ଷିକୀରେ ପୁଷ୍ପମାଲ୍ୟ ଅର୍ପଣ କରିବା ପାଇଁ ସଂସଦ ପରିସରରେ ପ୍ରେରଣା ସ୍ଥଳକୁ ଯାଇଥିଲେ। ସେଠାରେ…

ବିପଦ ସାଜିଲା ଓଭରଟେକ୍‌, ବିଲକୁ ପଶିଗଲା ୨ ବସ୍‌, ଆଉ ତା’ ପରେ…

ସାଲେପୁର,୧୧ା୪(ଅରବିନ୍ଦ ଭୂୟାଁ): ସାଲେପୁର ଥାନା ଅଧୀନ କଟକ ସାଲେପୁର ରାସ୍ତାର ଭାତପଡ଼ା ଛକ ନିକଟରେ ଶନିବାର ସକାଳେ ଦୁଇଟି ଘରୋଇ ବସ୍‌ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଦୁର୍ଘଟଣାଗ୍ରସ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri