ଶକ୍ତିଶାଳୀ ହେଉଛି ଅମ୍ଫନ୍‌: ‌ଦୀଘା, ହାତିଆ ମଧ୍ୟରେ ହେବ ମାଡ଼, ୬ କି.ମି. ବେଗରେ ମାଡ଼ି ଆସୁଛି

ଭୁବନେଶ୍ୱର,୧୮।୫(ବ୍ୟୁରୋ): ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ଭୟଙ୍କର ସାମୁଦ୍ରିକ ଝଡ଼ରେ ପରିଣତ ହୋଇଛି। ଏହା ପାରାଦୀପଠାରୁ ଦକ୍ଷିଣରେ ୯୫୦କି.ମି., ପଶ୍ଚିମବଙ୍ଗର ଦୀଘାଠାରୁ ୧୧୨୦ କି.ମି ଏବଂ ବାଂଲାଦେଶର ଖେପୁରାଠାରୁ ୧୨୩୦ କି.ମି ଦୂରରେ କେନ୍ଦ୍ରୀଭୂତ ହୋଇଛି। ସାମୁଦ୍ରିକ ଝଡ଼ ଅମ୍ଫନ ଧୀରେ ଧୀରେ ବଳଶାଳୀ ହୋଇ ଘଣ୍ଟାକୁ ମାତ୍ର ୬ କି.ମି. ବେଗରେ ସ୍ଥଳଭାଗ ଆଡ଼କୁ ମୁହାଁଇଛି। ରବିବାର ମଧ୍ୟରାତ୍ର ସୁଦ୍ଧା ବାତ୍ୟା ଅମ୍ଫନ ଅତି ଭୟଙ୍କର ରୂପ ଧାରଣ କରିବ। ଆସନ୍ତା ୧୨ ଘଣ୍ଟା ମଧ୍ୟରେ ବାତ୍ୟା ଭୟଙ୍କରରୁ ଅତି ଭୟଙ୍କର ହେବ। ଏହା ଉତ୍ତର ଦିଗ ଦେଇ ଗତି କରୁଛି। ୧୮ ଓ ୧୯ତାରିଖ ମଧ୍ୟରେ ଏହି ସାମୁଦ୍ରିକ ଝଡ଼ ଦିଗ ପରିବର୍ତ୍ତନ କରି ଉତ୍ତର-ଉତ୍ତର ପୂର୍ବ ଦିଗକୁ ଗତି କରିବ। ଆସନ୍ତା ୨୦ତାରିଖ ଅପରାହ୍ନ କିମ୍ବା ସନ୍ଧ୍ୟା ସୁଦ୍ଧା ବାତ୍ୟା ପଶ୍ଚିମ ବଙ୍ଗର ଦୀଘା ଏବଂ ବାଂଲାଦେଶର ହାତିଆ ଦ୍ୱୀପ ମଧ୍ୟରେ ଅମ୍ଫନ ଅତି ଭୟଙ୍କର ରୂପ ଧାରଣ କରି ସ୍ଥଳଭାଗକୁ ମାଡ଼ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ସେତେବେଳକୁ ଝଡ଼ର ବେଗ ଘଣ୍ଟା ପ୍ରତି ୧୮୦ରୁ ୨୦୦ କ.ମି. ରହିବ। ୧୮ତାରିଖରେ ବାତ୍ୟାର ଘଣ୍ଟା ପ୍ରତି ବେଗ ୧୩୫ରୁ ୧୫୦ କି.ମି. ରହିବା ବେଳେ ୧୯ ତାରିଖ ରାତ୍ରି ସୁଦ୍ଧା ୧୭୦ରୁ ୨୦୦ କି.ମି.କୁ ବୃଦ୍ଧି ପାଇବ। ସ୍ଥଳଭାଗ ଛୁଇଁବା ପରେ ବାତ୍ୟା ଦୁର୍ବଳ ହୋଇଯିବ। ପବନର ବେଗ ମଧ୍ୟ ହ୍ରାସ ପାଇବ। ବାତ୍ୟା ପ୍ରଭାବରେ ଆସନ୍ତା ୧୮ତାରିଖ ସନ୍ଧ୍ୟାରୁ ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ବର୍ଷା ଆରମ୍ଭ ହୋଇଯିବ। ଉପକୂଳରେ ଘଣ୍ଟାକୁ ୭୫ରୁ ୮୫କି.ମି ବେଗରେ ପବନ ବହିବା ସହିତ ତୁହାକୁ ତୁହା ବର୍ଷା ହେବ। ୧୯ତାରିଖରେ ପବନର ବେଗ ୧୩୫ରୁ ୧୫୦କି.ମିକୁ ବୃଦ୍ଧି ପାଇବ। ଗଞ୍ଜାମ, ଗଜପତି, ପୁରୀ, ଜଗତ୍‌ସିଂହପୁର ଏବଂ କେନ୍ଦ୍ରପଡ଼ା ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଏନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋୱାର୍ନିଂ ଜାରି କରାଯାଇଛି।
୨୦ ତାରିଖରେ ମଧ୍ୟ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ୱାର୍ନିଂ ଜାରି କରାଯାଇଛି। ସମୁଦ୍ର ଅଶାନ୍ତ ରହିବ। ସମୁଦ୍ରକୁ ନ ଯିବା ଲାଗି ମତ୍ସ୍ୟଜୀବୀଙ୍କୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି। ପାରାଦୀପ, ଚାନ୍ଦବାଲି, ପୁରୀ, ଗୋପାଳପୁରରେ ୨ ନମ୍ବର ବିପଦ ସଙ୍କେତ ଦିଆଯାଇଛି। ବାତ୍ୟା ଅମ୍ଫନ ଯୋଗୁ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଜିଲା ଅଧିକ ପ୍ରଭାବିତ ହେବାର ଆଶଙ୍କା ରହିଛି। ଏଥିସହିତ ୧୨ଟି ଜିଲାକୁ ଆଲର୍ଟରେ ରଖାଯାଇଛି। ବାତ୍ୟା ଉପରେ ନିୟମିତ ଭାବେ ନଜର ରଖାଯାଇଛି ବୋଲି ସ୍ବତନ୍ତ୍ର ରିଲିଫ କମିଶନର (ଏସ୍‌ଆରସି) ପ୍ରଦୀପ କୁମାର ଜେନା କହିଛନ୍ତି। ରବିବାର ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି ଯେ, ଶନିବାର ବାତ୍ୟା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଥିଲେ। ପରିସ୍ଥିତିକୁ ମୁକାବିଲା କରିବାନେଇ ଜିଲାପାଳ ଏବଂ ଏସ୍‌ପିଙ୍କ ସହ ଆଲୋଚନା ହୋଇଛି। ବାତ୍ୟାକୁ ଦେଖି ବିପଦପୂର୍ଣ୍ଣ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତର ବ୍ୟବସ୍ଥା କରାଯିବ। ୧୯ତାରିଖ ସନ୍ଧ୍ୟାରୁ ପବନର ପ୍ରଭାବ ଓଡ଼ିଶା ଉପରେ ରହିବ। କେଉଁ ଜିଲାର କେଉଁ ଜାଗାରୁ ଲୋକମାନଙ୍କୁ ସ୍ଥାନାନ୍ତର କରାଯିବ ସେ ନେଇ ଆଲୋଚନା ଜାରି ରହିଛି। ସମ୍ଭାବ୍ୟ ପ୍ରଭାବିତ ଜିଲାଗୁଡ଼ିକୁ ୧୨ ଓଡ୍ରାଫ ଓ ୩ ଏନଡିଆରଏଫ୍‌ ଟିମ୍‌ ସହିତ ୩୫୫ ଅଗ୍ନିଶମ ୟୁନିଟ ନିୟୋଜିତ କରାଯାଇଛି। ଏପରି କି ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ନୟାଗଡ଼, ପୁରୀ, ଖୋର୍ଦ୍ଧା, ଢେଙ୍କାନାଳ, ମୟୂରଭଞ୍ଜ, ଗଞ୍ଜାମ, ଗଜପତି ଏବଂ ଯାଜପୁର ଜିଲାରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି।
କରୋନା ଭୂତାଣୁ ସଂକ୍ରମଣ ଆଶଙ୍କାରେ କେତେକ ବାତ୍ୟା ଆଶ୍ରୟସ୍ଥଳ ଓ ସ୍କୁଲ ଘରକୁ ଅସ୍ଥାୟୀ ଚକିତ୍ସା କେନ୍ଦ୍ର(ଟିଏମ୍‌ସି)ରେ ପରିଣତ କରାଯାଇଛି। ଜିଲାରେ ଖାଲିଥିବା ସ୍କୁଲ, କଲେଜ ଓ ଅନ୍ୟାନ୍ୟ ବିଲ୍ଡିଂଗୁଡ଼ିକୁ ଆଶ୍ରୟସ୍ଥଳ ଭାବେ ବ୍ୟବହାର କରିବାକୁ ଜିଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଭାବିତ ଆଶଙ୍କା ଥିବା ୧୨ଟି ଜିଲାରେ ଖାଲିଥିବା ୫୬୭ଟି ବାତ୍ୟା ଆଶ୍ରୟସ୍ଥଳ ଏବଂ ୭ହଜାର କୋଠାଘରକୁ ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳ ଭାବେ ଚିହ୍ନଟ କରାଯାଇଛି ବୋଲି ଏସ୍‌ଆର୍‌ସି ସୂଚନା ଦେଇଛନ୍ତି। ସାମାଜିକ ଦୂରତା ରକ୍ଷା କରି ୧୨ଟି ଜିଲାରେ ୧୧ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇ ପାରିବ ବୋଲି ସେ କହିଛନ୍ତି। ୧୨ଟି ଜିଲାର ୧୮୦୯ଟି ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳ ମଧ୍ୟରୁ ୧୨୪୨ଟି କୋଭିଡ-୧୯ ପାଇଁ ବ୍ୟବହାର କରାଯାଉଛି। ଅବଶିଷ୍ଟ ୫୬୭ଟି ଖାଲି ରହିଛି। ଉକ୍ତ ୧୨ ଜିଲାରେ ମେ ୧୮ରୁ ୨୦ ତାରିଖ ଯାଏ ରାସ୍ତା ଦେଇ କୌଣସି ପ୍ରବାସୀଙ୍କୁ ଯିବାକୁ ଅନୁମତି ନ ଦେବା ଲାଗି ଜିଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏପରି କି ଜିଲାର ସୀମାରୁ ପ୍ରବାସୀ ଓଡିଆଙ୍କୁ ଏହି ଜିଲାଗୁଡିକୁ ନ ଛାଡ଼ିବାକୁ ପରାମର୍ଶ ଦିଆଯାଇଛି ବୋଲି ଏସ୍‌ଆରସି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ପ୍ରଧାନମନ୍ତ୍ରୀଙ୍କ ସହ କିଛି ବି ହୋଇଥାଆନ୍ତା’, କାହିଁକି ଏମିତି କହିଲେ ଓମ ବିର୍ଲା, ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୫।୨: ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ସମ୍ପର୍କରେ ଲୋକ ସଭାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଷଣ ମୁଲତବୀ କରାଯିବା ଉପରେ ବାଚସ୍ପତି ଓମ ବିର୍ଲା ଅସନ୍ତୋଷ ପ୍ରକାଶ…

SIR ନେଲାଣି ୧୦୭ ଲୋକଙ୍କ ଜୀବନ

କୋଲକାତା,୫।୨: ଗୁରୁବାର, ଫେବୃଆରୀ ୫, ୨୦୨୬ରେ ପଶ୍ଚିମବଙ୍ଗ ବିଧାନସଭାରେ ଏକ ଜରୁରୀ ପ୍ରସ୍ତାବ ଆଗତ କରାଯାଇଥିଲା। ଏଥିରେ ଦାବି କରାଯାଇଛି ଯେ ସ୍ବତନ୍ତ୍ର ସଘନ ସଂଶୋଧନ (SIR)…

ଚାଇନା-ରୁଷିଆ-ଆମେରିକାକୁ ପଛରେ ପକାଇ ଏହି ଲିଷ୍ଟ୍‌ରେ ଆଗକୁ ଗଲା ଭାରତ, ଜାଣନ୍ତୁ ପାକିସ୍ତାନ ସ୍ଥିତି କ’ଣ

ନୂଆଦିଲ୍ଲୀ,୫।୨: ବିଶ୍ୱ ବୌଦ୍ଧିକ ଫାଉଣ୍ଡେସନ (WIF) ଦ୍ୱାରା ପ୍ରକାଶିତ ଦାୟିତ୍ୱବାନ ରାଷ୍ଟ୍ର ସୂଚକାଙ୍କ ଦେଶଗୁଡ଼ିକ ଉପରେ ଏକ ନୂତନ ଦୃଷ୍ଟିକୋଣ ପ୍ରଦାନ କରେ। ଏହି ତାଲିକା ଏକ…

ବଲାଙ୍ଗୀର ସହର ପରିକ୍ରମା କଲେ ଆୟୁର୍ବେଦ ଛାତ୍ରୀଛାତ୍ର, ସୁବର୍ଣ୍ଣ ଜୟନ୍ତୀ ଗେଟକୁ କଳିକେଶ…

ବଲାଙ୍ଗୀର,୫।୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସରକାରୀ ଆୟୁର୍ବେଦିକ କଲେଜ ଏବଂ ହସ୍ପିଟାଲର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଗୁରୁବାର ଉଦଘାଟିତ ହୋଇଛି । ଏହି ଅବସରରେ ବଲାଙ୍ଗୀର ବିଧାୟକ…

ରାଶନକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ: ଏଣିକି ଶସ୍ୟ ବଦଳରେ ମିଳିବ…

ନୂଆଦିଲ୍ଲୀ,୫।୨: ଯଦି ଆପଣଙ୍କର ରାଶନ କାର୍ଡ ଅଛି ଏବଂ ଆପଣ ସରକାରଙ୍କ ମାସିକ ମାଗଣା ରାଶନ ଯୋଜନାର ହିତାଧିକାରୀ, ତେବେ ଏହା ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା।…

୧ ବଲ୍‌ ୯ ରନ୍‌: ବିନା ଓ୍ବାଇଡ୍‌-ନୋ ବଲ୍‌ରେ କେମିତି ହେଲା ସମ୍ଭବ, ଜାଣନ୍ତୁ କ୍ରିକେଟ୍‌ ପଡ଼ିଆରେ ରୋଚକ ଘଟଣା

ହରାରେ,୫।୨: ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ୧୯ ବର୍ଷରୁ କମ ବିଶ୍ୱକପ ସେମିଫାଇନାଲ ମ୍ୟାଚ କ୍ରିକେଟ ପଡ଼ିଆରେ ଏକ ଅସାଧାରଣ ଘଟଣା ଦେଖିବାକୁ ମିଳିଥିଲା। ଆଫଗାନିସ୍ତାନ ବ୍ୟାଟିଂ…

ଟି-୨୦ ବିଶ୍ୱକପ ପୂର୍ବରୁ ଭାରତକୁ ଜୋରଦାର୍‌ ଝଟ୍‌କା: ଯନ୍ତ୍ରଣାରେ ଛଟ୍‌ପଟ୍‌ ହୋଇ…

ନୂଆଦିଲ୍ଲୀ,୫।୨: ICC ଟି-୨୦ ବିଶ୍ୱକପ ୨୦୨୬ ପୂର୍ବରୁ ଟିମ ଇଣ୍ଡିଆର ଖେଳାଳିଙ୍କ ଆଘାତର ଧାରା ଜାରି ରହିଛି। ଦ୍ରୁତ ବୋଲର ହର୍ଷିତ ରାଣା ଏବେ ଏହି ତାଲିକାରେ…

ବଲାଙ୍ଗୀରରେ ଚର୍ଚ୍ଚା: ମା’ ପାଟଣେଶ୍ବରୀଙ୍କ ମନ୍ଦିରରେ କେଭି-କଳିକେଶ, ଏକାଠି ବସିଲେ ହୋମଯଜ୍ଞ କଲେ

ବଲାଙ୍ଗୀର,୫।୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଇଷ୍ଟଦେବି ମାଁ ପାଟଣେଶ୍ବରୀଙ୍କ ମନ୍ଦିରକୁ ଶହେ ପଚାଶ ବର୍ଷ (୧୫୦) ପୂରଣ ହୋଇଛି । ତେଣୁ ଯାକଜମକରେ ଦେବାଳୟ ଐତିହ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri